ଘରେ ପୂର୍ବଜ, ମୃତ ବ୍ୟକ୍ତିଙ୍କ ଫଟୋ କେଉଁ ଦିଗରେ ଲଗାଇବା ?
ହିନ୍ଦୁ ଧର୍ମ ଅନୁସାରେ ମୃ-ତ ବ୍ୟକ୍ତିର ଆ-ତ୍ମା ଅନ୍ୟ ଶରୀରରେ ମୃତ୍ୟୁ ପରେ ସହଜରେ ପ୍ରବେଶ କରି ଅନେକ ସମସ୍ଯା ସୃଷ୍ଟି କରିଥାଏ । ତେଣୁ ଶରୀରର ଦା-ହ ସଂ-ସ୍କା-ର କରାଯାଏ । ଆମେ ଜାଣିଛେ ଯେ ଆମ ପୂର୍ବପୁରୁଷ ମାନଙ୍କ କୃପାଦୃଷ୍ଟି ଆମ ଉପରେ ଥାଏ | ଆଉ ଆମ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ପୂର୍ବ ପୁରୁଷଙ୍କର ଫୋଟୋ ବା ମୃତ ବ୍ୟକ୍ତିଙ୍କର ଫୋଟୋ କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ ଆଉ କେଉଁ ଦିଗରେ ରଖିଲେ ଅଶୁଭ ହୋଇଥାଏ କେଉଁ ପ୍ରକାରରେ ରଖିଲେ ଶୁଭ ହୋଇଥାଏ ଆଉ କେଉଁ ପ୍ରକାରର ରଖିଲେ ଅଶୁଭ ହୋଇଥାଏ ଏହି ବିଷୟରେ ଜାଣିବା ।
ମାତା ପିତା ଫୋଟୋ ହିଁ ଲଗାନ୍ତୁ
ଧାର୍ମିକ ପୂରଣ ଅନୁସାରେ ଯଦି ମୃ-ତ ବ୍ୟକ୍ତି ଆପଣଙ୍କର ମାତା ପିତା ହୋଇଥିବେ ତେବେ ତାଙ୍କ ଫୋଟୋ ଘରେ ଲଗାଇବା ଭୁଲ ହେବ ନାହିଁ । କାରଣ ଯଦି ଆପଣଙ୍କ ଉପରେ କିଛି ବିପଦ ଆସିବାର ଥାଏ ତେବେ ମୃ-ତ ପରିଜନ ଆମକୁ ସୁଚିତ ବା କିଛି ସଂକେତ ଦେଇଥାନ୍ତି ।
- କିନ୍ତୁ ଧ୍ୟାନ ଦିଅନ୍ତୁ ମାତା ପିତାଙ୍କ ଗୋଟିଏ ଫ୍ରେମରେ ଲଗାନ୍ତୁ ନାହିଁ | 2ଟି ଅଲଗା ଫ୍ରେମରେ ଲଗାନ୍ତୁ |
- ସବୁଦିନେ ଧୂପ,ଦୀପ ଲଗାନ୍ତୁ ନାହିଁ କେବଳ ଗୁରୁବାର ଏବଂ ଅମାବାସ୍ୟାକୁ ହିଁ ତେଲର ଦୀପ ଲଗାନ୍ତୁ | ଦୀପକୁ ସବୁବେଳେ ଦକ୍ଷିଣ ଦିଗକୁ ଶିଖାଟି ରଖନ୍ତୁ |
- ଚନ୍ଦନର ତିଳକ ଲଗାନ୍ତୁ | ଚନ୍ଦନ ସବୁବେଳେ ପୂର୍ବଜଙ୍କୁ ତର୍ଜନୀ (ବିଶି) ଆଙ୍ଗୁଳିରେ ଲଗାନ୍ତୁ |
- ଚନ୍ଦନ ମାଳା ଦିଅନ୍ତୁ | ଏବଂ ଧଳା ଫୁଲ ହିଁ ଚଢ଼ାନ୍ତୁ |
- ଫୋଟକୁ ବିଭିନ୍ନ ଜାଗାରେ ଲଗାନ୍ତୁ ନାହିଁ ଗୋଟିଏ ଫୋଟ ହିଁ ଲଗାନ୍ତୁ |
- ପୂର୍ବଜଙ୍କ ଫୋଟରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ | ଯେବେ ପୋଛିବେ ଲାଲ କପଡ଼ାରେ ହିଁ ପୋଛିବା ଉଚିତ |
- ଫୋଟରେ ଜନ୍ମ ଏବଂ ମୃତ୍ୟୁ ତାରିଖ ନିଶ୍ଚୟ ଲେଖିବା ଉଚିତ |
- ମୃତ ପରିଜନଙ୍କ ଫୋଟ ନିଜଠୁ ଉଚ୍ଚାରେ ହିଁ ଲଗାନ୍ତୁ |
- ଫୋଟ ସାମ୍ନାରେ ଦର୍ପଣ ଲଗାନ୍ତୁ ନାହିଁ |
ମୃତ ପରିଜନକ ଫୋଟୋ ରଖିବା ଉଚିତ କି ?
- ଘରେ ଜେଜେବାପା,ଜେଜେମାଙ୍କ ଫୋଟ ଅନ୍ୟ ପରିଜନଙ୍କ ଫୋଟ ଆଲବମରେ ରଖନ୍ତୁ |
- ଏହା ଛଡା ଯଦି ଆପଣ ମୃ-ତ ପରିଜନଙ୍କ ଫୋଟୋ ପାଖରେ ଧୂପ ଦୀପ ଲଗାନ୍ତି ତ ତେବେ ତାହା ଭୁଲ ହେବ ନାହିଁ । ଯଦି ଆପଣ କୌଣସି ସମସ୍ୟାରେ ରହିଥାନ୍ତି ତେବେ ଆପଣ ମୃ-ତ ପରିଜନଙ୍କୁ ସ୍ମରଣ କରିଲେ ସେ ଆପଣଙ୍କ ସ୍ଵପ୍ନରେ ଆସି ସେଥିରୁ କିପରି ମୁକ୍ତି ପାଇବେ ତାହା ସୂଚିତ କରାଇଥାନ୍ତି ।
- ଯଦି ଆପଣ ମୃତ ପରିଜନଙ୍କୁ ପ୍ରାର୍ଥନା କରିବେ ଯେ ସେ ଆପଣଙ୍କ ଜୀବନରେ ସାମିଲ ହୁଅନ୍ତୁ ବା ସେମାନଙ୍କ ଫୋଟୋ ଘରେ ରଖନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ ।ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇପାରେ ।
- କିଛି ନିୟମ ଅନୁସାରେ ଘରେ ମୃତ ପରିଜନକ ଫୋଟୋ ରଖିବା ଅନୁଚିତ । କାରଣ ଜୀବିତ ଅବସ୍ଥାରେ ପରିଜନ ଆମ ସହ ଜଡିତ ଥିଲେ । ଯଦି ତାଙ୍କର ମୃତ୍ୟୁ ପରେ ଆମେ ତାଙ୍କ ଫୋଟୋ ଘରେ ରଖିବା ତେବେ ସେମାନେ ସଦଗତି ପାଇ ପାରିବେ ନାହିଁ ବା ପୃଥିବୀ ଲୋକକୁ ଛାଡି ମୋ-କ୍ଷ ପାଇ ପାରିବେ ନାହିଁ ।
ପୂର୍ବଜ, ମୃତ ବ୍ୟକ୍ତିଙ୍କ ଫୋଟ ରଖିବାର ସଠିକ ଦିଗ
- ଘରର ଦକ୍ଷିଣ ଦିଗର ଉତ୍ତର କାନ୍ଥରେ କୁଆଁରୀ ଅବସ୍ଥାରେ ମୃତ୍ୟୁ ହୋଇଥାଏ | ମୃତ ବ୍ୟକ୍ତିଙ୍କ ଫୋଟ ଲଗାନ୍ତି ତେବେ ଏହା ବହୁତ ଶୁଭ ଫଳଦାୟକ ହୋଇଥାଏ ।
- ଫୋଟର ମୁହଁ ଦକ୍ଷିଣକୁ ହେବା ଉଚିତ |
- ପୂର୍ବ ପୁରୁଷ ମାନଙ୍କ ଫଟୋ ରଖିବାର ସଠିକ ଦିଗ ହେଉଛି ଘରର ଦକ୍ଷିଣ ଦିଗ | ଦକ୍ଷିଣ ଦିଗରେ ଯେଉଁ ଘର ଥିବ ସେହି ଘରର ଦକ୍ଷିଣ କାନ୍ଥରେ ବା ଦକ୍ଷିଣ ଦିଗରେ ଫୋଟୋ ରଖିଲେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଘର ଉପରେ ରହିଥାଏ ଓ ଶୁଭ ଦୃଷ୍ଟି ପଡିଥାଏ । ଏହା ଦ୍ୱାରା ଆମେ ଆମ ଜୀବନରେ ଉନ୍ନତି କରିଥାଉ ଆଉ ଆମକୁ ଧନ ସମ୍ପତ୍ତି ଲାଭ ହୋଇଥାଏ।
- ଫୋଟର ମୁହଁ ଉତ୍ତରକୁ ହେବା ଉଚିତ |
- ଦକ୍ଷିଣ ଦିଗକୁ ଯମର ଦିଗ ବୋଲି ବିବେଚନା କରାଯାଏ | ଏହା ଦ୍ୱାରା ଆମକୁ ଅକାଳ ମୃତ୍ୟୁ ଏବଂ ଦୁଃଖରୁ ବଞ୍ଚାଇ ଥାଏ |
- କାନ୍ଥର ଠିକ ମଝିରେ ଫୋଟକୁ ରଖନ୍ତୁ ନାହିଁ ବାମ ପଟେ କିମ୍ବା ଡାହାଣ ପଟେ ରଖନ୍ତୁ ।
କେଉଁଠି ଲଗାଇବ ନାହିଁ ପୂର୍ବଜଙ୍କ ଫୋଟ
- ଘରର ମୃତ ବ୍ୟକ୍ତି ସେ ବାପା ହୁଅନ୍ତୁ ଜେଜେ ହୁଅନ୍ତୁ,ମା ହୁଅନ୍ତୁ,ଜେଜେମା ହୁଅନ୍ତୁ ବା ତାଙ୍କ ଅତୀତ ସେ ଯେକେହିବି ହୁଅନ୍ତୁ ସେମାନଙ୍କ ଫୋଟୋ କେବେବି ଘରର ପୂର୍ବ ଦିଗ କିମ୍ବା ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଐଶାନ୍ୟ କୋଣରେ କେବେବି ରଖନ୍ତୁ ନାହିଁ।
- ଏହାର ମୁଖ୍ୟ କାରଣ ହେଲା ଏହି ଦିଗ ଗୁଡିକରେ ଭଗବାନଙ୍କ ଫୋଟୋ ରଖାଯାଇ ଥାଏ ବା ମୂର୍ତ୍ତି ରଖିବାର ଦିଗ ଏହି ଦିଗରେ ଭଗବାନ ବାସ କରି ଥାଆନ୍ତି। ଏହି ଦିଗରେ ପୂର୍ବପୁରୁଷମାନଙ୍କ ଫୋଟୋ ବା ମୃତ୍ତକଙ୍କ ଫୋଟୋ ରଖିବା ଅନୁଚିତ।
- ପିତୃପୁରୁଷଙ୍କ ଚିତ୍ର ଜୀବନ୍ତ ଲୋକମାନଙ୍କ ସହିତ କେବେବି ମିଶିକି ରଖାଯିବା ଉଚିତ ନୁହେଁ, ଏହା କରିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ | ବିଶ୍ଵାସ କରାଯାଏ ଯେ ଯେଉଁ ଜୀବନ୍ତୁ ବ୍ୟକ୍ତିଙ୍କ ସହିତ ପିତୃପୁରୁଷମାନେ ଚିତ୍ରିତ, ସେମାନଙ୍କ ଉପରେ ନକାରାମୂକ ପ୍ରଭାବ ପଡିଥାଏ | ଏହା ସହିତ, ସେମାନଙ୍କର ବୟସ ମଧ୍ଯ କମିଯାଏ ଏବଂ ଜୀବନ ବଞ୍ଚିବାକୁ ଉତ୍ସାହ ମଧ୍ଯ କମିବା ଆରମ୍ଭ କରେ ସେହି ବ୍ୟକ୍ତି ଅବସାଦର ଶିକାର ହୋଇପାରନ୍ତି |
- ବାସ୍ତୁ ଶାସ୍ତ୍ର ଅନୁସାରେ ଘର ମୁଖ୍ୟ ଦ୍ଵାରା ମୃତ ବ୍ୟକ୍ତିର ଫୋଟୋ ଲଗାଇବା ଅନୁଚିତ । ଏପରି ହେବା ଦ୍ଵାରା ସମାଜରେ ଆପଣଙ୍କର ମାନ ସମାନ ହାନି ହୋଇଥାଏ ।
- ଏହା ଛଡା ମୃତ ବ୍ୟକ୍ତିଙ୍କର ଫୋଟୋ ଆପଣ ଯିବା ଆସିବା ସ୍ଥାନରେ ଲଗାଇବା ଅନୁଚିତ । କୌଣସି ଅତିଥି ଏହି ଫୋଟ ଦେଖିବା ଉଚିତ ନୁହେଁ |
- ଘରର ବ୍ରହ୍ମ ସ୍ଥାନରେ ପିତୃ ପୁରୁଷ ଫୋଟ ରଖନ୍ତୁ ନାହିଁ । ଘରର ମଝା ମଝିରେ ପିତୃ ପୁରୁଷଙ୍କ ଫୋଟ ଲଗାନ୍ତୁ ନାହିଁ ।
- ମୃତ ବ୍ୟକ୍ତିଙ୍କ ଫୋଟୋ କେବେ ହେଲେ ଠାକୁର ଘରେ ବା ଠାକୁରଙ୍କ ପୂଜା ସ୍ଥାନରେ ରଖନ୍ତୁ ନାହିଁ। ଆଉ ଆପଣ ଯେଉଁ ଚନ୍ଦନ ବା ତିଳକ ମୃତ ବ୍ୟକ୍ତିଙ୍କ ପୂଜା ସମୟରେ ଆପଣ ବ୍ୟବହାର କରୁଛନ୍ତି ବା ପୂର୍ବପୁରୁଷଙ୍କ କାର୍ଯ୍ୟରେ ଵ୍ୟଵହାର କରୁଛନ୍ତି ତାହେଲେ ଆପଣ ଦେବତା ମାନଙ୍କ କାର୍ଯ୍ୟରେ ତାକୁ ଲଗାନ୍ତୁ ନାହିଁ। ଆଉ ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଘରର ବହୁତ କ୍ଷତି ହୋଇଥାଏ,ଧନ ସମ୍ପତ୍ତି ହାନି ହୋଇଥାଏ ଆଉ ଘରେ କଳହ ସୃଷ୍ଟି ହୋଇଥାଏ।
- ଆଉ ପୂର୍ବ ପୁରୁଷଙ୍କର ଫୋଟୋ ରୋଷେଇ ଘରେ ରଖନ୍ତୁ ନାହିଁ। ରୋଷେଇ ଘରେ ପୂର୍ବ ପୁରୁଷଙ୍କ ଫୋଟୋ ରଖିଲେ ଘରେ ଅଯଥା କଳି ସୃଷ୍ଟି ହୋଇଥାଏ ଏବଂ ଧନ, ମାନ ସମ୍ମାନ ନଷ୍ଟ ହୋଇଥାଏ ।
- ଫୋଟୋକୁ ଘରର ଡାଇନିଙ୍ଗ ରୁମରେ ଲଗାନ୍ତୁ ନାହିଁ ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ ।
- ପୂର୍ବ ପୁରୁଷଙ୍କ ଫୋଟୋ ଶୋଇବା ଘରେ ରଖନ୍ତୁ ନାହିଁ ।ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ ତଥା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳି ଝଗଡା ହୋଇଥାଏ ।
- ମୃତ ପରିଜନଙ୍କ ଫୋଟ କେବେବି ଜୀବିତ ଥିବା ଲୋକଙ୍କ ଫୋଟ ସହିତ ଲଗାଇବା ଉଚିତ ନୁହେଁ |
- ଘରର କୌଣସି ଜାଗାରେ କଣ୍ଟା ବାଡେଇ ବା ଝୁଲାଇ ରଖନ୍ତୁ ନାହିଁ । ମୃତ୍ୟୁ ବ ପୂର୍ବ ପୂରୁଷଙ୍କ ଫୋଟୋକୁ ଏହା କରିବା ଦ୍ଵାରା ସେମାନଙ୍କର ସମ୍ମାନ ହାନି ହୋଇଥାଏ ଓ ସେମାନଙ୍କ ଆଶୀର୍ବାଦ ମିଳିନଥାଏ ।
- ସେଥିପାଇଁ ଏହି ଫୋଟୋକୁ କୌଣସି ଜାଗାରେ ରଖନ୍ତୁ ,ଯେପରିକି ଏହା ହଲିବା ଉଚିତ ନୁହେଁ ।
- ଘରର ନୈରତ୍ୟ କୋଣରେ ପିତୃ ପୁରୁଷଙ୍କ ଫୋଟ ଲଗାନ୍ତୁ ନାହିଁ ଏହା ଦ୍ବାରା ଆପଣଙ୍କ ଘରର ଉନ୍ନତି ଅଟକି ଯାଇଥାଏ।
- ଏହାପରେ ଘରର ପଶ୍ଚିମରେ ପିତୃ ପୁରୁଷଙ୍କ ଫୋଟ ଲଗାନ୍ତୁ ନାହିଁ। ଏହି ଦିଗରେ ଆପଣଙ୍କ ପିତୃ ପୁରୁଷଙ୍କ ଫୋଟ ଯଦି ଆପଣ ରଖନ୍ତି ତାହେଲେ ମାନ୍ୟତା ଅଛି କି ଆପଣଙ୍କ ଘରର ଧନ ହାନି ହେବ।

0 Comments
Do you have any doubts or suggestions? Ask them here in the comments!