ଘରେ ଗଙ୍ଗାଜଳ ରଖୁଥିଲେ ଏହି ସବୁ କଥାପ୍ରତି ଧ୍ୟାନ ଦିଅନ୍ତୁ

ଘରେ ଗଙ୍ଗାଜଳ ରଖୁଥିଲେ ଏହି ସବୁ କଥାପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁ ଧର୍ମରେ ଗଙ୍ଗା ନଦୀକୁ ପୂଜନୀୟ ଓ ପବିତ୍ର ବୋଲି କୁହାଯାଏ । ହିନ୍ଦୁଗ୍ରନ୍ଥ ଅନୁସାରେ ଗଙ୍ଗାରେ ସ୍ନାନ କରିବା ଦ୍ବାରା ବ୍ୟକ୍ତିର ପାପ ଧୋଇ ଯାଇଥାଏ ତା ସହିତ କୌଣସି ବି ଶୁଭକାମ ଓ ପୂଜା ପାଠରେ ଗଙ୍ଗା ଜଳର ଉପଯୋଗ କରାଯାଇଥାଏ । ଏଥିପାଇଁ ପ୍ରତ୍ୟେକ ହିନ୍ଦୁଘରେ ଗଙ୍ଗାଜଳ ଅବଶ୍ୟ ରଖାଯାଇଥାଏ । 

କୁହାଯାଏ ଯେ ଗଙ୍ଗା ପାଣି ଦ୍ଵାରା ଆମ ସମସ୍ତ ପାପ ଧୋଇ ହେଇ ଯାଆନ୍ତି, ଏହା ମଧ୍ୟ କୁହା ଯାଇଛି ‘ଗଙ୍ଗେ ତବ ଦର୍ଶନାତ ମୁକ୍ତି’ ଅର୍ଥାତ ବିନା କୌଣସି ଖରାପ ଭାବନା ପୁରା ନିଶ୍ଚଲ ଭାବନା ରେ ଗଙ୍ଗା ଦର୍ଶନ ମାତ୍ର ରେ ଯିବ କଷ୍ଟ ଦୂର ହୋଇଥାଏ ବା ଜୀବିତ ପ୍ରାଣୀକୁ ମୁକ୍ତି ମିଳି ଥାଏ ।

କିନ୍ତୁ ଏହାର ବୈଜ୍ଞାନିକ କାରଣ ଏହା ମଧ୍ୟ କୁହା ଯାଇଛି ଯେ ଗଙ୍ଗା ପାଣିରେ କେତେ ପ୍ରକାର ଔଷଧୀୟ ଗୁଣ ଥାଏ ଯେଉଁଥିରେ ଗାଧେଇଲେ କେତେ ପ୍ରକାର ରୋଗ ସମାପ୍ତ ହୋଇଥାଏ ।

ଗଙ୍ଗାଜଳକୁ ପୃଥିବୀ ପୃଷ୍ଠକୁ ଆଣିବା ପାଇଁ ରାଜା ଭାଗିରଥ କଠୋର ତପସ୍ୟା କରିଥିଲେ ଯାହା ପରେ ପୃଥୁବୀ ପୃଷ୍ଠରେ ଗଙ୍ଗା ମାତାଙ୍କର ଆଗମନ ହୋଇଥଲା । ଏଥିପାଇଁ ଧାର୍ମିକ ଗ୍ରନ୍ଥ ଓ ହିନ୍ଦୁ ଧର୍ମରେ ଗଙ୍ଗାମାତାଙ୍କୁ ବିଶେଷ ମହତ୍ତ୍ୱ ଦିଆଯାଇଛି । 

ଘରେ ଗଙ୍ଗାଜଳ ରଖୁଥିଲେ ଏହି ସବୁ କଥାପ୍ରତି ଧ୍ୟାନ ଦିଅନ୍ତୁ

  1. ସାଧାରଣତଃ ଆମେ ଯେବେ କିଣିକି ବାହାରୁ ଗଙ୍ଗାଜଳ ଆଣିଥାଉ ତାହା ପ୍ଲାଷ୍ଟିକ ବୋତଲରେ ଆସିଥାଏ | ପ୍ଲାଷ୍ଟିକ ପାତ୍ରରେ କେବେବି ଗଙ୍ଗା ଜଳ ରଖନ୍ତୁ ନାହିଁ। ଆଜିକାଲି ଦେଖାଯାଉଛି ଗଙ୍ଗା ଜଳ ପ୍ଲାଷ୍ଟିକ ବୋତଲରେ ରଖୁଛନ୍ତି କିନ୍ତୁ ଏହା ଠିକ ନୁହେଁ, ଏମିତି ସଂପୂର୍ଣ୍ଣ  ରୂପେ ଭୁଲ ଅଟେ, ଓ ଏହାକୁ ଅଶୁଭ ମଧ୍ଯ କୁହାଯାଏ ।  ଯଦି ମାର୍କେଟ ବା ନଦୀରୁ ଆଣୁଛନ୍ତି ପ୍ଲାଷ୍ଟିକ ବୋତଲରେ ଗଙ୍ଗାଜଳ ତେବେ ଘରେ ଆସି କାଚ ବା ଅନ୍ୟ ଧାତୁରେ ରଖନ୍ତୁ କିମ୍ବା  ଗଙ୍ଗା ଜଳକୁ ସର୍ବଦା ତମ୍ବା ବା ଚାନ୍ଦୀର ବାସନରେ ହିଁ ରଖିବା ଉଚିତ ।
  2. ଘରର ଯେଉଁ ସ୍ଥାନରେ ଗଙ୍ଗା ଜଳକୁ ରଖୁଛନ୍ତି , ସେହି ସ୍ଥାନକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ । ଏହାକୁ ସର୍ବଦା ପୂଜା ସ୍ଥାନରେ ହିଁ ରଖିବା ଦରକାର । ଗଙ୍ଗାଜଳ ପୂଜନୀୟ ହୋଇଥାଏ ଏହାର ଆଖ ପାଖରେ ଅସ୍ଵଚ୍ଛତା ରଖିବା ଅନୁଚିତ ଅଟେ ।
  3. ଯେଉଁ ସ୍ଥାନରେ ଗଙ୍ଗାଜଳ ରଖୁଛନ୍ତି, ତେବେ ଧ୍ୟାନ ରଖନ୍ତୁ କି ସେହି ସ୍ଥାନରେ ମାଂସ ମଦିରାର ସେବନ ନ କରିବା ପାଇଁ ।
  4. ସକାଳେ ପୂଜା କରିବା ପରେ ଘରେ ଗଙ୍ଗାଜଳ ଛିଞ୍ଚିବା ଆବଶ୍ୟକ ଏଥିରୁ ଘରେ ଏକ ସକାରାତ୍ମକ ଉର୍ଜା ରହିଥାଏ |
  5. କେବେ ବି ଅନ୍ଧାର ସ୍ଥାନରେ ଗଙ୍ଗାଜଳ ରଖିବା ଉଚିତ ନୁହେଁ । ଗଙ୍ଗାଜଳକୁ ସର୍ବଦା ଐଶାନ୍ୟ କୋଣରେ ରଖିବା ଆବଶ୍ୟକ । ସବୁଠୁ ପ୍ରଥମେ ଘରେ ମନ୍ଦିରରେ ଗଙ୍ଗା ଜଳ ରଖିଲେ କୌଣସି ଦିଗର ଆବଶ୍ୟକତା ନାହିଁ କିନ୍ତୁ ଘରର ମନ୍ଦିର ଛାଡି ଅନ୍ୟ କୌଣସି ଜାଗାରେ ରଖୁଥିଲେ ଘରର ଐଶାନ୍ୟ କୋଣରେ ରଖିବେ। ଆପଣ ଗଙ୍ଗାଜଳକୁ ଆଲମୀରାରେ ଭିତରେ ବନ୍ଦ କରି ଭୁଲରେ ରଖନ୍ତୁ ନାହିଁ।
  6. ଗଙ୍ଗା ଜଳକୁ କେବେବି ବିନା ସ୍ନାନରେ ଛୁଇଁବେ ନାହିଁ। ସ୍ନାନ କରିବା ପରେ ଛୁଇଁବେ। ଯଦି ଆପଣ ସ୍ନାନ କରିବା ପୂର୍ବରୁ ଗଙ୍ଗା ଜଳ ଛୁଇଁବେ ତେବେ ପାପର ଭାଗୀ ହୋଇଥାନ୍ତି। ତେଣୁ ଗଙ୍ଗା ଜଳ ଛୁଇଁବା ପୁର୍ବରୁ ନିଶ୍ଚୟ ସ୍ନାନ କରିନିଅନ୍ତୁ।

Post a Comment

0 Comments