ଘରେ ବିଭିନ୍ନ ଗଛ ଲଗାଇବାରେ କ'ଣ ରହିଛି ନିୟମ

ଘରେ ବିଭିନ୍ନ ଗଛ ଲଗାଇବାରେ କ'ଣ ରହିଛି ନିୟମ

ବାସ୍ତୁ ଶାସ୍ତ୍ରରେ ଗୃହର ପରିସରରେ ଥିବା ବଗିଚାରେ ଗଛ ଲଗାଇବାର କେତେକ ନିୟମ ରହିଛି।  ଘରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। କେତେକ ଗଛ ଘର ଚାରିପାଖରେ ରହିଲେ ଶୁଭ ହୋଇଥାଏ । ଏହି ଗଛ ଗୁଡ଼ିକ ଦ୍ଵାରା ଘରର ସ୍ଥିତି ଭଲ ରହିବ । ତାହା ସହିତ ଅମ୍ଳଜାନ ଏବଂ ନକରାତ୍ମକ ଶକ୍ତିର ସଞ୍ଚାର ମଧ୍ୟ ହେବ ।

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି ଯଦି ତାହା ପାଖରେ ଜାଗା ଥାଏ ତାହେଲେ ସେ ନିଜ ବିଭିନ୍ନ ପ୍ରକାରର ଗଛପତ୍ର ଲଗେଇବା କିନ୍ତୁ ଏହା ମଧ୍ୟ ସତ୍ୟ ହୋଇଥାଏ କି ସେଥି ମଧରୁ କେତେକ ଗଛ ଘରେ ରହିବା ଅଶୁଭ ହୋଇଥାଏ ଏବଂ କେତେକ ଦୋଷ ନିବାରକ ହୋଇଥାଏ।ଆସନ୍ତୁ ଜାଣିବା କେଉଁ ଗଛ ହୋଇଥାଏ ଶୁଭ ଏବଂ କେଉଁ ଗଛ ହୋଇଥାଏ ଅଶୁଭ।

ଗଛ ଲଗାଇବାର କେତେକ ନିୟମ

  1. ଗୃହର ଉତ୍ତର, ପୂର୍ବ କିମ୍ବା ଐଶାନ୍ୟ ଦିଗରେ ଫୁଲ ବଗିଚା ଓ ଘାସ ଲିନ୍ ରହିବା ଉଚିତ ।
  2. ଗୃହର ଦକ୍ଷିଣ ଓ ପଶ୍ଚିମ ଭାଗରେ ଉଚ୍ଚ ବୃକ୍ଷ ଓ ଉତ୍ତର ଓ ପୂର୍ବ ଭାଗରେ ନୀଚ୍ଚ ବୃକ୍ଷ ରହିବା ଶୁଭ।
  3. ହସ୍ତ୍ୟା,ପୁଷ୍ୟା,ଅଶ୍ୱିନୀ,ତ୍ରୟା ଉତ୍ତରା,ରୋହୀଣୀ, ବିଶାଖା, ମୃଗଶୀରା, ମୂଳା, ଶତଭିଷା ନକ୍ଷତ୍ରରେ ବୃକ୍ଷ ରୋପଣ ଶୁଭ। 
  4. ଅଁଳା, ବେଲ, ତୁଳସୀ ବୃକ୍ଷ ଐଶାନ୍ୟ କୋଣରେ, ତେନ୍ତୁଳି ବୃକ୍ଷ ନୈଋତ ଭାଗରେ କଇଥ ବୃକ୍ଷ ଉତ୍ତର ଦିଗରେ, ଅଶ୍ଵତ୍ଥ ପଶ୍ଚିମ ଦିଗରେ ରହିବା ଶୁଭ । 
  5. ପୂର୍ବରେ ଅଶ୍ୱତ୍ଥ ,ପଶ୍ଚିମରେ ବଟ ବୃକ୍ଷ ରହିବା ଅଶୁଭ |
  6. ପ୍ରାଚୀର ପାର୍ଶ୍ବରେ, ଦକ୍ଷିଣ ଓ ଅଗ୍ନି କୋଣ ଭାଗରେ, ପଶ୍ଚିମ ନୈଋତରୁ ବାୟୁ କୋଣ ପର୍ଯ୍ୟନ୍ତ, ନଡ଼ିଆ, ଗୁଆ ଓ କଦଳୀ ଗଛ ଲଗାଯାଇ ପାରେ ।
  7. ଯେ କୌଣସି ପ୍ରକାର ମନ୍ଦାର ଫୁଲ ଗଛ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଗୃହକୁ ସ୍ପର୍ଶ ନ କରି ରହିବା ଉଚିତ। ପୂର୍ବ ଓ ଉତ୍ତର ଦିଗରେ ଅଶୁଭ |
  8. ବାସ୍ତୁ ଅନୁଯାୟୀ, ତୁଳସୀ, କଦଳୀ, ଚମ୍ପା, ଚମେଲୀ ଆଦିକୁ ଶୁଭ ବୃକ୍ଷ କୁହାଯାଏ। କଦଳୀ ବୃକ୍ଷକୁ ଐଶାନ୍ୟ କୋଣରେ ଲଗାଇବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। 
  9. ଗୃହର ଚର୍ତୁପାର୍ଶ୍ବରେ ଅନ୍ୟୁନ ଗୋଟିଏ ଅଶୋକ, ଡାଳିମ୍ବ, ବେଲ ଓ ଅଁଳା ବୃକ୍ଷ ରହିବା ଶୁଭ । କ୍ଷେତ୍ର ମଧ୍ୟରେ ଥିବା ବୃକ୍ଷର ଛାୟା ,ଗୃହ ଉପରେ ପଡିବା ଅଶୁଭ |
  10.  ଗୃହ ପ୍ରବେଶ ଦ୍ବାରର ଦକ୍ଷିଣ ପାର୍ଶ୍ଵରେ (ଘରୁ ବାହାରକୁ ଆସୁଥିବା ସମୟରେ) ତୁଳସୀ ବୃକ୍ଷ ପଶ୍ଚିମ ମୁଖା ହୋଇ ରହିବା ଉଚିତ।

କେଉଁ ଗଛ ଲଗାଇବା ଉଚିତ ନୁହେଁ

  1. ରାସ୍ତା ପାର୍ଶ୍ଵରୁ, ଶ୍ମଶାନରୁ କିମ୍ବା କୌଣସି ଏକ ରୋଗୀ ଠାରୁ ଆଣିଥିବା ବୃକ୍ଷକୁ କ୍ଷେତ୍ରରେ ଲଗାଇବା ଅନୁଚିତ।
  2. ମୁଖ୍ୟ ପ୍ରବେଶ ଦ୍ବାର ସମ୍ମୁଖରେ, ଉଚ୍ଚ ବୃକ୍ଷ ରହିବା କ୍ଷତିକାରକ।
  3. ପୂର୍ବରେ ଅଶ୍ୱତ୍ଥ,ପଶ୍ଚିମରେ ବଟ ବୃକ୍ଷ ରହିବା ଅଶୁଭ। 
  4. ଯେ କୌଣସି ପ୍ରକାର ମନ୍ଦାର ଫୁଲ ଗଛ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଗୃହକୁ ସ୍ପର୍ଶ ନ କରି ରହିବା ଉଚିତ। ପୂର୍ବ ଓ ଉତ୍ତର ଦିଗରେ ଅଶୁଭ। 
  5. ବୃକ୍ଷର ଛାୟା, ଗୃହ ଉପରେ ପଡ଼ିବା ଅଶୁଭ।
  6. ଘରର ପାଖାପାଖି, ବାଉଁଶ, ତାଳ, କଇଁଆଁ, ଏବଂ ଐଶାନ୍ୟ କୋଣରେ ଅଧିକ ଗଛ ଥିବା ବୃକ୍ଷ ଦ୍ୱାରା ଘରକୁ ହାନି ହୋଇଥାଏ l ଯଦି ଏହାକୁ ଆପଣ ଘର ପାଖାପାଖି ଲଗେଇବାକୁ ଚେଷ୍ଟା କରନ୍ତି ତେବେ ଅଶୁଭ ଶକ୍ତିଙ୍କର ସମସ୍ୟା ଦେଖାଦେବ l
  7. ଗୃହ ନିକଟରେ କ୍ୟାକ୍‌ଟସ୍, କଣ୍ଟା ଜାତୀୟ ବୃକ୍ଷ ଓ ଧଳା କ୍ଷୀର ଖୋଳାପା ଯୁକ୍ତ ବୃକ୍ଷ ରହିବା ଅଶୁଭ । 
  8. ଯେଉଁ ବୃକ୍ଷର ପତ୍ର କିମ୍ବା ଫୁଲ ତୋଳିବା ସମୟରେ ସେଥିରୁ କ୍ଷୀର ଭଳି ପଦାର୍ଥ ବାହାରେ ସେହି ବୃକ୍ଷକୁ ନିଜ ବଗିଚାରେ ଲଗାନ୍ତୁ ନାହିଁ। ସେଭଳି ବୃକ୍ଷ ଥିଲେ ଧନସମ୍ପତ୍ତି କ୍ଷୟ ହୋଇଥାଏ। 
  9. ତେନ୍ତୁଳି ଗଛ, ପୂର୍ବ, ଉତ୍ତର, ପଶ୍ଚିମ ରେ ତେନ୍ତୁଳି ଗଛ ରହିବା ଦ୍ଵାରା ଗୃହରେ ଅଶାନ୍ତି ଦେଖା ଦେଇଥାଏ ,ଘରର କେବେ ବି ଉନ୍ନତି ହୋଇନଥାଏ କାରଣ ତେନ୍ତୁଳୀ ଗଛ ଏମିତି ଗୋଟିଏ ଗଛ ଅଟେ ଯାହା ସବୁ ପ୍ରକାରର ନାକାରାତ୍ମକତାରେ ଭରି ରହିଥାଏ । ପୂର୍ବ ପୁରୁଷ ଙ୍କ ମତରେ ତେନ୍ତୁଳି ଗଛରେ ଭୂତ, ପ୍ରେତ ଏବଂ ପିଶାଚ ବାସ କରିଥାନ୍ତି କାରଣ ତେନ୍ତୁଳି ଗଛ ଏମାନଙ୍କର ଅତି ପ୍ରିୟ ଗଛ ହୋଇଥାଏ । ତେଣୁ ଘରର ଚାରିପାଖରେ କୌଣସି ଦିଗରେ ତେନ୍ତୁଳି ଗଛ ରହିବା ଅତ୍ୟନ୍ତ ଅଶୁଭ ଜନକ ଅଟେ । 
  10. ଯେପରିକି ବରକୋଳି ଗଛ, ନାଗଫେନି ଗଛ ଏହା ସବୁ ଘରର କୌଣସି ଦିଗ ରେ ରହିବା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ । ଏବଂ ଘରକୁ ଅଶୁଭ ଫଳ ଦେଇଥାଏ ।
  11. ସେହିପରି ବେଳେ ବନ୍ଧୁଗଣ ଯଦି ଆପଣ ମାନଙ୍କ ର ଚାରି ପାଖରେ କୈଣସି ବି ହୁଙ୍କା ରହିଥାଏ , ତେବେ ଆପଣ ମାନେ ସେହି ହୁଙ୍କା କୁ ନିଶ୍ଚିତ ଭାବେ ଭାଙ୍ଗି ସଫା କରି ଦିଅନ୍ତୁ । ଏହା ବହୁତ ହିଁ ଅଶୁଭ ହୋଇ ଥାଏ |
  12. ଏହା ସହିତ ଡିମ୍ବିରି ଗଛ ଏବଂ ଆତ ଗ଼ଛ ବି ଘର ର ନିକଚ ରେ ରହିବା ଅତ୍ୟନ୍ତ ଅଶୁଭ ହୋଇ ଥାଏ । ଏହି ଗଛ ଘର ଆଖ ପାଖରେ ରହିଲେ ଦରିଦ୍ରତା ବଢ଼ିଯାଇଥାଏ ଏବଂ ରୋଗ ସୋକ ଅଶାନ୍ତି ମାଡିଆସିଥାଏ । ତେଣୁ ଏହି ଗଛ ଘର ପାଖରେ ରହିବା ବହୁତ୍ ଅଶୁଭ ଅଟେ |

ଗଛକୁ କାଟିବାକୁ ଚାଁହୁନାହାନ୍ତି

ଯଦି ଆପଣ ଏହିସବୁ ଗଛକୁ କାଟିବାକୁ ଚାଁହୁନାହାନ୍ତି ତେବେ ଏହି ଗଛ ସାମ୍ନାରେ ଆପଣ ତୁଳସୀ ବୃକ୍ଷ, ନିମ୍ବ ବୃକ୍ଷ, ଚନ୍ଦନ ବୃକ୍ଷ ଲଗାଇଲେ ଆପଣଙ୍କୁ କିଛି ମାତ୍ରା ରେ ନକାରାତ୍ମକ ଉର୍ଜାରୁ ଉଦ୍ଧାର ମିଳିବ l

Post a Comment

0 Comments