ଘରର ବାସ୍ତୁ ଦୋଷ ଦୂର କରେ ଗଙ୍ଗାଜଳ

ଘରର ବାସ୍ତୁ ଦୋଷ ଦୂର କରେ ଗଙ୍ଗାଜଳ

ଗଙ୍ଗାଜଳରେ ସାହାଯ୍ୟରେ ଜୀବନର ଅନେକ ସମସ୍ୟାକୁ ଦୂର କରାଯାଇପାରେ । 

1. ଘରେ ଝଗଡା ଦୂର କରିଥାଏ

  1. ପରିବାର ଲୋକଙ୍କ ମଧ୍ୟରେ ଝଗଡା ହୁଏ ତେବେ ପ୍ରତିଦିନ ସକାଳେ ସବୁ ଘରେ ଗଙ୍ଗାଜଳ ପକେଇବା ଉଚିତ ଅଟେ, ଏହି ଉପାୟ ଦ୍ଵାରା ଘରୁ ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ ଓ ସକାରାତ୍ମକ ଊର୍ଜା ବାସ କରିଥାଏ ।
  2. ଯଦି ପରିବାରର କୌଣସି ସଦସ୍ୟ ସାମାନ୍ୟ କଥାରେ ର।ଗିଯାଉଛନ୍ତି ଯାହା ଦ୍ୱାରା ପରିବାରର ଶାନ୍ତି ନଷ୍ଟ ହେଉଛି, ଏପରି ସ୍ଥଳେ ଘରର ମହିଳାମାନେ ଉକ୍ତ ବ୍ୟକ୍ତିଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିବା ଉଚିତ । ନିୟମିତ ଏପରି କରିବା ଦ୍ଵାର। ବ୍ୟକ୍ତିଙ୍କ ମନ ଶାନ୍ତ ରହିବା ସହ ପରିବାରରେ ଶାନ୍ତି ଆସିଥାଏ ।
  3. ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଆପଣ ସୋମବାର ଶିବ ପୂଜାରେ ଗଙ୍ଗା ଜଳ ସହିତ ଶିବଲିଙ୍ଗକୁ ଅଭିଷେକ କରନ୍ତି, ତେବେ ଖୁବ ଶୀଘ୍ର ଭୋଲେନାଥ ପ୍ରସନ୍ନ ହେବେ। ଏହା ଦ୍ୱାରା ଭକ୍ତଙ୍କ ଜୀବନରୁ ବାଧା ବିଘ୍ନ ଦୂର ହୋଇଯିବ। 
  4. ଘରେ ଓ ପରିବାରରେ ଶିବଙ୍କ କୃପା ପାଇଁ, ଧନ ଆଗମନ ପାଇଁ, ଘରର ପୂର୍ବ କିମ୍ବା ଉତ୍ତର-ପଶ୍ଚିମ (ବାୟବ୍ୟ) ଦିଗରେ ବେଲଗଛ ଲଗାନ୍ତୁ ଏବଂ ନିୟମିତ ଜଳ ଦିଅନ୍ତୁ। ସନ୍ଧ୍ୟାରେ ଘିଅ ଦୀପ ଜାଳନ୍ତୁ, ଏହା ଲାଭଦାୟକ ହେବ। 
  5. ରୋଗରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବ୍ୟବହାର କଲେ, କୌଣସି ପ୍ରକାର ରୋଗ ଶରୀରରେ ପ୍ରବେଶ କରିପାରିନଥାଏ ।

2. ଘରର ବାସ୍ତୁ ଦୋଷ ନିବାରଣ

  1. ଯେଉଁମାନଙ୍କ ଘରେ ବାସ୍ତୁ ଦୋଷ ଅଛି, ସେଠାରେ ସୁଖ ଶାନ୍ତି ପାଇଁ, ଶିବଲିଙ୍ଗରେ ଅଭିଷେକ କରିବା ପରେ, ଜଲହରୀର ଜଳ ଘରକୁ ଆଣି, ଏହି ମନ୍ତ୍ର ‘ଓଁ ନମଃ ଶିବାୟ କରାଲଂ ମହାକଲ କାଲଂ କୃପାଲଂ ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ସେହି ଜଳ ଘରେ ଛିଞ୍ଚିବା ଉଚିତ୍। 
  2. ଯଦି ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ବା ଅସନ୍ତୋଷ ଥାଏ ତେବେ ପ୍ରତିଦିନ ସକାଳେ ସମଗ୍ର ଘରେ ଗଙ୍ଗା ପାଣି ଛିଞ୍ଚନ୍ତୁ, ନକାରାତ୍ମକତା ଶକ୍ତି ଦୂର ହେବା ସହ ସକରାତ୍ମକ ବାତାବରଣ ସୃଷ୍ଟି ହେବ।
  3. ଘରେ ସୁଖ ଏବଂ ସମୃଦ୍ଧିର ବାସସ୍ଥାନ ପାଇଁ, ସନ୍ଧ୍ୟାରେ ଝୁଣା ଧୂପ ଦେଇ ଏବଂ ଓଁ ନମଃ ଶିବାୟ ଜପ କରି ଘର ସାରା ଝୁଣା ଧୂପ ବୁଲାନ୍ତୁ। ଏହାଦ୍ୱାରା ଘରୁ ନକାରାତ୍ମକ ପ୍ରଭାବ ଦୂର ହେବ। 
  4. ସକରାତ୍ମକ ଶକ୍ତି ପ୍ରବାହ ବୃଦ୍ଧି ପାଇଁ ଘରେ ଶିବଙ୍କ ପରିବାରର ଫଟୋ ଲଗାନ୍ତୁ। ବାସ୍ତୁ ଦୋଷର ପ୍ରଭାବକୁ ରୋକିବା ପାଇଁ ତୁଳସୀ ଦାସଙ୍କ ଦ୍ୱାରା ରଚିତ ଶ୍ରୀ ରୁଦ୍ରାଷ୍ଟକମ ପାଠ କରନ୍ତୁ। ଏହା ସୁଖଦ ଫଳାଫଳ ଦେଇଥାଏ।
  5. ଘରର ନକାରାତ୍ମକ ପ୍ରଭାବ ଦୂର କରିବା ପାଇଁ ଲୁଣ ଏକ ଭଲ ବିକଳ୍ପ। ସନ୍ଧ୍ୟାରେ ଘରର ସମସ୍ତ କୋଣରେ ଲୁଣ ଛିଞ୍ଚନ୍ତୁ, ସକାଳେ ଏହାକୁ ଫୋପାଡି ଦିଅନ୍ତୁ। 
  6. ଘର ପୋଛିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇବା ଦ୍ୱାରା ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ।

3. କରଜରୁ ମୁକ୍ତି ପାଇବା ପାଇଁ

କରଜରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବହୁତ ଉପଯୋଗୀ ହୋଇଥାଏ । ଗୋଟିଏ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଭର୍ତ୍ତି କରି ଏହାକୁ ନିଜ କଠୋରୀର ଉତ୍ତର ଦିଗରେ ରଖନ୍ତୁ ।

କାର୍ଯ୍ୟରେ ବାଧା, ପାରସ୍ପରିକ ମତଭେଦ, ରୋଗ ଇତ୍ୟାଦି ସମସ୍ୟା ଦୂର କରିବା ପାଇଁ ଉତ୍ତର-ପୂର୍ବ କୋଣ କିମ୍ବା ବ୍ରହ୍ମ ସ୍ଥାନରେ ରୁଦ୍ରବିଷେକ ଶୁଭ ହୋଇଥାଏ।

ଘରର ସୁଖ,ସମୃଦ୍ଧ ପାଇଁ ସର୍ବଦା ଘରେ ଗଙ୍ଗାଜଳ ଭରିକି ରଖନ୍ତୁ ।

ଏମିତି ମାନ୍ୟତା ଅଛି କି ଶନିବାରର ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ମାଟିର ଦିପରେ ସୋରିଷ ତେଲରେ ଦୀପ ଜାଳିବା ଓ ଗୋଟିଏ ଲୋଟାରେ ଗଙ୍ଗା ଜଳ ଆଣି ତାକୁ ଓସ୍ତ ଗଛ ମୂଳରେ ଅର୍ପଣ କରିବା ଦ୍ୱାରା ଆର୍ଥକ ସମସ୍ୟା ଦୂର ହୋଇଥାଏ |

4. କୁଣ୍ଡଳୀରେ ଥିବା ଖରାପ ପ୍ରଭାବ ଦୂର

ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ପାଣି ଦେବା ସମୟରେ ଏକ ତମ୍ବା ପାତ୍ରରେ ଜଳ ନେଇକି ଏକ ତୁଳସୀ ପତ୍ର ପକେଇବେ ଏହା ସହିତ ଗଙ୍ଗା ଜଳ ପକେଇବେ ଏହା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ। ଏହି ଜଳକୁ ଏପରି ପକେଇବେ କି ଯେପରି ଏହାର ବୁନ୍ଦା ଆପଣଙ୍କ ଉପରକୁ ଛିଟକିବ ନାହିଁ | ଏହା ସହିତ ଓଁ ଭାସ୍କରାୟ ନମଃ ବା ଓଁ ସୂର୍ଯ୍ୟାୟ ନମଃ ୭ ଥର ଜପ କରିବେ। ଏହା ଆପଣଙ୍କ କୁଣ୍ଡଳୀରେ ଥିବା ସୂର୍ଯ୍ୟଙ୍କର ଖରାପ ପ୍ରଭାବ ଦୂର ହେବ ଏବଂ ଏହା ଦ୍ବାରା ବ୍ୟବସାୟ କାର୍ଯ୍ୟରେ ସଫଳତା ମିଳିବ।

5. ଖରାପ ବା ଭୟଙ୍କର ସ୍ଵପ୍ନ ଆସିଥାଏ

  1. ଯଦି ଆପଣଙ୍କୁ ବା ଛୁଆଙ୍କୁ ରାତିରେ ଖରାପ ସ୍ଵପ୍ନ ଆସିଥାଏ ତେବେ ପ୍ରତିଦିନ ନିୟମ ଅନୁଯାଇ ଗଙ୍ଗା ଜଳ ସବୁ ଘରେ ପକେଇବା ଉଚିତ ଅଟେ, ଏହା ଦ୍ଵାରା ମଣିଷକୁ ଖରାପ ସ୍ଵପ୍ନ ଆସିବା ବନ୍ଦ ହୋଇଥାଏ ଏବଂ ଲୋକଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ ।
  2. ରାତିରେ ଖରାପ ବା  ଭୟଙ୍କର ସ୍ଵପ୍ନ ଦେଖୁଥିଲେ ଶୋଇବା ପୂର୍ବରୁ ବିଞ୍ଛଣାରେ ଗଙ୍ଗାଜଳ ଛିଞ୍ଚନ୍ତୁ । ଶାନ୍ତିରେ ଶୋଇବା ସହ ଖରାପ ସ୍ଵପ୍ନ ମଧ୍ଯ ଆସି ନ ଥାଏ ।

6. ଉନ୍ନତି ପାଇଁ

କଠିନ ପରିଶ୍ରମ ସତ୍ତ୍ୱେ ସଫଳତା ମିଳୁ ନ ଥିଲେ ପିତ୍ତଳ ବୋତଲରେ ଗଙ୍ଗାଜଳ ଭର୍ତ୍ତି କରି ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ । ରୋଷେଇ ଘର ବା ପୂଜାସ୍ଥଳରେ ମଧ୍ଯ ଗଙ୍ଗାଜଳ ରଖିପାରିବେ ।

7. ଗ୍ରହ ଦୋଷ ଥିଲେ

ଗ୍ରହ ଦୋଷ ଥିଲେ ସୋମବାର ଶିବପୂଜା କରି ଗଙ୍ଗା ଜଳ ଚଢ଼ାଇବା ଉଚିତ । ଶନିବାର ପାଣିରେ ଗଙ୍ଗାଜଳ ମିଶାଇ ଓସ୍ତ ବୃକ୍ଷରେ ଚଢାନ୍ତୁ | ଏହାଦ୍ବାରା ଗ୍ରହଦୋଷରୁ ମୁକ୍ତି ପାଇବେ।


Post a Comment

0 Comments