ଘରର ଦିଗ ଅନୁଯାୟୀ ଗଛ ଲଗାନ୍ତୁ
ବାସ୍ତୁ ଅନୁଯାୟୀ, ଯଦି ବୃକ୍ଷଲତା ସଠିକ ଭାବେ ନ ଲଗାଯାଏ ତେବେ ଘରର ମୁରବିଙ୍କ ସମେତ ଅନ୍ୟ ସଦସ୍ୟଙ୍କ ମାନସିକ, ଶାରିରୀକ ଓ ଆର୍ଥିକ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଗଛ ଲଗାଇରେ ଦୁଃଖ ଶୋକ ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏବେ ଜାଣିବା ସେହି ଗଛଗୁଡ଼ିକୁ ଘରର କେଉଁ ଦିଗରେ ଓ କୋଣରେ ଲଗାଇବା ଦରକାର । କେଉଁ ବୃକ୍ଷକୁ ପୂଜାକଲେ କଣ ସୁଫଳ ମିିଳେ ଏବଂ କେଉଁ ବାଧାରୁ ମୁକ୍ତି ମିଳେ ଆସନ୍ତୁ ଜାଣିବା |
1. ତୁଳସୀ ଗଛ
- ବାସ୍ତୁ ଅନୁସାରେ ତୁଳସୀ ଗଛକୁ ଘରର ପୂର୍ବ ଦିଗ, ଉତ୍ତର କିମ୍ୱା ଐଶାନ୍ୟ କୋଣରେ ଲଗାନ୍ତୁ । ଏପରି କଲେ ଧନ ପ୍ରାପ୍ତି ହୋଇଥାଏ ।
- ଗୃହ ପ୍ରବେଶ ଦ୍ବାରର ଦକ୍ଷିଣ ପାର୍ଶ୍ବରେ (ଗୃହ ମଧ୍ୟରୁ ବାହାରକୁ ଆସୁଥିବା ସମୟରେ) ତୁଳସୀ ବୃକ୍ଷ ପଶ୍ଚିମ ମୁଖା ହୋଇ ରହିବା ଉଚିତ।
- ଯଦି ଘରର ବାସ୍ତୁଦୋଷ ରହିଥାଏ ତେବେ ଅଗ୍ନି କୋଣରେ ଲଗାଇ ପାରିବେ ।
- ଧ୍ୟାନ ରଖିବେ କି ଏହାକୁ କେବେ ଘରର ଦକ୍ଷିଣ ପଟେ ଲଗାଇବା ଉଚିତ ନୁହେଁ କାରଣ ଏହା ଦ୍ୱାରା ଏହା ଆପଣଙ୍କ ଅନିଷ୍ଟ କରିପାରେ।
- ଘରକୁ ଯେକୌଣସି ଅଜଣା ବ୍ୟକ୍ତି ଆସିଲେ ତାଙ୍କ ଦୃଷ୍ଟି ପ୍ରଥମେ ଯେପରି ତୁଳସୀ ଗଛ ଉପରେ ପଡ଼ିବା ଦରକାର। ଘରର ବାମପାଶ୍ୱର୍ରେ ତୁଳସୀ ଗଛ ଲଗାନ୍ତୁ। ଏପରି କଲେ କୌଣସି ଅଶୁଭ ଦୃଷ୍ଟି ସହଜରେ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ।
2. ଅଁଳା ଗଛ
- ଘରର ଉତ୍ତର ଓ ପୂର୍ବ ଦିଗରେ ବା ଐଶାନ୍ୟ କୋଣରେ ଅଁଳା ଗଛ ଲଗାଇଲେ ଶୁଭ ।
- ଉତ୍ତର ଦିଗରେ ଥିଲେ ଘରେ ଧନ ଧାନ୍ୟ,ସୁଖ ସମୃଦ୍ଧି,ଶାନ୍ତି ବଢେ।
- ଅଁଳା ଗଛକୁ ପୂଜା କଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ |
- ଅଁଳା ଗଛକୁ ପୂଜା କଲେ ଇଚ୍ଛା ପୁରଣ,କଷ୍ଟ ଦୁର,ପାପ କ୍ଷୟ ହୋଇଥାଏ ଏବଂ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିଥାଏ।
- ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଅଁଳା ଗଛଟିଏ ଲଗାଇ ତାହାର ଯତ୍ନ ନେଇଥାଏ ତାଙ୍କୁ ରାଜସ୍ୱୀ ଯୋଗର ଫଳ ମିଳିଥାଏ।
3. ବେଲ ଗଛ
ସାଧାରଣତଃ ଘରର ଚାରି ପାଖରେ ବଡ଼ ବଡ଼ ଗଛ ରହିବା ଅଶୁଭ ହୋଇଥାଏ । କିନ୍ତୁ ମାତ୍ର ଏହି ବେଲ ଗଛ ଘରର ଯେଉଁ ସ୍ଥାନରେ ରହିଲେ ମଧ୍ୟ ଶୁଭ ହୋଇଥାଏ ଏବଂ ଏହାର ଛାଇ ଘରେ ପଡିଲେ ତାହା ବହୁତ ଭଲ ମଧ୍ୟ ହୋଇଥାଏ । ନକରାତ୍ମକ ଉର୍ଜା ବାହାରି ଯାଏ ।
- ବେଲ ଗଛ ଘରର ଉତ୍ତର ଏବଂ ଉତ୍ତର ପୂର୍ବ କୋଣ ରେ ରହିଲେ ଧନର ଅଭାବ ହୁଏ ନାହିଁ । ଧନର ବୃଦ୍ଧି ଘଟେ |
- ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଘରର ଶାନ୍ତି ବଜାୟ ରହିଥାଏ ।
- ଘରର ପଶ୍ଚିମ ଦିଗରେ ରହିଲେ ସୁସନ୍ତାନ ପ୍ରାପ୍ତ ହୋଇଥାଏ ।
- ଦକ୍ଷିଣ ରେ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ ।
- ଯେଉଁ ଘର ସାମ୍ନାରେ ବେଲ ଗଛ ରହିଥାଏ ଏବଂ ସବୁଦିନ ସକାଳୁ ସେହି ଗଛ ମୂଳରେ ପାଣି ଦିଆଯାଉଥାଏ। ତେବେ ସେହି ସ୍ଥାନରେ ବାସକରୁଥିବା ଲୋକଙ୍କ ଚିନ୍ତାଧାରା ଓ ବିଚାରାଧାରା ଅତି ଉନ୍ନତମାନର ହୋଇଥାଏ।
- ବେଲ ଗଛ ଏବଂ ଅରଖ ଗଛକୁ ଯୋଡି କରି ଲଗାଇବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ।
- ସବୁଦିନ ସକାଳ ଓ ସନ୍ଧ୍ୟା ରେ ବେଲ ଗଛ ଦର୍ଶନ କରିବା ଦ୍ୱାରା ବାହାରକୁ ଯିବା ଆସିବା ବେଳେ ହୋଇଥିବା ପାପ ଦୂର ହୁଏ |
- ବେଲଗଛ ଲଗାଇବା ଦ୍ୱାରା ବଂଶ ବୃଦ୍ଧି ହୋଇଥାଏ କିନ୍ତୁ ଏହାକୁ ନଷ୍ଟ କଲେ ନଷ୍ଟ କରିଥିବା ବ୍ୟକ୍ତିଙ୍କୁ ଘୋର ପାପ ଲାଗିଥାଏ |
4. ଶ୍ୱେତ ଅରଖ ଗଛ
- ବାସ୍ତୁ ଶାସ୍ତ୍ର ଅନୁସାରେ ଖୀରଯୁକ୍ତ ଗଛ ଘରର ସୀମାରେ ରହିବା ଅଶୁଭ ହୋଇଥାଏ କିନ୍ତୁ ଶ୍ୱେତ ଅରଖ ଗଛକୁ ହଳଦୀ, ଅରୁଆ ଚାଉଳ ଓ ଗଙ୍ଗା ଜଳ ଦ୍ୱାରା ପୂଜା କଲେ ଏବଂ ଶ୍ୱେତ ଅରଖ ଗଛଟି ଯେତେ ଯେତେ ବଢିଥାଏ ସେହି ଘରେ ରହୁଥିବା ଲୋକମାନଙ୍କୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହା ମଧ୍ୟ ମାନ୍ୟତା ଅଛି ଯେ ଯେଉଁ ଘର ପାଖରେ ଶ୍ୱେତ ଅରଖ ଗଛର ଫୁଲ ଏବଂ ଫଳ ଧରି ଯାଇଥାଏ ସେହି ଘରେ ସର୍ବଦା ଉନ୍ନତି ହୋଇଥାଏ।
- ଏହି ଗଛକୁ ଘରର ମୁଖ୍ୟଦ୍ୱାର କିମ୍ବା ତୁଳସୀ ଚୌରା ପାଖରେ ଲଗାଇବା ଉଚିତ କିମ୍ବା ଘରର ପୂର୍ବ ଦିଗ, ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ ।
- ଅରଖ ଫୁଲରେ ପ୍ରଭୁ ଶ୍ରୀ ଗଣେଶ ବାସ କରନ୍ତି ବୋଲି କୁୁହାଯାଏ। ଏହି ଗଛ ଲଗାଇବା ଦ୍ୱାରା ଘରେ ପିଲାମାନଙ୍କର ବିଦ୍ୟାରେ ବୃଦ୍ଧି ହୋଇଥାଏ।
- ଶାସ୍ତ୍ର ଅନୁସାରେ ଏହି ଅରଖ ଗଛକୁ ମାଟିରେ ପୋତି ଏହା ମୂଳରେ ପାଣି ଓ କ୍ଷୀର ଦେଇ ୧୧ ବର୍ଷ ପର୍ଯ୍ୟନ୍ତ ପୂଜା କରିବା ଦ୍ୱାରା ଏହି ଗଛର ଚେର ଗଣେଶଙ୍କ ଆକୃତି ପରି ହୋଇଥାଏ ।
5. ଅଶ୍ୱଗନ୍ଧା ଗଛ
- ଏହାକୁ ଘରେ ଲଗାଇବା ଦ୍ୱାରା ସବୁ ବାସ୍ତୁ ଦୋଷ ସମାପ୍ତ ହୋଇଥାଏ। ଏହା ଜୀବନକୁ ଅଧିକ ସକ୍ରିୟ କରିଥାଏ।
- ଏହି ଅଶ୍ୱଗନ୍ଧାର ଗଛ ଜୀବନରେ ଶୁଭତାକୁ ବଢ଼ାଇଥାଏ। ଜୀବନକୁ ଆହୁରି ସୁଖମୟ କରିଥାଏ। ଏହା ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ ଏବଂ ଓଷଧିୟ ଗୁଣ ବିଶିଷ୍ଟ ଗଛ ଅଟେ।
6. ମନ୍ଦାର ଗଛ
- ଏହି ଗଛ ଜ୍ୟୋତିଷରେ ସୂର୍ଯ୍ୟ ଏବଂ ମଙ୍ଗଳ ସହ ସମ୍ବନ୍ଧ ରଖିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ଗଛକୁ ଘରେ କୌଣସି ବି ସ୍ଥାନରେ ଲଗାଇପାରିବେ କିନ୍ତୁ ଧ୍ୟାନ ଦେବେ କି ତାକୁ ପର୍ଯ୍ୟାପ୍ତ କିରଣ ଆବଶ୍ୟକତା ହୋଇଥାଏ। ଏଣୁ ଏହି ମନ୍ଦାର ଗଛକୁ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ହିଁ ଲଗାଇବା ଉଚିତ।
- ଏହାକୁ ଘରେ କେବେବି ଲଗା ଯାଇପାରିବ ।
- ଏହାର ଲାଲ ଫୁଲକୁ ହନୁମାନଙ୍କୁ ଅର୍ପଣ କରିବା ଦ୍ଵାରା ଜୀବନରେ ଯଶ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
- ମା ଦୁର୍ଗାଙ୍କ ପ୍ରତିଦିନ ଏହାର ଫୁଲ ଦେବା ଦ୍ୱାରା ସମସ୍ତ ସଙ୍କଟ ଦୁର ହୋଇଥାଏ।
- ଏହି ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଲେ ଆଖି ରୋଗ ଅସ୍ତି ରୋଗ ଦୂର ହୋଇଥାଏ ଏବଂ ନାମ ଖ୍ୟାତି ବଢିଥାଏ।
- ମଙ୍ଗଳ ଗ୍ରହର ସମସ୍ୟା ଉନ୍ନତିର ବାଧା ଆଇନଗତ ସମସ୍ୟା ରହୁଥିଲେ ପ୍ରତି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ ହୋଇଥାଏ। ମା ଦୁର୍ଗାଙ୍କୁ ପ୍ରତିଦିନ ମନ୍ଦାର ଫୁଲ ଅର୍ପଣ କଲେ ସମସ୍ତ ପ୍ରକାରର ସଂକଟ ଦୂର ହୋଇଥାଏ।
7. ଅପରାଜିତା ଗଛ
- ନୀଳ ରଙ୍ଗର ଅପରାଜିତାକୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହି ଗଛକୁ ଘରେ ଲଗାଇଲେ ଲକ୍ଷ୍ମୀଙ୍କ ସୁଦୃଷ୍ଟି ଘରେ ପଡ଼ିଥାଏ। ଏହି ଗଛ ଘରେ ଲଗାଇଲେ କେବେ ବି ଧନର ଅଭାବ ରୁହେ ନାହିଁ।
- ଏହାର ଫୁଲ ନୀଳ ଏବଂ ଧଳା ରଙ୍ଗର ହୋଇଥାଏ । ବୀଜରୁ ଏହା ଭଲ ବଢ଼ିଥାଏ ଏବଂ ମଝିରୁ ଖଣ୍ଡେ କାଟିଲେ ମଧ୍ୟ । ହେଲେ ବୀଜରୁ ଏହା ଅଧିକ ଭଲ ବଢ଼ିଥାଏ ।
- ଶୀତ ଋତୁରେ ଫୁଲ ଫୁଟେ ନାହିଁ ଅନ୍ୟ ଋତୁରେ ଫୁଲ ଫୁଟେ । ମଟର ଭଳି ଏହାର ବୀଜ ହୋଇ ଥାଏ । ସୂର୍ଯ୍ୟ ଆଲୋକରେ ଭଲ ଫୁଲ ହୋଇ ଥାଏ । ପୂଜା ପାଠରେ ବ୍ୟବହୃତ ହୁଏ ଏବଂ ବହୁତ ଶୁଭ ବୋଲି ମାନନ୍ତି । ତେବେ ଆପଣ ଏହାକୁ ନିଶ୍ଚୟ ଲଗାନ୍ତୁ ।
8. ଲାଲ ଚନ୍ଦନ ଗଛ
- ଲାଲ ରଙ୍ଗ ସୂର୍ଯ୍ୟଙ୍କ ପ୍ରିୟ , ଏଣୁ ସୂର୍ଯ୍ୟ ସମ୍ବନ୍ଧୀୟ ଗ୍ରହ ଦୋଷ ଥିଲେ ଲାଲ ଚନ୍ଦନ ଗଛ ବିଧି- ବିଧାନ ସହ ପୂଜା କରନ୍ତୁ ।
- ଏହି ଗଛକୁ ପୂଜା କଲେ ଚାକରିରେ ପଦୋନ୍ନତି ଶୀଘ୍ର ହୋଇଥାଏ ।
9. କଦଳୀ ଗଛ
- ପ୍ରାଚୀର ପାର୍ଶ୍ବରେ, ଦକ୍ଷିଣ ଓ ଅଗ୍ନି କୋଣ ଭାଗରେ, ପଶ୍ଚିମ ନୈଋତରୁ ବାୟୁ କୋଣ ପର୍ଯ୍ୟନ୍ତ, ନଡ଼ିଆ, ଗୁଆ ଓ କଦଳୀ ଗଛ ଲଗାଯାଇ ପାରେ ।
- ଘରର ସାମ୍ନାରେ କଦଳୀ ଗଛ ରହିଲେ ଘରେ ମାତା ଲକ୍ଷ୍ମୀଙ୍କ କୃପା ପଡିଥାଏ।
- ଘରର ସୀମା ନିକଟରେ କଦଳୀ ଗଛ ଥିଲେ ଛୁଆମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ତେଣୁ ସୀମା ନିକଟରେ କଦଳୀ ଗଛ ଲଗାନ୍ତୁ ନାହିଁ।
- ବାସ୍ତୁ ଅନୁସାରେ ଘରେ କଦଳୀ ଗଛକୁ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ ।କଦଳୀ ଗଛ ଐଶାନ୍ୟ କୋଣ କିମ୍ବା ଉତ୍ତର ପୂର୍ବ ଦିଗରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବୃହସ୍ପତି କାରକ ହୋଇଥିବାରୁ ଏହାକୁ ଐଶାନ୍ୟ କୋଣରେ ଲଗାଇବା ଦ୍ୱାରା ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ।
- କଦଳୀ ଗଛ ମୂଳରେ ଯଦି ତୁଳସୀ ଗଛ ରହିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ କି ଏହି କଦଳୀ ଗଛର ଛାଇରେ ପାଠ ପଢିଲେ ସ୍ମରଣ ଶକ୍ତି ବଢିଥାଏ।
- କଦଳୀ ଗଛକୁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ । ଗୁରୁବାର ଦିନ ଏହି ଗଛକୁ ପୂଜା କରାଯାଏ ।
- କୁଣ୍ଣଳୀରେ ଗୁରୁ ଦୋଷ ଥିଲେ କଦଳୀ ଗଛ ପୂଜା କଲେ ଅନେକ ଲାଭ ମିଳିଥାଏ |
- ଏହି ଗଛକୁ ପୂଜା କଲେ ବିବାହ ଯୋଗ ଶୀଘ୍ର ଫିଟିଥାଏ |
10. ନଡ଼ିଆ ଗଛ
- ପ୍ରାଚୀର ପାର୍ଶ୍ବରେ, ଦକ୍ଷିଣ ଓ ଅଗ୍ନି କୋଣ ଭାଗରେ, ପଶ୍ଚିମ ନୈଋତରୁ ବାୟୁ କୋଣ ପର୍ଯ୍ୟନ୍ତ, ନଡ଼ିଆ, ଗୁଆ ଗଛ ଲଗାଯାଇ ପାରେ ।
- ଧ୍ୟାନ ରଖନ୍ତୁ ଏହି ଗଛ ଘରର ବାହାରେ ଲଗାନ୍ତୁ।
- ନଡ଼ିଆ ଗଛ ଲଗାଇବା ଦ୍ୱାରା ଆପଣଙ୍କ ମାନସମ୍ମାନରେ ଉନ୍ନତି ହୋଇଥାଏ।
- କୁହାଯାଏ ଯେଉଁ ଘରେ ନଡିଆ ଗଛ ଲାଗିଥାଏ ତାଙ୍କ ମାନସମ୍ମାନରେ ବହୁତ ବୃଦ୍ଧି ଘଟିଥାଏ।
11. ଲାଜକୁଳୀ ଲତା
- ବାସ୍ତୁ ଅନୁସାରେ ଘରେ ଲାଜକୁଳୀ ଲତା ମଧ୍ୟ ଲଗାଇବା ଉଚିତ। ଏହି ଗଛ ଲଗାଇଲେ ଋଣରୁ ମୁକ୍ତି ମିଳିବ ସହ ରୋଗରୁ ମଧ୍ୟ ମୁକ୍ତି ମିଳେ ବୋଲି କୁହାଯାଏ।
- ଲାଜକୁଳୀ ଲତା ଘରର ମୁଖ୍ୟ ଫାଟକର ବାମ ତରଫରେ ଲଗାଇବା ଉଚିତ।
12. ହଳଦୀ ଗଛ
- ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରେ ହଳଦୀ ଗଛ ଲଗାଇଲେ ନକାରାତ୍ମକ ଶକ୍ତି ସର୍ବଦା ଦୁରେଇ ରହେ। ହଳଦୀ ଗଛକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।
- ହଳଦୀ ଗଛ ଲଗାଇଲେ ଘରେ କୁଦୃଷ୍ଟି ପଡ଼ି ନ ଥାଏ, ତେଣୁ ଘରେ ହଳଦୀ ଗଛ ନିଶ୍ଚୟ ଲଗାନ୍ତୁ।
13. ଦେବଦାରୁ ଗଛ
- ଏହା ନିଜ ନାମ ଅନୁସାରେ ହି ଶୋକକୁ ଦୂର କରୁଥିବା ଏବଂ ପ୍ରସନ୍ନତା ଦେଉଥିବା ଗଛ ହୋଇଥାଏ।ଏହା ଦ୍ୱାରା ଘରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ।
- ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଦେବଦାରୁ ଗଛ ଲଗେଇବା ଦ୍ୱାରା ଘରକୁ ଅନେକ ଶୁଭ ଶକ୍ତି କିମ୍ବା ସାକାରାତ୍ମକ ଶକ୍ତି ଆସିଥାଏ |
- ଏହି ଗଛକୁ ଅଶୋକ ଗଛ ମଧ୍ୟ କୁହାଯାଇଥାଏ । ଏହି ଗଛକୁ ଘରେ ଲଗାଇଲେ , ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ତେଣୁ ଏହି ଗଛକୁ ଘରର ଉତ୍ତର ଦିଗରେ ଲଗାନ୍ତୁ ।
14. ଗୁଆ ଗଛ
- ପ୍ରାଚୀର ପାର୍ଶ୍ବରେ, ଦକ୍ଷିଣ ଓ ଅଗ୍ନି କୋଣ ଭାଗରେ, ପଶ୍ଚିମ ନୈଋତରୁ ବାୟୁ କୋଣ ପର୍ଯ୍ୟନ୍ତ ଗୁଆ ଗଛ ଲଗାଯାଇ ପାରେ ।
- ଘରର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଗୁଆ ଗଛ ଲଗାଇଲେ ଘରକୁ ଅନେକ ଶୁଭ ସମ୍ବାଦ ଆସିଥାଏ । ଏହି ଗଛ ଦ୍ଵାରା ଘରର ସବୁ ନକାରାତ୍ମକ ଦୋଷ କଟିଯାଇଥାଏ ।
15. ଡାଲିମ୍ବ ଗଛ
- ବିଶେଷକରି ଖୀର ଏବଂ ଫଳ ଦେଉଥିବା ଗଛ ଘରେ ଲଗେଇବା ଉଚିତ ନୁହଁ କିନ୍ତୁ କମଳା ଏବଂ ଡାଳିମ୍ବ ଏହାର ବିପରୀତ ହୋଇଥାଏ କାରଣ ଏହା ସୁଖ ଏବଂ ସମୃଦ୍ଧିର କାରକ ହୋଇଥାନ୍ତି।
- ଘରର ଉତ୍ତର ଦିଗ ଡାଳିମ୍ବ ଗଛ ଲଗାଇଲେ ଘରକୁ ବହୁତ୍ ଶୁଭ ଶକ୍ତି ଆସିଥାଏ । ଏହା ଅଗ୍ନି କୋଣ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଛଡା ମୁଖ୍ୟ ଦ୍ୱାରରେ ଡାଳିମ୍ବ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ।
- ଘରେ ସୁଖଶାନ୍ତି ପାଇଁ ଘରର ପୂର୍ବ ଦକ୍ଷିଣ ଦିଗରେ ଡାଲିମ୍ବ ଗଛ ନିଶ୍ଚୟ ଲଗାନ୍ତୁ।ଏହା ଅତି ଶୁଭ ଫଳ ଦେଇଥାଏ।
- ଘରେ ଥିବା ସବୁ ସମସ୍ୟା ଦୂର ହୋଇଥାଏ । ଘରେ ଏକ ପ୍ରକାରର ସମାନତା ଦେଖିବାକୁ ମିଳିଥାଏ । ଡାଳିମ୍ବ ଗଛ ସୁଖ ସମୃଦ୍ଧି ମଧ୍ୟ ପ୍ରଦାନ କରିଥାଏ। ବଂଶ ବୃଦ୍ଧି କରାଇଥାଏ।
- ଡାଳିମ୍ବ ଗଛ ଲଗାଇବା ଫଳରେ ରାହୁ କେତୁଙ୍କର ଖରାପ ପ୍ରଭାବରୁ ରକ୍ଷା ମିଳିଥାଏ ।
- ଏହାର ଫୁଲକୁ ମହୁରେ ମିଶେଇ ପ୍ରତ୍ୟେକ ସୋମବାର ଯଦି ଶିବଙ୍କୁ ଅର୍ପଣ କରାଯାଏ ତାହେଲେ ଭାରିରୁ ଭାରି କଷ୍ଟ ମଧ୍ୟ ଦୁର ହୋଇଥାଏ।
16. ଲେମ୍ବୁ ଗଛ
- ତନ୍ତ୍ର ମନ୍ତ୍ରରୁ ବଞ୍ଚିବା ପାଇଁ ଲେମ୍ବୁର ଉପଯୋଗ କରାଯାଇଥାଏ।
- ଲେମ୍ବୁ ତାର ଆଖ ପାଖରେ ଥିବା ଖରାପ ଶକ୍ତିକୁ ନିଜ ଭିତରକୁ ଟାଣି ଦିଏ।
- ଏହା ଦ୍ୱାରା ଘରକୁ କାହାର ଖରାପ ନଜର ଲାଗେନାହିଁ ଓ ଏହା ଦ୍ବାରା ଘରର ବାତା ବରଣ ସୁଧ ହୁଏ।
- ଘରର ଉତ୍ତରରେ ଲେମ୍ବୁ ଗଛ ହେବା ଦ୍ବାରା ଆଖି ସମ୍ବନ୍ଧିତ ରୋଗ ହୋଇଥାଏ।
17. ପାନ ଗଛ
- ପାନ ଗଛ ଶୁଭ ହୋଇଥାଏ ବୋଲି କୁହାଯାଏ । ଏହା ଛାଇ ଥିବା ସ୍ଥାନରେ ବଢ଼ିଥାଏ ।
- ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର କରାଯାଇଥାଏ ଏବଂ ଏହା ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ ।
- ପାନ ଏକ ଲତା ଜାତୀୟ ଗଛ ଅଟେ । ତେଣୁ ଏହାକୁ ପ୍ରଥମେ କୌଣସି କୁଣ୍ଡରେ ଲଗାଇ ତା’ପରେ ଏହାକୁ କୋଣରେ ରଖନ୍ତୁ ଏବଂ ପ୍ଲାଣ୍ଟକୁ ସାହାରା ଦିଅନ୍ତୁ । କୌଣସି ଦଉଡ଼ି ସାହାଯ୍ୟରେ ବାନ୍ଧି ଦିଅନ୍ତୁ ।
18. ମନି ପ୍ଲାଣ୍ଟ
- ମାଟି ବ୍ୟତୀତ ଏହା ପାଣିରେ ମଧ୍ୟ ଲଗାଯାଇ ପାରୁଥିବା ଗଛ ଅଟେ । ଏଥିରୁ ସକରାତ୍ମକ ଶକ୍ତି ବାହାରି ଥାଏ ଏବଂ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଏହାକୁ ସୂର୍ଯ୍ୟ କିରଣର କୌଣସି ବିଶେଷ ଆବଶ୍ୟକତା ନଥାଏ ।
- ଏହା ବୃଦ୍ଧି ହୋଇଥାଏ ଏବଂ ଅମ୍ଳଜାନ ମଧ୍ୟ ଦେଇଥାଏ । ଏହିପରି ଏହି ଗଛର ନାମରୁ ହିଁ ଏହାକୁ ଧନ ଏବଂ ସମୃଦ୍ଧି ସହିତ ଯୋଡ଼ା ଯାଇଥାଏ ।
- ଏହି ଗଛକୁ ଘରେ କେଉଁଠି ବି ଲଗେଇ ପାରିବେ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ଯଦି ଘରର ଠିକ ଦିଗରେ ଲଗାଯାଏ ନାହିଁ ତ ଆର୍ଥିକ କ୍ଷତି ଘଟାଇଥାଏ। ଏହି ଗଛକୁ ଲଗାଇବା ପାଇଁ ଠିକ ଦିଗ ହେଉଛି ଦକ୍ଷିଣ-ପୂର୍ବ। ଯଦି ଆପଣ ଏହି ଦିଗରେ ଏହାକୁ ଲଗାନ୍ତି ତ ଆପଣଙ୍କୁ ସର୍ଵଦାଧିକ ଲାଭ ମିଳିଥାଏ।
19. ବାଉଁଶ ଗଛ
- ବାସ୍ତୁ ଅନୁଯାୟୀ ବାଉଁଶ ଗଛକୁ ଘରର ପୂର୍ବ ଦିଗରେ ରଖିବା ଉଚିତ୍। ଘରର ବୈଠକ ଘରେ ବଜାରରେ ମିଳୁଥିବା ଛୋଟ ବାଉଁଶର ଗଛ ଲଗାନ୍ତୁ।
- ଘରେ ବାଉଁଶ ଗଛ ନାଲି ରଙ୍ଗର ସୂତାରେ ବାନ୍ଧି ରଖନ୍ତୁ । ଏହାଦ୍ଵାରା ନା କେବଳ ଆର୍ଥିକ ସ୍ଥିତି ଦୃଢ଼ ହେବ ବରଂ ଘରେ ଉତ୍ତମ ସ୍ଥିତି ମଧ୍ୟ ରହିବ ।
- ସମସ୍ତେ ମିଳିମିଶି ସାଥିରେ ରହିବେ । ଏହାକୁ ଘରେ କେଉଁଠି ମଧ୍ୟ ସହଜରେ ଲଗାଇ ପାରିବେ । ଏହାକୁ ଘରେ ଲଗାଇବା ଦ୍ଵାରା ସନ୍ତାନ ଏବଂ ବଂଶ ସୁଖ ସମୃଦ୍ଧିରେ ରହନ୍ତି ।
- ବାଉଁଶ ଗଛ ବହୁତ ଶୀଘ୍ର ବଢିଥାଏ। ଏଥିପାଇଁ ଏହାକୁ ସମୃଦ୍ଧି ଏବଂ ଦୀର୍ଘାୟୁର ପ୍ରତୀକ ମାନାଯାଏ। ମାନ୍ୟତା ଅଛି କି ଏହି ଗଛ ଯେଉଁଠି ଥାଏ ସେଠି ଖରାପ ଆତ୍ମା ଦୂରେଇ ଯାନ୍ତି। ଭଗବାନ ଶ୍ରୀକୃଷ୍ଣ ନିଜ ପାଖରେ ସବୁବେଳେ ବାଉଁଶର ତିଆରି ବଂଶୀ ରଖିଥାନ୍ତି।
- ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ମଣିଷ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିଥାଏ ।
20. ରବର ଗଛ
- ରବର ଗଛକୁ ଘରର ଧନ ସମ୍ପତ୍ତି ଥିବା ସ୍ଥାନରେ ରଖାଯାଇଥାଏ । ଏହାଦ୍ଵାରା ଧନ ଲାଭ ହୋଇଥାଏ ।
- ଗୋଲ ପତ୍ର ଯୁକ୍ତ ରବର ଗଛ ଘରେ ରଖିବା ଶୁଭ ହୋଇଥାଏ । ଏହାକୁ ଘରେ ରଖିବା ଦ୍ଵାରା ଘରର କୌଣସି ସଦସ୍ୟଙ୍କ ସ୍ଵାସ୍ଥ୍ୟ ଖରାପ ହୁଏନାହିଁ ଏବଂ ସୁଖ ସମୃଦ୍ଧି ବଜାୟ ରହିଥାଏ ।
21. ଗଙ୍ଗଶିଉଳି ବା ପାରିଜାତ ଫୁଲ
ଏହି ଗଛର ସଂଯୋଗ ଚନ୍ଦ୍ର ଗୃହ ସହିତ ହୋଇଥାଏ । ଏହାକୁ ଘରର ପଛ ଭାଗରେ ଲଗାଇଲେ ଧନ ପ୍ରାପ୍ତିର ଯୋଗ ରହିଥାଏ ।

0 Comments
Do you have any doubts or suggestions? Ask them here in the comments!