ଗ୍ୟାସ୍‌ ସମସ୍ୟାକୁ ଦୂର କରିଥାଏ ଉଭୟ ଅଳେଇଚ

ଗ୍ୟାସ୍‌ ସମସ୍ୟାକୁ ଦୂର କରିଥାଏ ଉଭୟ ଅଳେଇଚ

ଅଳେଇଚ ଏକ ଭାରତୀୟ ମସଲା । ଅଳେଇଚର ଜନ୍ମ ସ୍ଥାନ ଭାରତ ଓ ଶ୍ରୀଲଙ୍କା । କିନ୍ତୁ ଅନ୍ୟ ଦେଶ ଯଥା ଗୁଏଟମାଲା, ମେକ୍ସିକୋ, ଇଣ୍ଡୋନେସିଆ ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ ଭାରତର ଦକ୍ଷିଣ ଭାଗରେ ସର୍ବାଧିକ ଦେଖିବାକୁ ମିଳେ । ମଈଶୂର, କୁର୍ଗ, ବ୍ୱେନାଡ୍, ଟ୍ରଭାଙ୍କୋର ଓ କୋଚିନ୍ର ଆର୍ଦ୍ର ବନ ଏହା ପାଇଁ ଅନୁକୁଳ ଅଟେ । 

ଅଳେଇଚ ପାଚିବା ଆଗରୁ ଅମଳ କରାଯାଇ ଖରାରେ ଶୁଖାଯାଏ । ଆଧୁନିକ ପଦ୍ଧତିରେ ଡ୍ରାଇଂ ମେସିନ ବ୍ୟବହାର କରାଯାଉଛି । ଅଳେଇଚର ଚୋପା ଯେତେ ସବୁଜ ହେବ ସେତେ ଭଲ ବୋଲି ଜଣାଯାଏ । ଥରେ ଅଳେଇଚର ଚୋପା ବାହାରି ଗଲେ,ଏହାର ସୁଗନ୍ଧ ନଷ୍ଟ ହୋଇଯାଏ । ତେଣୁ ସାଧାରଣତଃ ଏହାକୁ ରୋଷେଇ ପୂର୍ବରୁ ଚୋପାରୁ ଅଲଗା କରାଯାଏ । ଏହାର ମୁଲ୍ୟ ବଜାରରେ ବହୁତ ଅଧିକ ।

ଆମ ଭାରତୀୟ ବ୍ୟଞ୍ଜନରେ ଅଳେଇଚକୁ ଗରମ ମସଲା ଭାବେ ବ୍ୟବହାର କରାଯାଇଥିବା, ପାନ ମଧ୍ୟରେ ଅଳେଇଚ ଦେଇ ଖିଆଯାଇଥିବା  ବେଳେ ଆରବ ରାଷ୍ଟ୍ରରେ ବିରିୟାନୀ ପରି ସୁଆଦିଆ ବ୍ୟଞ୍ଜନରେ ଏଇ ମସଲାର ଉପଯୋଗ ହୁଏ ଏବଂ କଫିରେ ଅଳେଇଚ ଓ ଖିର ସର ଦେଇ ଅତିଥି ଚର୍ଚା କରିବା ଏକ ପରମ୍ପରା ଅଟେ । ଖାଦ୍ୟ ବିଶେଷଜ୍ଞ ମତରେ ଅଳେଇଚ ଗୁଣ୍ଡ ମିଶା ଚା' ପିଇବା ସ୍ଵାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।

ସାଧାରଣତଃ ଦୁଇ କିସମର ଅଳେଇଚ ଦେଖିବାକୁ ମିଳିଥାଏ- ସବୁଜ (ଛୋଟ) ଓ କଳା (ବଡ଼) । ଓଡ଼ିଆରେ ଏହି ସବୁଜ (ଛୋଟ) ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ । ଏହାର ଗଛ ୩-୫ ଫୁଟ ଉଚ୍ଚ ହୋଇଥାଏ ଓ ପତ୍ର ୧-୨ ଫୁଟ ଲମ୍ବା ହୋଇଥାଏ ।

1. ଗ୍ୟାସ୍‌ ସମସ୍ୟାକୁ ଦୂର କରିଥାଏ

  1. ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ଅନେକଙ୍କ କ୍ଷେତ୍ରରେ ଗ୍ୟାସ ସମସ୍ୟା, ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି । ତେବେ ଗ୍ୟାସ ସମସ୍ୟାରେ ଘାଣ୍ଟି ହେଉଥିଲେ, ଏଥିପାଇଁ କଳା ଅଳେଇଚ ବ୍ୟବହାର କରିବା ଲାଭଦାୟକ ହୋଇଥାଏ । ଏହା ଖାଇବା ଦ୍ବାରା, ଗ୍ୟାସ୍ ସମସ୍ୟାକୁ ଦୂର କରିବାରେ ଏହା ସହାୟକ ହୋଇଥାଏ ।
  2. କଳା ଅଳେଇଚ ଖାଇଲେ ପେଟରେ ଏସିଡ୍‌ର ମାତ୍ରା ନିୟନ୍ତ୍ରିତ ରହିଥାଏ। ଫଳରେ ଗ୍ୟାଷ୍ଟିକ୍‌ ଓ ଅଲସର୍‌ ପରି ସମସ୍ୟା ଦୂର ହୋଇଥାଏ।
  3. କଳା ଅଳେଇଚରେ କାର୍ମିନାଟିଭ୍‌ ନାମକ ଗୁଣ ମିଳିଥାଏ, ଯାହା ଭୋକ ନହେବାର ସମସ୍ୟାକୁ ଦୂର କରିଥାଏ । ଯଦି ଆପଣ ନିଜ ଖାଦ୍ୟରେ କଳା ଅଳେଇଚ ଖାଇବେ, ତେବେ ଆପଣ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।
  4. ଯଦି ଆପଣ  ବଦହଜମିର ଶିକାର ହୋଇଥିବେ ତେବେ ଏଥିରୁ ମୁକ୍ତି ପାଇବା ଲାଗି ଆପଣ ଦୁଇଟି ଅଳେଇଚ ଖାଇ ପାରନ୍ତି ।
  5. ସବୁଜ ଅଳେଇଚ ଖାଇବା ଦ୍ୱାରା ପେଟ ର ହଜମ ପ୍ରଣାଳୀ ଠିକ ରୁହେ ତା ସହ ଏଥିରେ ଥିବା ଆଣ୍ଟି ଵାକଟୋରିଅଲ ରସାୟନ ଯୋଗୁ ଆମ ମୁଖ ରୁ ବାହାରୁ ଥିବା ଗନ୍ଧ ବି ଦୂର ହୁଏ। ଅଳେଇଚ ର ଓଷଧିକୁ ଗୁଣ ଦ୍ୱାରା ଆମକୁ ମୁଖ ଗନ୍ଧ , ବି ଭୋକ ସମସ୍ୟା, ଗ୍ୟାସ ,ବଦହଜମି, ଏନ୍ଟି ସେପ୍ଟିକ ଏସବୁ ଅସୁବିଧା ରୁ ଆମକୁ ଦୁରେଇ ରଖେ.
  6. ଆମେ ଯଦି ନିୟମିତ ଭାବେ ରାତିରେ ୨ ତା ଅଳେଇଚ ଖାଇ ଗିଲାସେ ପାଣି ପିଇବା ଦ୍ୱାରା ଆମର ଏସିଡ଼ିଟି , ବାନ୍ତି ଲାଗିବା ଓ ଖାଦ୍ୟ ପ୍ରତି ଅରୁଚି ଭାବ ଦୂର ହୁଏ।

2. ହଜମ ସମ୍ବନ୍ଧିୟ ରୋଗ

ଉଭୟ ଅଳେଇଚ ଏବଂ କ୍ଷୀରରେ ପ୍ରଚୁର ଫାଇବର ଉପସ୍ଥିତ | ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ଫାଇବରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | | ଯେଉଁମାନେ ପେଟରେ ଖାଦ୍ୟ ସଠିକ୍ ଭାବରେ ହଜମ କରନ୍ତି ନାହିଁ, ଏହିପରି ଲୋକମାନେ ଖାଦ୍ୟ ଗ୍ରହଣ କରିବା ପରେ ନିଶ୍ଚିତ ଭାବରେ କ୍ଷୀର ଏବଂ ଅଳେଇଚ ଖାଇବା ଉଚିତ୍ | ହଜମ ସଠିକ୍ ଭାବରେ କାମ କରେ ଏବଂ ଏହା ଆପଣଙ୍କୁ ହଜମ ସମ୍ବନ୍ଧୀୟ କୌଣସି ରୋଗରୁ ସୁରକ୍ଷିତ ରଖେ |

  1. କଳା ଅଳେଇଚରେ କାର୍ମିନାଟିଭ୍‌ ନାମକ ଗୁଣ ମିଳିଥାଏ, ଯାହା ଭୋକ ନହେବାର ସମସ୍ୟାକୁ ଦୂର କରିଥାଏ ।
  2. ପିଲାଙ୍କୁ ଭୋକ ନଲାଗୁଥିଲେ ଛୋଟ ଅଳେଇଚ ଗୁଣ୍ଡ ଓ ଅଦାରସ କ୍ଷୀରରେ ମିଶାଇ ପିଲାଙ୍କୁ ପିଆଇଲେ ଭୋକ ଲାଗିଥାଏ । 
  3. ଅଳେଇଚ ର ଅନେକ ଫାଇବର ଥାଏ ଯାହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଠିକ କରିବାରେ ଉପଯୋଗୀ | ଯଦି ହଜମ ଭଲ ହୁଏ, ତେବେ କୋଷ୍ଠକାଠିନ୍ୟର କୌଣସି ଅଭିଯୋଗ ଆସିବ ନାହିଁ |

3. ଅମ୍ଳତା ଦୂର କରିଥାଏ

  1. ଅତ୍ୟଧିକ ତେଲିଆ ଖାଦ୍ୟ ଖାଇବା ହେତୁ ପ୍ରାୟତଃ ଅମ୍ଳତା ସମସ୍ୟା ଦେଖାଯାଇଥାଏ । ତେଣୁ, ଆପଣ ନିଜ ଖାଦ୍ୟରେ କଳା ଅଳେଇଚ ଅନ୍ତର୍ଭୁକ୍ତ କରିପାରିବେ । ଆପଣ ଖାଦ୍ୟରେ ଯେକୌଣସି ଉପାୟରେ କଳା ଅଳେଇଚ ବ୍ୟବହାର କରିପାରିବେ । ଏହା କରିବା ଦ୍ୱାରା ଅମ୍ଳତା ସମସ୍ୟା ସହଜରେ ଦୂର ହୋଇଥାଏ ।
  2. ଅମ୍ଳ ହେବା ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ କଳା ଅଳେଇଚ ବହୁତ୍ ଉପକାରୀ ହୋଇଥାଏ । ପ୍ରତିଦିନ ନିଜ ଖାଦ୍ୟରେ, ଯେ କୌଣସି ଉପାୟରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହା ବ୍ୟବହାର କରିବା ଫଳରେ, ଏହା ଅମ୍ଳ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ  ।
  3. ଅଳେଇଚରେ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ଵ ପାଚନ ତନ୍ତ୍ରକୁ ଶକ୍ତି ଯୋଗାଇବା ସହ ଅମ୍ଳ ଆଦି ସମସ୍ୟାକୁ ଦୂର କରେ। ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଅଳେଇଚ ଗୁଣ୍ଡକୁ ମିଶାଇ ଖାଇପାରିବେ ।

4. ବହୁତ ଅଧିକ ଭୋକ ଲାଗିଥାଏ

ଅତିଚ୍ଛେଦ ତଥା ଏକ ଏପରି ରୋଗ ଯେତେବେଳେ କି ଆମକୁ ବହୁତ ଅଧିକ ଭୋକ ଲାଗିଥାଏ ସେତେବେଳେ ଅଳେଇଚକୁ ଆମେ ସକାଳେ ତଥା ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଆମର ଏହି ସମସ୍ୟା ଦୂର ହେଇଥାଏ। ଏହି ଅଳେଇଚର ଓଜନ ସର୍ବାଧିକ ୧ ଅଥବା .୭୫ ଗ୍ରାମ ହେବା ଦରକାର ଯାହାକୁ କି ଆମକୁ ସକାଳେ ତଥା ସନ୍ଧ୍ୟାରେ ସେବନ କରିବା ଦରକାର।

5. ପଥୁରୀ,ଯକୃତ ତଥା ଆପଣଙ୍କ ପିତ୍ତ ଜନିତ ସମସ୍ତ ସମସ୍ୟା

  1. ଆପଣଙ୍କ ବଢି ଯାଇଥିବା ଯକୃତ ତଥା ଆପଣଙ୍କ ପିତ୍ତ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ଆପଣ ୧-୨ ଗ୍ରାମ ଅଳେଇଚ ସକାଳେ ତଥା ସନ୍ଧ୍ୟାରେ ସେବନ କରନ୍ତୁ ଯାହା ଆପଣଙ୍କ ସମସ୍ୟା ଦୂର କରିବ। 
  2. ଅଳେଇଚ ମଞ୍ଜି ଚୂର୍ଣ୍ଣ, ୩ ଗ୍ରାମକୁ ସୋରିଷ ବଟାରେ ମିଶାଇ ନିୟମିତ ସବେନ କଲେ ଯକୃତ ଜନୀତ ରୋଗ ଦୂର ହୋଇଥାଏ । ଅଳେଇଚ ଚୂର୍ଣ୍ଣ ୧-୨ ଗ୍ରାମ ନିୟମିତ ସେବନ କଲେ ମଧ୍ୟ ଲାଭ ମିଳିଥାଏ । 

6. ଖରାଟେ ବା (ଘୁଙ୍ଗୁଡ଼ି)

ଉଷୁମ ପାଣିରେ ଅଳେଇଚ ଖାଆନ୍ତୁ, ଏହା ନିଦ ଆଣିବ ଏବଂ ଖରାଟେ ବା (ଘୁଙ୍ଗୁଡ଼ି) ହେବାର ସମସ୍ୟା ମଧ୍ୟ ଦୂର ହୋଇଯିବ।

7. ତଣ୍ଟି ପଡି ଯାଇଥାଏ

  1. ଯଦି ସକାଳେ ତଣ୍ଟି ପଡି ଯାଇଥାଏ ତାହାଲେ ସକାଳୁ ଉଠି ଗୋଟେ ଅଳେଇଚକୁ ଚୋବେଇ ଖାଇ ଥଣ୍ଡା ପାଣି ଗିଲାସେ ପି ଦିଅନ୍ତୁ , ଆରାମ ଲାଗିବ।
  2. କିଛି ଅଳେଇଚ ଓ ଡାଳଚିନିର ଅର୍କକୁ ମିଶାଇ କୁଳୀ କଲେ ମୁଖ ରୋଗ ଯଥା ଫରେଞ୍ଜାଇଟିସ୍, ଥଣ୍ଡା ଜନିତ ରୋଗ ଯେପରିକି ଗଳା କୁଣ୍ଡାଇବା, ଘଣ୍ଟିକାର ଦରଜ, ଗଳା ବସିଯିବା ଇତ୍ୟାଦି ଉପସମ କରେ ।
  3. ଯଦି ଆପଣଙ୍କର ଳାରେ ସମସ୍ୟା କିମ୍ୱା ଯନ୍ତ୍ରଣା ହେଉଛି, ତେବେ ସକାଳେ ଉଠିବା ସମୟରେ ଓ ରାତିରେ ଶୋଇବ ସମୟରେ ଅଳେଇଚକୁ ଚୋବାଇ ଚୋବାଇ ଖାଆନ୍ତୁ ଓ ଗରମ ପାଣି ପିଅନ୍ତୁ । ଏଥିରୁ ଗଳା ଯନ୍ତ୍ରଣା ଜନିତ ସମସ୍ୟାରୁ ଆରାମ ମିଳିବ ।
ଏହିସବୁ ପ୍ରଣାଳୀ କରିବା ପୂର୍ବରୁ ନିଶ୍ଚିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Post a Comment

0 Comments