ଗର୍ଭବସ୍ଥାରେ ତୁଳସୀ ପତ୍ର ଖାଇବା ଉଚିତ ନା ନାହିଁ

ଗର୍ଭବସ୍ଥାରେ ତୁଳସୀ ପତ୍ର ଖାଇବା ଉଚିତ ନା ନାହିଁ

ଔଷଧୀୟ ଗୁଣ ଓ ପ୍ରୟୋଗ ଦୃଷ୍ଟିରୁ ତୁଳସୀ ବୃକ୍ଷ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ  । ଏହାର ଔଷଧୀୟ ଗୁଣ ବିଷୟରେ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି  । 

  1. ଆମ ଶରୀରରେ ପିଏଚ୍ ସ୍ତରକୁ ସନ୍ତୁଳିତ ରଖିବାରେ ତୁଳସୀ ବହୁତ ପ୍ରଭାବିତ ହୋଇଥାଏ।
  2. ଏହା ଛଡା ଯଦି ଆପଣ ଶୀତ ଦିନରେ ନାଲି ଚା ପିଇବାକୁ ଚାହୁଞ୍ଚନ୍ତି ତେବେ ସେଥିରେ କୃଷ୍ଣ ତୁଳସୀ ପତ୍ର ପକାଇ   ପିଅନ୍ତୁ ।  କାରଣ ଏହା ଟିକେ ଗରମ ସ୍ଵଭାବର ଅଟେ ।
  3. କୃଷ୍ଣ ତୁଳସୀ ଗଛ ଘରେ ଲଗାଇବା ଦ୍ୱାରା ଘରକୁ ମଶାମାନଙ୍କ ଠାରୁ ରକ୍ଷା ମିଳେ । କାହିଁକି ନା ଏହାର ସୁଗନ୍ଧ ଅଳ୍ପ କଡା ଅଟେ ।
  4. ଶିଶୁଙ୍କୁ ଦୃଷ୍ଟି ପଡିଲେ ତୁଳସୀ ଗଛରୁ ଝଡିପଡିଥିବା ପତ୍ର ଶିଶୁ ମୁଣ୍ତ ଠାରୁ ପାଦ ପର୍ଯ୍ୟନ୍ତ ଘସିଲେ ଦୃଷ୍ଟି ଛାଡିବାର ବିଶ୍ଵାସ ରହିଛି ।
  5. ଗରମ ଦିନ ମାନଙ୍କରେ ରାମ ତୁଲସୀ ପତ୍ରର ସର୍ବତ କରି ସେବନ କରିବା ଉଚିତ କାହିଁକି ନା ଏହା ଅଳ୍ପ ଥଣ୍ତା ଲାଗେ । 
  6. ତୁଳସୀ  ମଂଜି ମଧ୍ୟ ଅତ୍ୟନ୍ତ ଦରକାରୀ । ଆପଣ ଯେତେବେଳେ ଘରେ କ୍ଷିରି କରୁଛନ୍ତି ସେଥିରେ ରାତିରେ ଭିଜାଇଥିବା ତୁଳସୀ ମଂଜି ଯଦି କିଛି ପକାଇଦେବେ ତାହାର ସୁଗନ୍ଧ ମହକିବ ଏବଂ କ୍ଷିରିର ଟେଷ୍ଟ ଭଲ ରହିବ ।

1.ଶରୀରକୁ ଶକ୍ତି

ତୁଳସୀ ପତ୍ରକୁ ଚୋବାଇବା ପରିବର୍ତ୍ତେ ଜିଭରେ ରଖିବା ଉଚିତ ।  ଦହିରେ ଅଳ୍ପ କିଛି ତୁଳସୀ ପତ୍ର ମିଶାଇ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଦିନସାରା ଶରୀରକୁ ଶକ୍ତି ଆଣିଥାଏ ।

2. ଗର୍ଭବସ୍ଥା ସମୟରେ ତୁଳସୀ ପତ୍ର ଖାଇବା କେତେ ଜରୁରୀ

  1. ମହିଳାମାନେ ଗର୍ଭବତୀ ଥିବା ସମୟରେ ତୁଳସୀ ବ୍ୟବହାର ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ପ୍ରାକୃତିକ ଗୁଣରେ ପରିପୂର୍ଣ୍ଣ ତୁଳସୀ ପତ୍ରରେ କୌଣସି ବାହ୍ୟ ସଂକ୍ରମଣ ନଥାଏ।
  2. ତୁଳସୀ ପତ୍ରରେ ବ୍ୟାକ୍ଟେରିଆ ନୋରୋଧ ଗୁଣ ଭରି ରହିଥିବାରୁ ଏହା ଗର୍ଭ ମଧ୍ୟରେ ଥିବା ଶିଶୁକୁ ସମ୍ପୁର୍ଣ୍ଣ ରୂପେ ସୁରକ୍ଷା ବଳୟ ମଧ୍ୟରେ ରଖିଥାଏ। ଏହା ବ୍ୟତୀତ ନିୟମିତ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଏହା ଶରୀର ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
  3. ଗର୍ଭବସ୍ଥା ସମୟରେ ଦିନକୁ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତ ପରିମାଣ ବୃଦ୍ଧି ହୋଇଥାଏ। ଗର୍ଭବସ୍ଥା ସମୟରେ ଅଧିକାଶଂ ମହିଳାଙ୍କ ଠାରେ ରକ୍ତହୀନତା ଦେଖାଯାଏ। ତେଣୁ ତୁଳସୀ ପତ୍ର ଖାଇବା ଅତ୍ୟନ୍ତ ଜରୁରୀ ଅଟେ।
  4. ତୁଳସୀ ପତ୍ରରେ ଭିଟାମିନ-ଇ ରହିଥାଏ। ଏହା ଗର୍ଭରେ ଥିବା ଶିଶୁ ଶାରୀରିକ ବିକାଶ କ୍ଷେତ୍ରରେ ସହାୟକ ହୋଇଥାଏ।
  5. ମ୍ୟାଗନେସିୟମ ପରିମାଣ ତୁଳସୀ ପତ୍ରରେ ରହୁଥିବାରୁ ଏହା ଶିଶୁର ହାଡ ଓ ମସ୍ତିଷ୍କ ଶକ୍ତ କରିଥାଏ।
  6. ଗର୍ଭବସ୍ଥା ସମୟରେ ନିୟମିତ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଗର୍ଭରେ ଥିବା ଶିଶୁ ପ୍ରତି ଆସୁଥିବା ସମସ୍ତ ସଂକ୍ରମଣ ଦୂର ହୋଇଥାଏ।
  7. ମହିଳା ମାନଙ୍କର ଗର୍ଭାବସ୍ଥାରେ ହେଉଥିବା ବାରମ୍ବାର ବାନ୍ତି ରୁ ମୁକ୍ତି ପାଇବା ପାଇଁ  ତୁଳସୀ ତୋଳିଆଣି ଧୋଇ ଚୋବାଇ ଖାଆନ୍ତୁ |

3. ତରଳ ଝାଡା ଏବଂ ବାନ୍ତି

  1. ତୁଳସୀର କିଛି ପତ୍ର ପେସି ସେଥିରେ ମହୁ ଏବଂ ଜିରା ପାଉଣ୍ଡର ମିଶାଇ ଏହାର ସେବନ କଲେ ଏହା ତରଳ ଝାଡାରେ ବହୁତ ଲାଭ ଦାୟକ ହୋଇଥାଏ ।
  2. ଯଦି ବାରମ୍ବାର ବାନ୍ତି ହଉଥାଏ ତେବେ ତୁଳସୀର ରସରେ ଅଦା ମିସାଇ ଏହା ସେବନ କଲେ ଏଥିରୁ ଆରାମ ମିଳିଥାଏ ।

4. ଡିହାଇଡ୍ରେସନ୍‌ ର ସମସ୍ୟା ଦୂର

ତୁଳସୀ ପତ୍ରରେ ଜୀରା ପାଉଡର ମିଶାଇ ଖାଇବା ଦ୍ୱାରା ଡିହାଇଡ୍ରେସନ୍‌ ସମସ୍ୟା ଦୂର ହୋଇଯାଏ।

5. କ୍ଷୀର ସାଙ୍ଗରେ ତୁଳସୀ ମିଶେଇ ରାତିରେ ପିଇଲେ

  1. ସବୁ ବେଳେ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ଅନେକ ଲାଭ ମିଳି ଥାଏ । କ୍ଷୀର ଏବଂ ତୁଳସୀ ପତ୍ରରେ ଥିବା ନ୍ୟୁଟ୍ରିଏଣ୍ଟସ କେତେ ପ୍ରକାର ରୋଗରୁ ବଞ୍ଚେଇବା ରେ ସାହାଯ୍ୟ କରି ଥାଏ । ଏଥିରେ ମଧ୍ୟ ଡାଇୟୁରେଟିକ୍‌ ଗୁଣ ରହଛି। 
  2. ଏଥି ପାଇଁ ଜମ୍ମୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦର ଡାକ୍ତର ନିଖିଲ୍‌ ଶର୍ମାଙ୍କ ମତରେ ରାତିରେ ସବୁ ବେଳେ ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଅନ୍ତୁ ଏବଂ ଏହାର ଲାଭ ପାଆନ୍ତୁ ।

Post a Comment

0 Comments