ଚର୍ମ ରୋଗରୁ ରକ୍ଷା ପାଇଁ ତୁଳସୀର ବ୍ୟବହାର
ଚର୍ମ ରୋଗରୁ ରକ୍ଷା ପାଇଁ ତୁଳସୀର ବ୍ୟବହାର
ତୁଳସୀ ପତ୍ର ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ହୁଏ ଏବଂ ରକ୍ତରେ ଥିବା ଅପରିଷ୍କାରତା ସଫା ହୋଇଯାଏ | ମୁହଁରେ ବ୍ରଣ ଏବଂ ଦାଗର କୌଣସି ଅସୁବିଧା ନାହିଁ | ଏହା ବ୍ୟତୀତ ତୁଳସୀ ପେଷ୍ଟ ଲଗାଇବା ଦ୍ୱାରା ଚେହେରାରେ ଥିବା ଜୀବାଣୁକୁ ଦୂର କରିଥାଏ | ଏହାଦ୍ୱାରା ଚର୍ମରେ କୌଣସି ବ୍ରଣ ପିମ୍ପଲ୍ ରହେ ନାହିଁ |
1. ତ୍ୱଚା
- ଉପକାରୀ ଗୁଣରେ ଭରପୁର ତୁଳସୀ ରସରେ ଥାଇମୋଲ ତତ୍ତ୍ୱ ରହିଥାଏ,ଯାହା ତ୍ୱାଚାର ରଙ୍ଗରେ ପରିବର୍ତ୍ତନ ଆଣିଥାଏ। ତୁଳସୀପତ୍ରର ରସରେ ସଠିକ୍ ମାତ୍ରାରେ ଲେମ୍ବୁ ରସ ମିଶାଇ ରାତିରେ ଲଗାଇଲେ ମୁହଁର କଳାଦାଗ ଦୂର ହୋଇଥାଏ।
- ତ୍ୱଚା ଜନିତ ସମସ୍ୟା ଓ କୁଣ୍ଡିଆ ରୋଗ ପାଇଁ ତୁଳସୀପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରର ପ୍ରଭାବିତ ସ୍ଥାନରେ ଏହାକୁ ଲଗାଇଲେ କିଛି ଦିନ ମଧ୍ୟରେ ଏହି ରୋଗ ଦୂର ହୋଇଥାଏ।
- ତୁଳସୀ-ଦୁଧ ପିଇବା ଦ୍ୱାରା ସ୍କିନ୍ ମଧ୍ୟ ଗ୍ଲୋ କରିଥାଏ ।
- 50 ଗ୍ରାମ ତୁଳସୀ ପାତ୍ରରେ 50 ଗ୍ରାମ ଲେମ୍ଭୁ ରସ ମିଶାଇ ପେଷି ଦିଅନ୍ତୁ | ଏଥିରୁ ପ୍ରସ୍ତୁତି କ୍ରିମ ମୁହଁରେ ଲଗାନ୍ତୁ | ସପ୍ତାହକୁ ଥରେ ମୁହଁରେ ଲଗାଇଲେ ଚମକ ଆସିଥାଏ |
- ତୁଳସୀ ପତ୍ରକୁ ଖାଲି ପାଣିରେ ବାଟି ମୁହଁରେ ଲଗାଇଲେ ତ୍ୱଚା ଲୋଚାକୋଚା ହୋଇ ନ ଥାଏ |
- ଶରୀରରେ ବଟା ତୁଳସୀ ପତ୍ର ଲଗାଇଲେ ବହୁ ରୋଗ ଆପଣଙ୍କୁ ସ୍ପର୍ଶ କରିପାରିବନି |
- ପ୍ରତିଦିନ ତୁଳସୀ 3 ରୁ 4 ଟି ଖାଇଲେ ମଧ୍ୟ ମୁହଁରେ ଉଜ୍ଜ୍ୱଲତା ଆସିଥାଏ |
- କିଛି ତୁଳସୀ ପତ୍ରକୁ ବାଟି ହଳଦୀ ସହ ମୁହଁରେ ଲଗାନ୍ତୁ ଏବଂ ଏକ ଘଣ୍ଟା ରଖି ଏହାକୁ ଧୋଇ ଦିଅନ୍ତୁ ଦେଖିବେ କିଛି ଦିନ ଏପରି କରିବା ଦ୍ୱାରା ମୁହଁ ରେ ଚମକ ଚାଲି ଆସିବ।
2. ବ୍ରଣ
- ନିୟମିତ ତୁଳସୀ ପତ୍ର ଖାଇବା ଓ ମୁହଁରେ ଲଗାଇବା ଦ୍ୱାରା ମୁଖ୍ୟବ୍ରଣ ଦୂର ହେବା ସହିତ ମୁହଁରୁ ଦାଗ ଲିଭିଥାଏ |
- ମୁହଁର ଦାଗ ଦୂର ପାଇଁ ତୁଳସୀ ପତ୍ର, ନିମ୍ବ ପତ୍ର, ପୋଦିନା ପତ୍ରକୁ ରାତିରେ ଭିଜାଇ ସେହି ପାଣିକୁ ଛାଣି ମୁହଁରେ ଲଗାଇଲେ ସମସ୍ତ ଦାଗ ଦୂର ହୋଇଯାଏ ।
- ତୁଳସୀ ପତ୍ରକୁ ଲେମ୍ବୁରସରେ ମିଶାଇ ବ୍ରଣରେ ୧୦ ମିନିଟ ଲଗାଇ ରଖି ଧୋଇଦେଲେ ବ୍ରଣ ଭଲ ହୋଇଯାଏ । ତୁଳସୀ ଫେସକ୍ରିମ ବ୍ରଣକୁ ଦୂର କରିବାରେ ମଧ୍ୟ କାର୍ଯ୍ୟ କରିଥାଏ ।
- ତୁଳସୀ ପତ୍ର ଗୁଣ୍ଡ କରିକି ମୁହଁରେ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଯାଏ।
- ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ତୁଳସୀ ବ୍ୟବହାର କରି ପାରିବେ । କମଳା ଚୋପା ଗୁଣ୍ଡ ସହିତ ତୁଳସୀ ପତ୍ର ,ଗୋଲାପଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ,ସେହି ପେଷ୍ଟକୁ ବ୍ୟବହାର କରିବା ଦ୍ୱାରା , ଧିରେଧିରେ ବ୍ରଣ ସମସ୍ୟା ଦୂର ହୋଇଥାଏ ।
3. ଯାଦୁ ଏବଂ ଧଳାଦାଗ
- ତୁଳସୀ ପତ୍ରକୁ ଗଙ୍ଗା ଜଳରେ ବାଟି ଶରୀରରେ ଲଗାଇଲେ ଧଳାଦାଗ କିଛି ଦିନ ପରେ ମଧ୍ୟ ଲିଭିଯାଇଥାଏ । ଚର୍ମ ରୋଗ ଧଳା ଛଉ, ଯାଦୁ ହୋଇଥିଲେ ତୁଳସୀ ପତ୍ର ସେହି ସ୍ଥାନରେ ଘସିଲେ ଭଲ ହୋଇଥାଏ ।
- ତୁଳସୀ ମାଳିର ମଧ୍ୟ ଶରୀର ବିଶେଷ କରି ଚର୍ମ ପାଇଁ ଔଷଧୀୟ ଲାଭ ଅଛି । ସୁନା ହାରଠାରୁ ଅଧିକ ଲାଭ ଦେଇଥାଏ ତୁଳସୀ ମାଳ । ଶରୀର ପାଇଁ ବେଶ ଉପକାରୀ ହୋଇଥାଏ ।
- ତୁଳସୀ ପତ୍ରକୁ ଲେମ୍ବୁ ରସରେ ବାଟି ଯାଦୁରେ ଲେପ ଦେଲେ ଯାଦୁ ଭଲ ହୋଇଯାଏ ।
4. ଖଣ୍ଡିଆ, କାଛୁଁକୁଣ୍ଡିଆ କିମ୍ବା କଟିଯିବା କ୍ଷତ
- ଖଣ୍ଡିଆ କିମ୍ବା କଟିଯିବା କ୍ଷତ ରୁ ଉପଶମ ମିଳେ।- ଯଦି ଆପଣ ଆଘାତ ପାଇଛନ୍ତି, ଆଲୁମ ସହିତ ତୁଳସୀ ପତ୍ର ଲଗାନ୍ତୁ ଏବଂ କ୍ଷତକୁ ଶୀଘ୍ର ଭଲ କରନ୍ତୁ । ତୁଳସୀ ଆଣ୍ଟି ବ୍ୟାକ୍ଟେରିଆଲ୍ ଉପାଦାନ ଧାରଣ କରିଥାଏ ଯାହା କ୍ଷତକୁ ପାଚିବାକୁ ଦେଇନଥାଏ ।ଏହା ବ୍ୟତୀତ ତୁଳସୀ ପତ୍ରକୁ ତେଲ ସହିତ ଲଗାଇବା ଦ୍ୱାରା ଜଳିବା ସମ୍ବେଦନଶୀଳତା ମଧ୍ୟ କମିଯାଏ।
- ଆପଣ ଯଦି ପୋଡା ଘାରେ ତୁଳସୀ ରସ ନଡ଼ିଆ ତେଲ ଫେଣ୍ଟି ଲଗାଇବେ ଦେଖିବେ ଜଳାପୋଡା କମିଯିବ । ଫୋଟକା ଶୀଘ୍ର ଶୁଖିଯିବ ।
- ତୁଳସୀ ପତ୍ରର ରସ କାଛୁଁକୁଣ୍ଡିଆ ପାଇଁ ମଧ୍ୟ ଭଲ । କାଛୁ କୁଣ୍ଡିଆ ହେଲେ ତୁଳସୀ ପତ୍ରକୁ ରାଶିତେଲରେ ଭିଜାଇ ଲଗାଇଲେ ଭଲ କାମ ଦିଏ ।
5. ଦାନ୍ତରୋଗ ଏବଂ ମୁଖ ଦୁର୍ଗନ୍ଧ
- ତୁଳସୀ ପତ୍ର ଚୋବାଇବା ଦ୍ୱାରା ମୁହଁର ଗନ୍ଧ ଦୂର ହୋଇଯାଏ।
- ଖାଦ୍ୟ ଖାଇସାରିବା ପରେ ତୁଳସୀ ପତ୍ର କୁ ଚୋବାଇ ଖାଇବା ଦ୍ୱାରା ଦାନ୍ତ ରେ ପୋକ ଲାଗିନଥାଏ ଏବଂ ମୁଖ ଦୁର୍ଗନ୍ଧ ରୁ ରକ୍ଷା ମିଳିଥାଏ I
- ଯଦି ଆପଣଙ୍କ ପାଟି ଖରାପ ଲାଗେ, ତେବେ କିଛି ତୁଳସୀ ପତ୍ର ଚୋବାନ୍ତୁ। ଏହା କରିବା ଦ୍ୱାରା ମୁଖ ଦୁର୍ଗନ୍ଧ ହୁଏ।
- ଦାନ୍ତରୋଗ ପାଇଁ ମଧ୍ୟ ତୁଳସୀ ଲାଭଦାୟକ । ତୁଳସୀ ପତ୍ରକୁ ଖରାରେ ରଖି ଶୁଖାଇ ଗୁଣ୍ଡ ତିଆରି କରନ୍ତୁ । ତା’ପରେ ଏହା ଦାନ୍ତମଞ୍ଜନ ସହିତ ମିଶାଇ ବ୍ୟବହାର କରିବା ଉଚିତ୍ ।
0 Comments
Do you have any doubts or suggestions? Ask them here in the comments!