ବୀର୍ଯ୍ୟ ଶୀଘ୍ର ପତନ ବନ୍ଦ କରିବାର ଉପାୟ
ବୀର୍ଯ୍ୟ ଶୀଘ୍ର ପତନ ବନ୍ଦ କରିବାର ଉପାୟ
ବୀର୍ଯ୍ୟ ପତଳା ହେତୁ ଗର୍ଭଧାରଣ କରିବାରେ ସକ୍ଷମ ହୁଏ ନାହିଁ, ସେତେବେଳେ ଏହା ହୁଏ ଯେତେବେଳେ କେହି ଅଧିକ ସଂଭୋଗ କରେ କିମ୍ବା ଅନ୍ୟ କୌଣସି ରୋଗରେ ପୀଡିତ ହୋଇ ବୀର୍ଯ୍ୟକୁ ନଷ୍ଟ କରିଦିଏ |
ବୀର୍ଯ୍ୟରେ ଜୀବନ୍ତ ଶୁକ୍ରାଣୁ ଅଭାବ ହେତୁ ମହିଳାମାନେ ଗର୍ଭବତୀ ହୋଇପାରିବେ ନାହିଁ | ବୀର୍ଯ୍ୟ ପରୀକ୍ଷଣରେ, 7.8 pH ରୁ 8.2 pH ବୀର୍ଯ୍ୟ ଗର୍ଭଧାରଣ ପାଇଁ ସଠିକ୍ ବିବେଚନା କରାଯାଏ | ବୀଜରେ X ଏବଂ Y ରେ ଦୁଇ ପ୍ରକାରର ଶୁକ୍ରାଣୁ ଅଛି | X ଶୁକ୍ରାଣୁ ଏକ ଝିଅକୁ ଜନ୍ମ ଦିଅନ୍ତି ଏବଂ Y ଶୁକ୍ରାଣୁ ଏକ ପୁତ୍ର ଜନ୍ମ କରନ୍ତି | ଗୋଟିଏ ଶୁକ୍ରାଣୁର ଲମ୍ବ ପ୍ରାୟ 1/500 ଇଞ୍ଚ |
ଶୀଘ୍ରପତନ ଅର୍ଥ ସଂଭୋଗ ସମୟରେ ଜଣେ ପୁରୁଷର ନିଜ ସାଥୀଙ୍କ ଅପେକ୍ଷା ଲିଙ୍ଗରୁ ଶୀଘ୍ର ବିର୍ଯ୍ୟ ପତନ ହେବା । ଯାହା ବେଳେବେଳେ ସମୟ ପୂର୍ବରୁ ବା ସଂଭୋଗ କରିବା ପୂର୍ବରୁ ମଧ୍ଯ ପତନ ହୋଇପାରେ । ଏହା ଫଳରେ ଲିଙ୍ଗର ପୂର୍ଣ୍ଣ ଉତ୍ଥାନ ପୂର୍ବରୁ ଶୀଘ୍ରପତନ ଘଟିଥାଏ । ସେଥିପାଇଁ କିଛି ଉପାୟ ଅଛି ଯାହାଦ୍ୱାରା ବୀର୍ଯ୍ୟ ଶୀଘ୍ର ପତନ ବନ୍ଦ କରିପାରିବା | ଆୟୁରର୍ବେଦ ରେ ଲେଖା ଅଛି -
ତୁଳସିବୀଜ ଚୂର୍ଣ୍ଣନ୍ତୁ ତାମ୍ବୁଳୈ ସହଭକ୍ଷୟତ୍
ନ ମୁଞ୍ଚତି ନରୋ ବୀର୍ଯ୍ୟଂ ଘଡିନାଂ ସପ୍ତକାବଧି ।।
ଅର୍ଥ – ତୁଳସି ମଞ୍ଜି ଚୂର୍ଣ୍ଣ ପାନରେ ଖାଇଲେ ରମଣ କାଳରେ ସାତ ଘଡ଼ି ଯାଏ ପୁରୁଷର ବୀର୍ଯ୍ୟ ନ ଟଳେ ।
- ଗେଣ୍ଡୁଫୁଲ ମଞ୍ଜି ସୁକି ଓଜନ ଓ ମିଶ୍ରି ସୁକି ଓଜନ ଏକତ୍ର ମିଶାଇ କିଛି ଦିନ ଖାଇଲେ ବୀର୍ଯ୍ୟ ଗାଢ଼ା ହୁଏ ଏବଂ ସ୍ତମ୍ଭନ ହୁଏ ।
- ନାଲି ଅପାମାରଙ୍ଗ ଚେର ସୋମବାର ନିମନ୍ତ୍ରଣ କରି ମଙ୍ଗଳବାର ସକାଳେ ଆଣି ଅଣ୍ଟାରେ ବାନ୍ଧିଲେ ବୀର୍ଯ୍ୟ ସ୍ତମ୍ଭନ ହୁଏ ।
- କନିଅର ଚେର ପାଣିରେ ବାଟି ଅଣ୍ଟାରେ ଲଗାଇଲେ ବୀର୍ଯ୍ୟ ସ୍ତମ୍ଭନ ହୁଏ ।
- ଶୂକର (ବରାହ)ର ଡ଼ାହାଣ ଦାନ୍ତ ଅଣ୍ଟାରେ ବାନ୍ଧିଲେ ସ୍ତମ୍ଭନ ହୁଏ ।
- ଶ୍ଵେତ କାଇଞ୍ଚ ଚେର ବାଢ଼ୁଆ ସୂତାରେ ବାନ୍ଧି ନାଭି ମଣ୍ଡଳରେ ରଖୁଲେ ବିନ୍ଦୁ ନ ଟଳଇ ।
- ଅଶ୍ଵଗନ୍ଧା, ଗୋଖରା କଣ୍ଟା, ରଙ୍ଗକଇଁ କନ୍ଦା ପ୍ରତ୍ୟେକ ସମଭାଗର ଚୂର୍ଣ୍ଣ କରି, ସେତିକି ଓଜନ ମିଶ୍ରି ମିଶାଇ ରଖିବ । ପ୍ରତିଦିନ ସକାଳେ ଖାଲି ପେଟରେ ଅଧ ତୋଳା ଚୂର୍ଣ୍ଣ ଖାଇ ଉଷୁମ ଦୁଧ ପିଇବ । ଏହିପରି ୧୧ ଦିନ ଖାଇଲେ ବୀର୍ଯ୍ୟ ଗାଢ଼ା ହୁଏ ଏବଂ ଶୀଘ୍ର ପତନ ବନ୍ଦ ହୁଏ ।
- ଭୂଇଁ କଖାରୁ ଟିକ୍ ଟିକ୍ କରି କାଟି ଖରାରେ ଶୁଖାଇ ଚୂର୍ଣ୍ଣ କରି ଚାଲୁଣିରେ ଚଳେଇ ଗୋଟିଏ ମାଟି ପଲମରେ ରଖିବ । ଆଉ ଗୋଟିଏ ଭୂଇଁ କଖାରୁ ଛେଚି ରସ ବାହାର କରି ସେହି ଚୂର୍ଣ୍ଣରେ ମିଶାଇବ, ଯେପରି ସେ ଚୂର୍ଣ୍ଣ ଓଦା ହୋଇଯାଏ । ତାପରେ ଖରାରେ ଶୁଖାଇବ । ଏହିପରି ସାତଥର ଦେଇ ଚୂର୍ଣ୍ଣ କରି ରଖିବ । ଏହି ଚୂର୍ଣ୍ଣରୁ ସୁକି ଓଜନ ଏକ ଚାମଚ ମହୁ ଏବଂ ମିଶ୍ରି ଗୁଣ୍ଡ ମିଶାଇ ସକାଳେ ଖାଲି ପେଟରେ ଖାଇବ । ଏହିପରି ୨/୩ ମାସ ଖାଇବ ।
- ଅକରକରା ଏକ ତୋଳା, କୃଷ୍ଣ ତୁଳସୀ ମଞ୍ଜି ଆଠ ତୋଳା, ମିଶ୍ରି ନଅ ତୋଳା – ଏ ସମସ୍ତର ଚୂର୍ଣ୍ଣ କରି ରଖିବ । ସହବାସର ଏକ ଘଣ୍ଟା ପୂର୍ବରୁ ଏକ ତୋଳା ଚୂର୍ଣ୍ଣ ଥଣ୍ଡା ପାଣିରେ ଖାଇବ । ବୀର୍ଯ୍ୟ ଯଦି ଶୁଦ୍ଧ ଥାଏ, ପତନ ହେବ ନାହିଁ । ଲେମ୍ବୁ ଚାଟିଲେ ପତନ ହେବ ।
- କବାବ ଚିନିର ଚୂର୍ଣ୍ଣ ଦୁଇ ଅଣା ଓଜନ ଖାଇ ଏକ ଗ୍ଲାସ ଥଣ୍ଡାପାଣି ପିଇବ । ଏହିପରି ଦିନରେ ତିନି ତିନି ଘଣ୍ଟା ପରେ ୪ ଥର ଖାଇବ । ଏହାଦ୍ଵାରା ପରିସ୍ରା ବେଶି ହୋଇ ବୀର୍ଯ୍ୟର ଗରମୀ ଶାନ୍ତି ହୁଏ । ଏହିପରି ୮ ଦିନ ଖାଇଲା ପରେ ନବମ ଦିନ ଠାରୁ ରାତିରେ ଶୋଇବା ପୂର୍ବରୁ ଦୁଇ ଅଣି ଓଜନ ଚୂର୍ଣ୍ଣ ମହୁ ସଙ୍ଗେ ୧୧ ଦିନ ବା ୨୧ ଦିନ ଚାଟିକରି ଖାଇଲେ ଶୀଘ୍ର ପତନ ବନ୍ଦ ହୁଏ। ଯେଉଁମାନଙ୍କର ସ୍ଵପ୍ନ ଦୋଷ ଅଛି, ସେମାନେ ନିଶ୍ଚୟ ଏହି ଔଷଧ ଖାଇବେ ।
- ଅଶ୍ଵଗନ୍ଧା ଏବଂ ବୃଦ୍ଧଦାରକର ଚୂର୍ଣ୍ଣ ସମଭାଗ ନେଇ ରଖିବ । ସକାଳୁ ଅଧତୋଳା ଚୂର୍ଣ୍ଣ ଖାଇ ମିଶ୍ର ମିଶ୍ରିତ ଗରମ ଦୁଧ ପିଇବ । ଯଦି ଧାରୋଷ୍ଣ ଦୁଧ ଖିଆଯାଏ, ତାହାହେଲେ ଚମତ୍କାର ଗୁଣ ଦେବ । ଏହିପରି ଭାବେ ଏହି ଚୂର୍ଣ୍ଣ ୪ ମାସ ଖାଇଲେ ମନୁଷ୍ୟ ଦୋଷ ରହିତ ହୁଏ ଏବଂ ଅକାଳରେ ବାଳ ପାଚେ ନାହିଁ । ଏହିପରି ନିୟମରେ ପ୍ରତିବର୍ଷ ୪ ମାସ ଏହି ଔଷଧ ଖାଇଲେ ଯୁବକର ଶକ୍ତି ରହିବ ।
- ତେନ୍ତୁଳି ମଞ୍ଜିଗୁଡ଼ିଏ ଆଣି ତାକୁ ପାଣିରେ ବତୁରାଇବ କିମ୍ବା ମାଟିତଳେ କିଛି ଦିନ ପୋତିବ । ଯେତେବେଳେ ତାହା ଫୁଲି ଯାଇ ନରମା ହେବ, ସେତେବେଳେ ଚୋପା ବାହାର କରି ଶୁଖାଇ ଚୁର୍ଣ୍ଣ ତିଆରି କରିବ । କୋଇଲେଖା ମଞ୍ଜିକୁ ମଧ୍ୟ ଚୂର୍ଣ୍ଣ କରିବ । ଦୁଇ ଚୂର୍ଣ୍ଣ ଏକତ୍ର କରି ବରକ୍ଷୀରରେ ସାତଥର ଖରାରେ ଶୁଖାଇବ । ତା’ ପରେ ଏହି ଚୂର୍ଣ୍ଣର ଦୁଇ ଗୁଣ ମିଶ୍ର ଚୂର୍ଣ୍ଣ ମିଶାଇ କାଚ ଶିଶିରେ ରଖିବ । ପ୍ରତିଦିନ ସୁକି ଓଜନ ଚୂର୍ଣ୍ଣ ସେବନ କଲେ ସ୍ବପ୍ନଦୋଷ, ଧାତୁଦୌର୍ବଲ୍ୟ ଓ ଶୁକ୍ରମେହ ପ୍ରଭୃତି ରୋଗରେ ଆଶ୍ଚର୍ଯ୍ୟ ଉପକାର ମିଳେ । ଏହା ରସାୟନ, ବାଜୀକରଣ ଏବଂ ବୀର୍ଯ୍ୟ ସ୍ତମ୍ଭନ ବୋଲି ପ୍ରସିଦ୍ଧ ।
- ବାଇଡ଼ଙ୍କ ମଞ୍ଜି ପାଞ୍ଚ ତୋଳା, ଅଶ୍ଵଗନ୍ଧା ପାଞ୍ଚ ତୋଳା, ଭୂଇଁକଖାରୁ ଦଶ ତୋଳା, ଶିମୂଳୀ ଗଛର ଚେର ଦଶ ତୋଳା, ଶତାବରି ଦଶ ତୋଳା ଏ ସମସ୍ତର ଚୂର୍ଣ୍ଣ ଏକତ୍ର କରି ସେଥିରେ ୪୦ ତୋଳା ମିଶ୍ର ଚୂର୍ଣ୍ଣ ଶିଶିରେ ରଖିବ । ମାତ୍ରା – ଦୁଇ ତୋଳା ଚୂର୍ଣ୍ଣ ସକାଳେ ଓ ଦୁଇ ତୋଳା ଚୂର୍ଣ୍ଣ ସନ୍ଧ୍ୟାରେ ଖାଇ ଗାଈଦୁଧ ଦେଢ଼ପାଆ ପିଇବ ।
- ଏହି ଔଷଧରେ ଶୀଘ୍ର ପତନ ଏବଂ ଧ୍ଵଜଭଙ୍ଗ ରୋଗ ଭଲ ହୁଏ । ଅତିରିକ୍ତ ସ୍ତ୍ରୀ ସମ୍ଭୋଗ, ହସ୍ତମୈଥୁନ, ସ୍ବପ୍ନଦୋଷ ବା ଅନ୍ୟ କୌଣସି କାରଣରୁ ବୀର୍ଯ୍ୟ ପତଳା ହୋଇଥିଲେ ଏହି ଔଷଧ ଖାଇବା ଦ୍ବାରା ବୀର୍ଯ୍ୟ ଗାଢ଼ା ହୁଏ ।
- ବାଇଡ଼ଙ୍କ ମଞ୍ଜି – ପାଣିକୁ ଫୁଟାଇ ଚୁଲିରୁ ବାହାର କରି ସେହି ଗରମ ପାଣିରେ ବାଇଡ଼ଙ୍କ ମଞ୍ଜି ୧୨ ଘଣ୍ଟା କାଳ ବୁଡ଼ାଇ ରଖିବ । ମଞ୍ଜିଗୁଡ଼ିକ ଫୁଲିଗଲେ ଚୋପା ବାହାର କରି ବାଟିକରି ଶୁଖାଇବ । ଶୁଖିଗଲେ ଚୂର୍ଣ୍ଣ କଲେ ଭଲ ଭାବରେ ଚୂର୍ଣ୍ଣ ହୁଏ । ଗାଈ ଦୁଧରେ ସିଝାଇଲେ ଗୁଣ ଭଲ ହେବ ।
- ଶିମୂଳୀ ଗଛର ଚେର – ଏଠାରେ ବାଳ ଶିମୂଳୀ ଚେର (ଛୋଟ ଗଛର ଚେର, ଗଛ ଛୋଟ ହେଲେ ମଧ୍ୟ ଏକ ହାତ ଲମ୍ବର ମୋଟ ଚେର ବାହାରେ)କୁ ଟିକିଟିକି କରି କାଟି ଶୁଖାଇବ । ବାଳ ଶିମୂଳୀ ନ ମିଳିଲେ ବଡ଼ ଶିମୂଳୀ ଗଛର ଛାଲି ଆଣିବ ।
- ଅଁଳାରୁ ମଞ୍ଜି ପକାଇଦେଇ ଶୁଖାଇ ଗୁଣ୍ଡ କରି କନାରେ ଛାଣି ଗୋଟିଏ ମାଟି ପଲମରେ ରଖିବ । କଞ୍ଚା ଅଁଳାକୁ ଛେଚି ଚିପୁଡ଼ି ସେହି ରସକୁ ପଲମରେ ଥିବା ଅଁଳାଗୁଣ୍ଡ ଉପରେ ପକାଇବ, ଯେପରିକି ସେ ଗୁଣ୍ଡ ଓଦା ହୋଇଯିବ । ଏହିପରି ୨୧ ଥର ଭାବନା ଦେଇ ଗୁଣ୍ଡ କରି ଶିଶିରେ ରଖିବ । ଏହି ଚୂର୍ଣ୍ଣରୁ ଦୁଇ ଅଣି ଓଜନ ପ୍ରତିଦିନ ମହୁ ସଙ୍ଗେ ସକାଳେ ଖାଇ ଟିକିଏ ପାଣି ପିଇବ । ଘଣ୍ଟାକ ପରେ ଅଧସେର ଗାଈଦୁଧ ପିଇବ । ଏହା ଦ୍ୱାରା ବୀର୍ଯ୍ୟ ଗାଢ଼ା ହୋଇ ଶୀଘ୍ର ପତନ ବନ୍ଦ ହୁଏ ।
0 Comments
Do you have any doubts or suggestions? Ask them here in the comments!