ବିର୍ଯ୍ୟ ଶୀଘ୍ର ପତନ ହେବାର କାରଣ ଓ ଲକ୍ଷଣ

ବିର୍ଯ୍ୟ ଶୀଘ୍ର ପତନ ହେବାର କାରଣ ଓ ଲକ୍ଷଣ

ବୀର୍ଯ୍ୟ(Semen) ଶରୀରର ସାତ ଧାତୁର ରାଜା ଭାବରେ ପରିଗଣିତ ହୁଏ ଏବଂ ଏହି ସାତୋଟି ଧାତୁ ଖାଦ୍ୟରୁ ପ୍ରାପ୍ତ ହୁଏ | 100 ବୁନ୍ଦା ରକ୍ତ ଗୋଟିଏ ବୀର୍ଯ୍ୟ ତିଆରି କରେ | ଏକ ମାସରେ ପ୍ରାୟ 1 ଲିଟର ରକ୍ତ ଉତ୍ପନ୍ନ ହୁଏ, ଯାହାକି 25 ଗ୍ରାମ ବୀର୍ଯ୍ୟ ସୃଷ୍ଟି କରେ ଏବଂ ଗର୍ଭଧାରଣ ପାଇଁ 60 ରୁ 700 ନିୟୁତ ଜୀବନ୍ତ ଶୁକ୍ରାଣୁ ରହିବା ଆବଶ୍ୟକ | ସେଇଥିପାଇଁ ସପ୍ତାହରେ ଥରେ ସଂଭୋଗ କରିବା ଉଚିତ କାରଣ ଗୋଟିଏ ସମ୍ପର୍କ ସମୟରେ 10 ଗ୍ରାମ ବୀର୍ଯ୍ୟ ନଷ୍ଟ ହୋଇଥାଏ |

ବିର୍ଯ୍ୟ ସ୍ଫଳନ ଅର୍ଥ ଲିଙ୍ଗ ମାଧ୍ଯମରେ ଶରୀରରୁ ବିର୍ଯ୍ୟ ନିର୍ଗତ ହେବା । ଶୀଘ୍ରପତନ ଅର୍ଥ ସଂଭୋଗ ସମୟରେ ଜଣେ ପୁରୁଷର ନିଜ ସାଥୀଙ୍କ ଅପେକ୍ଷା ଲିଙ୍ଗରୁ ଶୀଘ୍ର ବିର୍ଯ୍ୟ ନିର୍ଗତ ହେବା । ଯାହା ବେଳେବେଳେ ସମୟ ପୂର୍ବରୁ ବା ସଂଭୋଗ କରିବା ପୂର୍ବରୁ ମଧ୍ଯ ନିର୍ଗତ ହୋଇପାରେ । ଏହା ଫଳରେ ଲିଙ୍ଗର ପୂର୍ଣ୍ଣ ଉତ୍ଥାନ ପୂର୍ବରୁ ଶୀଘ୍ରପତନ ଘଟିଥାଏ ।

  1. ଯଦି ଯୌନ ସମ୍ପର୍କ କମ୍‌ ଉପଭୋଗ୍ୟ ହୁଏ, ତେବେ ଏହା ଆପଣଙ୍କ ସାଥୀ ସହିତ ସମ୍ପର୍କକୁ ପ୍ରଭାବିତ କରିପାରେ । ଆପଣଙ୍କ ସାଥୀ ଏକ ସୁସ୍ଥ ଏବଂ ସୁଖମୟ ଜୀବନ ସହ ଯୌନ ସନ୍ତୁଷ୍ଟି ମଧ୍ୟ ଆବଶ୍ୟକ କରିଥାଏ ।
  2. ୩୦ ପ୍ରତିଶତରୁ ଅଧିକ ପୁରୁଷ ଏହି ସମସ୍ୟାର ଶିକାର ହୋଇଥାନ୍ତି । ଏହା ଜଣେ ବ୍ୟକ୍ତିର ଆତ୍ମସମ୍ନାନକୁ ମଧ୍ଯ ପ୍ରଭାବିତ କରିଥାଏ । ଏହା ପ୍ରାୟତ ମାନସିକ ସମସ୍ୟା ଭାବରେ ଗ୍ରହଣ କରାଯାଏ, କିନ୍ତୁ କିଛି ଶରୀରିକ କାରଣ ମଧ୍ଯ ହୋଇପାରେ ।
  3. କେନ୍ଦ୍ରୀୟ ସ୍ବାୟୁ ପ୍ରଣାଳୀ ଦ୍ବାରା ବିର୍ଯ୍ୟ ସ୍ଖଳନ ନିୟନ୍ତ୍ରିତ ହୋଇଥାଏ । ଯେତେବେଳେ ପୁରୁଷଙ୍କ ଯୌନ ଇଛା ଉତ୍ତେଜିତ ହୁଏ, ଏହାର ସଙ୍କେତ ଆପଣଙ୍କ ମେରୁଦଣ୍ତ ଏବଂ ମସ୍ତିଷ୍କକୁ ଯାଏ । ଏହାପରେ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ସ୍ତରର ଯୌନ ଉତ୍ତେଜନା ପହଞ୍ଚିଲେ, ଆପଣଙ୍କ ମସ୍ତିଷ୍କରୁ ପ୍ରଜନନ ଅଙ୍ଗକୁ ସଙ୍କେତ ଆସିଥାଏ । ଏହା ଦ୍ୱାରା ଲିଙ୍ଗ ମାଧ୍ଯମରେ ବିର୍ଯ୍ୟ ନିର୍ଗତ ହୁଏ ।

ଶୀଘ୍ର ପତନର ପ୍ରକାର

  1. ଆଜୀବନ (ପ୍ରାଥମିକ) ଶୀଘ୍ରପତନ: - ଏହି ପ୍ରକାରର ଶୀଘ୍ରପତନ ଜୀବନର ପ୍ରଥମ ଯୌନ ସମ୍ପର୍କରୁ ଆରମ୍ଭକରି ଆଜୀବନ ରହିଥାଏ, ପ୍ରାୟ, ଅଧିକାଂଶ ସମୟରେ ଏହା ହୋଇଥାଏ |
  2. ମାଧ୍ୟମିକ ଶୀଘ୍ରପତନ: - ଯଦି ବିନା କୌଣସି ଅସୁବିଧା ପୂର୍ବ ଯୌନ ଅନୁଭୂତି ପରେ ଆପଣଙ୍କର ଶୀଘପତନ ସମସ୍ୟା ହୋଇଥାଏ |

ଶୀଘ୍ରପତନ ଲକ୍ଷଣ

  1. ଏକ ତୀବ୍ର ଉତ୍ତେଜନା, ଯୌନ ସ୍ଥପନା ଏବଂ ସ୍ଖଳନ ହୋଇଥାଏ
  2. ସାଧାରଣତ କିଛି ସେକେଣ୍ତ କିମ୍ବା ମିନିଟ ଉତ୍ତେଜନା ପରେ ସ୍ଖଳନ ହୋଇଥାଏ
  3. ଅବଶ୍ୟ ସମସ୍ତ ଯୌନ ପରିସ୍ଥିତି, ଏପରିକି ହସ୍ତମୈଥୁନ ସମୟରେ ମଧ୍ଯ ଶୀଘ୍ରପତନ ହୋଇପାରେ ।

ଶୀଘ୍ର ପତନ କାରଣ

ଶୀଘ୍ରପତନର ପ୍ରକୃତ କାରଣ ଜଣା ପଡ଼ିନାହିଁ । ପୂର୍ବରୁ ଏହାକୁ କେବଳ ମାନସିକ ସମସ୍ୟା ବୋଲି କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ମାନସିକ ସହ କିଛି ଶାରୀରିକ ସମସ୍ୟା ଥିବା ଅନୁମାନ କରାଯାଉଛି ।

ମାନସିକ କାରଣ

  1. ପ୍ରାରମ୍ଭିକ ଯୌନ ଅନୁଭୂତି
  2. ଯୌନ ଶୋଷଣ
  3. ନିଜର ଶରୀର ପତି ନକାରାତ୍ମକ ଧାରଣା
  4. ମାନସିକ ଅବସାଦ
  5. ଶୀଘ୍ର ପତନ ବିଷୟରେ ଚିନ୍ତା କରିବା
  6. ନିଜ ଭିତରେ ଦୋଷୀ ହେବାର ଅନୁଭବ, ଯାହା ଯୌନ ସମର୍କ ଠାରୁ ପଳାୟନ କରିବାର ପବୃତ୍ତି ବଢ଼ାଇଥାଏ
  7. ଯେଉଁ ପୁରୁଷମାନଙ୍କର ଇରେକ୍ଟାଇଲ୍‌ ଡିସଫେଙ୍କସନ୍‌ ଅଛି, ସେମାନଙ୍କର ଶୀଘ୍ରପତନ ହୋଇପାରେ । ପରବର୍ତ୍ତି ସମୟରେ ଏହି ସମସ୍ୟାଟି ଇରେକ୍ଟାଇଲ୍‌ ଡିସଫଙ୍କସନ କିମ୍ଵା ଶୀଘ୍ରପତନ ଜାଣିବା କଷ୍ଟକର ହୋଇପାରେ । ପ୍ରଥମେ ଇରେକ୍ଟାଇଲ୍‌ ଡିସଫେଙ୍କସନ୍‌ ଚିକିତ୍ସା କରାଯିବା ଉଚିତ, ଥରେ ଏହାର ଚିକିତ୍ସା ହୋଇଗଲେ କୌଣସି ଶୀଘ୍ରପତନ ସମସ୍ୟା ରହିବ ନାହିଁ ।
  8. ଅନେକ ଲୋକଙ୍କ ମଧ୍ୟରେ ଚିନ୍ତା ଜନିତ ସମସ୍ୟା ଯୋଗୁଁ ଶୀଘ୍ରପତନ ହୋଇପାରେ, ବିଶେଷତ ଯୌନ କାର୍ଯ୍ୟଦକ୍ଷତା ସହ ଜଡିତ ଚିନ୍ତା 
  9. ସମ୍ପର୍କ ସମସ୍ୟା ମଧ୍ଯ ଶୀଘ୍ରପତନର କାରଣ ହୋଇପାରେ

ଶାରୀରିକ କାରଣ

  1. ଥାଇରଏଡ୍‌ ଗ୍ରନ୍ଥି କିମ୍ପା ଶରୀରରେ ଯୌନ ହରମୋନର ଅସ୍ଵାଭାବିକ ସ୍ତର ସହିତ ହରମୋନ୍‌ ସମସ୍ୟା
  2. ମମ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟର ସହିତ ସମସ୍ୟା, ଯାହା ମସ୍ତିଷ୍କର ଆନନ୍ଦ କେନ୍ଦ୍ରଗୁଡ଼ିକ ସଠିକ ସଙ୍କେତ ଦେବାରେ ବିଫଳ ହୁଏ
  3. ଶୀଘ୍ରପତନ ପ୍ରଣାଳୀ ରିଫ୍ଲେକ୍ସ ସିଷ୍ଟମ ସହିତ ସମସ୍ୟା
  4. ମୂତ୍ରାଶୟ କିମ୍ଵା ପ୍ରୋଷ୍ଟେଟ ସଂକ୍ରମଣ
  5. ବଂଶାନୁକ୍ରମିକ
  6. ଅସ୍ତ୍ରୋପଚାର କିମ୍ବା ଆଘାତ ଯୋଗୁଁ ସ୍ନାୟୁ କିମ୍ବା ସମ୍ବେଦନଶୀଳ ପ୍ରଣାଳୀର କ୍ଷତି

ପ୍ରତିଷେଧକ

  1. ଶୀଘ୍ରପତନ ସମସ୍ୟାକୁ ଦୂରେଇବା ପାଇଁ ଅନ୍ୟ ଯୌନ ଭୋଗ ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ଚିନ୍ତାକୁ ହ୍ରାସ କରିପାରେ ଏବଂ ଶୀଘ୍ରପତନ ଉପରେ ଭଲ ନିୟନ୍ତ୍ରଣ ହାସଲ କରିବାରେ ସାହାଯ୍ୟ କରିଥାଏ ।
  2. ସ୍ଖଳନ ରିଫ୍ଲେକ୍ସକୁ ବନ୍ଦ କରିବା ପାଇଁ ମଝିରେ ମଝିରେ ଏକ ଗଭୀର ନିଶ୍ଵାସ ନିଅନ୍ତୁ ।
  3. ଶାରୀରିକ ସମ୍ପର୍କ ସମୟରେ ଆପଣଙ୍କ ସାଥୀଙ୍କୁ ଉପରେ ରହିବାକୁ କୁହନ୍ତୁ (ଯେତେବେଳେ ସ୍ଖଳନର ନିକଟତର ହେବେ, ସେ ଦୂରେଇ ଯାଇପାରିବେ) |
  4. ସଂଭୋଗ ମଝିରେ ମଝିରେ ବନ୍ଦ କରି, କିଛି ବିରକ୍ତି କର କଥା ଭାବନ୍ତୁ ।
  5. ନିଜକୁ ଦୂର୍ବଳ ବା ଶୀଘ୍ରପତନ ବିଷୟରେ ଚିନ୍ତା କରନ୍ତୁ ନାହିଁ ।
  6. ସଂଭୋଗ ପୂର୍ବରୁ ମନ ଭିତରେ ଯୌନ ଅନୁଭୂତି ଠାରୁ ଦୂରେଇ ରୁହନ୍ତି ।

Post a Comment

0 Comments