ଭାତର ପାଣି(ପେଜ) ଓଜନ ହ୍ରାସ ପାଇଁ ଲାଭଦାୟକ
ଭାତର ପାଣି (ପେଜ) ଓଜନ ହ୍ରାସ ପାଇଁ ଲାଭଦାୟକ
ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଫିଟ୍ ରହିବାକୁ ସମସ୍ତଙ୍କର ଇଛା। ଆମେ ସମସ୍ତେ ଜାଣିଛେ, ଭାତ ଖାଇବା ଦ୍ୱାରା ଶରୀରରେ ମେଦବହୁଳତା ବଢ଼ିଥାଏ। ଏହା ହେଉଛି ଆମ ଦୈନନ୍ଦିନ ଖାଦ୍ୟର ଏକ ଅଂଶ। କାରଣ ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ।
ଅନ୍ୟପଟେ ଆପଣ ଜାଣିଲେ ଆଶ୍ଚର୍ଯ୍ୟହେବେ ଯେ ରନ୍ଧା ହୋଇଥିବା ଭାତର ପାଣି(ପେଜ) ଓଜନ ହ୍ରାସ ପାଇଁ ଲାଭଦାୟକ ହୋଇଥାଏ। କାରଣ ଏଥିରୁ ଶରୀରକୁ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇଥାଏ। ଫଳରେ ଶରୀରର ଅଧିକ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଶରୀରରୁ ଓଜନ ହ୍ରାସ କରିବାର ସହଜ ଉପାୟ
- ପ୍ରଥମେ ୩ରୁ ୪କପ୍ ପାଣିରେ ମୁଠାଏ ଚାଉଳ ପକାଇ ଫୁଟାନ୍ତୁ। ପରେ ଚାଉଳ ଅଧା ରାନ୍ଧି ହୋଇଯିବା ପରେ ଏହାକୁ ବନ୍ଦ କରି ରଖିଦିଅନ୍ତୁ। କିଛି ସମୟ ପରେ ଏକ ଚାମଚରେ ଭାତକୁ ପାଣିରୁ ଅଲଗା କରି ଭଲ ଭାବରେ ଛାଣି ଦିଅନ୍ତୁ। ତା’ପରେ ଅଳ୍ପ ଉଷୁମ ଥିବା ସେହି ପାଣିରେ କିଛି ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ।
- ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପୂର୍ବରୁ କିମ୍ୱା ପରେ ଚାଉଳର ଏହି ଉଷୁମ ପାଣି ପିଅନ୍ତୁ। ଖାଇବା ପୂର୍ବରୁ ଏହି ପାଣିକୁ ପିଇଲେ ପେଟ ଭରିଯାଏ। ଏହାଦ୍ୱାରା ଶରୀରର କ୍ୟାଲୋରୀ ସ୍ତରକୁ ବହୁ ପରିମାଣରେ ହ୍ରାସ କରିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
- ଶରୀରରୁ ଓଜନ ହ୍ରାସ କରିବା ପାଇଁ ଏହା ହେଉଛି ଅତି ସହଜ ଉପାୟ। ଏହି ପାଣିକୁ ପିଇବା ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ। ଶରୀରର ଚର୍ବି କମାଇବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ପ୍ରତିଦିନ ବ୍ୟାୟମ, ଖାଦ୍ୟରେ କମ୍ ପରିମାଣର କ୍ୟାଲୋରୀ, ସୁସ୍ଥ ଖାଦ୍ୟ ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ତ୍ଵଚା ଚମକାଇଥାଏ
- ଏହା ଆଣ୍ଟି ଏଜିଂ ଭଳି କାମ କରେ ଯାହା କି ଚର୍ମର୍ ଭାଙ୍ଗକୁ ମଧ୍ୟ ଦୁର କରେ।
- ପେଜକୁ କେବଳ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୌନ୍ଦର୍ଯ୍ୟ ପାଇଁ ବି ସେବନ କରାଯାଇଥାଏ। ଏଥିରେ ଅନେକ ପ୍ରକାର ଭିଟାମିନ୍ ଓ ମିନେରାଲ୍ସ ଭରି ରହିଥାଏ। ଏହାଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ।
- ପେଜକୁ ଥଣ୍ଡା କରି ମୁଁହରେ 4/5 ମିନିଟ ସମୟ ପର୍ଯ୍ୟନ୍ତ ପେଜକୁ ମସାଜ କରିବା ଦ୍ୱାରା ମୁଁହରେ ଥିବା କଳାଦାଗ ଲିଭିଯାଇଥାଏ । ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
କେଶକୁ ସୁସ୍ଥ ରଖିଥାଏ
- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ପେଜ ବା ଚାଉଳ ପାଣିରେ ଇନୋସିଟୋଲ ଓ କାର୍ବୋହାଇଡ୍ରେଟ୍ ରହିଛି। ତେଣୁ ଏହାକୁ କେଶରେ ଲଗାଇ ସାରିବା ପରେ ମଧ୍ୟ ଇନୋସିଟୋଲ ଆପଣଙ୍କ କେଶରେ ରହିଥାଏ ଏବଂ କେଶକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। ଏହା ବ୍ୟତୀତ ପେଜରେ ଆମିନୋ ଏସିଡ୍ ରହିଛି, ଯାହା କେଶ ମୂଳକୁ ମଜବୁତ କରି ଘନକଳା କରିଥାଏ। ଯାହା ଯୋଗୁଁ ଆପଣଙ୍କ କେଶ ସାଇନ୍ କରିଥାଏ। ଏଥିପାଇଁ ଚାଉଳ ପାଣି ବା ପେଜ ଖୁବ୍ ଲାଭକାରୀ ଓ ସୁରକ୍ଷିତ। ପେଜର କୌଣସି ସାଇଡ୍ ଇଫେକ୍ଟ ମଧ୍ୟ ନାହିଁ।
- ଚାଉଳ ପାଣି ବା ପେଜ ଆପଣଙ୍କ ତ୍ୱଚାକୁ ଟାଇଟ୍ କରି କେଶକୁ ସୁସ୍ଥ ରଖିଥାଏ । କେବଳ ଏତିକି ନୁହେଁ ଏହାକୁ ସ୍ୟାମ୍ପୁ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ହେବା ସହ ଏହା ସିଲ୍କି ହୋଇଥାଏ।
- ଏହା ବ୍ୟତୀତ ପେଜରେ ଆମିନୋ ଏସିଡ୍ ରହିଛି, ଯାହା କେଶ ମୂଳକୁ ମଜବୁତ କରି ଘନକଳା କରିଥାଏ । ଯାହା ଯୋଗୁଁ ଆପଣଙ୍କ କେଶ ସାଇନ୍ କରିଥାଏ । ଏଥିପାଇଁ ଚାଉଳ ପାଣି ବା ପେଜ ଖୁବ୍ ଲାଭକାରୀ ଓ ସୁରକ୍ଷିତ । ପେଜର କୌଣସି ସାଇଡ୍ ଇଫେକ୍ଟ ମଧ୍ୟ ନାହିଁ |
- ଗୋଟିଏ ଗ୍ଲାସ୍ ପେଜରେ କିଛି ବୁନ୍ଦା ଗୋଲାପ ଜଳ, ଲାଭେଣ୍ଡର ଓ ଏସେନସିଆଲ୍ ଅଏଲ୍ ମିଶାନ୍ତୁ।
- ଏହାପରେ କେଶରେ ଶାମ୍ପୂ ଲଗାଇ ପେଜ ପାଣିରେ ଧୁଅନ୍ତୁ। କେଶରେ ଏହି ପାଣିକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।
- କେଶରେ ପେଜ ପାଣି ଲଗାଇ ଭଲ ଭାବରେ ମାଲିସ କରନ୍ତୁ।
- ଏହାପରେ କେଶକୁ ଧୋଇ ଦିଅନ୍ତୁ। ଏହିପରି ସପ୍ତାହକୁ ଥରେ କେଶରେ ପେଜ ପାଣି ଲଗାନ୍ତୁ। ଦେଖିବେ କେଶ ଝଡ଼ିବା କମ୍ ହୋଇଯିବ।
0 Comments
Do you have any doubts or suggestions? Ask them here in the comments!