ବାସ୍ତୁ ଗଛ ଯଦି ଅଚାନକ ଶୁଖିଯାଏ ତେବେ ଘରେ କଣ ବିପତ୍ତି ପଡ଼େ
ବାସ୍ତୁ ଗଛ ଯଦି ଅଚାନକ ଶୁଖିଯାଏ ତେବେ ଘରେ କଣ ବିପତ୍ତି ପଡ଼େ
କହିବାକୁ ଗଲେ ପ୍ରାୟତଃ ଲୋକମାନେ ବାସ୍ତୁ ଗଛ ଯେମିତି କି ତୁଳସୀ ଗଛ, ମନି ପ୍ଳାଣ୍ଟ, ଅପରାଜିତା ଗଛ ଓ ପାରିଜାତ ଗଛ ଭଳି ବାସ୍ତୁ ଗଛ ଗୁଡିକୁ ଘରର ବାସ୍ତୁ ଦୋଷ ଓ ଘରର ସମସ୍ତ ସମସ୍ୟାର ନିବାରଣ କରିବା ପାଇଁ ଘରେ ଲଗାଇଥାନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ପବିତ୍ର ଗଛ ତୁଳସୀ ଭଳି ଅନ୍ୟ ସମସ୍ତ ବାସ୍ତୁ ଗଛ ଗୁଡିକ ଯଦି ଅଚାନକ ଶୁଖି ଯାଉଛି ତେବେ ଏହାର ଫଳାଫଳ କେତେକ ଭୟଙ୍କର ହୋଇପାରେ ସେହି ବିଷୟରେ କହିବୁ । ଏହା ସହିତ କହିବୁ କି ଏହା ଆପଣଙ୍କ ପାଇଁ କେତେ ଶୁଭ ଓ ଅଶୁଭ ଅଟେ ।
ଘର ମଧ୍ୟରେ ଯଦି ଆପଣ ତୁଳସୀ ଗଛ କିମ୍ବା ଅନ୍ୟ କୌଣସି ବାସ୍ତୁ ଗଛ ଲଗାଇଛନ୍ତି ଓ ତାହା ଅଚାନକ ଶୁଖି ଯାଉଛି ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ।
1. ତୁଳସୀ ଗଛ
କହିବାକୁ ଗଲେ ତୁଳସୀ ଗଛ ମାତା ବୃନ୍ଦାବତୀ ଶାନ୍ତି ଓ ସୁଖ ସମୃଦ୍ଧିର ପ୍ରତୀକ ଅଟନ୍ତି । ଏମିତିରେ ଯେଉଁ ଘରେ ବିନା କାରଣରେ କିମ୍ବା ସମୟ ପୂର୍ବରୁ ତୁଳସୀ ଗଛ ଶୁଖିଯାଏ ନଚେତ ମରିଯାଏ ତେବେ ସେହି ଘରୁ ଧୀରେ ଧୀରେ ଶାନ୍ତି ଓ ସୁଖ ଚାଲିଯାଏ । ଘରେ ଅଶାନ୍ତିକର ପରିବେଶ ରହିବା ସହିତ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବିବାଦ ଲାଗିଥାଏ । ଏହା ସହିତ ଆର୍ଥିକ କ୍ଷେତ୍ରରେ ମଧ୍ୟ କ୍ଷତି ହୋଇଥାଏ । ତେଣୁ ଘରେ ଯଦି ତୁଳସୀ ଗଛ ଲଗାଇଛନ୍ତି ତେବେ ତାର ଧ୍ୟାନ ରଖନ୍ତୁ କେବେବି ମରିବାକୁ ଦିଅନ୍ତୁ ନାହିଁ ।
2. ଅପରାଜିତା ଗଛ
ଯଦି ଅପରାଜିତା ଗଛ ବିଷୟରେ କହିବା ତେବେ ଏହି ଗଛ ଆପଣଙ୍କର ଉନ୍ନତି ଓ ସଫଳତା ପାଇଁ ଘରେ ସ୍ଥାପନା କରାଯାଇଥାଏ । ଏହି ଗଛ ଶୁଖିଯିବା କିମ୍ବା ମରିଯିବା ଘର ଓ ପରିବାରର ଉନ୍ନତିରେ ବାଧା ଆସିବାର ଏକ ସଂକେତ ଦେଇଥାଏ । ଏମିତିରେ କୌଣସି ବି କାର୍ଯ୍ୟ ସଠିକ ରୂପରେ ହୋଇ ନ ଥାଏ ।
3. ମନି ପ୍ଳାଣ୍ଟ
ଘରେ କେବେ ବି ଧନର ଅଭାବ ନ ହେଉ ସେଥିପାଇଁ ଘରେ ମନି ପ୍ଳାଣ୍ଟର ଗଛ ଲଗାଯାଏ । କିନ୍ତୁ ଯଦି ଅଚାନକ ଏହି ଗଛ ଶୁଖିଯାଏ ତେବେ ଏହାର ଅର୍ଥ ଆପଣଙ୍କୁ ଧନ ହାନି ହେବ କିମ୍ବା ଆପଣଙ୍କର ଟଙ୍କା ଅଯଥା ଖର୍ଚ୍ଚ ହେବ । ଏହା ସହିତ କୌଣସି ବଡ କ୍ଷତି ହେବାର ସଂକେତ ଦେଇଥାଏ ।
4. ଶମି ଗଛ
ଶନି ଗ୍ରହକୁ ଶାନ୍ତି କରିବା ପାଇଁ ଘରେ ଶମି ଗଛ ଲଗାଯାଏ । ଏମିତିରେ ଯଦି ଆପଣଙ୍କ ଘରେ ଏହି ଗଛଟି ଅଚାନକ ଶୁଖି ଯାଉଛି ତେବେ ସେଠି ଶନିଙ୍କର କୃପା ରୁହେ ନାହିଁ । ଏହା ସହିତ ସେହି ଘରେ କୌଣସି ଶୁଭକାର୍ଯ୍ୟ ବି ହୁଏ ନାହିଁ ।
5. ପାରିଜାତ ଗଛ ବା ଗଙ୍ଗଶିଉଳି
ଘରର ମାନ ସମ୍ମାନ ଉଚ୍ଚ କରିବା ପାଇଁ ଘର ମଧ୍ୟରେ ପାରିଜାତ ଗଛ ସ୍ଥାପନ କରାଯାଇ ପୂଜା କାରାଯାଏ । ଏମିତିରେ ଯେଉଁ ଘରେ ଏହି ଗଛ ଶୁଖିବା ଆରମ୍ଭ ହୋଇଥାଏ ସେହି ଘରର ମାନ ସମ୍ମାନ ତଳକୁ ଚାଲିଯାଏ । ଏହା ସହିତ ଘରେ ନକାରାତ୍ମକ ଶକ୍ତି ବି ପ୍ରବେଶ କରିବାକୁ ଲାଗେ ।
0 Comments
Do you have any doubts or suggestions? Ask them here in the comments!