ଅଳେଇଚର ପ୍ରୟୋଗ ଦ୍ଵାରା ଶୁକ୍ର ଦୋଷରୁ ପାଇବେ ମୁକ୍ତି

ଅଳେଇଚର ପ୍ରୟୋଗ ଦ୍ଵାରା ଶୁକ୍ର ଦୋଷରୁ ପାଇବେ ମୁକ୍ତି

ଅଳେଇଚର ପ୍ରୟୋଗ ଦ୍ଵାରା ଆପଣ ନିଜର ଶୁକ୍ରକୁ ମଜଭୁତ କରିବେ । ଶୁକ୍ରବାର ଦିନ ଖାସ କରି ମା ଲକ୍ଷ୍ମୀଙ୍କ ଦିନ ଅଟେ । ଶୁକ୍ର ଯେବେ ମଜଭୁତ ହୋଇଥାଏ ବ୍ୟକ୍ତିଙ୍କୁ ଖୁସି ମିଳିଥାଏ । ସୁଖ ମିଳିଥାଏ ଭୋଗ ବିଳାସ ମିଳିଥାଏ । ଶେଥିଲାଗି ଶୁକ୍ରଙ୍କୁ ମଜଭୁତ କରିବା ପାଇଁ ଛୋଟ ଛୋଟ ଉପାୟ କରାଯାଇଥାଏ ।

  1. ଭଗବାନଙ୍କୁ ଯେତେବେଳେ ପାନ ଅର୍ପଣ କରାଯାଏ ତ ଆମେ ସେଥିରେ ଏହି ଅଳେଇଚ ବ୍ୟବହାର କରିଥାଉ। କୁହାଯାଏ କି ଭଗବାନଙ୍କୁ ପାନରେ ଅଳେଇଚ ତଥା ଲବଙ୍ଗ ନିଶ୍ଚୟ ଅର୍ପଣ କରାଯାଏ।
  2. ଯଦି ଆପଣ ଚହୁଁଛନ୍ତି ଅଧିକ ସଫଳତା ପାଇବା ପାଇଁ ଛୋଟ ଅଳେଇଚ ଆଉ ମିଶ୍ରି ଅଳ୍ପ ନେଇ ପିପଲ ଗଛ ତଳେ ରଖିଦେବେ । ଯଦି ଆପଣ ଏହାକୁ ଶୁକ୍ରବାର ଦିନ କରିବେତ ବହୁତ ଭଲ ହେବ । ଆଉ ଆପଣଙ୍କର ପଢାର କାମନା କରନ୍ତୁ । ଏହି ପ୍ରୟୋଗ କରିବା ଦ୍ଵାରା ଶିକ୍ଷାର ବାଧା ସମାପ୍ତ ହୋଇଥାଏ । 
  3. ଯଦି ବିବାହ ହୋଇପାରୁନି ତେବେ କୌଣସିବି ଶୁକ୍ରବାର ଦିନ ଅଳେଇଚ ଓ ମିଠା ଆଉ ଗୋଟିଏ ଘିଅ ଦୀପ ଗୋଟିଏ ବହୁଥିବା ନଦୀ ପାଖକୁ ନେଇକି ଯାଆନ୍ତୁ ଆଉ ଗୋଟିଏ ପତ୍ରରେ ଅଳେଇଚ ଆଉ ମିଠା ରଖୀ ବସାଇ ଦିଅନ୍ତୁ । ଆଉ ନଦୀ କୂଳରେ ଗୋଟିଏ ଦୀପ ଲଗାଇ ଦିଅନ୍ତୁ । ଏଥିରେ ଆପଣଙ୍କ ଶୁକ୍ର ବହୁତ ଭଲ ରହିବ ଓ ସୁଖ ମଧ୍ୟ ମିଳିବ ।

ଶୁକ୍ରକୁ ମଜଭୁତ କିପରି କରିବେ

ଆପଣ ଟିକେ ପାଣି ନେଇ ଅଳେଇଚର ଦୁଇଟି ଦାନା ପକାଇକି ଏହାକୁ ଗରମ କରିକି ଏହି ପାଣିକୁ ଗାଧୋଇବା ପାଣିରେ ପକାନ୍ତୁ । ଆପଣ ଚାହିଁଲେ ଗରମ କରିକି କୌଣସି ବୋତଲରେ ମଧ୍ୟ ରଖିପାରିବେ । ପ୍ରତିଦିନ ଗାଧୋଇବା ପାଣିରେ ଅଳ୍ପ ଅଳ୍ପ ପକାଇ ଗାଧାନ୍ତୁ ଦେଖିବେ ପବିତ୍ରତା ବଢିବ ।

ପ୍ରଥମ ଉପାୟ-

  1. ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ଏହି ଉପାୟ ଶୁକ୍ରବାର ରାତି ୧୨ଟା ପରେ ହିଁ କରନ୍ତୁ ।
  2. ଶୁକ୍ରବାର ରାତି ୧୨ଟା ପୂର୍ବରୁ ପ୍ରଥମେ ଭଲଭାବେ ହାଥ ଗୋଡ ଧୋଇ ସ୍ୱଚ୍ଛ ହୁଅନ୍ତୁ ଏବଂ ଧଳା ରଙ୍ଗର ବସ୍ତ ପିନ୍ଧନ୍ତୁ ।
  3. ଏହା ପରେ କମଳ ଫୁଲର ଆସନ ଉପରେ ବସିବା ମା ଲକ୍ଷ୍ମୀଙ୍କ ଫୋଟୋକୁ ଘରର କୌଣସି ଶାନ୍ତ ଓ ସଫା ଜାଗାରେ ସ୍ଥାପନ କରନ୍ତୁ ।
  4. ବର୍ତ୍ତମାନ ଏହି ଫୋଟୋ ସମ୍ମୁଖରେ ୩ଟି ଅଳେଇଚ ରଖି ନିଜ ଇଷ୍ଟଦେବଙ୍କର ଧ୍ୟାନ କରନ୍ତୁ । ଏହା ପରେ ମା ଲକ୍ଷ୍ମୀ - ଭଗବାନ ବିଷ୍ଣୁଙ୍କର ଧ୍ୟାନ କରି ଶୁକ୍ରଦେବଙ୍କୁ ନିଜର ସବୁ ମନୋକାମନା ପୂର୍ଣ୍ଣ କରିବା ତଥା ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ମନ ହିଁ ମନରେ ପ୍ରାର୍ଥନା କରନ୍ତୁ ।
  5. ଏହା ପରେ ଶୁକ୍ର ମନ୍ତ୍ର ଓଁ ଦ୍ରାଂ ଦ୍ରିଂ ଦ୍ରୌ ସଃଶୁକ୍ରାୟ ନମଃର ୨୧ ଥର ଜପ କରନ୍ତୁ ।
  6. ଏବେ ତିନୋଟି ଅଳେଇଚ ନିଜ ଡାହାଣ ହାତର ମୁଠିରେ ରଖନ୍ତୁ ଏବଂ ନବଗ୍ରହଙ୍କର ଧ୍ଯାନ କରି ନିଜର ସମସ୍ୟାକୁ ଦୂର କରିବାର ପ୍ରାର୍ଥନା କରନ୍ତୁ ।
  7. ଏହା ପରେ ମୁଠି ଖୋଲନ୍ତୁ ଏବଂ ସେଥିରେ ୩ଥର ଫୁଙ୍କନ୍ତୁ । ଏବେ ଅଳେଇଚକୁ ଗୋଟେ ପାତ୍ରରେ ରଖି ମୁଖ୍ୟ ଦ୍ୱାରକୁ ନେଇ ଯାଆନ୍ତୁ ।
  8. ବର୍ତ୍ତମାନ ସେଥିରେ କିଛି କର୍ପୁର ରଖି ତାକୁ ଜଳାଇ ଦିଅନ୍ତୁ । ତାହା ସଂପୂର୍ଣ୍ଣ ଜଳିବା ପରେ ତୁଳସୀ ଗଛ ମୂଳରେ ଢାଳି ଦିଅନ୍ତୁ ।
  9. ତୁଳସୀ ଗଛ ନ ଥିଲେ ନଦୀରେ ମଧ୍ଯ ପ୍ରବାହିତ କରିପାରିବେ। କିଛି ଦିନ ପରେ ଆପଣଙ୍କୁ ଏହାର ପ୍ରଭାବ ପରିଲିଖିତ ହେବ |
  10. ଏହି ଉପାୟ ନିଶ୍ଚୟ କରିକି ଦେଖନ୍ତୁ, ଦେଖିବେ ଜୀବନରେ ବହୁତ ସୁଖ ଓ ସମୃଦ୍ଧି ମିଳିବ । 

ଦ୍ବିତୀୟ ଉପାୟ 

  1. ଅଳେଇଚକୁ ନିଜ ଡାହାଣ ହାତରେ ମୁଠି କରି ଧରନ୍ତୁ।
  2. ଏବଂ ଏହାକୁ ଧରି ନିଜ ଘରରେ ୩ ଥର ଓଲଟା ଚାଲନ୍ତୁ ଅର୍ଥାତ୍ ପଛକୁ ପଛକୁ ଚାଲନ୍ତୁ। କିନ୍ତୁ ଯେଉଁ ଘରେ ଆପଣଙ୍କୁ ପୂଜା ଘର ଅର୍ଥାତ୍ ଠାକୁର ଘର ଥିବା ସେହି ଘରେ ଆପଣ ଚାଲିବେ ନାହିଁ।
  3. କିନ୍ତୁ ଯଦି ଆପଣଙ୍କ ର ଗୋଟେ ହିଁ ଘର ଅଛି ଆଉ ସେହି ଘରେ ଠାକୁର ପୂଜା ହେଉଛନ୍ତି ତେବେ ଆପଣ ସେହି ଘରେ ଚକର ଲଗେଇ ପାରିବେ।
  4. ଏହା ପରେ ଆପଣ ଏହି ଅଳେଇଚ କୁ ନିଜର ସମସ୍ତ ସମସ୍ୟା ଜଣାନ୍ତୁ। (ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମସ୍ୟା କହିବାର ଅଛି,ଇଛା ନୁହେ)
  5. ଏହା ପରେ ଆପଣ ହ୍ରିଂ ହ୍ରିଂ.. ଏହିପରି ସାତ ଥର ଜପ କରିବାର ଅଛି।
  6. ଏହା ପରେ ଏକ ପାତ୍ର ରେ କିଛି ପାଣି ନିଅନ୍ତୁ ଓ ଏହାକୁ ଗରମ କରନ୍ତୁ। ଯେତେବେଳେ ଏହି ପାଣି ଫୁଟିବ ସେତେବେଳେ ଏହି ଅଳେଇଚ କୁ ପାଣି ରେ ପକେଇ ଦିଅନ୍ତୁ।
  7. ଏହା ପରେ ଆଉ ୫ ମିନିଟ୍ ପାଣି କୁ ଗରମ କରନ୍ତୁ ଓ ପାଣି ଗରମ୍। ହୋଇଯିବା ପରେ ଏହି ପାଣି କୁ ଆପଣଙ୍କୁ ଗାଧୋଇବା ପାଣି ରେ ମିଶାଇ ଦିଅନ୍ତୁ ଓ ଗଧାନ୍ତୁ।
  8. ଗାଧୋଇବା ସମୟରେ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ। ଓଁ ଦ୍ରାଂ ଦ୍ରିଂ ଦ୍ରୌ ସଃଶୁକ୍ରାୟ ନମଃ
  9. ଏହା କରନ୍ତୁ ଆଉ ସ୍ନାନ ପରେ ଆପଣ ମଧ୍ୟ କିଛି ତେଜ ନିଜ ଦେହରେ ଅନୁଭୂତ କରିପାରିବେ।

Post a Comment

0 Comments