ଏହି ରୋଗ ପାଇଁ କଳା ତୁଳସୀ କେତେ ଜରୁରୀ

ଏହି ରୋଗ ପାଇଁ କଳା ତୁଳସୀ କେତେ ଜରୁରୀ 


 1. ଥଣ୍ଡା,ଆଲର୍ଜି ଏବଂ ଶ୍ୱାସ ସମସ୍ୟା

  1. ଧଳା ତୁଳସୀ ଅପେକ୍ଷା କଳା ତୁଳସୀ ଥଣ୍ଡା ,କାଶ ଓ ଗଳା ଯନ୍ତ୍ରଣା ପାଇଁ ଅତ୍ୟନ୍ତ ହିତକର l କାରଣ କଳା ତୁଳସୀ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆକୁ ଶରୀରରୁ ଦୁରେଇ ରଖିଥାଏ l ତେଣୁ ପାଣିରେ କଳା ତୁଳସୀ ଓ ଲୁଣ ପକାଇ ଫୁଟାଇ ଗଳ ଗଳ କରନ୍ତୁ ,ଦେଖିବେ ଥଣ୍ଡା ଜନିତ ସମସ୍ୟା ଦୂରେଇଯିବ l
  2. ଛୋଟ ପିଲାଙ୍କ ପାଇଁ ଏହି କଳା ତୁଳସୀ ବହୁତ ଉପକାରୀ ହୋଇଥାଏ । ଯଦି ଛୋଟ ପିଲାଙ୍କୁ ସବୁବେଳେ ଜ୍ୱର , ଥଣ୍ଡା ଏବଂ କାଶ ଲାଗିରହିଥାଏ ତ ଆପଣ ଦୁଇଟି କଳା ତୁଳସୀ ପତ୍ରକୁ ଛେଚି ତାହାର ରସ ବାହାର କରନ୍ତୁ ଏବଂ ସେଥିରେ ମହୁ ମିଶାଇ ପିଲାକୁ ଖାଇବାକୁ ଦିଅନ୍ତୁ । ଏହା ବହୁତ ଉପକାରୀ ଅଟେ ।
  3. ଶ୍ଵାସ ରୋଗୀ ମାନଙ୍କ ପାଇଁ ମଧ୍ଯ କଳା ତୁଳସୀ ଲାଭକାରୀ ହୋଇଥାଏ, ଶ୍ଵାସ ରୋଗୀଙ୍କୁ କଳା ତୁଳସୀ ମହୁ ସହ ମିଶାଇ ସେବନ କରିବା ଉଚିତ ଏହା ଦ୍ବାରା ତାଙ୍କ ଶ୍ଵାସ ରୋଗ ଅଧିକ ବଢି ନଥାଏ ।
  4. ତୁଳସୀ ପତ୍ର ଚା’ ସେବନ କରିବା ଦ୍ୱାରା,  ଏହି ସବୁ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
  5. ତୁଳସୀ ପତ୍ରକୁ ଅଦା ଓ ମହୁ ସହିତ ସମାନ ମାତ୍ରାରେ ମିଶାଇ ସେବନ କଲେ ଶୁଖିଲା କାଶ, ଥଣ୍ଡା କାଶ ଓ ଜ୍ୱର ଆଦି ଭଲ ହୋଇଥାଏ ।
  6. ବର୍ଷାଋତୁରେ ପ୍ରତିଦିନ 5ଟି ତୁଳସୀପତ୍ର ଖାଲିପେଟରେ ଖାଇଲେ ଜ୍ୱର ଓ ସର୍ଦ୍ଦିରୁ ଉପଶମ ମିଳେ |
  7. ୧୫ ରୁ ୨୦ ଟି ପତ୍ର ନିଅନ୍ତୁ। ଏହାକୁ ଚିପୁଡି କରି ଏହାର ରସ ବାହାର କରିଦିଅନ୍ତୁ।ଏହାର ରସକୁ ଗରମ କରିଦିଅନ୍ତୁ।ଏଥିରେ ଟିକେ ଗୁଡ଼ ମିଶାଇ ଦିଅନ୍ତୁ।ଯଦି ଆପଣ ମହୁ ଖାଇପାରିବେ ତ ଟିକେ ମହୁ ମିଶାଇ ଦିଅନ୍ତୁ।ଏହାକୁ ସକାଳେ ଓ ସନ୍ଧ୍ୟାରେ ଏକ ଚାମଚ ଲେଖାଏଁ ଖାଆନ୍ତୁ।ଏପରି କରିବା ଦ୍ବାରା ଯେକୌଣସି ଥଣ୍ଡା ଓ ଜ୍ୱରକୁ ଭଲ କରିପାରିବ।ଯଦି ୧୦୩ ବା ୧୦୪ ଡିଗ୍ରୀ ଜ୍ଵର ଅଛି ତ ତୁଳସୀର କାଢା ତିଆରି କରି ପିଅନ୍ତୁ।ଆପଣ କିଛି ତୁଳସୀ ପତ୍ରକୁ ପାଣିରେ ସିଝନ୍ତୁ। ତା ପରେ ଏଥିରେ ଗୁଡ଼ ମିଶାଇ ପିଅନ୍ତୁ।
  8. ତୁଳସୀ ସହିତ ଗୋଲମରିଚ ଏବଂ ମିଶ୍ରି ମିଶାଇ ପିଇବା ଦ୍ୱାରା ଥଣ୍ଡା ଭଲ ହୋଇଯାଏ।
  9. କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରାଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ଥଣ୍ଡା-କାଶ ରୋଗରୁ ଏହା ରକ୍ଷା କରିଥାଏ ।ଯଦି ଆପଣଙ୍କ ଯଦି ଶ୍ୱାସ ସମସ୍ୟା ଜନିତ ରୋଗର ଚିନ୍ତିତ ଅଛନ୍ତି ତେବେ କ୍ଷୀର ସହିତ ତୁଳସୀ ପତ୍ରକୁ ଫୁଟାଇ ପିଅନ୍ତି ଏମିତି କରିବାଦ୍ୱାରା  ଲାଭ ଦାୟକ ହୋଇଥାଏ ।
  10. ଅଜୀର୍ଣ୍ଣ , କାଶ , କଫ ଲାଗିରହୁଥିଲେ ତୁଳସୀ ପତ୍ର ରସ ସହିତ ଦେଶୀ ଗାଈଘିଅ , ଗୋଲମରିଚ ମିଶ୍ରଣ କରି ସେବନ କରନ୍ତୁ ,ବହୁତ ଜଲ୍ଦି ଏହାର ଉପକାରିତା ଆପଣ ଜାଣିପାରିବେ I
  11. ତୁଳସୀ ପତ୍ର ଦ୍ୱାରା ଆଲର୍ଜି ଭଲ ହୋଇଯାଇଥାଏ । କାରଣ ତୁଳସୀ ପାଣିରେ ଆଣ୍ଟି-ଆଲର୍ଜିକ୍‌ ଗୁଣ ଭାରି ରହିଛି । ଯେପରିକି ଶ୍ୱାସଜନିତ ସମସ୍ୟା, କାଶ, ଟନସିଲ୍‌ ଓ ଗଳା କ୍ୟାନସର୍‌ ପରି ରୋଗକୁ ନିୟନ୍ତ୍ରଣ କରିଥାଏ। 
  12.  ଯଦି ଏକ ତମ୍ବା ପାତ୍ର ରେ କିଛି ପାଣି ରଖି ସେଥିରେ ତୁଳସୀ ପତ୍ର କୁ ପକାଇ ଲେ ତାହା ୮ ଘଣ୍ଟା ପରେ ଅମୃତ ହୋଇଯାଇଥାଏ । ଏହି ତୁଳସୀ ପତ୍ର କୁ ଆପଣ ନ ଚୋବେଇ ସକାଳୁ ଖାଲି ପେଟରେ ଏହାର ୨ ରୁ ୩ ପତ୍ର କୁ ଗିଳି ଦିଅନ୍ତୁ ।
  13. ଯଦି ଆପଣ ପ୍ରତିଦିନ ଏହିପରି ଏହାର ସେବନ କରିବେ ତାହେଲେ ଆପଣ ଅନେକ ପ୍ରକାରର ରୋଗ ଦୂର ହୋଇଯିବ । ଯଦି ଆପଣଙ୍କ ଶ୍ୱାସ ଜନିତ ସମସ୍ୟା ଥିବା ତାହେଲେ ତାହା ବହୁତ୍ ଶୀଘ୍ର ଭଲ ହୋଇଯିବ।
  14. ତୁଳସୀପତ୍ରକୁ ନିଆଁରେ ସେକି ଲୁଣ ସହିତ ଖାଇଲେ କାଶ ଏବଂ ବସିଯାଇଥିବା ଗଲା ଠିକ ହୁଏ |
  15. କୋଷ୍ଠକାଠିନ୍ୟ ହେଉଥିଲେ କଳା ତୁଳସୀକୁ ଗୋଟିଏ ପାତ୍ରରେ ରହି ଉଷୁମ କରନ୍ତୁ |ଖାଦ୍ୟ ଖାଇବା ପୂର୍ବରୁ ଦିନକୁ 2ଥର ଖାଆନ୍ତୁ |    
  16. ତୁଳସୀ ଜଟାକୁ ସଂଗ୍ରହ କରନ୍ତୁ ଏବଂ ଅନ୍ୟ ଗୋଟିଏ ପାତ୍ରରେ ଏକ ଗ୍ଲାସ ପାଣି ଢାଳନ୍ତୁ । ପାଣିକୁ ଗରମ କରନ୍ତୁ ଏବଂ 10 ଟି ତୁଳସୀ ଜଟାକୁ ପକାଇ ଦିଅନ୍ତୁ । ସେହି ପାଣି ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେତେ ପର୍ଯ୍ୟନ୍ତ ପାଣି ଫୁଟି ଫୁଟି ଅଧ ଗ୍ଲାସ ହୋଇ ନଯିବ । ପାଣି ଭଲ ଭାବରେ ଫୁଟିଯିବା ପରେ ଏହାର ରଙ୍ଗ ଚେଞ୍ଜ ହେବାକୁ ଲାଗିବ । ବାହାର କରି ନିଅନ୍ତୁ ଏବଂ ଏକ ଛଣା ସାହାର୍ଯ୍ୟରେ ଛାଣି ନିଅନ୍ତୁ ।
ସକାଳ ସନ୍ଧ୍ୟା ଏବଂ ରାତି ସମୟରେ ଆପଣ ଏହାର ସେବନ କରି ପାରିବେ ।  ଯଦି ଆପଣଙ୍କୁ ବହୁତ ଅଧିକ ଥଣ୍ଡା
ହୋଇଥାଏ ତେବେ ଏହାକୁ 3 ଥର ସେବନ କରନ୍ତୁ । ବୟସ ଅନୁସାରେ ଛୋଟ ପିଲାଙ୍କୁ 1 ରୁ 2 ଚାମଚ ଦିଅନ୍ତୁ ଏବଂ ବଡ ଲୋକମାନେ ଏହାର ଅଧାଗ୍ଲାସ ସେବନ କରି ପାରିବେ ।
 
କଫ ସସମ୍ୟା ଦୂର କରିବା ପାଇଁ

ଦେଶୀ ଗାଈର ଘିଅ ଆଣନ୍ତୁ ଏବଂ ଗୋଟିଏ ଅରଖ ପତ୍ରରେ ସେହି ଘିଅର ଲେପନ କରନ୍ତୁ । ସେହି ପତ୍ରକୁ ସାମାନ୍ୟ ଉଷୁମ କରି ଆପଣଙ୍କ ଛାତିରେ ବା ଛୋଟ ପିଲା ମାନଙ୍କର ଛାତିରେ ସେକ ଦିଅନ୍ତୁ । ଏହା କରିବା ଦ୍ୱାରା କଫ ଭଳି ସମସ୍ୟା ଚୁଟକି ରେ ଦୂର ହୋଇଯିବ ।

2. କେଶ ପାଇଁ

  1. କଳା ତୁଳସୀ  ସହ ଅଁଳା ମଧ୍ଯ ବାଟି ନିଅନ୍ତୁ ଦୁହିଙ୍କୁ ମିଶେଇ ଚୁଟିରେ ଲଗାନ୍ତୁ ତେବେ ସୁଖୀ ଗଲା ପରେ ଏହାକୁ ଧୋଇ ନିଅନ୍ତୁ ଏହା ଛଡା ଚୁଟି ସମ୍ପୂର୍ଣ୍ଣ ଭାବରେ ସୁଖୀ ଗଲା ପରେ ଏଥିରେ ହାଲ୍କା ନଡିଆ ତେଲ ଲଗେଇ ଦିଅନ୍ତୁ ଏହି ଉପାୟ ସପ୍ତାହରେ ଦୁଇ ଥର କରନ୍ତୁ ଦେଖ୍ବଖି କିଛି ସପ୍ତାହ ମଧ୍ଯରେ ଆପଣଙ୍କ ଚୁଟି ବହୁତ ଭଲ ହୋଇଥାଏ ।
  2. ତୁଳସୀ ଗଛ ଓ ନିମ ପତ୍ରକୁ ଅଳ୍ପ ସୋରିଷ ତେଲରେ ମିଶାଇ ଗରମ କରନ୍ତୁ ଓ ଏହି ତେଲକୁ ଆପଣ ନିଜ କେଶରେ ଲଗାନ୍ତୁ । ଦେଖିବେ ଆପଣଙ୍କର କେଶ ଝଡିବା ଓ ଧଳା ହେବା ଆଦି ସମସ୍ତ ସମସ୍ଯା ଦୁର ହୋଇଯିବ ।
  3. ଆପଣ ମାନଙ୍କର କେଶ ଜନିତ କୌଣସି ସମସ୍ଯା ରହିଛି ତେବେ ଆପଣ ତା ହେଲେ ଆପଣ କିଛି ତୁଳସୀ ପତ୍ରକୁ ପେଶୀ ସେଥିରେ ଅଳ୍ପ ଅଁଳା ଚୂନ ମିଶାଇ ଦିଅନ୍ତୁ ଓ ନିଜ କେଶରେ ଲଗାଇ ତାକୁ ଭଲ ଭାବରେ ମସାଜ କରନ୍ତୁ । ବନ୍ଧୁଗଣ ମସାଜ କରିବା ପରେ ଆପଣ ନିଜ କେଶକୁ ଧୋଇ କେଶ ରେ ଅଳ୍ପ ନଡିଆ ତେଲ ଲଗାଇ ଦିଅନ୍ତୁ ।
  4. କେଶ ପାଚୁଥିଲେ ମଧ୍ୟ ତୁଳସୀର ପେଷ୍ଟ ଲଗାଇବା ଉଚିତ। ଏହାଦ୍ୱାରା ଅଳ୍ପ ପାଚିଥିବା କେଶ କଳା ହେବା ସହ ଅସମୟରେ କେଶ ପାଚିବ ନାହିଁ।
  5. ତୁଳସୀ ପତ୍ର ପରି ତୁଳସୀ ତେଲ ମଧ୍ୟ ଖୁବ୍ ଉପଯୋଗୀ। ଏହାକୁ କେଶରେ ମାଲିସ କଲେ ଖପୁରୀରେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ କେଶ ଝଡ଼ିବା ବନ୍ଦ ହୁଏ।
  6. କେଶର ଶୁଷ୍କତା ଏବଂ ରୂପି ଦୂର କରିବାରେ ତୁଳସୀ ସହାୟକ ହୁଏ। ତେଣୁ ନିୟମିତ ଭାବେ ତୁଳସୀ ପତ୍ରକୁ ବାଟି କେଶରେ ଲଗାନ୍ତୁ। ଏକ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ।
  7. ତୁଳସୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଯୋଗୁ କେଶର ମଇଳା ସଂପୂର୍ଣ୍ଣ ଭାବେ ସଫା ହେବା ସହ କେଶର ବୃଦ୍ଧିରେ ସହାୟକ ହୁଏ।
  8. ଆପଣ ତୁଳସୀ ପତ୍ର ଏବଂ ପୁଦିନ ପତ୍ରକୁ ଏକତ୍ର ବାଟି ଏହାର ରସ୍ କୁ ମଧ୍ୟ କେଶ ରେ ଲଗାଇ ପାରିବେ। ଏହା କେଶ ଝଡ଼ିବା ବନ୍ଦ କରିବା ସହ କେଶ କୁ ମଜବୁତ କରିଥାଏ ।
  9. କଳା ଚା ଏବଂ ତୁଳସୀପତ୍ର ବ୍ୟବହାର କଲେ କେଶ ଧଳା ହେବା ସମସ୍ୟା ଦୂର ହୋଇଥାଏ। ଏକ କପ୍ ପାଣିରେ ୫ ଚାମଚ କଳା ଚା ଏବଂ ୫ ରୁ ୬ଟି ତୁଳସୀ ପତ୍ର  ପକାଇ ଏହାକୁ ଭଲ ଭାବରେ ଫୁଟାନ୍ତୁ। ଏଥିରେ ଲେମ୍ବୁ ରସ ମିଶାନ୍ତୁ ଏବଂ ଥଣ୍ଡା ହେବା ପରେ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ ।ଏହାକୁ କିଛି ସମୟ ରଖିବା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ ।

3. ଯୌନ ଦୁର୍ବଳତା

  1. ମୁଖ୍ଯତଃ ଏହାର ପତ୍ରକୁ ବ୍ୟବହାର କରାଯାଏ। ତେବେ ଏହାର ମଞ୍ଜିକୁ ମଧ୍ଯ ପ୍ରୟୋଗ କରାଯାଇପାରିବ। ତୁଳସୀ ମଞ୍ଜିକୁ ବ୍ୟବହାର କରିବାର ଶ୍ରେଷ୍ଠଋତୁ ହେଉଛି ଶୀତଋତୁ । ଜଣେ ପ୍ରାପ୍ରବୟସ୍କ୍‌ ଯୁବକ ମଞ୍ଜିଚୂର୍ଣ୍ଣ ୨୦ ଗ୍ରାମ୍‌, ୪୦ ଗ୍ରାମ୍‌ ମିଶ୍ରିଚ଼ୂର୍ଣ୍ଣ ସହିତ ସେବନ କଲେ ଶରୀରରେ ଶକ୍ତି ବୃଦ୍ଧି ହୁଏ। 
  2. ସେହିପରି ଯେଉଁମାନଙ୍କର ଯୌନ ଦୁର୍ବଳତା ରହିଛି ଏକ ଚାମଚ ତୁଳସୀ ମଞ୍ଜିକୁ ଏକଗ୍ଲାସ ପାଣିରେ ରାତିରେ ମିଶ୍ରି ସହିତ ଭିଜାଇ ସକାଳେ ଖାଲି ପେଟରେ ପିଇଲେ ସମସ୍ୟା ଦୂର ହୁଏ ।



Post a Comment

0 Comments