ଏହି ବୃକ୍ଷ ଗୁଡିକ ଘର ପାଇଁ ଶୁଭ ହେଲେବି ଘର ଠାରୁ କିଛି ଦୂରରେ ରହିବା ଉଚିତ

ଏହି ବୃକ୍ଷ ଗୁଡିକ ଘର ପାଇଁ ଶୁଭ ହେଲେବି ଘର ଠାରୁ କିଛି ଦୂରରେ ରହିବା ଉଚିତ



ଯେଉଁ ଘରର ପୂର୍ବ, ଉତ୍ତର କିମ୍ବା ଐଶାନ୍ୟ କୋଣରେ ବଗିଚା ରହିଥାଏ ସେହି ଘରେ ଧନ ଯୋସ ଓ ଧର୍ମର ବୃଦ୍ଧି ହୋଇଥାଏ। ଏହାର ବିପରୀତ ଦିଗରେ ବଗିଚା ରହିବା ଦ୍ୱାରା ଧନ ଓ ସନ୍ତାନ ହାନି ହୋଇଥାଏ। ଅଳ୍ପ ଆୟୁଷ ଓ ରୋଗରେ ବୃଦ୍ଧି ହୋଇଥାଏ ଏବଂ ପାପ ମଧ୍ୟ ବଢିଥାଏ।

  1. ଉଚ୍ଚ ଗଛଗୁଡ଼ିକକୁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଭଲ ହେବ ।
  2. ଏହି ଗଛର ଚେର ମାଟି ତଳକୁ ମାଡ଼ିଯାଇଥାଏ, ଏହା ଖୁବ୍ ଶୀଘ୍ର ଚାରିଆଡେ ବ୍ୟାପିଯାଇଥାଏ । ଏହି ଗଛ ଗୁଡିକ ଛୋଟ ଘରକୁ ଫଟାଇ ଦେଇଥାଏ । ସେଥିପାଇଁ ଏହାକୁ ଘରର ଆଖପାଖରେ ନ ଲଗାଇ କୌଣସି ଖୋଲା ସ୍ଥାନରେ ଲଗାଇବା ଉଚିତ୍,ଯାହା ଦ୍ଵାରା ଏହା ଭଲ ଭାବେ ବଢ଼ିବ ।

1. ଓସ୍ତ ଗଛ

  1. ଓସ୍ତ ଗଛର ବୁଧ ,ଶନି ଏବଂ ବୃହସ୍ପତି ଙ୍କ ସହିତ ସଂଯୋଗ ଥାଏ । ଏହି ଗଛରେ ପ୍ରତିଦିନ ପାଣି ଦେଲେ ଏବଂ ଫୁଲ ଚଢାଇଲେ କୌଣସି ବି ରୋଗ ହୋଇନଥାଏ ଏବଂ ଏହା ସହିତ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ବଡ ଓସ୍ତ ଗଛ ଘରକୁ ବିପତ୍ତି ପହଞ୍ଚାଇପାରେ ।
  2. ପୂର୍ବରେ ଅଶ୍ୱତ୍ଥ ବୃକ୍ଷ ରହିବା ଅଶୁଭ । 
  3. ଓସ୍ତ ଗଛକୁ ପୂଜା କଲେ ଶନି ଦୋଷ ଓ ଶତ୍ରୁଙ୍କ କବଳରୁ ମୁକ୍ତି ମିଳିଥାଏ | ଏବଂ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ଲାଭ ହୋଇଥାଏ । ଧନର ଦେବତା କୁବେର ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ।
  4. ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଓସ୍ତ ଗଛ ଲଗାଇବା ଅଶୁଭ ହୋଇଥାଏ । ଓସ୍ତ ଗଛ ଘରେ ହେବା ଦ୍ବାରା ଧନ ହାନି ହୋଇଥାଏ ।
  5. ବରଗଛ ଏବଂ ଓସ୍ତ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି କୁହାଯାଏ, କିନ୍ତୁ ଏହି ଗଛକୁ ଘରେ ନ ଲଗାଇବା ହିଁ ଠିକ । ଏହା ଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ,ସେଥିପାଇଁ ଏହି ଗଛଗୁଡ଼ିକକୁ ସବୁବେଳେ ମନ୍ଦିରରେ ନହେଲେ ଘରଠାରୁ ଦୂରରେ ଲଗାଇବା ଉଚିତ୍ ।
  6. ବୈଜ୍ଞାନିକ କାରଣ ଅନୁସାରେ, ଏହି ଗଛ ପତ୍ରରେ ଅକ୍ସିଜେନ୍‌ ଭରପୁର ମାତ୍ରାରେ ରହିଥାଏ। ସବୁଦିନ ସକାଳେ ଏହି ଗଛ ପାଖରେ ବୁଲାବୁଲି କରିବା ଶରୀର ପାଇଁ ଭଲ ହୋଇଥାଏ। ଏହାକୁ ଘର ଭିତରେ ଲଗାଇବା ଉଚିତ୍‌ ନୁହେଁ। ଏହି ଗଛ ବହୁତ ବଡ଼ ହେଉଥିବାରୁ ଏହା ଆପଣଙ୍କ ଘରକୁ ଦୁର୍ବଳ କରିପକାଏ।

2. ବର ଗଛ

  1. ବରଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି କୁହାଯାଏ, କିନ୍ତୁ ଏହି ଗଛକୁ ଘରେ ନ ଲଗାଇବା ହିଁ ଠିକ । ଏହା ଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ,ସେଥିପାଇଁ ଏହି ଗଛଗୁଡ଼ିକକୁ ସବୁବେଳେ ମନ୍ଦିରରେ ନହେଲେ ଘରଠାରୁ ଦୂରରେ ଲଗାଇବା ଉଚିତ୍ ।
  2. ପଶ୍ଚିମରେ ବଟ ବୃକ୍ଷ ରହିବା ଅଶୁଭ । ବର ଗଛକୁ ବଟ ବୃକ୍ଷ ମଧ୍ୟ କୁହାଯାଏ। ଏହି ଗଛ ଅତ୍ୟନ୍ତ ପବିତ୍ର ।  ଏହି ବୃକ୍ଷ ଧନର ଦେବତା କୁବେରଙ୍କ ପ୍ରତୀକ ଅଟେ |

3. ଶମୀ ଗଛ

  1. ଧ୍ୟାନ ରଖନ୍ତୁ ଏହାକୁ ଘରର ବାହାରେ ହି ଲଗାନ୍ତୁ |
  2. ଶମୀ ଗଛ। ଏହି ଗଛ ଘରେ ରହିବା ମଧ୍ୟ ବହୁତ ଶୁଭ ବୋଲି ମାନିଥାନ୍ତି। ଏହି ସମୀ ଗଛ ଘରର ମୁଖ୍ୟ ଦ୍ଵାରର ବାମ ପାର୍ଶ୍ଵରେ ଲଗାଇବା ଉଚିତ। 
  3. ଶମୀ ଗଛଟିକୁ ଘରର କିଛି ଦୂରରେ ଏପରି ଲଗାନ୍ତୁ ଯେପରି ଘରୁ ବାହାରିବା ସମୟରେ ଏହି ଗଛଟି ଡାହାଣ ପଟେ ରହୁଥିବ।
  4. ଏହି ଗଛର ମୂଳରେ ସକାଳେ ଏବଂ ସନ୍ଧ୍ୟାରେ ସୋରିଷ ତେଲ କିମ୍ବା ରାଶି ତେଲରେ ଦୀପ ଲଗାଇବା ଦ୍ୱାରା ଶନିଦୋଷା ଶନି ପ୍ରକୋପରୁ ରକ୍ଷା ମିଳିଥାଏ ଏବଂ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି। 
  5. ବିଜୟାଦଶମୀ ଦିନ ଶମୀବୃକ୍ଷର ପୂଜା କଲେ ଧନ ସମ୍ବନ୍ଧୀୟ ଅଭାବ ରହିଥାଏ । 

4. ଅଶୋକ ଗଛ

  1. ଅଶୋକ ଅର୍ଥ ହେଉଛି ଯେଉଁଠି ଶୋକ ନଥାଏ ଅର୍ଥାତ ଦୁଃଖ ହୀନ ସ୍ଥାନ। ଏଣୁ ଏହି ଗଛଟି ଶୋକ ନାଶ କରି ସୁଖ ଶାନ୍ତି ପ୍ରଦାନ କରିଥାଏ। ଏହି ଗଛ ଯେଉଁ ଘରେ ଥାଏ ସେହି ଘରେ ସ୍ନେହ ଶ୍ରଦ୍ଧା ସହାନୁଭୂତି ବଢିଥାଏ। 
  2. ମାନ୍ୟତା ଅନୁସାରେ ଅଶୋକ ଗଛକୁ ଘରେ ଲଗାଇବା ଦ୍ୱାରା ଘରେ ଧନ ସୁଖ ଶାନ୍ତି ଆଉ ସମୃଦ୍ଧିର ବାସ ହୋଇଥାଏ ଏବଂ ସେହି ପରିବାରରେ କାହାର ବି ଅକାଳ ମୃତ୍ୟୁ ମଧ୍ୟ ହୋଇନଥାଏ।
  3. ଘର ବାହାରେ ଅଶୋକ ଗଛ ଲଗାଇବା ଦ୍ବାରା ପାରିବାରିକ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ। ଏହା ସହିତ ଶୋକ ଦୂର ହୋଇଥାଏ। ଅଶୋକ ଗଛ ଲଗାଇବା ଦ୍ବାରା ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢ଼ିଥାଏ।
  4. ଅଶୋକ ବୃକ୍ଷ ଘର ଅଗଣାରେ ରହିଲେ ପରିବାର ମଧ୍ୟରେ ଭଲପାଇବା ରହେ ।

5. ନିମ୍ବ ଗଛ

  1. ଘରର ବାୟୁ କୋଣ ବା ଉତ୍ତର-ପଶ୍ଚିମ ଦିଗରେ ନିମ ଗଛ ରହିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।ଏହା ସକାରାତ୍ମକ ଉର୍ଜା ସହିତ ଅନେକ ପ୍ରକାରର କଲ୍ୟାଣ କରିଥାଏ। 
  2. ଘରର ଆଖପାଖରେ ନିମ ଗଛ ରହିଲେ ବହୁତ ଶୁଭ ହୋଇଥାଏ। ଏହା ଘରକୁ ସକାରାତ୍ମକ ଶକ୍ତି ପ୍ରବାହ କରିଥାଏ।
  3. ଘରର ବାମ କୋଣରେ ଏହି ଗଛ ରହିବା ଶୁଭ ହୋଇଥାଏ ।
  4. ସବୁ ଲୋକ ଘରେ ନିମ ଗଛ ଲଗାଇବାକୁ ପସନ୍ଦ କରିନଥାନ୍ତି କିନ୍ତୁ ଘର ଅଗଣାରେ ରହିଲେ ଶୁଭ ହୋଇଥାଏ । 
  5. ଯେଉଁ ଲୋକ ୭ଟି ନିମ ଗଛ ଲଗାଇଥାନ୍ତି ମୃତ୍ୟୁ ପରେ ସେମାନେ ଶିବଲୋକ ଗମନ କରିଥାନ୍ତି 
  6. ଯେଉଁ ଲୋକ ୩ ଟି ନିମ ଗଛ ଲଗାଇଥାଏ ତାକୁ ୧୦୦ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଲୋକର ପ୍ରାପ୍ତି ହୋଇଥାଏ।
  7. ଏହି ଗଛରେ ଅନେକ ଔଷଧିୟ ଗୁଣ ଥିବାର ଆପଣ ଜାଣିଥିବେ। କୀଟନାଶକ ନିମନ୍ତେ ଏହାର ବ୍ୟବହାର କରାଯାଏ। ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ଅନେକ ରହିଛି। ଏହି ଗଛ ଆପଣଙ୍କ ପାଖରେ ଥିଲେ ସୁବିଧା ଅସୁବିଧା ବେଳେ ଏହାର ପତ୍ର ଫୁଲ ଇତ୍ୟାଦିକୁ ବ୍ୟବହାର କରି ଲାଭ ପାଇ ପାରିବେ। ଏହାକୁ କିନ୍ତୁ ଘରଠୁ କିଛି ଦୂରରେ ଲଗାନ୍ତୁ।

6. ଆମ୍ବ ଗଛ

ଆମ୍ବ ପତ୍ର ପୂଜାରେ ବ୍ୟବହାର ହୋଇଥାଏ। ଏହାକୁ ବହୁତ ଶୁଭ ବୋଲି ଧରାଯାଏ। ଆମ୍ବ ଫଳର ରାଜା ହୋଇଥିବାରୁ ଆପଣଙ୍କ ବଗିଚାରେ ଏହାକୁ ଲଗାନ୍ତୁ। ପୂଜା ପର୍ବରେ ଏହା କାମରେ ଆସିବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ ।

7. ପଣସ ଗଛ

ଆମ୍ବ ଗଛ ଭଳି ପଣସ ଗଛ ମଧ୍ୟ ଅନେକ ଫାଇଦା ଦେଇଥାଏ। ଏହାର ପତ୍ର ମଧ୍ୟ ଅନେକ ପୂଜା ପର୍ବରେ ବ୍ୟବହାର ହୁଏ। ପଣସରେ ଅନେକ ପ୍ରକାର ଭିଟାମିନ୍‌ ଥିବାରୁ ଆପଣ ଏହାକୁ ଖାଦ୍ୟରେ ସାମିଲ୍‌ କରନ୍ତୁ। କିନ୍ତୁ ଏହାକୁ ଘରଠୁ କିଛି ଦୂରରେ ଲଗାନ୍ତୁ ।

Post a Comment

0 Comments