ଏହି ବଡ଼ ରୋଗ ପାଇଁ ଆବଶ୍ୟକ ଉଭୟ ଅଳେଇଚ
ରୋଷେଇ ଘରେ ମସଲା ଭାବରେ ବ୍ୟବହୃତ ହେଉଥିବା ଜିନିଷ ହେଉଛି ଅଳେଇଚ । କେବଳ ରୋଷେଇ ନୁହେଁ, ଶରୀରରେ ହେଉଥିବା ବିଭିନ୍ନ ରୋଗକୁ ବି ଅଳେଇଚ ଭଲ କରିଥାଏ । କାରଣ ଏଥିରେ ଔଷଧୀୟ ଗୁଣବି ଭରି ରହିଛି । ଆସନ୍ତୁ ଜାଣିବା ଅଳେଇଚ ଖାଇଲେ, ଶରୀରକୁ କେଉଁସବୁ ଲାଭ ମିଳିଥାଏ ।
ଥଣ୍ଡା
- ଆୟୁର୍ବେଦରେ ଅଳେଇଚକୁ ଗରମ ପ୍ରଭାବ ବୋଲି ମନେ କରାଯାଇଛି । ଯାହା ଶରୀରକୁ ଭିତରୁ ଗରମ କରିଥାଏ । ଏହା ବଲଗମ୍ ଓ କଫ୍ ବାହାର କରି ଛାତିର ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଶ୍ୱାସକ୍ରିୟା ସମସ୍ୟାକୁ ହ୍ରାସ କରେ ଯେପରିକି ଅସ୍ଥାମା, ଥଣ୍ଡା ଇତ୍ୟାଦି ରୋଗରେ କମି ଆସିଥାଏ ।
- ବଡ଼ ଅଳେଇଚକୁ ଗୁଣ୍ଡ କରି ତୁଳସୀ ପତ୍ର ସହିତ ପାଣିରେ ସିଝାଇ ଥଣ୍ଡା କରି ଛାଣି ପିଇଲେ ଥଣ୍ଡା ଦୂର ହୁଏ ।
- କାଶ ଥଣ୍ଡା କୁ ମଧ୍ୟ କମେଇବାର ଶକ୍ତି ରହିଛି ଗୋଲମରିଚ ରେ , ତେଣୁ ସକାଳ ସମୟରେ ଆପଣ ମହୁ ସହିତ ଅଳେଇଚ ଗୁଣ୍ଡ ମିଶାଇ ସେବନ କରିବା ଦ୍ଵାରା ଅନେକ ପ୍ରକାର ରୋଗ ଭଲ ହୋଇଥାଏ ।
ଶ୍ୱାସରୋଗ
- ଗ୍ରୀନ ଅଳେଇଚକୁ ମାଉଥ ଫ୍ରେସନେର ଭାବେ ବ୍ୟବହାର କରାଯାଏ । ଏହାଛଡା ନିଶ୍ୱାସପ୍ରଶ୍ୱାସ ନେଲା ବେଳେ ଦୁର୍ଗନ୍ଧ ହେଉଥିଲେ ବି ଅଳେଇଚ ବ୍ୟବହାର କରାଯାଏ ।
- ଗ୍ରୀନ ଅଳେଇଚ ଖାଇଲେ କଫ ଓ ବସିଯାଇଥିବା ଗଳାରୁ ଆଶ୍ୱସ୍ତି ମିଳେ ।
- ଅଳେଇଚ ଚା’ ପିଇଲେ ପେଟ ଓ ଶ୍ୱାସଜନିତ ସମସ୍ୟା ଦୂର ହୋଇଥାଏ ।
- ଆସ୍ଥମା ରୋଗୀଙ୍କ ପାଇଁ ଏହି ଅଳେଇଚ ହିତକର ।.
- ଅଳେଇଚ ତେଲ ୧୦-୨୦ ବୁନ୍ଦ ମିଶ୍ରୀ ଚୂର୍ଣ୍ଣରେ ମିଶାଇ ନିୟମିତ କିଛିଦିନ ପର୍ଯ୍ୟନ୍ତ ସେବନ କଲେ ବିଶେଷ ଉପକାର ମିଳିଥାଏ ।
- ଯଦି ଆପଣ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଚିନ୍ତିତ ତେବେ ଖାଦ୍ୟରେ କଳା ଅଳେଇଚ ଅନ୍ତର୍ଭୁକ୍ତ କରନ୍ତୁ । କଳା ଅଳେଇଚ ବହୁତ ଗରମ ଅଟେ । ଏହାକୁ ଖାଇବା ଦ୍ୱାରା ଶୀଘ୍ର ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିଥାଏ ।
- ରୋଗର ନିରାକରଣ ସହ ଥଣ୍ଡା ଓ କଫ ଦୂର କରିଥାଏ ବଡ ଅଳେଇଚ । ଶ୍ୱାସ ଜନିତ ସମସ୍ୟାକୁ ଥିଲେ ଅଳେଇଚ ଖାଆନ୍ତୁ। ଏହାଦ୍ୱାରା ଶ୍ୱାସ, କାଶ ସହିତ ଯକ୍ଷ୍ମାରୋଗର ଆଶଙ୍କା କମ୍ ହୋଇଥାଏ।
କର୍କଟ ପ୍ରତିରୋଧୀ ଶକ୍ତି
- ଅଳେଇଚରେ ଥିବା ପୋଷକତତ୍ତ୍ବ ଶରୀରରେ କର୍କଟ ପ୍ରତିରୋଧୀ ଶକ୍ତି ମଧ୍ୟ ବଢ଼ାଇଥାଏ ।
- ଏକ ଅଧ୍ୟୟନ ଅନୁଯାୟୀ, ଏହି ପରି ଯୋଗୀକ ଅଳେଇଚ ଭିତରେ ଅଛି ଯାହା କର୍କଟ ପରି ଏକ ଗୁରୁତର ରୋଗର ମୁକାବିଲା କରିବାରେ ସହାୟକ ହୋଇଥାଏ |
ହାର୍ଟ ବା ହୃଦରୋଗ
- ବ୍ରାଉନ ଅଳେଇଚ ଦ୍ୱାରା ହାର୍ଟ ରେଟ୍ ନିୟନ୍ତ୍ରଣ ହୁଏ । ଫଳରେ ରକ୍ତଚାପ ବି ନିୟନ୍ତ୍ରଣ ହୋଇଥାଏ । ଏହି ଅଳେଇଚ ଖାଇବା ଦ୍ୱାରା ରକ୍ତ ଜମାଟବି ନିୟନ୍ତ୍ରଣ ହୋଇଥାଏ ।
- ଅଳେଇଚ ରେ ମ୍ୟାଗ୍ନେସିୟମରେ ଭରପୂର ମାତ୍ର ରେ ଥାଏ | ଏଥିରେ ମ୍ୟାଗ୍ନେସିୟମର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି | ଯାହା ଆପଣଙ୍କୁ ହୃଦରୋଗ (ରକ୍ତ ଜମାଟ ବାନ୍ଧିବା ଇତ୍ୟାଦି), ଆର୍ଥ୍ରାଇଟିସ୍ ଏବଂ ଆଲଜାଇମର ରୋଗରୁ ଦୂରେଇ ରଖେ |
- ବଡ଼ ଅଳେଇଚ ଓ ଅର୍ଜୁନ ଛେଲିକୁ କୁଟି ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ହୃଦରୋଗରେ ଲାଭ ମିଳିଥାଏ । ବାତ ରୋଗ: ଅଳେଇଚ ଚୂର୍ଣ୍ଣ ୧-୨ ଗ୍ରାମ ମାତ୍ରାରେ ସେବନ କଲେ ଗଣ୍ଠିବାତରେ ଲାଭ ମିଳିବ ।
- ଅଳେଇଚ ରେ ଥିବା ଫାଇବର ମଧ୍ୟ ଆପଣଙ୍କ ହୃଦୟକୁ ଶକ୍ତିଶାଳୀ ଏବଂ ସୁସ୍ଥ କରିଥାଏ | ଅଳେଇଚ ମଧ୍ୟ ପୋଟାସିୟମ ଧାରଣ କରିଥାଏ ଯାହାକି ବହୁ ପରିମାଣରେ ହୃଦଘାତର ବିପଦକୁ ଏଡାଇ ଦେଇପାରେ |
ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ
- ଏଥିରେ ପୋଟାସିଅମ୍ ଓ ଫାଇବର୍ ଅଧିକ ମାତ୍ରାରେ ଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୁଏ ।
- ଉଚ୍ଚ ରକ୍ତଚାପ ରୋଗୀମାନଙ୍କର ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଅଧିକ ଥାଏ | ବ୍ଲଡ ପ୍ରେସର କାରଣରୁ, ହୃଦ୍ ସମ୍ବନ୍ଧୀୟ ଅନେକ ରୋଗ ଯଥା ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ବିପଦ ରହିଥାଏ | ଏସବୁର ସମ୍ଭାବନାକୁ ଏଡାଇବା ପାଇଁ କ୍ଷୀର ଏବଂ ଅଳେଇଚ ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ |
- ମ୍ୟାଗ୍ନେସିୟମ୍ ଉଭୟ କ୍ଷୀର ଏବଂ ଅଳେଇଚରେ ପ୍ରଚୁର ପରିମାଣରେ ମିଳିଥାଏ | ମ୍ୟାଗ୍ନେସିୟମ୍ ହେଉଛି ଏକ ପୋଷକ ତତ୍ତ୍ୱ ଯାହା କେବଳ ଉଚ୍ଚ ରକ୍ତଚାପକୁ ହ୍ରାସ କରେ ନାହିଁ, ବରଂ ରକ୍ତଚାପକୁ ସନ୍ତୁଳିତ କରିଥାଏ, ଯାହା ଦ୍ଵାରା ଆପଣଙ୍କ ଶରୀର ସୁରୁଖୁରୁରେ କାର୍ଯ୍ୟ କରିଥାଏ |
- ଅଳେଇଚ ଆଣ୍ଟିଅକ୍ସିଡାଣ୍ଟ ଧାରଣ କରିଥାଏ ଏବଂ ଶରୀରରେ ରକ୍ତଚାପର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ |
- ଯେଉଁ ଲୋକେ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଅଳେଇଚ ଖାଇ ଏକ ଗ୍ଲାସ ପାଣି ପିଅନ୍ତୁ | ସେମାନଙ୍କ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ମ୍ୟାଗ୍ନେସିୟମ୍ ମଧ୍ୟ କାମ କରେ | ଅଳେଇଚରେ ଥିବା ପୋଟାସିୟମ୍ ଉଚ୍ଚ ରକ୍ତଚାପ ହ୍ରାସ କରିବାକୁ କାମ କରେ |
ବ୍ୟବହାର କରିବା ପଦ୍ଧତି
- ପ୍ରଥମେ ଗୋଟିଏ ଚାମଚ ଅଳେଇଚ ଗୁଣ୍ତ, ଗୋଟିଏ ଚାମଚ ମହୁକୁ ଏକ କପ୍ ଗରମ ପାଣିରେ ମିଶ୍ରଣ କରନ୍ତୁ ।
- ଏହାକୁ ଭଲ ଭାବରେ ମିଶ୍ରଣ କରିବା ପରେ ଏହି ମିଶ୍ରଣକୁ ପିଅନ୍ତୁ । ପ୍ରତିଦିନ ଏହି ମିଶ୍ରଣ ଦିନକୁ ଦୁଇଥର ସେବନ କରନ୍ତୁ ।
- ମଧୁମେହ ରୋଗୀମାନେ କେବଳ ଗରମ ପାଣିରେ ଅଳେଇଚ ଗୁଣ୍ତ ଗ୍ରହଣ କରିପାରିବେ ।
ମୂତ୍ରକୁଚ୍ଛ
- ଅଳେଇଚର ପ୍ରଥମ ଫାଇଦା ଏହା କି ଏହା ଆମର ବାର ବାର ଆସୁଥିବା ପରିଶ୍ରାକୁ ଅଟକାଇଥାଏ। ଯଦି ଅଳେଇଚକୁ ମିଶ୍ରି ତଥା ଲବଙ୍ଗ ସହ ମିଶାଇ ଭଲ ଭାବେ ପେଶୀ ତାକୁ ପାଣିରେ ମିଶାଇ ସେବନ କରାଯାଏ ତାହେଲେ ତାହା ଆମ ଶରୀରର ପରିଶ୍ରା ଆସିବା ରୋଗ ଠିକ କରିଥାଏ।
- ଅଳେଇଚ ମଞ୍ଜି ଚୂର୍ଣ୍ଣ ସହିତ ସମାନ ମାତ୍ରାରେ ମିଶ୍ରୀ ଚୂର୍ଣ୍ଣ ମିଶାଇ ସେଥିରୁ ୨-୩ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ସେବନ କଲେ ମୂତ୍ରକୁଚ୍ଛ ଦୂର ହୋଇଥାଏ ।
- ବଡ଼ ଅଳେଇଚ ମଞ୍ଜି ୧୧ଟିକୁ ଚୂର୍ଣ୍ଣ କରି ୨୫୦ ଗ୍ରାମ ପାଣି ଓ ୨୫୦ ଗ୍ରାମ କ୍ଷୀର ସହିତ ଗରମ କରି ଖାଲି କ୍ଷୀର ରହିଲେ ଥଣ୍ଡା କରି ଛାଣି ଅଳ୍ପ ମିଶ୍ରୀ ଗୁଣ୍ଡ ମିଶାଇ ଦିନରେ ୩-୪ ଥର ପିଆଇଲେ ପରିସ୍ରା ଖୋଲା ଭାବେ ହୋଇଥାଏ ଓ ଜ୍ୱଳନ ବନ୍ଦ ହୋଇଥାଏ ।
- ପ୍ରତିଦିନ କଳା ଅଳେଇଚ ଖାଇଲେ ପରିସ୍ରା ଜନିତ ରୋଗ ଭଲ ହୋଇଥାଏ। ପରିସ୍ରାଗତ ରୋଗର ଉପଚାରରେ ବି ବ୍ରାଉନ ଅଳେଇଚ ସହାୟକ ହୋଇଥାଏ ।
- ଏହା କିଡନୀ ରୋଗର ଉପଚାରରରେ ବି କାମ ଦିଏ ।
- ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ମୁକ୍ତି ମିଳିଥାଏ ।

0 Comments
Do you have any doubts or suggestions? Ask them here in the comments!