ତୁଳସୀ ପତ୍ର ତୋଳିବାରେ ଏହି ଭୂଲ କରୁଛନ୍ତି କି ?
ଅଧୌତ ବସ୍ତ୍ରରେ ମନ୍ତ୍ର ପାଠ ଓ ଜଳ ସିଞ୍ଚନ ନ କରି ତୁଳସୀ ତୋଳିବା ନିଷେଧ । ତୁଳସୀ ଚୟନ ପୂର୍ବରୁ ପ୍ରଥମେ ବୃକ୍ଷ ଦେବତାଙ୍କୁ ପ୍ରଣାମ କରି ତା'ପରେ ମନ୍ତ୍ର ପାଠ କରି ତୁଳସୀ ତୋଳିବ। ତୁଳସୀ ସଂଗ୍ରହ ସମୟରେ ଯେମିତି ବୃକ୍ଷ ଦେବତାଙ୍କୁ କଷ୍ଟ ନ ହୁଏ ସେଥିପାଇଁ ଧ୍ଯାନ ଦେବ।
- ବାମ ହସ୍ତରେ ତୁଳସୀର ଶାଖା ଧାରଣ କରି ଡାହାଣ ହସ୍ତରେ ପତ୍ର ଚୟନ କରିବ।
- ଡାଳ ଯେମିତି ନଇଁ ନ ଯାଏ ସେଥିପ୍ରତି ଦୃଷ୍ଟି ଦେବ।
- ଗୋଟିଏ ଗଛରୁ ଏକ ସମୟରେ ବାରଟି ପତ୍ରରୁ ଅଧିକ ସଂଗ୍ରହ କରିବ ନାହିଁ ।
- ତୁଳସୀକୁ ଚନ୍ଦନ ସହିତ ଦେବ କିନ୍ତୁ ଓଲଟା ଦେବ ନାହିଁ ।
ତୁଳସୀ ପତ୍ର ତୋଳିବାର ଆଉ କିଛି ନିୟମ
- ଅନେକ ଲୋକମାନେ ଏହି ପତ୍ରକୁ ତୋଳିବା ପାଇଁ ନିଜ ନଖକୁ ବ୍ୟବହାର କରିଥାନ୍ତି । ଏହାକୁ ନଖ ନ ଲଗାଇ ଆଙ୍ଗୁଠି ଦ୍ଵାରା ତୋଳିବେ । ତୁଳସୀ ଗଛରୁ ଝଡି ପଡିଥିବା ପତ୍ରକୁ ବ୍ୟବହାର କରିବା ଉଚିତ୍ ।
- ତୁଳସୀ ପତ୍ର ସର୍ବଦା ସକାଳେ ତୋଳିବା ଉଚିତ। ଯଦି ଆପଣ ତୁଳସୀର ଅନ୍ୟ ସମୟରେ ଉପଯୋଗ କରୁଛନ୍ତି ତାହେଲେ ସକାଳେ ପତ୍ର ତୋଳି ରଖି ଦିଅନ୍ତୁ।
- ତୁଳସୀ ପତ୍ର 11ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ ସେଥିପାଇଁ ଆପଣ ଆଗରୁ ତୁଳସୀ ପତ୍ର ତୋଳିକି ରଖନ୍ତୁ ଦେଖିବେ ଆପଣଙ୍କ ପୂଜା ସଫାଳ ଆବଶ୍ୟ ହବ ।
- ଆବଶ୍ୟକତା ନଥିଲେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ଏହା ତାଙ୍କ ଅପମାନ ହୋଇଥାଏ ।
- ତୁଳସୀ ପତ୍ର ତୋଳିବା ସମୟରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।
- ତୁଳସୀ ପତ୍ରକୁ କେବେ ଅପରିଷ୍କାର ହାତରେ ସ୍ପର୍ଶ କରନ୍ତୁ ନାହିଁ ।
- ତୁଳସୀ ପତ୍ର ତୋଳିବା ପୂର୍ବରୁ ଆଗ ପ୍ରଣାମ କରିବା ଉଚିତ ଏବଂ ଏହି ମନ୍ତ୍ରର ଜପ କରିବା ଉଚିତ ।
ତୁଳସୀ ତୋଳିବା ମନ୍ତ୍ର
"ତୁଳସୀ ମୃତ ନାଂ ମାସି ସଦାତ୍ଵଂ କେଶବ ପିୟେ
କେଶବାର୍ଥେ ଚିନୋମିତ୍ଵାଂ ବରଦା ଭବ ଶୋଭନେ ।
ଦ୍ଵାଦଶଂ ସମ୍ଭବୈଃ ପତ୍ରେଃ ପୂଜୟାମି ଯଥା ହରିଂ
ତଥା କୁରୁ ପବିତ୍ରାଙ୍ଗି କଳୌ ମଳ ବିନାଶିନୀ ।
- “ବ୍ରହ୍ମା ବିଷ୍ଣୁ କହିଛନ୍ତି ତୁଳସୀକୁ ଆଣତୁଳସୀକୁ ଆଣିଲେ ମୋର କିଛି ଦୋଷନାହିଁ ମୋତେ କ୍ଷମା କର।”
କେଉଁ ବାର ଓ ତିଥିରେ ତୁଳସୀ ପତ୍ର ତୋଳିବ ନାହିଁ
ତେବେ ବହୁତ ଲୋକଙ୍କୁ ଏହା ଜଣା ନଥାଏ ଯେ ତୁଳସୀ ପତ୍ର କେଉଁ ସମୟରେ ତୋଳିବା ଉଚିତ ଓ କେଉଁ ସମୟରେ ତୋଳିବା ଉଚିତ ନୁହଁ ।
- ତେବେ ଜାଣି ରଖନ୍ତୁ ପୂର୍ଣ୍ଣିମା, ଅମାବାସ୍ୟା,ଏକାଦଶୀ,ଦ୍ବାଦଶୀ,ସଂକ୍ରାନ୍ତି ଏହି ସବୁ ଦିନ ଓ ପର୍ବପର୍ବାଣିରେ ଏବଂ ମଙ୍ଗଳବାର ଓ ରବିବାର ଦିନ ଭୁଲରେ ବି ତୁଳସୀ ପତ୍ର ତୋଳନ୍ତୁ ନାହିଁ ଏହା ଶୁଭ ହୋଇନଥାଏ ।
- ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଦିନ ତୁଳସୀ ତୋଳିବା ଉଚିତ ନୁହେଁ |
- ଶାସ୍ତ୍ର ଅନୁସାରେ ରବିବାର ଦିନ ତୁଳସୀ ପତ୍ର କଦାପି ତୋଳିବ ନାହିଁ । ରବିବାର ଦିନ ତୁଳସୀ ଗଛରେ ଜଳ ମଧ୍ୟ ଅର୍ପଣ ନ କରିବା ଉଚିତ୍ । ଯେଉଁ ବ୍ୟକ୍ତି ଏହି ଦିନ ମାନଙ୍କରେ ତୁଳସୀ ପତ୍ର ତୋଳିଥାଏ ସେହି ବ୍ୟକ୍ତି ଆର୍ଥିକ ସମସ୍ୟାର ସାମ୍ନା ଅକରିବାକୁ ପଡିଥାଏ ।
କେଉଁ ସମୟରେ ତୁଳସୀ ପତ୍ର ତୋଳିବ ନାହିଁ
- ସୂର୍ଯ୍ୟ ଅସ୍ତ ହେବା ପରେ ତୁଳସୀ ପତ୍ର ନ ତୋଳିବା ଉଚିତ୍ ।
- ମଧ୍ୟାନ୍ନକାଳ, ତ୍ରିସନ୍ଧ୍ୟା, ସନ୍ଧ୍ୟାକାଳ ବା ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ଛିଣ୍ଡେଇଲେ ଶ୍ରୀହରୀଙ୍କ ମସ୍ତକ ଛେଦନ ପରି ହୋଇଥାଏ।
- ଶାସ୍ତ୍ରରେ କୁହାଯାଇଛି ଯେ ସନ୍ଧ୍ୟା ସମୟରେ ଦେବୀ ତୁଳସୀ ଯାହାକୁ ଶ୍ରୀ ରାଧାଙ୍କ ସ୍ୱରୂପ ମନାଯାଇଛି, ସେ ବଣରେ ଶ୍ରୀ କୃଷ୍ଣଙ୍କ ସହିତ ରାସ କରିବା ପାଇଁ ଯାଇଥାନ୍ତି । ଯଦି ତାଙ୍କ ରାସରେ କିଏ ବାଧା ଉତ୍ପନ୍ନ କରେ ତେବେ ସେ ରାଧାଙ୍କ ସହିତ ଶ୍ରୀ କୃଷ୍ଣଙ୍କର କ୍ରୋଧ ମଧ୍ୟ ଭୋଗ କରିବାକୁ ପଡିଥାଏ ।
ତୁଳସୀ ପତ୍ରକୁ କେତେବେଳେ ଛୁଇଁବ ନାହିଁ
- ବିଶ୍ଵାସ ରହିଛି ଯେ ଅଶୌଚ, ରାତ୍ରିରେ ପିନ୍ଧିଥିବା ବସ୍ତ୍ର, ତୈଳ ଲଗାଇବା ପରେ ତୁଳସୀ ପତ୍ର ଛିଣ୍ଡେଇଲେ ଶ୍ରୀହରୀଙ୍କ ମସ୍ତକ ଛେଦନ ପରି ହୋଇଥାଏ।
- ସବୁବେଳେ ଗାଧୋଇବା ପରେ ତୁଳସୀ ପତ୍ରକୁ ଛୁଇଁ ପାରିବେ ।
- ଯଦି ତୁଳସୀ ପତ୍ର ଝଡି ତଳେ ପଡିଛି ତେବେ ମଧ୍ୟ ହାତକୁ ସଫା କରି ଛୁଇଁବେ ।
- ଯଦି ଆପଣ ଘରେ ଲଡୁ ଗୋପାଳ କୃଷ୍ଣ ରଖିଛନ୍ତି ଓ ତାଙ୍କ ପାଖରେ ସେହି ତୁଳସୀ ପତ୍ର ରଖିଛନ୍ତି ବା ଭୋଗ ଲଗାଇବା ପାଇଁ ପୁରୁଣା ତୁଳସୀ ପତ୍ରର ବ୍ୟବହାର କରୁଛନ୍ତି, ତେବେ ୧୧ ଦିନରୁ ଅଧିକ ଦିନର ପତ୍ରକୁ ବ୍ୟବହାର କରନ୍ତୁ ନାହିଁ ।
ମଉଳି ଯାଇଥିବା ଗଛ ବା ପତ୍ରକୁ କଣ କରିବ
- ଯଦି ଘରେ ତୁଳସୀ ଗଛ ବା ପତ୍ର ଶୁଖିଯାଇଛି ଓ ପତ୍ର କଅଁଳୁ ନାହିଁ ତେବେ ସେହି ଗଛକୁ ଘରେ ରଖନ୍ତୁ ନାହିଁ ।
- ତୁଳସୀ ପତ୍ରକୁ ଅପରିଷ୍କାର ଜାଗାରେ ଫୋପାଡ଼ନ୍ତୁ ନାହିଁ ଏବଂ ଗୋଡ଼ରେ ମାରନ୍ତୁ ନାହିଁ |
- ଏହାବ୍ୟତୀତ ଝାଡ଼ୁରେ ମଧ୍ୟ ତୁଳସୀ ପତ୍ରକୁ ପହଁରିବା ଉଚିତ ନୁହେଁ |
- ଏହାକୁ କାଢି ନଦୀରେ ବିସର୍ଜନ କରିଦିଅନ୍ତୁ । କାରଣ ଶୁଖିଯାଇଥିବା ତୁଳସୀ ଗଛ ଅଶୁଭ ବୋଲି କୁହାଯାଏ ।
କେଉଁଠି ତୁଳସୀ ପତ୍ର ଚଢାଇବ ନାହିଁ
- ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ଅଟେ । ତେଣୁ ଭଗବାନ ବିଷ୍ଣୁଙ୍କୁ ସବୁ କ୍ଷେତ୍ରରେ ତୁଳସୀ ଅର୍ପଣ କରିପାରିବେ ।
- ଭଗବାନ ଶିବ, ମା ଦୁର୍ଗାଙ୍କୁ ଓ ଶ୍ରୀ ଗଣେଶଙ୍କୁ କଦାପି ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ । କାରଣ ଶ୍ରୀ ରାଧା ଭଗବାନ ଶିବଙ୍କୁ ନିଜର ଆରାଧ୍ୟ ମାନନ୍ତି ଓ ତୁଳସୀ ଗଛ ଶ୍ରୀ ରାଧାଙ୍କର ଏକ ସ୍ୱରୂପ ଅଟେ ।

0 Comments
Do you have any doubts or suggestions? Ask them here in the comments!