ତୁଳସୀ ମୂଳେ ଏହି ଜିନିଷ ରଖନ୍ତୁ କିନ୍ତୁ ଏହି ଭୁଲ କରନ୍ତୁ ନାହିଁ

ତୁଳସୀ ମୂଳେ ଏହି ଜିନିଷ ରଖନ୍ତୁ କିନ୍ତୁ ଏହି ଭୁଲ କରନ୍ତୁ ନାହିଁ

ତୁଳସୀ ଗଛ ପାଖରେ ରଖିଦିଆନ୍ତୁ ଏହି ଗୋଟେ ଜିନିଷ ଆଉ ଦେଖନ୍ତୁ କିପରି ପ୍ରସନ୍ନ ହେଉଛନ୍ତି ମାତା ଲକ୍ଷ୍ମୀ ଯାହାକି ପ୍ରାୟ ହୁଏତ ସମସ୍ତଙ୍କୁ ଜଣା। ତଥାପି ଯେଉଁମାନେ ଜାଣିନାହାନ୍ତି ଜାଣି ରଖନ୍ତୁ ଏହି ଉପାୟ ଟି, କିପରି ଭାବରେ ମାତା ବୃନ୍ଦାବତିଙ୍କ ସହ ମାତାଲକ୍ଷ୍ମୀଙ୍କୁ ମଧ୍ୟ ଆପଣ ଖୁସି କରେଇ ପାରିବେ।

ଶାଳଗ୍ରାମ ବିଷୟରେ ତ ଆପଣ ଜାଣିଥିବେ। ଶାଳଗ୍ରାମ ଙ୍କୁ ଭଗବାନ ବ୍ରହ୍ମାଙ୍କ ରୂପ ବୋଲି ମନାଯାଏ। ଯେବେ କେଉଁଠୁ ତୁଳସୀ ସହିତ ଶାଳଗ୍ରାମର ପୂଜା କରାଯାଏ ସେଠାକୁ କେବେ ଦରିଦ୍ରତା ଆସି ପାରେନାହିଁ।

ଶାଳଗ୍ରାମ କଣ ?

  1. ଶାଳଗ୍ରାମ କଳାରଙ୍ଗ  ଚିକ୍କଣ ଅଣ୍ଡାକାର ପଥରକୁ କୁହାଯାଏ। ଏହାକୁ ସ୍ଵୟଂ ବୋଲି ମାନନ୍ତି ଅର୍ଥାତ୍ ଏହାର ପ୍ରାଣ ପ୍ରତିଷ୍ଠାର ଆବଶ୍ୟକ ପଡେନାହିଁ ।
  2. ଭଗବାନ ଶାଳଗ୍ରାମ ର ପୂଜା ତୁଳସୀ ବିନା ସଂପୂଣ୍ଣ ହୁଏ ନାହିଁ ଓ ତୁଳସୀ ଅର୍ପଣ କରିବା ଦ୍ୱାରା ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।
  3. ଶାଳଗ୍ରାମ ଓ ତୁଳସୀ ର ବିବାହ କରିବା ଦ୍ଵାରା ସବୁ କଳହ,ଦୁଃଖ ,ପାପ ରୁ ମୁକ୍ତି ମିଳିଥାଏ। ଶାସ୍ତ୍ର ରେ ଏହା ମଧ୍ୟ ଲେଖା ଯାଇଛି କି ଶାଳଗ୍ରାମ ଓ ତୁଳସୀ ର ବିବାହ କରିବା ଦ୍ଵାରା ଯେଉଁ ପୁଣ୍ୟ ମିଳିଥାଏ ତାହା କନ୍ୟା ଦାନ ପୂର୍ଣ୍ଣ ସମାନ ହୋଇଥାଏ।
  4. ଯେଉଁ ଘରେ ତୁଳସୀ ସହିତ ଶାଳଗ୍ରାମ ର ପୂଜା ହୋଇଥାଏ ସେହି ଘରେ ଭଗବାନ ବିଷ୍ଣୁ ଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ବସବାସ କରିଥାନ୍ତି।ଶାଳଗ୍ରାମ ରେ ପୂଜା ରେ ବ୍ୟବହୃତ ହୋଇଥିବା ଜଳ ଭକ୍ତ ଯଦି ନିଜ ଉପରେ ଚିଞ୍ଚିବ ଏହା ତୀର୍ଥ ରେ ସ୍ନାନ ସହ ସମାନ ହୋଇଥାଏ।
  5. ତେଣୁ ତୁଳସୀ ଗଛ ସହ ଚଉରା ପାଖରେ ଶାଳଗ୍ରାମ ଟିଏ ନିଶ୍ଚୟ ସ୍ଥାପନ କରି ପୂଜା କରନ୍ତୁ।


ତୁଳସୀ ମୂଳେଏହି ଭୁଲ କରନ୍ତୁ ନାହିଁ 

ଭୁଲରେ ବି ଏହି ଜିନିଷ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ । ଯଦି ଆପଣ ତୁଳସୀ ଗଛ ପାଖରେ ଏହି ସବୁ ବସ୍ତୁ ରଖନ୍ତି ତେବେ ମାତା ତୁଳସୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି ଓ ସେହି ଘରେ କେବେ ବି ଶାନ୍ତି ରୁହେ ନାହିଁ।

ଝାଡୁ

  1. ଯେପରି ଆପଣ ମହାଲକ୍ଷ୍ମୀଙ୍କର ପୂଜା କର ସେହିପରି ଭାବେ ତୁଳସୀର ପୂଜା କରନ୍ତୁ । ସେହି ପରି ଧ୍ୟାନ ତୁଳସୀ ଗଛର ମଧ୍ୟ ରଖନ୍ତୁ । 
  2. ତୁଳସୀ ଗଛ ପାଖରେ ଝାଡୁ ରହିବା ଉଚିତ ନୁହେଁ। ତୁଳସୀ ପତ୍ରକୁ ଝାଡ଼ୁ ଦ୍ୱାରା ପହଁରନ୍ତୁ ନାହିଁ |

କପଡା ସୁଖାଇବା

କପଡା ଆଦି ତୁଳସୀ ଗଛ ପାଖରେ ଶୁଖାଇଲେ ଘରୁ ସକରାତ୍ମକ ଏନର୍ଜି ନଷ୍ଟ ହୁଏ ଓ ମାତା ତୁଳସୀ କ୍ରୋଧିତ ହୁଅନ୍ତି , ସେହି ଘରେ ଦାରିଦ୍ରତା ଦେଖାଦିଏ |

ସଫସୁତୁରା ନ ରଖିବା

  1. ଯଦି ଆପଣ ତୁଳସୀ ଗଛର ପାଖାପାଖି ସଫାସୁତୁରା ନ ରଖିବେ ତେବେ ମା ସେହି ସ୍ଥାନ ଛାଡି ଚାଲିଯାନ୍ତି, ଓ ଲକ୍ଷ୍ମୀ ମଧ୍ଯ କ୍ରୋଧିତ ହୁଅନି, ଯାହା ଫଳରେ ଆପଣ ଦରିଦ୍ର ହୋଇପାରନ୍ତି। ତେଣୁ ସର୍ବଦା ତୁଳସୀ ଗଛର ପାଖାପାଖି ସଫାସୁତୁରା ରଖନ୍ତୁ।
  2. ତୁଳସୀ ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣ ଧ୍ୟାନ ରଖନ୍ତୁ ଯେ ତୁଳସୀ ଗଛର ଆଖପାଖ ସଫା ସୁତରା ରହିବ । ସେଠାରେ କୌଣସି ପ୍ରକାରର ଅଳିଆ ଆବର୍ଜନା ଯେପରି ନରହିଥିବ । ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ସୁଖୀ ଯାଉଅଛି, ଅଥବା ଶୁଭ ପ୍ରଭାବ ଦେଉ ନାହିଁ ତେବେ ଏହାର କାରଣ ସେଠାରେ ଉପସ୍ଥିତ ଥିବା ଅଶୁଦ୍ଧତା ହୋଇପାରେ ।

ଗଣେଶ ଭଗବାନ

କେବେବି ଭୁଲରେ ଗଣେଣଙ୍କ ମୂର୍ତ୍ତି ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ, ବେଳେ ବେଳେ ଲୋକମାନେ ଗଣେଣଙ୍କ ମୂର୍ତ୍ତି ଭାଙ୍ଗି ଗଲେ ତାକୁ ତୁଳସୀ ମୂଳରେ ରଖିଦିଅନ୍ତି, କିନ୍ତୁ ଏହା ଠିକ ନୁହେଁ, ଏହା ଦ୍ୱାରା ପରିବାରରେ ସର୍ବଦା ଅଶାନ୍ତି ଲାଗି ରୁହେ।

ଜୋତା ଚପଲ

ତୁଳସୀ ଗଛ ପାଖରେ ଭୁଲରେ ବି ଜୋତା ଚପଲ ରଖନ୍ତୁ ନାହିଁ, ଏହା ଦ୍ବାରା ଆପଣଙ୍କର ବରବାଦୀ ଆରମ୍ଭ ହୋଇଯିବ ଓ ଲକ୍ଷ୍ମୀ ସେ ଘର ଛାଡି ଚାଲିଯିବେ। 

ଶିବ ଲିଙ୍ଗ

ଭୁଲରେ ବି ତୁଳସୀ ପାଖରେ ଶିବ ଲିଙ୍ଗ ରଖନ୍ତୁ ନାହିଁ, ଅନର୍ଥ ହୋଇଯିବ, ଏବଂ ଆପଣ ଶିବଙ୍କ କ୍ରୋଧର ଶିକାର ମଧ୍ଯ ହୋଇପାରନ୍ତି

କଣ୍ଟା ଜାତୀୟ ଗଛ 

  1. ଅଧିକାଂଶ ସମୟରେ ଆମ୍ଭେ ତୁଳସୀ ଗଛ ମୂଳରେ ଅନ୍ୟ ଗଛ ମାନ ମଧ୍ୟ ଲଗାଇଥାଉ । ବଗିଚା ରେ ହିଁ ତୁଳସୀ ରଖିଥାଉ ଯେଉଁଠାରେ ଅନ୍ୟ ଗଛ ମାନ ଲଗାଇଥାଉ । ମାତ୍ର ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆପଣ ଯେଉଁଠାରେ ତୁଳସୀ ଗଛ ଲଗାଇଛନ୍ତି ସେଠାରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଯେପରି ନ ରହୁ । 
  2. ତୁଳସୀ ଗଛ ପାଖରେ ଆପଣ ଫୁଲ ଗଛ ଲଗେଇ ପାରିବେ। ତୁଳସୀ ଗଛ ପାଖରେ କୌଣସି କଣ୍ଟା ଗଛ ରଖନ୍ତୁ ନାହିଁ। 

Post a Comment

0 Comments