ତୁଳସୀ ଗଛ,ପତ୍ର,ଚେର ଦ୍ୱାରା କିଛି ବାସ୍ତୁ ଉପାୟ

ତୁଳସୀ ଗଛ,ପତ୍ର,ଚେର ଦ୍ୱାରା କିଛି ବାସ୍ତୁ ଉପାୟ

ବାସ୍ତୁ ମୁତାବକ, ଘରେ ତୁଳସୀ ଗଛ ଥିଲେ ସକାରାତ୍ମକ ଶକ୍ତି ଜାତ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ମହିଳାମାନେ ଯଦି ପ୍ରତିଦିନ ଶୁଦ୍ଧ ଜଳରେ ତୁଳସୀ ପକାଇ ଶାଳଗ୍ରାମରେ ଅଭିଷେକ କରିବେ, ତା’ହେଲେ ବାସ୍ତୁ ଦୋଷ ସମାପ୍ତ ହୋଇଯିବ।

୫ ଗୋଟି ତୁଳସୀ ପତ୍ର ଦ୍ୱାରା ଉପାୟ 

  1. ଗୁରୁବାର ଦିନ ସକାଳୁ ସ୍ନାନ ସାରିବା ପରେ ଆପଣଙ୍କୁ ଏହି ଉପାୟ କରିବାକୁ ପଡ଼ିବ। ଗୁରୁବାର ଦିନ ଆପଣ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଏହା ହଳଦିଆ ଟିକା ଲଗାନ୍ତୁ, ତାପରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ। 
  2. ଆପଣ ସବୁଦିନ ଯେଉଁ ତୁଳସୀ ଗଛରେ ପୂଜାର୍ଚ୍ଚନା କରୁଛନ୍ତି । ଯେତିକି ପରିମାଣରେ ତୁଳସୀ ଗଛ ଆମ ଘରେ ରହିବ, ସେହି ପରିମାଣରେ ଆମ ଘରେ ସକା-ରା-ତ୍ମକ ଶକ୍ତିର ବାସ ହେବ। 
  3. ପବିତ୍ର ମନରେ କେବଳ ୫ ଗୋଟି ତୁଳସୀ ପତ୍ର ଛିଡାଇ ଆଣନ୍ତୁ। ଏହା ପରେ ଗୋଟିଏ ନାଲି ରଙ୍ଗର କପଡ଼ା ଆଣି ସେଥିରେ ଏହି ୫ଟି ତୁଳସୀ ପତ୍ରକୁ ରଖି ବାନ୍ଧି ଦିଅନ୍ତୁ। ଏବଂ ଏହି ପୁଟୁଳିକୁ ଆପଣ ଟଙ୍କା ପଇସା ରଖିବା ସ୍ଥାନରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କର ଧନ ସମ୍ବନ୍ଧୀୟ ଯେତେ ବି ସମସ୍ୟା ଅଛି ବହୁତ କମ୍ ସମୟ ମଧ୍ୟରେ ସମାଧାନ ହୋଇଯିବ। 

ମୁଖ୍ୟ ଦ୍ଵାର ନିକଟରେ ରଖିନ୍ତୁ

  1. ଯଦି ଆପଣଙ୍କ ଘରେ କଳି ଝଗଡ଼ା ବା ଅଶାନ୍ତି ଭାବ ଲାଗି ରହୁଛି ଗୋଟିଏ ତମ୍ବା ପାତ୍ର ବା କାଚ ପାତ୍ରରେ କିଛି ପାଣି ଆଣନ୍ତୁ। ଏବଂ ସେଥିରେ ୫ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହା ପରେ ଏହି ପତ୍ରକୁ ଘରର ମୁଖ୍ୟ ଦ୍ଵାର ନିକଟରେ ରଖି ଦିଅନ୍ତୁ। ଦେଖିବେ ଘରର ବାତାବରଣ ଶାନ୍ତ ରହିବ। ଏବଂ ସମସ୍ତଙ୍କ ମନରେ ପ୍ରେମ ଓ ଭଲ ପାଇବାର ଭାବ ଜାଗ୍ରତ ହେବ। ଏହି ପତ୍ରକୁ ଆପଣମାନେ ପ୍ରତ୍ୟେକ ସପ୍ତାହରେ ଥରେ ବଦଳାଇ ପାରିବେ।
  2. ଆପଣମାନେ ଏହି ଉପାୟ ପାଳନ କରନ୍ତୁ ନିଶ୍ଚୟ ଉପକାର ମିଳିବ। ଘରେ ସୁଖ ଶାନ୍ତି ବଢିବ। ଘରର ସଦସ୍ୟ ମାନେ ଭଲ ଭାବରେ ବ୍ୟବହାର କରିବେ। ଘରର ସମସ୍ତଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ତୁଳସୀ ଗଛରୁ ଚେର ଦ୍ୱାରା ଉପାୟ 

  1. ତୁଳସୀ ଗଛରୁ ଚେରକୁ ନିଅନ୍ତୁ ଏବଂ ନିଜର ଧନ ଭଣ୍ଡାରରେ ରଖି ଦିଅନ୍ତୁ।
  2. ପ୍ରଥମେ ଆପଣଙ୍କୁ ସେହି ଚେରକୁ ସଫା ପାଣିରେ ଧୋଇବାକୁ ପଡ଼ିବ। ତାପରେ ଆପଣ ଏହାକୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିପାରିବେ। ଆପଣ ଯେଉଁ ସ୍ଥାନରେ ନିଜ ଟଙ୍କାପଇସା ରଖିଛନ୍ତି ସେହି ସ୍ଥାନରେ ଏହି ଚେରକୁ ରଖି ଦିଅନ୍ତୁ। ସର୍ବଦା ନିଜ ମନରେ ବିଶ୍ୱାସ ରଖନ୍ତୁ କି ଆପଣ ଦେବୀ ଲକ୍ଷ୍ମୀଙ୍କୁ ନେଇ ସ୍ଥାପନ କରୁଛନ୍ତି। ଏହାଦ୍ବାରା ଖୁବ୍ ଶୀଘ୍ର ଘରକୁ ଧନର ଆଗମନ ହେବ।

ଛୋଟ ଛୋଟ ତୁଳସୀ ଗଛ ଦ୍ୱାରା ଉପାୟ

  1. ସେହି ତୁଳସୀ ଗଛ ମୂଳରେ ଦେଖନ୍ତୁ କିଛି ଛୋଟ ଛୋଟ ତୁଳସୀ ଗଛ ଉଠି ଥିବ। ଏହାକୁ ନିଜ ଧନ ରଖିବା ସ୍ଥାନରେ ରଖନ୍ତୁ। ଆପଣ ଗୁରୁବାର ଦିନ ସକାଳୁ ଉଠି ସ୍ନାନ ସାରି ଏହି ଉପାୟ କରିବାକୁ ପଡ଼ିବ। ଏହା ଏକ ଚମତ୍କାର ଉପାୟ ଅଟେ। ଏହାକୁ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହେବ। 
  2. ଆପଣଙ୍କର ବ୍ୟବସାୟ ବାଣିଜ୍ୟରେ ବୃଦ୍ଧି ହେବ।ଏହାସହିତ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇ ଥାଏ । ଯଦି ଆପଣଙ୍କ ଘରେ ଏହି ଛୋଟ ଛୋଟ ତୁଳସୀ ଗଛ ନାହିଁ ତାହେଲେ ଆପଣ ନିଜ ଘରର ଆଖପାଖ ଜାଗାରେ ଖୋଜି ନିଅନ୍ତୁ। ଏହା ଆପଣଙ୍କୁ ସୁବିଧାରେ ମିଳି ପାରିବ।

ମନିପ୍ଲାଣ୍ଟ ବା ତୁଳସୀ ଗଛର ହାଣ୍ତିରେ ବାନ୍ଧନ୍ତୁ

  1. ଫେଙ୍ଗସୁଇ ଅନୁସାରେ ଯେତେ ବି ଗୁଡ ଲକ ଗଛ ଥାଏ, ସେହି ଗଛର ତଳେ ଲାଲ ରଙ୍ଗର ରିବନ ହିଁ ବାନ୍ଧନ୍ତି, ଯାହା ଫଳରେ ସେମାନଙ୍କର ପ୍ରଭାବ ଆହୁରି ଅଧିକ ହୋଇପାରିବ । ଏହି ପ୍ରକାରରେ ଏହି ରିବନ ଘରେ ସୁରକ୍ଷା ଓ ବାଲାନ୍ସ ବନାଇ ରଖିବାରେ ସହାୟକ ହୋଇଥାଏ ।
  2. ବାସ୍ତୁ ଶାସ୍ତ୍ରରେ ଘରେ ମନି ପ୍ଲାଣ୍ଟ ଲଗାଇବା ଶୁଭ ବୋଲି କୁହାଯାଇଛି। ମନି ପ୍ଲାଣ୍ଟ ଦକ୍ଷିଣ ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଲଗାଇଲେ ଘରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। 
  3. ଲାଲ ରଙ୍ଗ ଆମ ଭିତରେ ଉତ୍ତେଜନା ସୃଷ୍ଟି କରିଥାଏ । ଆମ ଜୀବନକୁ ସୁଧାରି ଥାଏ । ଲାଲ ରଙ୍ଗ ଆତ୍ମାବିଶ୍ବାସକୁ ବଢାଇଥାଏ, ଏହି କାରଣ ଅଟେ କି ସବୁ ଗୁଡ ଲକ ଗଛରେ ଲାଲ ରଙ୍ଗର ରିବନ ବନ୍ଧାଯାଇଥାଏ ।
  4. ଲାଲ ରଙ୍ଗର ଗୋଟିଏ ସୂତା ବା ରିବନ ନିଅନ୍ତୁ ଓ ତାକୁ ମନିପ୍ଲାଣ୍ଟ ବା ତୁଳସୀ ଗଛର ହାଣ୍ତିରେ ବାନ୍ଧନ୍ତୁ । ଏହି ରିବନ ବାନ୍ଧିବା ପରେ ଆପଣଙ୍କୁ ସୁଖ ଲାଭ ହେବ । ଧୀରେ ଧୀରେ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ ହୋଇଯିବ ତା ସହିତ ଧନ ସମ୍ପତ୍ତିର ବର୍ଷା ହେବ | ଏହାର ସକାରାମୂକ ପ୍ରଭାବ ବହୁତ ଜଲ୍ମି କାମ କରି ଥାଏ ।

ଓସ୍ତ ଗଛ ପତ୍ରର ଉପାୟ

  1. ଆପଣ ମଙ୍ଗଳବାର ବା ଶନିବାର ଦିନ ସକାଳେ ଜଲ୍ଦି ଉଠି ନିତ୍ୟକର୍ମ ସାରି ଓସ୍ତ ଗଛ ପାଖକୁ ଯାଆନ୍ତୁ ଓ ତାହାର ୧୧ ଟି ପତ୍ର ଛିଣ୍ଡାଇ ଆଣନ୍ତୁ । ପତ୍ର ତୋଳିବା ସମୟରେ ଧ୍ୟାନ ରଖିବେ କି ପତ୍ରଗୁଡ଼ିକ ଖଣ୍ଡିଆ ନ ହୋଇଥିବା ଦରକାର । ଏହି ପତ୍ରକୁ ସ୍ୱଚ୍ଛ ଜଳରେ ଧୋଇ ନିଅନ୍ତୁ ଓ ଆପଣଙ୍କ ସାମ୍ନାରେ ତାହାକୁ ରଖନ୍ତୁ ।
  2. ତା ପରେ ସିନ୍ଦୁର ହେଉ ବା ଅଷ୍ଟଗନ୍ଧ ହେଉ ବା ଚନ୍ଦନ ନେଇ ପାଣିରେ ମିଶାନ୍ତୁ । ଏହା ଦ୍ୱାରା ଆପଣ ସବୁ ପତ୍ରରେ ଶ୍ରୀ ରାମ ଲେଖନ୍ତୁ । ଏହା ପରେ ପତ୍ରଗୁଡ଼ିକୁ ନେଇ ଏକ ମାଳ ତିଆରି କରନ୍ତୁ । ତା ପରେ ଘର ପାଖରେ ଥିବା ହନୁମାନଙ୍କ ମନ୍ଦିରକୁ ଯାଇ ତାହାକୁ ଅର୍ପଣ କରନ୍ତୁ । ଯଦି ଆପଣ ଏହି ଉପାୟକୁ ଶ୍ରଦ୍ଧାର ସହିତ କରନ୍ତି ତେବେ ଆପଣଙ୍କୁ ଏହାର ପୂର୍ଣ୍ଣ ଫଳ ମିଳିଥାଏ ।
  3. ହିନ୍ଦୁ ଧର୍ମରେ ଅଶ୍ୱଥ ଗଛକୁ ପୂଜା କରାଯାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଶ୍ୱଥ ଗଛ ଲଗାଇବା ଉଚିତ ନୁହେଁ। ଘରେ ଅଶ୍ୱଥ ଗଛ ଥିଲେ ଅଶୁଭ ବୋଲି କୁହାଯାଏ। ଘରେ ଅଶ୍ୱଥ ଗଛ ଥିଲେ ଧନ ହାନି ହୋଇଥାଏ ଓ ଅଯଥା ଖର୍ଚ୍ଚ ହୁଏ ବୋଲି କୁହାଯାଏ।

Post a Comment

0 Comments