ଶୀତଦିନେ ହାର୍ଟଆଟାକ୍‌ ସମସ୍ୟା ଦେଖାଦିଏ କାହିଁକି

ଶୀତଦିନେ ହାର୍ଟଆଟାକ୍‌ ସମସ୍ୟା ଦେଖାଦିଏ କାହିଁକି


ଶୀତଋତୁକୁ ଆମେ ଆଳସ୍ୟର ଋତୁ ବୋଲି ବିବେଚନା କରିଥାଉ। ସେଥିପାଇଁ ଆମେ ଶୀତଦିନେ ଅଧିକ ସମୟ ଶୋଇବାକୁ ବହୁତ ଭଲ ପାଇଥାଉ। କିନ୍ତୁ ଶୀତ ଦିନ ଯେତିକି ଆମ ପାଇଁ ଖାସ ହୋଇଥାଏ , ତାହାଠାରୁ ଅଧିକ ବିପଦଜନକ ମଧ୍ୟ ହୋଇଥାଏ। ଶୀତଋତୁ ଆସିବା ସାଙ୍ଗରେ ଅନେକ ରୋଗ ମଧ୍ୟ ସେ ଆଣିଥାଏ। ଖାସ୍ କରି ହାର୍ଟ ରୋଗୀଙ୍କ ପାଇଁ ଶୀତଋତୁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଏ ।

ଏହି ଋତୁରେ ଆମ ଶରୀର ଓ ହୃଦୟର ତାପମାତ୍ରା ସମାନ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଏହି କାରଣରୁ ଆମ ହୃଦୟ ଉପରେ ଅଧିକ ଚାପ ପଡିଥାଏ ଓ ଦୁର୍ବଳ ହୃଦୟ ଥିବା ଲୋକଙ୍କଠାରେ ହାର୍ଟ ଆଟାକର ବିପଦ ବଢ଼ିଥାଏ।  ଏହି ସମୟରେ ଶରୀରର ତାପମାତ୍ରା ସନ୍ତୁଳନ ପାଇଁ ହୃତପିଣ୍ଡକୁ ଅଧିକ ଶକ୍ତି ଆବଶ୍ୟକ ହୁଏ ।

କାରଣ

  1. ଶୀତ ଦିନରେ ତାପମାତ୍ରା କମୁଥିବାରୁ ଆମ ଶରୀରରେ ଥିବା ସିଷ୍ଟମେଟିକ ନର୍ଭ ସିଷ୍ଟମ ଆକ୍ଟିଭ ହେଇଥାଏ ଯାହାଫଳରେ ରକ୍ତଚାପ ନିୟନ୍ତ୍ରଣରେ ରହେ ନାହିଁ । କମ୍ ତାପମାତ୍ରା ସ୍ନାୟୁ ପ୍ରଣାଳୀକୁ ସକ୍ରିୟ କରିଥାଏ, ଯାହା କ୍ୟାଟେକୋଲାମାଇନର ସ୍ତରକୁ ବଢ଼ାଇଥାଏ ।ରକ୍ତନଳୀ ସଂକୁଚିତ ହେବାରୁ ରକ୍ତ ଜମାଟ ବାନ୍ଧିଥାଏ ଓ ଏହା ହାର୍ଟଆଟାକର ବିପଦକୁ ଅଧିକ ବଢ଼ାଇଥାଏ । ଏଥିରେ ଧମନୀ ସଂକୁଚିତ ହେଇଥାଏ ଯାହା ପାଇଁ ବ୍ଳଡ଼ ପ୍ରେସର , ହାର୍ଟରେଟ , କୋଲେଷ୍ଟ୍ରଲ ଆଦି ବୃଦ୍ଧି ପାଇଥାଏ । ଏହି ସବୁ କାରଣ ପାଇଁ ହୃଦଘାତ ସମସ୍ୟା ଦେଖାଦିଏ।
  2. ବିଶେଷ କରି ମଧୁମେହ, ହୃଦ୍‌ରୋଗ ଓ ରକ୍ତଚାପ ରୋଗର ଶିକାର ହୋଇଥିବା ରୋଗୀମାନଙ୍କର ସମସ୍ୟା ଅଧିକ ଥାଏ । କାରଣ ଏହି ସମୟରେ ରକ୍ତ ଗାଢା ହୋଇଥାଏ । ଫଳତଃ ଶରୀରରେ ରକ୍ତ ଧମନିରେ ଜୋରରେ ଗତି କରିପାରେ ନାହିଁ । ଏଣୁ ଶୀତ ଋତୁରେ ତୈଳ, ଘିଅ ଓ ଲହୁଣୀ ଜାତୀୟ ପଦାର୍ଥ ସେବନରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଥାଏ । 

ଶୀତଦିନେ ହୃଦଘାତରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ନିୟମ

ମାନସିକ ଚାପରୁ ଦୂରେଇ ରହିବ

ମାନସିକ ଚାପ ଶରୀର ଉପରେ କୁପ୍ରଭାବ ପକେଇଥାଏ ଏଥିରୁ ନିଜକୁ ଦୂରେଇକି ରଖିବା ନିତାନ୍ତ ଆବଶ୍ୟକ । ହୃଦଘାତ ଏବଂ ହୃତପିଣ୍ଡ ସମସ୍ୟା ମାନସିକ ଚାପ ପାଇଁ ବହୁଳ ମାତ୍ରାରେ ଦେଖାଯାଏ । ଯାହାଫଳରେ ଶିରା ବା ଧମନୀ ଫାଟିଯିବାର ସମ୍ଭାବନା ଅଧିକ ଥାଏ।

ମନ ପସନ୍ଦ କାମ କରିବା

ଗାର୍ଡେନିଂ କରିବା ,ଡ୍ରଇଁ କରିବା,ପଢିବା,ଗୀତ ଶୁଣିବା ଏ ସବୁ ଶରୀରକୁ ଶାନ୍ତି ପ୍ରଦାନ କରିଥାଏ । ସେଥିପାଇଁ ନିଜ ଇଚ୍ଛା ମୁତାବକ ମନ ପସନ୍ ର କାମ କରିବା ଜରୁରୀ । ଏହା ସହ ଯୋଗ ଏବଂ ଧ୍ୟାନ ମଧ୍ୟ କରିପାରିବେ ।

ଥକାପଣ ଦୂର କରିବା

ଶରୀରର ଥକାପଣ ମେଣ୍ଟାଇବା ପାଇଁ ଶରୀର କୁ ବିଶ୍ରାମ ଦରକାର। ଥକାପଣ ମେଣ୍ଟିବା ଯାଏଁ ଶୋଇବା ଆବଶ୍ୟକ ଯାହାଦ୍ୱାରା ହୃତପିଣ୍ଡ କାର୍ଯ୍ୟକ୍ଷମ ନିୟନ୍ତ୍ରଣରେ ରହେ।

ବ୍ୟୟାମ କରିବା 

ପ୍ରତେକ ଦିନ ଅତି କମରେ 30 ମିନିଟ ବ୍ୟାୟାମ କରିବା ଆବଶ୍ୟକ ଯାହା ଦ୍ୱାରା ଶରୀର ସୁସ୍ଥ ରୁହେ ଏବଂ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣରେ ରୁହେ । ଶୀତଋତୁରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଘର ବାହାରେ ବ୍ୟାୟାମ ନ କରି ଘର ଭିତରେ ବ୍ୟାୟାମ କରିବା ଉଚିତ ।

ଚିନି ଏବଂ ଲୁଣ ଠାରୁ ଦୂରେଇ ରହିବା 

  1. ଶୀତ ଋତୁ ରେ ଲୁଣ ମଧ୍ୟ କମ୍‌ ଖାଇବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କହିଛନ୍ତି ଚିକିତ୍ସିକ । କାରଣ ଶୀତ ଋତୁରେ ଶରୀରରୁ କମ୍‌ ପରିମାଣରେ ଝାଳ ନିଷ୍କାସିତ ହୋଇଥାଏ । ଏହା ଫଳରେ ରକ୍ତଚାପର ସମସ୍ୟା ଅଧିକ ଜଟିଳ ହୋଇଥାଏ । ଉଚ୍ଚ ରକ୍ତଚାପ ରେ ପୀଡ଼ିତ ବ୍ୟକ୍ତିମାନେ ଏଥିପାଇଁ ଲୁଣର ପ୍ରୟୋଗ କମ୍‌ ହେବା ଆବଶ୍ୟକ ଯେ ରକ୍ତଚାପ ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ର ଆଶଙ୍କା ବଢି ଯାଇଥାଏ । 
  2. ଖାଦ୍ୟରେ Rice Bran  ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରିବା ଉଚିତ ଏହା ଶରୀର ପାଇଁ ଲାଭଦାୟକ । ପ୍ରତିଦିନ ଲୁଣ ଏବଂ ଚିନିର କମ ବ୍ୟବହାର କରିବା ଆବଶ୍ୟକ | ପ୍ରତିଦିନ ଖାଦ୍ୟରେ ସାଲାଡ଼ ଏବଂ ଫଳ ଖାଇବା ଆବଶ୍ୟକ।

Post a Comment

0 Comments