ପୌଷମାସ ରବିବାରରେ କରନ୍ତୁ ସୂର୍ଯ୍ୟଙ୍କ ଏହି ବ୍ରତ

ପୌଷମାସ ରବିବାରରେ କରନ୍ତୁ ସୂର୍ଯ୍ୟଙ୍କ ଏହି ବ୍ରତ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପ୍ରତ୍ୟେକ ମାସ କୌଣସି ନା କୌଣସି ଦେବତାଙ୍କର ପୂଜନ ନିମିତ୍ତ ଉତ୍ସର୍ଗିତ। ଏହି ଅନୁସାରେ, ପୌଷମାସ ସୂର୍ଯ୍ୟଙ୍କ ଆରାଧନାର ଶ୍ରେଷ୍ଠ ମାସ। ସୂର୍ଯ୍ୟଙ୍କର ଗୋଟିଏ ନାମ ‘ପୁଷା’। ଏହାର ଅର୍ଥ, ଯେ ପୋଷଣ କରେ। ଏହି ହେତୁ ଏ ମାସର ନାମ ‘ପୌଷ’। ଯଦିଓ ଏହି ମାସରେ ସୂର୍ଯ୍ୟଦେବ ‘ଭଗ’ ନାମରେ ଅଭିହିତ; କିନ୍ତୁ ପୌଷ ରବିବାରରେ ସେ ‘ରବି’ ନାମରେ ଆରାଧିତ ହୁଅନ୍ତି।

“ଲୋକାନ୍ ଅବତି ରକ୍ଷତି ଇତି ରବି”; ଅର୍ଥାତ୍‌, ଯିଏ ସମଗ୍ର ସଂସାରର ଅବନ ବା ରକ୍ଷଣ କରନ୍ତି। ଏହାର କାରଣ ସ୍ୱରୂପ କୁହାଯାଇଛି, ପଞ୍ଚତତ୍ତ୍ୱର ପରିପ୍ରକାଶକ ଭାବରେ ଯେଉଁ ପଞ୍ଚଦେବତା ରହିଛନ୍ତି, ସେହି ପଞ୍ଚଦେବତାଙ୍କର ତତ୍ତ୍ୱ ସୂର୍ଯ୍ୟଙ୍କଠାରେ ବିଦ୍ୟମାନ। ସେ ଜଳତତ୍ତ୍ୱ, ସେ ପୃଥୀତତ୍ତ୍ୱ ଏବଂ ସେ ମଧ୍ୟ ଆକାଶ, ଅଗ୍ନି ଓ ବାୟୁ ତତ୍ତ୍ୱ। ତେଣୁ ପ୍ରତ୍ୟେକ ମନ୍ଦିର ବା ଅନୁଷ୍ଠାନାଦିରେ ପ୍ରଥମେ ତାଙ୍କୁ ପୂଜା କରାଯାଏ। ସୂର୍ଯ୍ୟଙ୍କୁ ଆରାଧନା କଲେ, ପ୍ରାଣୀ ତେଜସ୍ୱୀ ଓ ଆତ୍ମବିଶ୍ୱାସୀ ହେବା ସହିତ, କୁଷ୍ଠ ପରି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।

କିମ୍ବଦନ୍ତୀ

ଏହାକୁ ଆଧାର କରି ‘ପୁଷ ରବିବାର ବ୍ରତକଥା’ ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରହିଛି। ତାହାର କଥା ଅନୁସାରେ- କର୍ଣ୍ଣାଟ ଦେଶର ସାଧବକନ୍ୟା ବାଳାବତୀର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ, ଦିନେ ସୂର୍ଯ୍ୟ ଅସ୍ତ ହେବାକୁ ବିଳମ୍ବ କରିଦେଲେ। ଏଥିରେ ବିବ୍ରତ ହୋଇ ସୂର୍ଯ୍ୟଙ୍କର ମାତା, ବିଳମ୍ବ ପାଇଁ ଯିଏ ଦାୟୀ- ତାକୁ ଗଳିତ କୁଷ୍ଠ ହେଉ ବୋଲି ଅଭିଶାପ ଦେଲେ। ଏଥିରେ ଦୁଃଖିତ ହୋଇ, ମାତାଙ୍କୁ ଏହି ବ୍ୟାଧିରୁ ମୁକ୍ତ ହେବାର ଉପାୟ ସେ ପଚାରନ୍ତେ, ମାତା କେତେକ ବିଧି ବିଧାନର ନିର୍ଦ୍ଦେଶ ଦେଲେ। ଯେଉଁମାନେ ପୁଷ-ରବିବାର ବ୍ରତ କରନ୍ତି, ସେମାନଙ୍କୁ ଏହା ଅତି ନିଷ୍ଠାର ସହିତ ପାଳନ କରିବାକୁ ହୁଏ।

ପୂଜାବିଧି

  1. ପୌଷ ମାସର ପ୍ରତ୍ୟେକ ରବିବାରରେ ବ୍ରତଚାରୀମାନେ ପ୍ରଭାତରୁ ଉଠି ସ୍ନାନାଦି ସମାପନ କରି ଏକ ତମ୍ବାପାତ୍ରରେ ଲାଲରଙ୍ଗର ଫୁଲ ସହିତ ସୁଦ୍ଧ ଜଳ,ରକ୍ତ ଚନ୍ଦନ,ଅକ୍ଷତ,ସିନ୍ଦୁର,ହଳଦୀ,ରାଶି,ଗୁଡ଼ ଓ ଦୁବ ସହିତ ମିଶାଇ, ସୂର୍ଯ୍ୟଙ୍କର ପ୍ରିୟ ରଙ୍ଗ ଲାଲ ରଙ୍ଗର ବସ୍ତ୍ର ଧାରଣା କରି,  ‘ଓଁ ଆଦିତ୍ୟାୟ ନମଃ’ ମନ୍ତ୍ର ଜପ କରି, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ l
  2. ଏହା ପରେ ତୁଳସୀ ଚଉରା ମୂଳକୁ ଗୋମୟରେ ଲିପି, ତା’ ଉପରେ ରବି ମଣ୍ଡଳ କାଟି, ସେଥିରେ ସୂର୍ଯ୍ୟଦେବଙ୍କୁ ସ୍ଥାପନା କରି ସାରିବା ପରେ ବିଧି ବିଧାନ ଅନୁସାରେ ଚନ୍ଦନ ସିନ୍ଦୁର ,ଫୁଲ ,ଧୂପଦୀପ ଅର୍ପଣ କରନ୍ତୁ l  ବ୍ରାହ୍ମଣ ଡାକି ଯଥାବିଧି ପୂଜନ କରନ୍ତି। 
  3. ଯଦି ଆପଣ ପ୍ରତେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରି ପାରୁ ନାହାନ୍ତି ତେବେ ରବିବାର ଦିନ କଞ୍ଚା କ୍ଷୀରରେ ମହୁ ଓ ଘିଅ ମିଶାଇ ଲାଲ ଫୁଲ ସିନ୍ଦୁର ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ l ଏହିପରି କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ ହୋଇ ଆୟୁ ,ଧନ,ପୁତ୍ର ,ମିତ୍ର ,ଯଶ ,ତେଜ ,ବିଦ୍ୟା ,ବୈଭବ ,ସୌଭାଗ୍ୟ ଓ ଆରୋଗ୍ୟ ପ୍ରଦାନ କରିଥାନ୍ତି l 
  4. ଏହା ପରେ ସୂର୍ଯ୍ୟ ପୂଜାର ବ୍ରତ କଥା ପାଠ କରନ୍ତୁ l 
  5. ରବିବାର ଦିନ ଆପଣ ସାତ୍ଵିକ ଭୋଜନ ଖାଇବେ ଏବଂ  ସେମାନେ ତେଲ ଓ ଲୁଣ ଖାଇବା ଉଚିତ ନୁହେଁ l ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ l ସୂର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ କରି ସକାଳ ଓ ସନ୍ଧ୍ୟାରେ ଦୁଇଥର ଅର୍ଘ୍ୟ ପ୍ରଦାନ କରିବ ଆବଶ୍ୟକ l
  6. ଖଇ, କୋରା, କଦଳୀ, ନଡ଼ିଆ ଓ ଦହି ଆଦି ସହିତ ଶୁଦ୍ଧପୂତ ଭାବରେ ଖେଚୁଡ଼ି ରାନ୍ଧି, ସୂର୍ଯ୍ୟଙ୍କୁ ଭୋଗ ଲଗାନ୍ତି ଏବଂ ସେହି ଭୋଗକୁ ଏକବେଳା ଖାଇ ବ୍ରତ ରଖନ୍ତି। ଏହିପରି ବ୍ରତ ରଖି ସାଧବଝିଅ ଗଳିତ କୁଷ୍ଠରୁ ମୁକ୍ତି ପାଇଥିଲା।

ଲାଭ

  1. ଜୀବନରେ ସୁଖ ସମୃଦ୍ଧି ,ଧନ ସମ୍ପତ୍ତି ଓ ଶତ୍ରୁ ମାନଙ୍କ ପଖରୁ ସୁରକ୍ଷା ପାଇଁ ରବିବାର ବ୍ରତ କରାଯାଇଥାଏ l ପୁରାଣରେ ବର୍ଣ୍ଣିତ ହୋଇଛି ସୂର୍ଯ୍ୟଙ୍କୁ ରବିବାର ଦିନ ବ୍ରତ ଦ୍ୱାରା ପୂଜା କଲେ ଜୀବନର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l 
  2. ପୌଷ ମାସର ରବିବାରରେ ସୂର୍ଯ୍ୟଙ୍କୁ ବିଶେଷ ଭାବରେ ପୂଜା କରାଯାଇଥାଏ l ଏହି ପୁଜାଟି ଛୋଟ ଛୁଆ ମାନଙ୍କ ପାଇଁ ମା ମାନେ କରିଥାନ୍ତି l ପୂରାଣରେ ବର୍ଣ୍ଣିତ ଅଛି ପୁଷ ରବିବାର ସୂର୍ଯ୍ୟଙ୍କ ପୂଜା ଦ୍ୱାରା ପିଲା ମାନଙ୍କର ଆୟୁ ଓ ଯଶ ବୃଦ୍ଧି ହୋଇଥାଏ l 
  3. ସୂର୍ଯ୍ୟଙ୍କ ଏହି ବ୍ରତ ପୌଷ ମାସରେ ପାଳନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ l
  4. ସ୍ତ୍ରୀ ମାନେ ଏହି ବ୍ରତ ଦ୍ୱାରା ଜନନୀ ହେବାର ସୁଖ ଲାଭ କରନ୍ତି ଓ ସମସ୍ତ ପାପର ନାଶ ହୋଇଥାଏ l ସନ୍ତାନ ହୀନ ନାରୀ ମଧ୍ୟ ପୌଷରେ ମାସରେ ସୂର୍ଯ୍ୟଙ୍କୁ ପୂଜାକରି ତାଙ୍କର ଆଶୀର୍ବାଦ ପାଇ ପାରିବେ l 
  5. ଏହି ବ୍ରତ ଦ୍ୱାରା ମନୁଷ୍ୟକୁ ଧନ ,ଯଶ ,ମାନ ସମ୍ମାନ ଓ ଆରୋଗ୍ୟ ପ୍ରାପ୍ତ ହୋଇଥାଏ l
  6. ତେବେ କେବଳ ରବିବାର ନୁହେଁ, ସଂପୂର୍ଣ୍ଣ ପୁଷମାସଯାକ ମଧ୍ୟ, ଗୋଟିଏ ବେଳା ଖାଦ୍ୟ ଗ୍ରହଣ କରି ଯେ ସୂର୍ଯ୍ୟଙ୍କର ଉପାସନା କରନ୍ତି, ସେ ସର୍ବଦା ନିରାମୟ ରହନ୍ତି ବୋଲି ବିଶ୍ୱାସ ରହିଛି।
  7. ଆପଣ ଚାହିଁଲେ ନିଜ ଘରର ଉନ୍ନତି ପାଇଁ ଏହି ବ୍ରତ ବର୍ଷସାରା ସମସ୍ତ ରବିବାରରେ କରିପାରିବେ ,କିନ୍ତୁ ପୌଷ ମାସ ରବିବାରରେ ବିଶେଷ ମହତ୍ୱ ରହିଛି l

Post a Comment

0 Comments