ନୂଆବର୍ଷରେ ବାସ୍ତୁ ଅନୁସାରେ କେତେକ ଉପାୟ ଆପଣାନ୍ତୁ
ନୂଆବର୍ଷରେ ବାସ୍ତୁ ଅନୁସାରେ କେତେକ ଉପାୟ ଆପଣାନ୍ତୁ
ନୂଆବର୍ଷ ଅନେକ ନୂଆ ନୂଆ ଖୁସି, ଉତ୍ସାହ, ଉନ୍ମାଦନା, ଆଶା ଭରସା ନେଇ ଆସିଥାଏ । ତେବେ ନୂଆବର୍ଷରେ ବାସ୍ତୁ ଅନୁସାରେ କେତେକ ଉପାୟ ଆପଣାଇଲେ ବା ନୂଆବର୍ଷକୁ କିଭଳି ଭାବେ ସ୍ଵାଗତ କଲେ ଘରେ ଖୁସିର ମାହୋଲ ଲାଗି ରହିବ |
ବାସ୍ତୁ ଅନୁସାରେ କେତେକ ଉପାୟ
- ବର୍ଷର ପ୍ରଥମ ଦିନରେ ଘରର କୌଣସି ପବିତ୍ର ସ୍ଥାନକୁ ଗୋବରରେ ଲିପି ଦିଅନ୍ତୁ । ଏହାପରେ ସେହି ସ୍ଥାନରେ ଡାଳିମ୍ବ ଗଛର କାଠିରେ ଏକ ତ୍ରିକୋଣ କରି ତା ଭିତରେ ନିଜ ବ୍ୟବସାୟ ସମ୍ବନ୍ଧିତ ଜିନିଷ କିମ୍ବା ଧନ ଆବାକର ଅନ୍ୟ ସ୍ତୋତ୍ର ରହିଛି ତାହାର ନାଁ ଲେଖି ସେଥିରେ ସିନ୍ଦୂର ଲଗାନ୍ତୁ ।
- ଏହାପରେ ମହାଲକ୍ଷ୍ମୀଙ୍କ ମନ୍ତ୍ର ୧୦୮ଥର ଜପ କରନ୍ତୁ । ଏହି ଉପାୟକୁ ଲଗାତାର ୯ଦିନ ଜପ କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ।
- ସେହିଭଳି ଯଦି ଆପଣଙ୍କ ଘର ନିକଟରେ ଏଭଳି କିଛି ଗଛ ରହିଛି ଯେଉଁ ଗଛରେ ବାଦୁଡି ସ୍ଥାୟୀ ବାସ କରିଥାଏ ତେବେ ସେହି ଗଛର ଏକ ଶାଖା ଭାଙ୍ଗି ନିଜ ଘରକୁ ଆଣନ୍ତୁ | ଏହି ଗଛର ଶାଖାକୁ ଆପଣ ନିଜ ଶୋଇବା ଶେଯ ତଳେ, ଚୌକି ତଳେ ବା ବ୍ୟବସାୟ ସ୍ଥାନରେ ରଖନ୍ତୁ । କୌଣସି ଅସୁବିଧା ଦେଖାଯାଇନଥାଏ |
- ନୂଆବର୍ଷର ପ୍ରଥମ ଦିନରେ ମହିଳାମାନେ ନାଲି ରଙ୍ଗର କପଡା ପିନ୍ଧନ୍ତୁ, କାରଣ ଗୃହଲକ୍ଷ୍ମୀଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ଵରୂପ କୁହାଯାଇଥାଏ । କାରଣ ନାଲି ରଙ୍ଗ ସୁଖ-ସମୃଦ୍ଧିକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏହିକାରଣରୁ ବର୍ଷସାରା ଆପଣଙ୍କ ଘରେ ସଂପନ୍ନତା, ବୈଭବ, ସୁଖଶାନ୍ତି ରହିବ |
- ନୂଆବର୍ଷରେ ଗରିବ, ରୋଗୀ ଆଦିଙ୍କୁ କିଛି ଦାନ କରନ୍ତୁ ।
ମିଠା
ନୂଆ ବର୍ଷର ଆରମ୍ଭ ଯଦି ମୁହଁ ମିଠା କରି ଆରମ୍ଭ କରାଯାଏ | ତେବେ ସେହିପରି କ୍ଷେତ୍ରରେ ବହୁତ ପରିମାଣରେ ଶୁଭ ହୋଇଥାଏ | ତଥା ବର୍ଷଯାକ ଆପଣ ମାନଙ୍କ ପାଖରେ ଦୁଖଃ ପସେ ନାହିଁ ।
ଅଙ୍ଗୁର ଦାନା
ନୂଆ ବର୍ଷ ଦିନ ବାରଟି ଅଙ୍ଗୁର ଦାନା ଖାଇବାର ବିଧାନ ରହିଛି । ଯଦି କଳା ଅଙ୍ଗୁର ମିଳିଯିବ ତେବେ ସବୁଠୁ ଭଲ ହେବ ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ମଧ୍ୟ ଖୁଆନ୍ତୁ । ଖୁସି କରନ୍ତୁ ଓ ବାଟନ୍ତୁ ଏହା କରିବା ଦ୍ଵାରା ଖୁସି ବଢିଥାଏ ।
ଭଗବାନ ଗଣେଶଙ୍କ, ଲକ୍ଷ୍ମୀଙ୍କ ଓ କୁବେର ମୂର୍ତ୍ତି
- ଭଗବାନ ଗଣେଣେଙ୍କୁ ବିଘ୍ନ ହାରକ କୁହାଯାଏ । ଯିଏ ସବୁ ଦୁଖଃ କଷ୍ଟକୁ ହରିନିଅନ୍ତି.ଯଦି ଆପଣ କେଉଁ ସମସ୍ୟାରେ ଫସି ଅଛନ୍ତି ତେବେ ନୂଆବର୍ଷରେ ଭଗବାନ ଗଣେଶଙ୍କର ମୂର୍ତ୍ତି ନିଶ୍ଟୟ ଆଣନ୍ତୁ । ଏଠିଦ୍ୱାରା ଭଗବାନ ଗଣେଶ ଆପଣଙ୍କ ଜୀବନର ସବୁ ଦୁଖଃ କଷ୍ଟକୁ ସମାପ୍ତ କରିଦେବେ ଏବଂ ଖୁସି ଦେବେ । ନୂଆବର୍ଷ ଦିନ ହିଁ ଭଗବାନ ଗଣେଶଙ୍କର ମୂର୍ତ୍ତି ଆଣି ପୂଜା ପାଠ କରନ୍ତୁ |.
- ପ୍ରଥମେ ରହିଛି କି କୈଣସି ଶୁଭ କାର୍ଯ୍ୟରେ ଘରକୁ ଭଗବାନ ଗଣେଷ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଆଣିଲେ ଘରେ ସୁଖ ଏବଂ ସମୃଦ୍ଧି ବଢିବା ପାଇଁ ଲାଗିଥାଏ ।
- ନୂଆ ବର୍ଷରେ ଘରର ଆର୍ଥକ ସ୍ଥିତିକୁ ଶକ୍ତିଶାଳୀ କରିବା ପାଇଁ ,ଆର୍ଥିକ ସମୃଦ୍ଧି ଏବଂ ପ୍ରଗତି ପାଇଁ ଭଗବାନ କୁବେରଙ୍କର ମୂର୍ତ୍ତି ରଖିବା ଆବଶ୍ୟକ ଏବଂ କୁବେରଙ୍କର ପୂଜା ବିଧି ଅନୁସାରେ କରିବା ଆବଶ୍ୟକ ଅଟେ ।
ଗୋମତି ଚକ୍ର
- ଏହା ଏକ ପଥର ଯାହା ଦେଖିବାକୁ ସାଧାରଣ ଲାଗିଥାଏ କିନ୍ତୁ ଖୁବ ଚମତ୍କାରୀ । ଏହି ପଥରର ନାଁ ଗୋମତି ଚକ୍ର | ଏହି ପଥର ନଦୀରୁ ମିଳୁଥିବାରୁ ଏହାକୁ ଗୋମତି ଚକ୍ର କୁହାଯାଏ । ଗୋମତି ଚକ୍ର ଘରେ ରଖିବା ଦ୍ୱାରା କୌଣସି ପ୍ରକାର ଶତ୍ରୁ ବାଧା ରହିନଥାଏ । ଏହାକୁ ମଧ୍ୟ ସିନ୍ଦୁରରେ ରଖିଲେ ଶୁଭ ହୋଇଥାଏ।
- ଗୋମତୀ ଚକ୍ର ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ଗୋମତୀ ଚକ୍ର ପାଞ୍ଚୋଟି ଆଣନ୍ତୁ ଓ ସିନ୍ଦୁର ଡବାରେ ଭଲରେ ବୁଡାଇକି ରଖି ଦିଅନ୍ତୁ । ଏହା ସ୍ଥିର ଲକ୍ଷ୍ମୀର ପରିଚାୟକ ଅଟେ ।
ରୂପା ହାତୀ
ଏହାକୁ ଘରେ ରଖିବା ଦ୍ୱାରା ଚମତ୍କାରୀ ପ୍ରଭାବ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ରୂପାର ହାତୀ ରଖିବା ଦ୍ୱାରା ରାହୁ ତଥା କେତୁଙ୍କର ଖରାପ ପ୍ରଭାବ ପଡିନଥାଏ । ଏଥିସହ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ଉନ୍ନତି ଆସିଥାଏ । ଘରେ ରୂପାର ହାତୀ ରଖିବା ଦ୍ୱାରା ଘରେ ଶାନ୍ତି ତଥା ସୁଖ-ସମୃଦ୍ଧି ରହିଥାଏ ।
ମୋତି ଶଙ୍ଖ
ଶଙ୍ଗ ତ ସମସ୍ତଙ୍କ ଘରେ ରହିଥାଏ କିନ୍ତୁ ଦକ୍ଷିଣବର୍ତ୍ତୀ ଶଙ୍ଖ ତଥା ମୋତି ଶଙ୍ଖର ଭିନ୍ନ ମହତ୍ତ୍ୱ ରହିଛି । ମୋତି ଶଙ୍ଖ ଦେଖିବାକୁ ଖୁବ ସୁନ୍ଦର । ଏହି ଶଙ୍ଖ କୁ ବିଧି-ବିଧାନ ସହ ପୂଜା କରି ଯଦି ଆଲମାରୀରେ ରଖାଯାଏ ତେବେ ଘର, କାର୍ଯ୍ୟସ୍ଥଳ, ବ୍ୟବସାୟ ସ୍ଥଳରେ ଟଙ୍କାର ଅଭାବ ରହିନଥାଏ ।
ସ୍ୱସ୍ତିକ ଚିହ୍ନ ଓ ମାଲକ୍ଷ୍ମୀଙ୍କର ପାଦ ଚିହ୍ନ
- ସ୍ୱସ୍ତିକର ଚିତ୍ର ଘରେ ରଖିବା ଦ୍ୱାରା ପ୍ରତ୍ୟେକ ମନସ୍କାମନା ପୂରଣ ହୋଇଥାଏ । ପୁରାଣରେ ସ୍ୱସ୍ତିକ ଚିହ୍ନକୁ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ପ୍ରତୀକ କୁହାଯାଇଥାଏ । ସଂସ୍କୃତରେ ସୁ ଏବଂ ଅସ୍ତି ର ମିଶ୍ରଣରେ ସ୍ୱସ୍ତିକ ଶବ୍ଦର ସୃଷ୍ଟି । ଯାହାର ଅର୍ଥ ଶୁଭ ହୋଇଥାଏ । ସ୍ୱସ୍ତିକ ଚିହ୍ନ ଦ୍ୱାରା ପରିବାର, ଧନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ ।
- ଚାନ୍ଦିର ପାଦୁକା ଆଣି ଘରେ ବା ସ୍ଵସ୍ତିକ ଚିହ୍ନ ଆଣି ଠାକୁର ଘରେ ରଖି ପୂଜା କରିପାରିବେ ।
- ମାଲକ୍ଷ୍ମୀଙ୍କର ପାଦ ଚିହ୍ନ ଆଣନ୍ତୁ ଏବଂ ସଂକଳ୍ପ ନିଅନ୍ତୁ ଯେ ପୁରା ଦିନ ତାଙ୍କର ପୂଜା କରିବେ । ଏହାର ଶୁଭ ପ୍ରଭାବ ସହ ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବ। ଏହା ସହିତ ଅନ୍ୟ କାର୍ଯ୍ୟରେ ସଫଳତା ମିଳିଥାଏ ।
- ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ | ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଆଉ ଦୋକାନରେ ସୁଖ ଆଉ ସମୃଦ୍ଧିର ପ୍ରସାର କେବଳ ଘରର ମୁଖ୍ୟ ଦ୍ୱାର ରେ ହିଁ ଥାଏ । ନିଜ ଘର ଅଥବା ଦୋକାନର ସମୃଦ୍ଧି ପାଇଁ ଦ୍ୱାରରେ ଓଁ, ସ୍ଵସ୍ତିକ, ଅଥବା ପ୍ରଭୁ ଗଣେଶଙ୍କ ଫୋଟୋ ନିଶ୍ଚୟ ଲଗାନ୍ତୁ । ଘର ର ଶୁଭ ହବ ।
ନଡ଼ିଆ
- ନୂଆବର୍ଷରେ ଯଦି ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ମଙ୍ଗଳକାରୀ ହୋଇଥାଏ । ଏଥି ଦ୍ୱାରା ଆପଣଙ୍କର ସଫଳତା ର ରାସ୍ତା ବି ଖୋଲିଯାଏ,ଆଉ ଘରୁ ନକରାତ୍ମକ ଉର୍ଜା ପଳେଇ ଯାଇଥାଏ ଏବଂ ସକରାତ୍ମକ ଉର୍ଜା ଆସିଥାଏ । ଘରେ ହେଉ କି ମନ୍ଦିରରେ କେଉଁଠି ବି ନଡ଼ିଆ ଭାଙ୍ଗି ପାରିବେ ।
- ଘରର ପୂର୍ବ ଓ ଉତ୍ତର ଦିଗରେ ଏକ ପୂର୍ଣ୍ଣ କଳସ ସ୍ଥାପନ କରି ଉପରେ ନଡ଼ିଆ ରଖନ୍ତୁ । ପ୍ରତିଦିନ ଏହାର ଜଳ ବଦଳାଇବା ବିଧେୟ |
ପଞ୍ଚମୁଖୀ ହନୁମାନଙ୍କ ଫୋଟ
- ଆପଣ ମାନେ ଜାଣିଛନ୍ତି ବଜରଂଙ୍ଗ ବଳୀ ଙ୍କୁ ଖୁସୀ ଏବଂ ସଂଙ୍କଟ ମୋଚନ ବୋଲି କୁହାଯାଏ । ସେହିପରି କ୍ଷେତ୍ରରେ ଯଦି ଆପଣ ମାନେ ନୂତନ ବର୍ଷ ରେ ବଜରଂଙ୍ଗ ବଳୀଙ୍କୁ ଘରକୁ ଆଣନ୍ତି ତେବେ ସେହିପରି ବେଳେ ଆପଣ ମାନଙ୍କୁ ସେ ସମସ୍ତ ସଂଙ୍କଟ ରୁ ରକ୍ଷା କରନ୍ତି ।
- ଖରାପ ଜିନିଷ କିମ୍ବା ଶକ୍ତି ଠାରୁ ମୁକ୍ତି ପାଇବା ପାଇଁ କିମ୍ବା ସବୁ ବାଧାରୁ ମୁକ୍ତି ପାଇବା ପାଇଁ ପଞ୍ଚ ମୁଖୀ ହନୁମାନ ଭଗବାନଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ ।
- ପଞ୍ଚମୁଖୀ ହନୁମାନଙ୍କ ଫୋଟ ଯଦି ଘରେ ଅଛି ତେବେ ବହୁତ ଭଲ କଥା ଯଦି ନାହିଁ ତେବେ ଆଣନ୍ତୁ । କାରଣ ସବୁଦିଗରୁ ହନୁମାନ ସାହାର୍ଯ୍ୟ କରିବେ । ଜୀବନରେ କେବେ କୌଣସି ଜିନିଷର କମି ହେବନି ।
- ସକାଳେ ଓ ସନ୍ଧ୍ୟା ହନୁମାନ ଚାଳିଶା ପାଠ କରିବାକୁ ନିୟମ କରନ୍ତୁ ।
0 Comments
Do you have any doubts or suggestions? Ask them here in the comments!