କେଉଁମାନେ ତୁଳସୀ ପୂଜା କରିବା ନିଷେଧ
ତୁଳସୀ ଗଛରେ ଜଳ ଦେବାପାଇଁ କେତେ ଗୁଡିଏ ନିୟମ ଥାଏ। ଆଜି ଆମେ କହିବୁ କେଉଁ ନାରୀ ତୁଳସୀ ଗଛରେ ଜଳ ଅର୍ପଣ କରିପାରିବେନାହିଁ । ମହିଳା ମାନଙ୍କ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ସିନ୍ଦୁର ପିନ୍ଧିକି ପୂଜା କରନ୍ତୁ। ଯାହା ଦ୍ୱାରା ଆପଣଙ୍କର ସୌଭାଗ୍ୟରେ ବୃଦ୍ଧି ହୋଇଥାଏ। ପୁରା ସୌଭାଗ୍ୟବତୀ ପରି ମା ତୁଳସୀଙ୍କର ପୂଜା କରନ୍ତୁ ।
ଆପଣ ସ୍ନାନ ସାରି ଖୋଲା କେଶରେ କେବେ ମଧ୍ୟ ପୂଜା କରନ୍ତୁ ନାହିଁ । କେବେ ବି ଖୋଲା ଚୁଟିରେ ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ। କୌଣସି ବି ପୂଜା ଖୋଲା ଚୁଟିରେ କରିବା ଉଚିତ ନୁହେଁ। ସବୁବେଳେ ଚୁଟି ବାନ୍ଧିକି ଆପଣ ପୂଜା କରନ୍ତୁ। ଖୋଲା କେଶ ଅଥବା ଓଦା କେଶରେ ତୁଳସୀ ଗଛ ପୂଜା କରିବା ଅଥବା କୌଣସି ଦେବା ଦେବୀ ଙ୍କୁ ପୂଜା କରିବା ଅଶୁଭ ଅଟେ ।
ତୁଳସୀ ଗଛ ପ୍ରତି ଧ୍ୟାନ ରଖିପାରୁଥିବ
- ତା ପୂର୍ଵ ରୁ ଗୋଟେ କଥା ମନ ତୁଳସୀ ଗଛ ସେହି ବ୍ୟକ୍ତି ଲଗେଇବା ଉଚିତ ଯିଏ ଏହାର ପ୍ରତିଦିନ ଧ୍ୟାନ ରଖିପାରୁଥିବ । ଆଉ ଏହି ତୁଳସୀ ଗଛ ରେ ପ୍ରତିଦିନ ଜଳ ଅର୍ପଣ କରିବେ।
- ଘିଅ କିମ୍ବା ତେଲ ର ଦୀପ ଲଗାନ୍ତୁ ଓ ସବୁ ନିୟମ କୁ ପାଳନ କରନ୍ତୁ , ନହଲେ ମାତା ଲକ୍ଷ୍ମୀ ରାଗି ଯିବେ ଓ ଘରୁ ଚାଲିଯାନ୍ତି। ତ ଯଦି ଆପଣ ଆପଣଙ୍କ ବଗିଚା ରେ ତୁଳସୀ ଗଛ ରଖିଛନ୍ତି ତେବେ ତାର ଭଲ ସେ ଧ୍ୟାନ ରଖନ୍ତୁ।
ମାସିକ ଧର୍ମ ବା ଋତୁ ଅବସ୍ଥାରେ
- କୌଣସି ସ୍ତ୍ରୀ ଯଦି ମାସିକ ଋତୁ ଅବସ୍ଥାରେ ତୁଳସୀ ଗଛକୁ ପୂଜା ତ ଦୂରର କଥା ସ୍ପର୍ଶ କରିଥାଏ ତେବେ ତୁଳସୀ ମା ଅଶାନ୍ତି ହୋଇ ଅଭିଶାପ ଦେଇଥାନ୍ତି l ଶାସ୍ତ୍ର ଅନୁସାରେ ନାରୀମାନେ ଏହିଦିନ ମାନଙ୍କରେ ଅଶୁଦ୍ଧ ଵା ଅପବିତ୍ର ହୋଇଥାନ୍ତି ତେଣୁକରି ଏହି ସମୟରେ ପୂଜା କରିବା ଅନୁଚିତ l
- ସେଥି ପାଇଁ ମାସିକ ଧର୍ମ ବେଳେ କିଛି କରିବାକୁ ମନା କରାଯାଏ। ଏହି ସମୟରେ ମନ୍ଦିର ନଯିବାକୁ ଉପଦେଶ ଦିଆଯାଇଥାଏ ଓ ଗଛ ପାଣି ଦବା ଉଚିତ ନୁହେଁ ତ ସେଥିପାଇଁ ଆପଣଙ୍କୁ ମାସିକ ଧର୍ମ ବେଳେ ତୁଳସୀ ରେ ପାଣି ଦେବା ଉଚିତ ନୁହେଁ ଓ ଆପଣଙ୍କ ଏହି ସମୟ ରେ ତୁଳସୀ କୁ ପୂଜା କରିପାରିବେନି ।
- ମାସିକ ଧର୍ମର ପଞ୍ଚମ ବା ସପ୍ତମ ଦିନ ମୁଣ୍ଡ ସଫା କରି ତୁଳସୀ କୁ ପୂଜା କରିପାରିବେ ଓ ଜଳ ପ୍ରଦାନ କରିପାରିବେ।
- ଦ୍ରୌପଦୀ ଙ୍କୁ ଯେତେବେଳେ ବସ୍ତ୍ର ହରଣ କରିବା ପାଇଁ ଦୁଃଶାସନ ତାଙ୍କୁ ଆନିଆବାପାଇଁ ଯାଇଥିଲେ ସେ ସମୟରେ ଦ୍ରୌପଦୀ ଙ୍କର ମାସିକ ଧର୍ମ ଚାଲିଥିଲା ସେହି କାରଣ ରୁ ସେ ତାଙ୍କ କକ୍ଷ ରେ ନରହି ଅନ୍ୟ କକ୍ଷରେ ରହୁଥିଲେ ଏଥିରୁ ଜଣାଯାଏ କି ପ୍ରାଚୀନ କାଳରୁ ହିଁ ଏହାକୁ ମାନାଯାଇ ଆସୁଅଛି ଏହି କାରଣରୁ ସ୍ତ୍ରୀ ଙ୍କୁ କେଉଁ ପବିତ୍ରସ୍ଥାନ କୁ ଯିବାପାଇଁ ମନାକରାଯାଇଥାଏ |
ଯେଉଁ ଘରେ ମାଂସ ଖିଆଯାଏ
- ଯେଉଁ ଘରେ ମାଂସ ଖିଆଯାଏ ସେ ଘରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ | ତାମସିକ ଶ୍ରେଣୀର ମହିଳାମାନେ ତୁଳସୀ ଗଛକୁ ପୂଜା କରିବା ଉଚିତ ନୁହେଁ l
- ଭଗବାନ ବିଷ୍ଣୁ ସର୍ବଦା ସାତ୍ଵିକ ଶ୍ରେଣୀର ହୋଇଥିବା ବେଳେ ଯେଉଁମାନେ ମାଂସାହାରୀ ହୋଇ ମଧ୍ୟ ତୁଳସୀ ଗଛର ପୂଜା କରିଥାନ୍ତି ଭଗବାନ ବିଷ୍ଣୁ ସେମାନଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ଯାହାର ପରିଣାମ ରେ ତାଙ୍କୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡେ l
ଯେଉଁ ସ୍ତ୍ରୀ ଦୁଷ୍ଟ ଆଉ କପଟୀ
- ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଦୃଷ୍ଟ ଅଟେ ପରର ଖାଇବାରେ ବିଷ ମିଶାଏ ଏହିପରି ମହିଳାମାନଙ୍କ ଦ୍ୱାରା ଯଦି ତୁଳସୀ ପୂଜା କରାଯାଏ ତ ଏହାର ଅଶୁଭ ଫଳ ମିଳିଥାଏ |
- ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଦୁଷ୍ଟ ଆଉ କପଟୀ ହୋଇଥାଏ ତାଙ୍କୁ ତୁଳସୀ ଗଛ ପୂଜା କରିବାର ଅଧିକାର ନଥାଏ l
ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖେ
- ତୁଳସୀ ଏକ ପବିତ୍ର ଗଛ ଅଟେ ଏହାକୁ କେବଳ ଏକ ପତିବ୍ରତ ସ୍ତ୍ରୀ ପୂଜା କରିବା ଉଚିତ |
- ଯେଉଁ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖେ ତାକୁ ତୁଳସୀ ପୂଜାକରିବା ଅନୁଚିତ ଅଟେ |
- ଯେଉଁ ନାରୀ ଅଲଗା ପୁରୁଷଙ୍କ ସହ ସମ୍ପର୍କ ରଖି ନିଜ ସ୍ୱାମୀଙ୍କୁ ସମସ୍ତଙ୍କ ଆଗରେ ଖରାପ କରିଦେଇଥାଏ ତା ଦ୍ୱାରା ତୁଳସୀଦେବୀ କେବେ ସନ୍ତୁଷ୍ଟ ହୋଇନଥାନ୍ତି l ଏମାନେ କେବେ ମଧ୍ୟ ତୁଳସି ଗଛ ପୂଜା କରିବା ଉଚିତ ନୁହେଁ l
ମଦ୍ୟପାନ କରନ୍ତି
ଭଗବାନ କୃଷ୍ଣ ଙ୍କର ଭକତପାଇଁ ମଦ୍ୟପାନ କରିବା ବର୍ଜିତ ଅଟେ ଯେଉଁ ଘରେ ଲୋକ ବସିକି ମଦ୍ୟପାନ କରନ୍ତି ସେ ଘରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ ଏହାଦ୍ୱାରା ଆପଣଙ୍କର ଭଲ ଜାଗାରେ ମନ୍ଦ ହୋଇଥାଏ ତେଣୁ ଆପଣ ଯଦି ଏ ନିୟମ ମାନି ପାରୁନାହାନ୍ତି ତେବେ ଘରେ ତୁଳସୀ ଗଛ ରଖନ୍ତୁ ନାହିଁ |
ଯଦି ଆପଣ କୋର୍ଟରେ ଵିଵାହ କରିଛନ୍ତି
- ବିବାହିତ ମହିଳା ମାନଙ୍କ ପାଇଁ ତୁଳସୀ ପୂଜା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ତୁଳସୀ ବିବାହ କୁ ପୂର୍ଣ୍ଣ ରୂପରେ କଲେ ବୈବାହିକ ଜୀବନ ଖୁସିରେ କଟିଥାଏ ।
- କିନ୍ତୁ ଯଦି ଆପଣ ହିନ୍ଦୁ ରୀତି ନୀତି ଅନୁସାରେ ୭ଟି ବଚନ ନେଇ ନାହାନ୍ତି ତେବେ ଆପଣ ତୁଳସୀ ଗଛ ପାଖକୁ ଯିବା ଅନୁଚିତ। ଆପଣ ସେହି ସମୟରେ ତୁଳସୀ ଙ୍କୁ ପୂଜା କରିପାରିବେନି।ତ ଅପଣ ତୁଳସୀ ଠାରୁ ଦୁର ରେ ରୁହନ୍ତି ବିନା ୭ଟି ବଚନ ରେ ଆପଣ ତୁଳସୀ ପୂଜା କରି ପାରିବେନି।
- ଯଦି ଆପଣ କୋର୍ଟରେ ଵିଵାହ କରିଛନ୍ତି ତେବେ ବି ଆପଣ ତୁଳସୀ ଗଛ ପୂଜା କରିବାକୁ ସକ୍ଷମ ନୁହନ୍ତି । ଆପଣ ଵିଵାହ ର ସବୁ ବିଧି ସମ୍ପର୍ଣ୍ଣ କରି ତୁଳସୀ ଙ୍କୁ ପୂଜା କରିପାରିବେ ।
- ଯଦି ଆପଣ ଶାସ୍ତ୍ର କୁ ନ ମାନି ଆପଣ ପୂଜା କରନ୍ତି ଯଦି ଆପଣ ପାପ ର ଭାଗିଦାର ହୋଇପାରନ୍ତି । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ।
- କୁଆଁରୀ କନ୍ୟା ତୁଳସୀ ଙ୍କୁ ପୂଜା କରିପାରିବେ ,କିନ୍ତୁ ଆମେ ଏଠି ବିବାହିତ ନାରୀ ଙ୍କ ବିଷୟ ରେ କହୁଛୁ।

0 Comments
Do you have any doubts or suggestions? Ask them here in the comments!