ଜାଣନ୍ତୁ ପୌଷମାସର ମହତ୍ତ୍ୱ କ'ଣ ?
ଜାଣନ୍ତୁ ପୌଷମାସର ମହତ୍ତ୍ୱ କ'ଣ ?
ପବିତ୍ର ଧନୁସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ ପୌଷମାସ । ପୌଷ ମାସରେ ହେମନ୍ତ ଋତୁ ପ୍ରଭାବରୁ ଶୀତ ପଡିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ସୂର୍ଯ୍ୟଦେବଙ୍କ ୧୧ଟି କିରଣ ମନୁଷ୍ୟ ଶରୀରରେ ଆରୋଗ୍ୟତା ଓ ଉର୍ଜା ପ୍ରଦାନ କରିଥାଏ । ମାତ୍ର ଆମ ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ହିନ୍ଦୁ ଧର୍ମରେ ମୁହୁର୍ତ୍ତର ବହୁତ ବଡ଼ ମହତ୍ତ୍ୱ ଅଛି ଏବଂ ପ୍ରତି ଶୁଭ କାମ ମୁହୂର୍ତ୍ତରେ କରିବା ହିଁ ଉତ୍ତମ ମାନାଯାଇଥାଏ | ଏମିତି କୁହାଯାଏ କି ଶୁଭ ମୁହୁର୍ତ୍ତରେ କରାଯାଉଥିବା କାର୍ଯ୍ୟ ସଫଳ ହୋଇଥାଏ ଏବଂ ବିବାହ,ମୁଣ୍ତନ,ବ୍ରତ,ଭୂମି ପୂଜା,ଗୃହ ପ୍ରବେଶ ଏବଂ ଇତ୍ୟାଦି ପ୍ରକାରର କାର୍ଯ୍ୟ କେବଳ ଶୁଭ ମୁହୂର୍ତ୍ତରେ ହୋଇଥାଏ |
କିନ୍ତୁ ଏହି ମାସରେ ସୂର୍ଯ୍ୟଦେବଙ୍କ ପୂଜାର ଏକ ବିଶେଷ ମହତ୍ୱ ରହିଛି । ପୌରାଣିକ ତଥ୍ୟ ଅନୁସାରେ ସୂର୍ଯ୍ୟଦେବ ହେଉଛନ୍ତି ଗ୍ରହରାଜ ବା ଆଦ୍ୟପୂଜ୍ୟ । ମନୋକାମନା ପୂର୍ଣ୍ଣ ପାଇଁ ପ୍ରତି ମାସରେ ସୂର୍ଯ୍ୟଦେବଙ୍କୁ ଏକ ବିଶିଷ୍ଟ ରୂପେ ପୂଜା କରିବା ବିଧାନ ରହିଛି ।
ଏହି ପୌଷ ମାସରେ ‘ଭଗ‘ ନାମ ହିସାବରେ ସୂର୍ଯ୍ୟଙ୍କୁ ଉପାସନା କରାଯାଏ । ଅଥର୍ବ ବେଦ ଓ ସୂର୍ଯ୍ୟୋପନିଷଦରେ ସୂର୍ଯ୍ୟଦେବଙ୍କୁ ‘ପରମବ୍ରହ୍ମ‘ ନାମରେ ଆଖ୍ୟା ଦିଆଯାଇଛି । ଏହି ମାସରେ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ 'ରକ୍ତ' ବର୍ଣ୍ଣର ହୋଇଥାନ୍ତି ।
ପୌଷ ମାସରେ କ'ଣ କରିବେ
- ଏହି ମାସରେ ପ୍ରାତଃ କାଳରେ ସୂର୍ଯ୍ୟୋଦୟ ସମୟରେ ଏବଂ ସାୟଂ କାଳରେ ସୂର୍ଯ୍ୟାସ୍ଥ ସମୟରେ ଅର୍ଘ୍ୟ ପ୍ରଦାନ କଲେ ସୂର୍ଯ୍ୟଦେବଙ୍କ କୃପା ସହ ଆୟୁ,ଆରୋଗ୍ୟତା, ଧନଧାନ୍ୟ, ପୁତ୍ର, ମିତ୍ର, ତେଜ,ଯଶ, ସମ୍ମାନ, ବିଦ୍ୟା, ବୈଭବ, ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
- ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ପାଇଁ ତମ୍ବାର ଲୋଟା ସବୁଠାରୁ ଉତ୍ତମ ଅଟେ | ତମ୍ବା କଳସରେ ବା ଲୋଟାରେ ତାଜା ଜଳ ଭରି ଜଳରେ ଚାଉଳ, ଗୁଡ଼, ସିନ୍ଦୁର, ରାଶି,ହଳଦୀ ମିଶେଇ ଲାଲ ମନ୍ଦାର ଅର୍ପଣ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ବିଧେୟ ।
- ବିଶ୍ଵାସ କରାଯାଏ ଯେ,ପୌଷ ମାସରେ ଏହିପରି କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ ସହ ସମ୍ବନ୍ଧିତ ସମସ୍ତ ପ୍ରକାରର ଦୋଷ ଦୂର ହୋଇଥାଏ । କେବଳ ଏତିକି ହିଁ ନୁହେଁ ବରଂ ଏହିପରି କରିବା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ |
- ଏହି ଜଳ ଚଢ଼େଇବା ପରେ ସୂର୍ଯ୍ୟ ଦେବଙ୍କୁ ଧୂପ ବି ଦେଖାନ୍ତୁ । ଏହା ପରେ ପୂର୍ଯ୍ୟ ଦେବଙ୍କର ଆଗରେ ହାତ ଯୋଡି ଓଁ ହୃମ ହୃମ ଶଃ ସୂର୍ଯ୍ୟାୟ,ନମଃ । ମନ୍ତ୍ର କୁ ୧୧ଥର ଜପ କରନ୍ତୁ |
- ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ ଯେ, ଅଶ୍ଵଥ ଗଛ ହେଉଛି ଭଗବାନ ବିଷ୍ଣୁଙ୍କ ବାସସ୍ଥାନ । ତେଣୁ ପୌଷ ମାସରେ ଆପଣ ପ୍ରତିଦିନ ନିୟମିତ ଭାବେ ଅଶ୍ଵଥ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ପୂଜା କରନ୍ତୁ । ପୂଜା କରିବା ସମୟରେ ଆପଣ ସୁଖ ଏବଂ ସମୃଦ୍ଧି କାମନା କରନ୍ତୁ । ଏହି ଉପାୟକୁ ଅବଲମ୍ବନ କରିବା ଦ୍ୱାରା ବିଶ୍ୱର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସଦାସର୍ବଦା ରହିବ ।
- ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ଘରେ ସଦାସର୍ବଦା ସୁଖ-ସମୃଦ୍ଧି ବଜାୟ ରହୁ, ତେବେ ପୌଷ ମାସରେ ଭଗବାନ ବିଷ୍ଣୁଙ୍କ ପୂଜା ସମୟରେ ଆପଣ ହଳଦିଆ ଫଳ ଏବଂ ହଳଦିଆ ମିଠା ଅର୍ପଣ କରନ୍ତୁ । ଏହା ଦ୍ୱାରା ପରିବାରର ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ଘରରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ |
- ଶାସ୍ତ୍ର ଅନୁଯାୟୀ ଯଦି ପୌଷ ମାସରେ ଗରିବ ଓ ଦୀନଦରିଦ୍ର ଲୋକମାନଙ୍କୁ ନିଜ ଶକ୍ତିସାମର୍ଥ୍ୟ ଅନୁସାରେ ଚାଉଳ, କମଳ, ଜୋତା, ତେଲ ଏବଂ ଘିଅ ଭଳି ଜିନିଷ ଦାନ କରନ୍ତି , ତେବେ ଏହାଦ୍ୱାରା ଜୀବନରେ ଶୁଭ ଫଳାଫଳ ପ୍ରାପ୍ତି ହୋଇଥାଏ |
- ପୌଷ ମାସରେ ଆପଣ ପ୍ରତିଦିନ ସକାଳେ ତୁଳସୀ ବୃକ୍ଷ ନିକଟରେ ଦୀପ ଜଳାନ୍ତୁ ଏବଂ ତୁଳସୀ ନାମାଷ୍ଟକ କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ବହୁତ ଶୀଘ୍ର ପୂରଣ ହେବାର ସମ୍ଭାବନା ରହିଥାଏ ।
- ବିବାହ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ପୌଷ ମାସରେ କଦଳୀ ଗଛ ଲଗାନ୍ତୁ ଏବଂ ପ୍ରତିଦିନ ଜଳ ଅର୍ପଣ କରନ୍ତୁ । ଏହି ଉପାୟକୁ ଅବଲମ୍ବନ କରିବା ଦ୍ୱାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ବିବାହ ସମ୍ବନ୍ଧିତ ସମସ୍ତ ସମସ୍ୟାର ସମାଧାନ ହେବ ।
- ପୌଷ ମାସରେ ଆସୁଥିବା ଏକାଦଶୀ ତିଥିରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଏକସାଥିରେ ପୂଜା କରନ୍ତୁ । କେଶର ମିଶ୍ରିତ କ୍ଷୀରରେ ପ୍ରଭୁଙ୍କ ଅଭିଷେକ କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୁଏ ।
ରବିବାର ଦିନ ବ୍ରତ ରଖନ୍ତୁ
- ଯଦି ଆପଣ ପୌଷ ମାସରେ ବ୍ରତ କରିବାକୁ ଚାହୁଁଛନ୍ତି ତେବେ ରବିବାର ବ୍ରତ ରଖିବା ଉଚିତ୍ । ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ସମର୍ପିତ ହୋଇଥାଏ ଏବଂ ଏହିଦିନ ବ୍ରତ ରଖିବା ଦ୍ୱାରା ସୂର୍ଯ୍ୟ ଦେବଙ୍କର କୃପା ବନିରହିଥାଏ । ରବିବାର ଦିନ ଆପଣ ସକାଳୁ ସ୍ନାନ କରିସାରିଲା ପରେ ସୂର୍ଯ୍ୟ ଦେବଙ୍କର ପୂଜା କରନ୍ତୁ ଏବଂ ବ୍ରତ ରଖନ୍ତୁ | ସୂର୍ଯ୍ୟ ଦେବଙ୍କୁ ଉର୍ଜାର ପ୍ରତୀକ ବୋଲି ମାନା ଯାଇଥାଏ ଏବଂ ତାଙ୍କୁ ହଳଦିଆ ଏବଂ ଲାଲ ରଙ୍ଗ ସହିତ ରହିଥାଏ ।
- ଏଥିପାଇଁ ରବିବାର ଦିନ ହଳଦିଆ କିମ୍ବା ଲାଲ ରଙ୍ଗର ବସ୍ତ୍ର ପିନ୍ଧି ସୂର୍ଯ୍ୟ ଦେବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ |
- ପ୍ରତି ରବିବାର ଦିନ ପ୍ରାତଃ କାଳରେ ଓ ସାୟଂ କାଳରେ “ଓଁ ଘୃଣି ସୂର୍ଯ୍ୟାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ |
- ରବିବାର ଦିନ ବ୍ରତ ରଖି ଶୁଦ୍ଧ ସାକାହାରୀ ଏବଂ ବିନା ଲୁଣ ମିଶ୍ରିତ ଭୋଜନ କରିବା ଆବଶ୍ୟକ ।
- କିନ୍ତୁ ବ୍ରତ ରଖିବା ଦିନ କେବଳ ଫଳାହାର କରିପାରିଲେ ଆହୁରି ଅଧିକ ଫଳଦାୟୀ ହୋଇଥାଏ ।
- ରବିବାର ଦିନ ସୂର୍ଯ୍ୟଦେବଙ୍କୁ ତିଳମିଶା ଅନ୍ନ ଭୋଗ ଲଗାନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ଠାରୁ ତେଜସ୍ୱିବାନର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ଲାଭ
- ପୌଷ ମାସ ସମୟରେ ସୂର୍ଯ୍ୟ ଦେବଙ୍କର ବ୍ରତ ରଖିବା ଦ୍ୱାରା ଶରୀରରେ ଉର୍ଜା ପ୍ରଦାନ ହୋଇଥାଏ ଏବଂ ଶରୀରର ରକ୍ଷା ହୋଇଥାଏ ।
- ଯେଉଁ ଲୋକଙ୍କୁ ଚର୍ମର ରୋଗ ହୋଇଥାଏ । ଯଦି ସେ ଏହି ମାସରେ ସୂର୍ଯ୍ୟ ଦେବଙ୍କର ପୂଜା କଲେ ତେବେ ସେହି ରୋଗ ଦୂର ହୋଇଯାଇଥାଏ |
- ଏହା ଛଡା ସୂର୍ଯ୍ୟ ଦେବଙ୍କର ପୂଜା କରିବା ଦ୍ୱାରା ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ | ତେବେ ଆପଣ ଏହି ମାସରେ ନିଶ୍ଚୟ ସୂର୍ଯ୍ୟ ଦେବଙ୍କର ପୂଜା କରନ୍ତୁ ଏବଂ ପୂଜା କରିବା ସମୟରେ କିଛି ଜିନିଷ ଦାନ କରନ୍ତୁ | ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।
0 Comments
Do you have any doubts or suggestions? Ask them here in the comments!