୨୫ ଡିସେମ୍ବରକୁ ହିଁ କାହିଁକି ପାଳନ କରାଯାଏ ବଡ଼ଦିନ

୨୫ ଡିସେମ୍ବରକୁ ହିଁ କାହିଁକି ପାଳନ କରାଯାଏ ବଡ଼ଦିନ

ସାରା ବିଶ୍ୱ ପାଳନ କରୁଛି  କ୍ରିସମାସ୍ ବା ବଡ଼ ଦିନ ଉତ୍ସବ। ଇଶାୟୀ ଧର୍ମାବଲମ୍ବୀଙ୍କ ଏହା ବର୍ଷର ଏକ ବଡ ପର୍ବ । ସମୂଦାୟ ନିଜ ପ୍ରଥା ପରମ୍ପରା ଅନୁସାରେ ଡିସେମ୍ବର ୨୫ରୁ ୧୨ ଦିନ ପର୍ଯ୍ୟନ୍ତ ପାଳନ କରନ୍ତି। ଯଦିଓ ଏହା ଇଶାୟୀଙ୍କ ବଡ ପର୍ବ ଅନ୍ୟ ଧର୍ମାବଲମ୍ବୀ ମଧ୍ୟ ବେଶ ଉତ୍ସାହିତ ଦେଖାଯାଆନ୍ତି। ଏହି ଅବସରରେ ଲୋକେ ଦୀର୍ଘବର୍ଷରୁ ପରସ୍ପରକୁ ଅଭିନନ୍ଦନ ଜଣାଇ ଆସୁଛନ୍ତି।   ଇଶାୟୀମାନେ ପ୍ରଭୁ ଇଶାମସିହଙ୍କ ଜନ୍ମ ଦିନକୁ କ୍ରିସମାସ ଭାବେ ପାଳନ କରନ୍ତି।

  1. ଇଶାୟୀ ଧର୍ମରେ ମଧ୍ୟ ବିଭିନ୍ନ ସମ୍ପ୍ରଦାୟ ଅଛନ୍ତି। ପ୍ରତି ସମ୍ପ୍ରଦାୟର ବଡ଼ଦିନ ପାଳନର ପରମ୍ପରା ପୃଥକ। 
  2. ଏହି ଦିନ ରୋମାନ କ୍ୟାଥୋଲିକ ଓ ଏଞ୍ଜେଲିକାନ ମଧ୍ୟରାତ୍ର ସମାରୋହ (ମିଡନାଇଟ୍ ମାସ୍) ଆୟୋଜନ କରିଥାନ୍ତି।
  3. ସେହିପରି ଲୁଥେରନ କ୍ୟାଣ୍ଡେଲ ଲାଇଟ୍ ସର୍ଭିସ ଓ କ୍ରିସମାସ କାରୋଲ ସହିତ ବଡଦିନ ଉତ୍ସବ ପାଳନ କରନ୍ତି। 
  4. ଏଭେଞ୍ଜଲିକାଲମାନେ ଗିର୍ଜାରେ ଇଭିନିଂ ସର୍ଭିସ୍ର ଆୟୋଜନ କରିବା ସହ ପାରିବାରିକ ପବିତ୍ର ଭୋଜ ପ୍ରସ୍ତୁତ କରନ୍ତି।

୨୫ ଡିସେମ୍ବର ଓ ବଡ଼ଦିନ

ବାଇବେଲରେ ଯୀଶୁଙ୍କ ଜନ୍ମ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ କିନ୍ତୁ ତଥାପି ପ୍ରତି ବର୍ଷ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ବା  ବଡଦିନ ରୂପରେ ପାଳନ କରାଯାଏ। ଏହି ତାରିଖକୁ ନେଇ ଅନେକ ଥର ବିବାଦ ମଧ୍ୟ ହୋଇସାରିଛି। ସେହି ଦିନ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ । ତାହେଲେ ଏହି ଖ୍ରୀଷ୍ଟମାସ କାହିଁକି ପାଳନ କରାଯାଏ । କଣ ପାଇଁ ଏହାର ଏକ ବିଶେଷ ମହତ୍ୱ ରହିଛି ।  ବିଶ୍ୱରେ ଥିବା ସମସ୍ତ ଧର୍ମ ମଧ୍ୟରୁ ଖ୍ରୀଷ୍ଟୀୟାନ ଧର୍ମ ଅନ୍ୟତମ । ଯାହାକୁ ତାବୋଇନ ଇସାଇ ବୋଲି କୁହାଯାଏ । 

ମାନ୍ୟତା ଅନୁଯାୟୀ ସର୍ବ ପ୍ରଥମେ କ୍ରିସମାସ ଡେ ୩୩୬ ଖ୍ରୀଷ୍ଟାଦ୍ଦରେ ରୋମେନର ପ୍ରଥମ ଇସାଇ ସମ୍ରାଟଙ୍କ ସମୟ ୨୫ ଡିସେମ୍ବରରେ ପାଳନ କରାଯାଇଥିଲା। ଏହାର କିଛି ବର୍ଷ ପରେ ପପ୍‌ ଜୁଲିୟସ ଅଧିକାରୀକ ସ୍ତରରେ ୨୫ ଡିସେମ୍ବର ଦିନ ଯୀଶୁଙ୍କ ଜନ୍ମଦିନ କ୍ରିସମାସ ଡେ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ।

ଖ୍ରୀଷ୍ଟଧର୍ମରେ ଅନେକ ସଂପ୍ରଦାୟ ରହିଛି । ଖ୍ରୀଷ୍ଟଧର୍ମର ପ୍ରବର୍ତକ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ରୋମାନ ସାମ୍ରାଜ୍ୟରେ ଗ୍ୟାଲେଲି ଅଂଚଳର ନଜରତ୍ ରେ ହୋଇଥିଲା । 

ମାର୍ଚ୍ଚ ୨୫ ତାରିଖରେ ଯୀଶୁଙ୍କ ମା ମେରୀ ଗର୍ଭଧାରଣ ବିଷୟରେ କହିଥିଲେ । ସେ ଏକ ବିଶେଷ ଶିଶୁକୁ ଜନ୍ମ ଦେବେ, ଯାହାର ନାଁ ଯୀଶୁ ରହିବ । ୨୫ ମାର୍ଚ୍ଚରୁ ୯ ମାସ ପରେ ଅର୍ଥାତ ଡିସେମ୍ବର ୨୫ ତାରିଖରେ ଯୀଶୁଙ୍କ ଜନ୍ମ ହୋଇଥିଲା ।  ଏହିକାରଣରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ଡେ(କ୍ରିସମାସ ଡେ)ଅତି ଆନନ୍ଦ ସହକାରେ ପାଳନ କରାଯାଏ । ଉଲ୍ଲେଖ ଅନୁଯାୟୀ ୨୫ ମାର୍ଚ୍ଚରେ ହିଁ ଯୀଶୁଙ୍କର ମୃତ୍ୟୁ ହୋଇଥିଲା।

ବଡ଼ଦିନ ଓ ସାନ୍ତାକ୍ଲଜଙ୍କ ସମ୍ପର୍କ

ସେଣ୍ଟ ନିକୋଲାସଙ୍କୁ ସାରା ବିଶ୍ୱରେ ସାନ୍ତାକ୍ଲଜ ଭାବେ ଜଣାଯାଏ। କୁହାଯାଏ ଇଶାମସିହଙ୍କ ମୃତ୍ୟୁର ପ୍ରାୟ ୨୮୦ ବର୍ଷ ପରେ ନିକୋଲାସଙ୍କ ଜନ୍ମ ହୋଇଥିଲା। ସାନ୍ତା ଭାବେ ନିକୋଲାସ ତାଙ୍କ ଜୀବନକୁ ଇଶାମସିହଙ୍କ ଲାଗି ସମର୍ପିତ କରିଦେଇଥିଲେ। ସାନ୍ତା ଯେବେ ଧରାପୃଷ୍ଠରେ ଥିଲେ କୁହାଯାଏ ବଡଦିନ ପୂର୍ବ ରାତିର ଅନ୍ଧକାରରେ ସାନ୍ତା କୁନିକୁନି ପିଲାଙ୍କ ପାଖକୁ ଯାଇ ସେମାନଙ୍କୁ ଉପହାର ଦେଉଥିଲେ। ସାନ୍ତାଙ୍କ ପରେ ଲୋକେ ତାଙ୍କ ପରମ୍ପରାକୁ ଆଜି ବି ଉଜ୍ଜିବିତ ରଖିଛନ୍ତି। ବିଶ୍ୱରେ ଅଲୋଡା, ପୀଡିତ କୁନି ପିଲାଙ୍କ ମୁହଁରେ ହସ ଉକୁଟାଇବାକୁ ଲୋକେ ଆଜି ବି ସେଣ୍ଟ ନିକୋଲାସଙ୍କ ପରି ନିଜକୁ ସଜାଇ ପିଲାଙ୍କ ନିକଟରେ ପହଞ୍ଚୁଛନ୍ତି।  

ଖ୍ରୀଷ୍ଟମାସ ଉତ୍ସବ କେବଳ ଯେ ବିଦେଶରେ ନୁହେଁ, ଭାରତରେ ମଧ୍ୟ ପାଳନ କରାଯାଏ

ଖ୍ରୀଷ୍ଟମାସ ଉତ୍ସବ କେବଳ ଯେ ବିଦେଶରେ ଧୁମଧାମରେ ପାଳନ ହୁଏ ତାହା ନୁହେଁ, ଭାରତରେ ମଧ୍ୟ ଅନେକ ଏଭଳି ସହର ରିହିଛି ଯେଉଁଠାରେ ଖ୍ରୀଷ୍ଟମାସ ବହୁ ଆଡମ୍ବର ସହ ପାଳନ କରାଯାଏ । ଯଦି ଆପଣ ଖ୍ରୀଷ୍ଟମାସ ଛୁଟି କାଟିବାକୁ କିଛି ସହର ଖୋଜୁଛନ୍ତି ତେବେ ଭାରତର କିଛି ସହରକୁ ଆପଣ ବାଛିପାରିବେ ।

  1. ୧୯୧୧ ପର୍ଯ୍ୟନ୍ତ ବ୍ରିଟିଶ ସରକାରଙ୍କ ରାଜଧାନୀ ଥିବା(କଲିକତା) କୋଲକତା । ଏହି କାରଣରୁ ସେଠାରେ  ଖ୍ରୀଷ୍ଟମାସକୁ ଧୁମଧାମରେ ପାଳନ କରାଯାଉଥିଲା । ଏବେ ମଧ୍ୟ ଖ୍ରୀଷ୍ଟମାସକୁ ନେଇ ସହରବାସୀ ବହୁତ ଉତ୍ସାହିତ ରହିଥାଆନ୍ତି । ଏଠାରେ ବସବାସ କରୁଥିବା ଶ୍ୱେତାଙ୍ଗ ଖ୍ରୀଷ୍ଟିୟାନ ଖ୍ରୀଷ୍ଟମାସକୁ ବଡ ଆଡମ୍ବର ସହ ପାଳନ କରିଥାଆନ୍ତି ।
  2. କୋଚ୍ଚିରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ । ଏହି କାରଣରୁ ସେଠାରେ କେତେକ ପୁରାତନ ଚର୍ଚ୍ଚ ଦେଖିବାକୁ ମିଳେ । ଖ୍ରୀଷ୍ଟମାସ ଅବସରରେ ସେଠାକାର ଗଳିକନ୍ଦିରେ ଖ୍ରୀଷ୍ଟମାସ ଟ୍ରି ଏବଂ ବଡ ବଡ ଷ୍ଟାର ବା ତାରକାରେ ସଜାଯାଇଥିବା ଦେଖିବାକୁ ମିଳେ ।
  3. ଗୋଆ ପାର୍ଟି ହବ୍ ନାମରେ ବିଶ୍ବରେ ପରିଚିତ । ଖ୍ରୀଷ୍ଟମାସ ଅବସରରେ ଏହାର ଦୃଶ୍ୟ ଅତୀବ ମନୋରମ । ସମୁଦ୍ର ତଟ ବା ସି ବିଚ୍ ରୁ ଆରମ୍ଭ କରି ନାଇଟ୍ କ୍ଳବ୍ ପର୍ଯ୍ୟନ୍ତ ସବୁଠାରେ ଲୋକଙ୍କ ଭିଡ ଜମିଥାଏ । ଘରଠୁଁ ଆରମ୍ଭ କରି ବେକରୀ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠାରେ ପାମ୍ପରିକ ଖାଦ୍ୟର ଆସର ଜମିଥାଏ ।

Post a Comment

0 Comments