ବାସ୍ତୁ ଦୃଷ୍ଟି କୋଣରୁ ତୁଳସୀ ଗଛର ବ୍ୟବହାର

ବାସ୍ତୁ ଦୃଷ୍ଟି କୋଣରୁ ଘରେ ତୁଳସୀ ଗଛ ଲଗାଇବାର ଲାଭ

ଘରେ ଜଟରେ ଧରି ଥିବା ତୁଳସୀ ଗଛ ପରିବାର ପବିତ୍ରତା ଓ ଧନ ସମୃଦ୍ଧିର ପ୍ରତିକ ଅଟେ। ତୁଳସୀ ଗଛକୁ ଜଳ ଅର୍ପଣ କଲାବେଳେ ଏହି ବିଶେଷ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା  ଘରର ସମୃଦ୍ଧି ୧୦୦ ଗୁଣ ବଢିଯାଏ ଏବଂ ତା ସହ ରୋଗ ବ୍ୟାଧୂରୁ ମୁକ୍ତି ମିଳିଥାଏ।

ମନ୍ତ୍ର ମାଧ୍ୟମରେ ଯେ କୌଣସି ଅସମ୍ଭବକୁ ସମ୍ଭବ କରି ହେବ । ଆମ ଧର୍ମ ଗ୍ରନ୍ଥରେ ଏମିତି ଅନେକ ଦିବ୍ୟ ମନ୍ତ୍ରର ଵର୍ଣ୍ଣନ ମିଳିଥାଏ , ଯାହାର ନିୟମିତ ସ୍ମରଣ ଦ୍ୱାରା ମୁସ୍କିଲ କାମ ବି ବହୁତ ସହଜରେ ହୋଇଯାଇଥାଏ | 

ତୁଳସୀ ନାମାଷ୍ଟକ ମନ୍ତ୍ର

ବୃନ୍ଦା ବୃନ୍ଦାବନି ବିଶ୍ବପୁଜିତା ବିଶ୍ରପାବନି ।
ପୁଷ୍ପସାରା ନନ୍ଦନୀୟ ତୁଳସୀ କୃଷ୍ଣ ଜୀବନୀ ।।
ଏତଭାମାଷ୍ଟକ ଚୈବ ସ୍ତ୍ରୋତଂ ନାମର୍ଥ ସଂଯୁତମ ।
ୟଃ ପଠୋତେ ତାଂ ଚ ସଂପୂଜ୍ୟ ସୌଶ୍ରମେଘ ଫଳନ୍ତମେନ୍ତା ।।

ବାସ୍ତୁ ଦୃଷ୍ଟି କୋଣରୁ ତୁଳସୀ ଗଛର ବ୍ୟବହାର

  1. ତୁଳସୀ ଗଛ ଘରେ ରହିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ରହିଥାଏ । ଖରାପ ଶକ୍ତି ଘରୁ ଦୂର ହୋଇଯାଏ।
  2. ଏହା ବ୍ୟତୀତ ରୋଷେଇ ଘର ପାଖରେ ତୁଳସୀ ଗଛ ରଖିବା ମଧ୍ୟ ଶୁଭ ଅଟେ। ଏହା କରିବା ଦ୍ୱାରା ଘରେ ପାରିବାରିକ କଳହ ଶେଷ ହୁଏ।
  3. ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ସୁଖ ସମୃଦ୍ଧି ରହୁ ତେବେ ଆପଣ ଜଳରେ ଅଳ୍ପ କଞ୍ଚା କ୍ଷୀର ମିଶାଇ ଯଦି ଆପଣ ତୁଳସୀ ଙ୍କୁ ଅର୍ପଣ କରୁଛନ୍ତି ତେବେ ଏହା ବହୁତ ଶୁଭ ରହିବ । ଆପଣଙ୍କ ଘରେ ଧନର ମଧ୍ୟ ଆଗମନ ହେବ ।
  4. ପ୍ରତିଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଉଚିତ | ପ୍ରତି ଗୁରୁବାର ଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଶୁଭ ବୋଲି ବିବେଚନା କରାଯାଏ। ଗୁରୁବାର ଦିନଟି ଭଗବାନ ବିଷ୍ଣୁଙ୍କ ସହ ଜଡିତ ଅଟେ ଏବଂ ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି କାରଣରୁ ତୁଳସୀଙ୍କୁ ପୂଜା କରୁଥିବା ଲୋକମାନେ ନିଜ ଜୀବନରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ।
  5. କେତେକ ଲୋକେ ସନ୍ଧ୍ୟା ସମୟରେ ମଧ୍ୟ ତୁଳସୀ ଗଛରେ ଜଳ ଦେଇଥାନ୍ତି, କିନ୍ତୁ ଏପରି କରିବା ଆଦୌ ଉଚିତ ନୁହେଁ । ସୂର୍ଯ୍ୟାସ୍ଥ ପରେ କେବେ ମଧ୍ୟ ତୁଳସୀ ଗଛ ମୂଳରେ ଜଳ ଦେବା କଥା ନୁହେଁ । ତୁଳସୀ ଗଛ ପାଖରେ ଦୀପ ପ୍ରଜ୍ଵଳିତ କରନ୍ତୁ । କିନ୍ତୁ ଆପଣ ସକାଳ ସମୟରେ ଜଳ ଦିଅନ୍ତୁ । ବାସ୍ତୁ ଦୋଷ ଲାଗିଥାଏ |
  6. ତୁଳସୀ ଗଛ ଯେବେ ଶୁଖିଯିବ ତ ତେବେ ଏହାକୁ ଏକ କୂଅ କିମ୍ବା ଏକ ପବିତ୍ର ନଦୀରେ ଭସାଇ ଦିଅନ୍ତୁ ଏବଂ ଏହା ସ୍ଥାନରେ ନୂତନ ଗଛ ଲଗାଇ ଦିଅନ୍ତୁ। କେବେବି ଶୁଖି ଯାଇଥିବା ତୁଳସୀ ଗଛକୁ ପୂଜା କରନ୍ତୁ ନାହିଁ କିମ୍ବା ଏହି ଗଛକୁ ଆପଣଙ୍କ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ଏମିତି ନ କଲେ ବାସ୍ତୁ ଦୋଷ ଲାଗିଥାଏ |
  7. ଏବଂ ଶାସ୍ତ୍ରରେ କୁହାଯାଇଛି ଯଦି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ମଥାରେ ପ୍ରତିଦିନ ତୁଳସୀ ଗଛ ମୂଳରୁ ମାଟି ଆଣି ଲଗାଯାଏ ତାହେଲେ ସେ ଏପରି ଦୁଃଚିନ୍ତା ରୁ ଦୂରେଇ ରହିବ |

ବିବାହ

  1. ଯେଉଁ ଜାତକଙ୍କର ବିବାହରେ ଅସୁବିଧା ଆସୁଛି ଏବଂ ବିବାହ ହେଉ ନାହିଁ, ସେମାନେ ତୁଳସୀଙ୍କୁ ପୂଜା କରିବା ଉଚିତ। ପୂଜା କରିବାବେଳେ ତୁଳସୀ ଗଛରେ ସୁହାଗର ଜିନିଷ ମଧ୍ୟ ଅର୍ପଣ କରନ୍ତୁ। ଲଗାତାର ୫ ଗୁରୁବାର ଏହି ଉପାୟ କରିବା ଦ୍ବାରା ଆପଣଙ୍କର ବିବାହ ଶୀଘ୍ର ହୋଇଯିବ।
  2. ଯଦି ଆପଣଙ୍କ ଝିଅର ବୟସ ହେଇଯିବା ସତ୍ତ୍ୱେ ବି ବିବାହ ହେଇପାରୁନାହିଁ ତ ଆପଣ ଆପଣଙ୍କ ଝିଅ ଦ୍ୱାରା ଏହି ଉପାୟ କରନ୍ତୁ। ଆପଣ ଝିଅକୁ ପ୍ରତିଦିନ ତୁଳସୀ ଗଛ ଉପରେ ପାଣି ଦେଇ ୫ ଥର ତାର ପରିକ୍ରମା କରିବାକୁ କୁହନ୍ତୁ। ଏହାଦ୍ବାରା ତାର ବିବାହ ନିଶ୍ଚୟ ହେଇଯିବ।

ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ

  1. ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ ରବିବାର, ଏକାଦଶୀ ଏବଂ ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ଗଛକୁ ପୂଜା କରାଯିବା ଉଚିତ ନୁହେଁ। ଏହି ଦିନ ମାନଙ୍କରେ ତୁଳସୀ ଗଛ ଉପରେ ଜଳ ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ ଏବଂ ତା ସହିତ ତୁଳସୀ ପତ୍ର ମଧ୍ୟ ତୋଳିବାବି ଉଚିତ ନୁହେଁ। ଏମିତି କରିଲେ ବାସ୍ତୁ ଦୋଷ ଲାଗିଥାଏ।
  2. ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଦୂଷିତ ହୋଇଥାଏ। ଯଦି ଖାଦ୍ୟ ଭିତରେ ତୁଳସୀ ପତ୍ର ରଖାଯାଏ ତେବେ ଖାଦ୍ୟ ଶୁଦ୍ଧ ରହିଥାଏ। ତେଣୁ ଯେତେବେଳେ ଚନ୍ଦ୍ରଗ୍ରହଣ ଲାଗିବ ତ ନିଶ୍ଚିତ ଭାବରେ ଖାଦ୍ୟରେ ତୁଳସୀ ପତ୍ର ରଖିଦେବେ।

ଅର୍ଥର ଅଭାବ ପାଇଁ

ଯେଉଁ ବ୍ୟକ୍ତି ରବିବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଅର୍ପଣ କରନ୍ତି ଏବଂ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଗଛ ସାମ୍ନାରେ ଘିଅର ଦୀପ ଜାଳନ୍ତି, ମା ଲକ୍ଷ୍ମୀଙ୍କର ସର୍ବଦା ତାଙ୍କ ଘରେ ବାସ ହୋଇଥାଏ ଏବଂ ଅର୍ଥର ଅଭାବ କେବେବି ହୋଇ ନଥାଏ।

ବ୍ୟବସାୟ

  1. ତୁଳସୀ ଗଛକୁ  ପଶ୍ଚିମ ଦିଗରେ ବା ଦକ୍ଷିଣ-ପଶ୍ଚିମ କୋଣରେ ରଖନ୍ତୁ ଏବଂ ପ୍ରତି ଶୁକ୍ରବାର ଦିନ ସକାଳେ କଞ୍ଚା କ୍ଷୀରରେ ଗଛ ଉପରେ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ବ୍ୟବସାୟ ସଠିକ ଭାବରେ ଚାଲିବା ଆରମ୍ଭ କରିବ।
  2. ଏହା ସହିତ ହିଁ ମିଠାର ଭୋଗ ଚଢାନ୍ତୁ। ଶ୍ରଦ୍ଧା ଆଉ ଭକ୍ତିର ସହ ଏହି ଉପାୟକରିବା ଦ୍ୱାରା ଆପଣଙ୍କ ବ୍ୟାପାର ନିଶ୍ଚୟ ଭଲ ଭାବେ ଚାଲିବ।
  3. ତୁଳସୀ ଗଛ ଏକ ପବିତ୍ର ଗଛ ଅଟେ ଏବଂ ଏହି ତୁଳସୀ ଗଛର ଚତୁର୍ପାର୍ଶ୍ଵ ରେ ଅନେକ ଦୁବ ଉଠିଥାଏ | ଏହି ଦୁବକୁ ଆପଣ ଯଦି ଏକ ହଳଦିଆ ବସ୍ତୁରେ ବାନ୍ଧି ନିଜ ଘରେ ରଖିବେ ତେବେ ବ୍ୟବସାୟ ବୃଦ୍ଧି ହେବ | 

ଘରୁ ବାହାରକୁ ଗଲେ

  1. ତୁଳସୀ ଗଛକୁ ଘରର ଡାହାଣ ପାର୍ଶ୍ଵରେ ଲଗାନ୍ତୁ  । ଏବଂ ବିଶେଷ କଥା ଯଦି ଆପଣ କୌଣସି ଶୁଭ କାମରେ ବାହାରକୁ ଯାଉଛନ୍ତି ତେବେ ତୁଳସୀ ଗଛକୁ ମୁଣ୍ଡିଆ ମାରିବା ସମେତ ଟିକେ ସେହି ଗଛ ମୂଳରୁ ମାଟିରୁ ଆଣି ମସ୍ତିଷ୍କରେ ଟିକା ଲଗାନ୍ତୁ । 
  2. ତେଣୁ ଆପଣ ଘରୁ ବାହାରକୁ ଯିବା ବେଳେ ତୁଳସୀ ଗଛର ମୁହଁ ଚାହିଁଲେ କିମ୍ବା ତାହାର ଆର୍ଶିବାଦ ନେଲେ ଦିନ ଭଲ ରହେ ଏବଂ ଆପଣଙ୍କର କାର୍ଯ୍ୟ ସଫଳ ହୋଇଥାଏ |

ସନ୍ତାନ ଆପଣଙ୍କ କଥା ମାନୁନାହିଁ

ଯଦି ଆପଣଙ୍କ ସନ୍ତାନ ଆପଣଙ୍କ କଥା ମାନୁନାହିଁ ତ ଆପଣ ତୁଳସୀ ଗଛକୁ ଘରର ପୂର୍ବ ଦିଗରେ ରଖିଦିଅନ୍ତୁ ଆଉ ସବୁ ଦିନ ୩ଟି ତୁଳସୀ ତାକୁ କେମିତି ବି କରି ଖାଇବାକୁ ଦିଅନ୍ତୁ। ଏହାପରେ ତା ଉପରେ ଚମତ୍କାର ଦେଖିବାକୁ ମିଳିବ ଆଉ ସେ ଆପଣଙ୍କ କଥା ମାନିବାକୁ ଲାଗିବ।

ନକରାତ୍ମକ ଉର୍ଜ଼ା ନଷ୍ଟ

  1. ତୁଳସୀ ର ବିଶେଷ ଉପାୟ ,ଏହା ଦ୍ୱାରା ଆପଣଙ୍କ ସବୁ କଷ୍ଟ ଓ ଦୁଃଖ ର ନାଶ କରିବ। ଘର ନକରାତ୍ମକ ଉର୍ଜ଼ା କୁ ଶେଷ କରିଥାଏ। 
  2. ଗୋଟେ ପିତ୍ତଳ ର ଲୋଟା ରେ ପାଣି ଭାରି ସେଥିରେ ୫ଟି ପତ୍ର ତୁଳସୀ ପକାଇଦିଅନ୍ତୁ, ତାକୁ ପାଣି ଭିତରେ ରଖିକି ଗୋଟେ ଦିନ ଛାଡି ଦିଅନ୍ତୁ ,୨୪ଘଣ୍ଟା ପରେ ସେଇ ପାଣି କୁ ମୁଖ୍ୟ ଦୁଆର ରେ ଓ ଘରେ ପକାନ୍ତୁ । 
  3. ଏହା ପରେ ବଳକା ପାଣି କୌଣସି ଗଛ ମୁଳରେ ଢାଳି ଦିଅନ୍ତୁ। ଏହା କରିବା ଦ୍ୱାରା ଅପଣଙ୍କ ଘରେ ଯେତେ ବି ନକରାତ୍ମକ ଶକ୍ତି ଥିବା ସେ ସବୁ ନଷ୍ଟ ହୋଇଯିବ। 
  4. ଫଳରେ ଆପଣଙ୍କ ପରିବାର ସର୍ବଦା ଶାନ୍ତିମୟ ଜିବନ ଯାପନ କରିବେ। ଆପଣଙ୍କ ଦିନ ମଙ୍ଗଳମୟ ହେଉ ।

Post a Comment

0 Comments