ତୁଳସୀର ପ୍ରକାର ଏବଂ ରଙ୍ଗ ଅନୁଯାୟୀ ଗୁଣ

 ତୁଳସୀର ପ୍ରକାର ଏବଂ ରଙ୍ଗ ଅନୁଯାୟୀ ଗୁଣ

ସାରା ବିଶ୍ବରେ ତୁଳସୀର ପ୍ରାୟ ୧୫୦ ପ୍ରଜାତି ଦେଖାଯାଇଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଓସିମମ୍ ଟେନୁଇଫ୍ଲୋରମ। ଓଡ଼ିଶାରେ ଦେଖାଯାଇଥାଏ ସୁଗନ୍ଧ, ଲଣ୍ତା ବଗୁଲି, ସୁବାସି, କାନ୍ତି, କପୁର ତୁଳସୀ, ଗଙ୍ଗା ତୁଳସୀ, ଦୁର୍ଲଭା, ବଣତୁଳସୀ, ରାମ ତୁଳସୀ, ଶ୍ରୀ ତୁଳସୀ, ଶ୍ଯାମ ତୁଳସୀ, କଳା ତୁଳସୀ ଆଦି |

ତୁଳସୀ ୧ରୁ ୨ ଫୁଟ ଉଚ୍ଚତା ବିଶିଷ୍ଟ ଗୁଳ୍ମ ଜାତୀୟ ବନସ୍ପତି  । ଏହା ସମଗ୍ର ଭାରତରେ ବନପ୍ରାନ୍ତ , ଶ୍ମଶାନ ଭୂମି , ଦେବାଳୟ ପରିସର ଏବଂ ଗୃହ ଅଗଣାରେ ଦେଖିବାକୁ ମିଳେ । ସମଗ୍ର ତୁଲସୀ ବୃକ୍ଷରୁ ଏକ ପ୍ରକାର ତୀବ୍ର ସୁଗନ୍ଧ ଆସେ  । ଏହାର ଶାଖାଗୁଡିକ ସିଧା ଏବଂ ବିସ୍ତାରିତ ହୋଇଥାନ୍ତି । ପତ୍ରଗୁଡିକ ୧ରୁ ୨ ଇଞ୍ଚ ପର୍ଯ୍ୟନ୍ତ ଲମ୍ବ , ଅଣ୍ଡାକାର ତଥା ସୁଗନ୍ଧିତ ଶାଖାଗୁଡିକର ଶେଷ ଭାଗରେ ମଞ୍ଜରି ହୋଇଥାଏ । ଏହାର ସମସ୍ତ ଅଂଶ ଚିକିତ୍ସାରେ ବ୍ୟବହୃତ ହୁଏ  ।

ସମସ୍ତ ଅଂଶର ବ୍ୟବହାର

  1. ଏହି ମୂଳର ମାଟି ପବିତ୍ର। ମସ୍ତକରେ ଏହାକୁ ଲଗାଇଲେ ମନରେ ସ୍ଥିରତା ଆସେ। ଏକାଗ୍ରତା ବଢ଼େ। ମନ ଶୁଦ୍ଧ ହୁଏ। 
  2. ଏହାର ପତ୍ର ସ୍ଵରସ ଉଷ୍ଣ ,ଋକ୍ଷ କଫନିଃସାରକ, ଶୀତହର , ବାତହର, ସ୍ଵେଦଜନନ , ଦୀପନ , କୃମିଘ୍ନ , ଦୁର୍ଗନ୍ଧନାଶକ ଓ ଜୀବାଣୁନାଶକ ଅଟେ  । କାସ, ଶ୍ଵାସ , ପାର୍ଶ୍ଵଶୂଳ , ବିଷମ ଜ୍ଵର ବା ମ୍ୟାଲେରିଆ ବିଷବିକାର ଏବଂ ପାଚନଗତ ବିକାର ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ କରାଯାଏ  । ଏହିସବୁ ରୋଗମାନଙ୍କରେ ଅନ୍ୟ ଔଷଧିସହ ଏହାର ସ୍ଵରସକୁ ଅନୁପାନ ରୂପେ ପ୍ରୟୋଗ କରାଯାଏ । 
  3. ଏହାର ବୀଜ ମଧୁର ସ୍ନିଗ୍ଧ , ଶୀତ ଏବଂ ମୁତ୍ରଜନନ ହୋଇଥିବାରୁ ମୁତ୍ରକ୍ରଚ୍ଚ ବା ମୁତ୍ରକଷ୍ଟ ରୋଗରେ ସେବନ କରାଯାଏ । ଏହାଛଡା କିଡନୀ ଷ୍ଟୋନ ରୋଗ ଏବଂ ହୃଦଯନ୍ତ୍ର ସମ୍ବନ୍ଧୀୟ ରୋଗରେ ବ୍ୟବହାର ହୋଇଥାଏ । 
  4. ତୁଳସୀ ମଞ୍ଜିର ସେବନ ମୁଖ ଶୁଦ୍ଧି କାରକ। ଏହା ଶୁକ୍ର ବୃଦ୍ଧିରେ ସାହାଯ୍ୟ କରେ।
  5. ଏହାର କାଣ୍ଡ କେତେକକ୍ଷେତ୍ରରେ ବିଷମଜ୍ଵର ଉପଚାରରେ ବ୍ୟବହୃତ ହୋଇଥାଏ । ଚରକ ସଂହିତା ମତରେ ତୁଳସୀ ସାପ, ବିଛା ଆଦିଙ୍କର ବିଷନାଶନ ପାଇଁ ଉପଯୋଗୀ ।
  6. ଏହାର ରସ ସେବନରେ ରକ୍ତରୁ କୋଲେଷ୍ଟେରୋଲର ମାତ୍ରା କମିଥାଏ । ଏହା ମଧ୍ୟ anti stress agent ଭାବରେ ବ୍ୟବହୃତ ହୋଇଥାଏ । ଚର୍ମରୋଗ, କୃମିରୋଗ , କୀଟଦଂସନ , କର୍ଣ୍ଣଶୂଳ ଓ ବ୍ରଣ ପ୍ରକ୍ଷାଳନ ନିମିତ୍ତ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ  । ଏହା ଛଡା, ସମ୍ପ୍ରତି ବଡ ବଡ ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥାମାନେ କାଶ ନିବାରକ ସିରପ ଔଷଧରେ ମଧ୍ୟ ତୁଳସୀ ସ୍ଵରସ ବ୍ୟବହାର କରୁଛନ୍ତି । କେତେକ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ମଧ୍ୟ ହାର୍ବାଲ ଡ୍ରିଙ୍କସ ଓ ହାର୍ବାଲ ଟିରେ ତୁଳସୀ ସ୍ବରସ ପ୍ରୟୋଗ କରୁଛନ୍ତି ।

ଓଡିଶାରେ ଦେଖିବାକୁ ମିଳୁଥିବା କିଛି ପ୍ରଜାତିର ତୁଳସୀଗଛ

  1. ଓସିମମ ବେସିଲକମ ମରୁବକ , ଅଜଗଠଧିକା ବୋବଇ ତୁଳସୀ 
  2. ଓସିମମ କିଲିମଣ୍ଡସ୍ରକମ କର୍ପୁର ତୁଳସୀ
  3. ଓସିମମ କେନମ / ଓସିମମ ଆମେରିକାନମ ଗଙ୍ଗାତୁଳସୀ
  4. ଓସିମମ ଗ୍ରାଟିସିମମ ବଣ ତୁଳସୀ / ରାମ ତୁଳସୀ
  5. ଓସିମମ ଭିରଡି
  6. ଓସିମମ ସାଙ୍କଟମ ଧଳାତୁଳସୀ /ଶ୍ରୀ ତୁଳସୀ/ ଶ୍ୟାମା ତୁଳସୀ 
ଉପରୋକ୍ତ ଶ୍ରେଣୀ ମଧ୍ୟରୁ ଓସିମମ ସାଙ୍କଟମ ବା ଶ୍ରୀତୁଳସୀକୁ ପବିତ୍ର ତୁଳସୀ ହିସାବରେ ଗଣନା କରାଯାଏ । ଏହା ସୁଗନ୍ଧଯୁକ୍ତ ଅଟେ  । ଏହା ମୁଖ୍ୟତଃ ଦୁଇ ପ୍ରକାରର ଯଥା କଳାତୁଳସୀ ଓ ଧଳା ତୁଳସୀ  । କଳାତୁଳସୀକୁ ମୁଖ୍ୟତଃ ଔଷଧୀୟ ଦ୍ରବ୍ୟ ହିସାବରେ ବ୍ୟବହାର କରାଯାଏ   ।

ପତ୍ରର ରଙ୍ଗଭେଦରେ ତୁଲସୀ ବୃକ୍ଷ ଦୁଇ ପ୍ରକାରର ଯଥା – ଶ୍ଵେତ ତୁଲସୀ , ଓ କୃଷ୍ଣ ତୁଲସୀ । 

  1. ଶ୍ଵେତ ତୁଲସୀର ପତ୍ର ଶ୍ଵେତ ଓ ସବୁଜ ରଙ୍ଗର ପତ୍ର ଥିବା ତୁଳସୀ ଶ୍ରୀ ତୁଳସୀ ଓ ରାମ ତୁଳସୀ ନାମରେ ପରିଚିତ । 
  2. କୃଷ୍ଣ ତୁଲସୀର ପତ୍ରର ବର୍ଣ୍ଣ ଈଷତ କଳା ବା ଈଷତ ବାଇଗଣୀ ରଙ୍ଗ ହୋଇଥାଏ । ବାଇଗଣୀ ରଙ୍ଗର ପତ୍ର ଓ ଶାଖା ଥିବା ତୁଳସୀକୁ କଳା ତୁଳସୀ ବା ଶ୍ୟାମା ତୁଳସୀ ବା କୃଷ୍ଣ ତୁଳସୀ ବୋଲି କୁହାଯାଏ। 

ରାସାୟନିକ ସଂଗଠନ

  1. ତୁଲସୀ ଗଛରୁ ମିଳୁଥିବା ମୁଖ୍ୟ ଔଷଧୀୟ ଉପାଦାନ ଗୁଡିକ ହେଲା ଫିନଲସ , ଏଲଡିହାଇସ , ଟେନିନ , ସେପୋନିନସ   । 
  2. ଏହାର ପତ୍ରରୁ ୦.୧ ରୁ ୦.୨୩ ପ୍ରତିଶତ ଏକ ଉଦବାୟୀ ତେଲ ମିଳିଥାଏ । 
  3. ଏହି ତେଲରୁ ୭୧ ପ୍ରତିଶତ ଇଉଜିନାଲ,୨୦ ପ୍ରତିଶତ ଇଉଜିନାଲ ମିଥାଇଲ ଇଥର , ୩ ପ୍ରତିଶତ ମେରାଳ ସିନିନିନ ତଥା କାର୍ବୋକୋଲ ମିଳିଥାଏ । 
  4. ଏହାର ମଞ୍ଜିରେ ସବୁଜ ହଳଦିଆ ରଙ୍ଗର ୧୭.୮ ପ୍ରତିଶତ ତେଲ ରହିଥାଏ  ।

କେତେ ପ୍ରକାର ତୁଳସୀ ଅଛି ?

 ଏହି ବୃକ୍ଷ ବିଭିନ୍ନ ପ୍ରଜାତି ର ଦେଖିବାକୁ ମିଳିଥାଏ |

କଳା ବା କୃଷ୍ଣ ତୁଳସୀ

ଭିଟାମିନ 'ଏ' ଓ 'କେ' ରେ ଭରପୁର ଏହି ତୁଳସୀ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ | ଏହାର ପତ୍ର ର ରଙ୍ଗ ବାଇଗଣୀ | ହୃଦରୋଗ,ରକ୍ତଚାପ,ରକ୍ତ ପରିଷ୍କାର ଏବଂ ରୋଗ ପ୍ରତିରୋଧତା ପାଇଁ ଉପଯୋଗୀ | ଏଥିରୁ ତୁଳସୀ ତେଲ ମଧ୍ୟ ଉତ୍ପାଦନ କରାଯାଏ ଏବଂ ଏହା ମଶା ମାନଙ୍କ ପାଦୃଭାଵ ହ୍ରାସ କରିବାରେ ବିଶେଷ ସାହାଯ୍ୟ କରିଥାଏ |

ରାମ ତୁଳସୀ

ଏହାର ପତ୍ର କଳା ତୁଳସୀ ଠାରୁ ଅଧିକ ବଡ | ଏହା ଆଣ୍ଟି-ବ୍ୟାକ୍ଟେରିଆଲ ଅଟେ | ଫୁସଫୁସ ରୋଗ,ଆଜମା ଇତ୍ୟାଦି ପାଇଁ ଫଳପ୍ରଦ |  ଶରୀର ପୀଡା ଏବଂ ଦରଜ ଥିଲେ ଏହା ଉପଚାର କରିଥାଏ | ଗରମ ଦିନ ମାନଙ୍କରେ ରାମ ତୁଲସୀ ପତ୍ରର ସର୍ବତ କରି ସେବନ କରିବା ଉଚିତ କାହିଁକି ନା ଏହା ଅଳ୍ପ ଥଣ୍ତା ଲାଗେ। 

ବାବି ତୁଳସୀ

ପଂଜାବ ,ପଶ୍ଚିମ ବଙ୍ଗ ଏବଂ ବିହାର ର କେତେକ ଅଂଶ ରେ ଦେଖିବାକୁ ମିଳିଥାଏ ଏହି ତୁଳସୀ | ଗଛର ଉଚ୍ଚତା ୧ ରୁ ୨ ଫୁଟ ଏବଂ ପତ୍ର ୧ ରୁ ୨ ଇଞ୍ଚ ଲମ୍ବା | ଏହାର ପତ୍ରର ରସ ଲବଙ୍ଗ ପରି ତେଣୁ ବହୁ ବ୍ୟଞ୍ଜନରେ ସ୍ୱାଦ  ବଢାଇବା ଲାଗି ଏହା ବ୍ୟବହାର କରାଯାଇଥାଏ |

ଅମୃତ ତୁଳସୀ

ବାଇଗଣୀ ପତ୍ର ଏବଂ ଝଙ୍କାଳିଆ ବୁଦା ସଦୃଶ ଏହା ବୃକ୍ଷ | କ୍ୟାନ୍ସର ,ମଧୁମେହ ,ସ୍ମୃତିଶକ୍ତି ବୃଦ୍ଧି,ଇତ୍ୟାଦିର ବେଶ ଭଲ ଉପଚାର କରିଥାଏ |

ବଣ ତୁଳସୀ

ଏହାର ପତ୍ରର ସ୍ୱାଦ ମଧ୍ୟ ଲବଙ୍ଗ ପରି | ଏହା ବିଶେଷ କରି ହିମାଳୟର ପାଦଦେଶରେ ଦେଖିବାକୁ ମିଳିଥାଏ ଏବଂ ଅଧିକ ଷ୍ଟ୍ରେସ ଓ ଅଲ୍ସର ର ଉପଚାର କରିଥାଏ ଏବଂ  ଶାରୀରିକ ଦୁର୍ବଳତା,ଶ୍ୱାସର ଦୁର୍ଗନ୍ଧ ଇତ୍ୟାଦି ଦୂର କରିବାରେ ସହାୟକ ।

କର୍ପୁର ତୁଳସୀ

ବାସ୍ନା ରୁ ଆପଣ ଜାଣିପାରିବେ ନାହିଁ ଯେ ଏହା କର୍ପୁର କିମ୍ବା ତୁଳସୀ ଗଛ ବୋଲି | ଏହାର ପତ୍ରକୁ ଶୁଖାଇ ଏଥିରେ ଚା ପ୍ରସ୍ତୁତ କରାଯାଏ |

ବିଷ୍ଣୁ ତୁଳସୀ

ଅଳସ୍ଯ ଦୂର କରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସକ୍ଷମ ।

ଶୁକ୍ଳ ତୁଳସୀ

ଇମ୍ୟୁନିଟି ବଢ଼ାଏ,ସର୍ଦ୍ଦି -ଥଣ୍ଡା,ନିଶ୍ୱାସ ଏବଂ ତ୍ୱଚା ଅଦି ପାଇଁ ସହାୟକ |

Post a Comment

0 Comments