ତୁଳସୀ ବୃକ୍ଷ ଲଗାଇଲେ କ'ଣ ଲାଭ ମିଳେ
ତୁଳସୀ ବୃକ୍ଷ ଲଗାଇଲେ କ'ଣ ଲାଭ ମିଳେ
ପଦ୍ମ ପୁରାଣରେ କୁହାଯାଇଛି ଯେଉଁ ସ୍ଥାନରେ ତୁଳସୀ ଉଦ୍ୟାନ ରହିଥାଏ ତାକୁ ତୀର୍ଥସ୍ଥାନ ରୂପେ ମାନ୍ୟତା ମିଳେ। ତୁଳସୀ ମୂଳରେ ସମସ୍ତ ତୀର୍ଥ, ପତ୍ରରେ ଦେବତାଗଣ ବାସ କରନ୍ତି। ତୁଳସୀ ବଗିଚାରେ ବୈଦ୍ୟୁତିକ ଶକ୍ତି ସଂଚାରିତ ହେଉଥାଏ ଯାହାକି ୧୦୦ ଗଜ ପର୍ଯ୍ୟନ୍ତ ପ୍ରବାହିତ ହେଉଥାଏ । ସେଠାରେ କେବେବି ବଜ୍ରପାତ ହୋଇ ନ ଥାଏ ।
କାହିଁକି କରିବେ ତୁଳସୀ ଚାଷ ?
ପ୍ରକୃତିର ଏକ ସୁନ୍ଦର ଅବଦାନ -ତୁଳସୀ | ଅତ୍ୟଧିକ ଔଷଧୀୟ ଗୁଣ ସହ ହିନ୍ଦୁ ଧର୍ମର ଏକ ବିଶେଷ ରୂପାନ୍ତର କରିଥାଏ ତୁଳସୀ | ଏହା ବ୍ୟତୀତ ବିଭିନ୍ନ କସମେଟିକ ଯଥା ଶ୍ୟମ୍ପୋ ଏବଂ ସାବୁନରେ ବାସ୍ନା ଲାଗି ମଧ୍ୟ ଏହାର ବ୍ୟବହାର କରାଯାଇଥାଏ | ତେଣୁ ଏହି ପରି ଏକ ଅପୂର୍ବ ଔଷଧି ର ଚାଷ କରିବା ଆପଣଙ୍କୁ ନିଶ୍ଚିନ୍ତ ଲକ୍ଷପତି କରିପାରିବ |
ଏଥିରେ ବେଶ ଅଧିକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ବିଭିନ୍ନ କମ୍ପାନୀ ମାନେ ନିଜ ଉତ୍ପାଦିତ ସାମଗ୍ରୀ ରେ ବ୍ୟବହାର କରିବା ଲାଗି ଉତ୍ତମ ମାନର ତୁଳସୀ ଲୋଡିଥାନ୍ତି | ସବୁଠାରୁ ଉଲ୍ଲେଖନୀୟ ତଥ୍ୟ ଏହା ଯେ ଏହି ବୃକ୍ଷ ୩ ରୁ ୪ ମାସ ମଧ୍ୟରେ ବଡ ହୋଇଥାଏ ଏବଂ ଆବଶ୍ୟକ ରାସାୟନିକ ପଦାର୍ଥ ଯୋଗାଇବା ଆରମ୍ଭ କରିଥାଏ | ଏଥିରେ ରାସାୟନିକ ସାରର ଅବଶ୍ଯକ ପଡେ ନାହିଁ। ତେଣୁ ଚାଷୀ ଭାଇ ମାନେ ଏହାକୁ ଲଗାଇ ଖୁବ୍ କମ୍ ଦିନରେ ରୋଜଗାର କ୍ଷମ ହୋଇପାରିବେ।
ଜଳବାୟୁ ଓ ମୃତ୍ତିକା
ତୁଳସୀ ବୃକ୍ଷ ଚାଷ ପାଇଁ ଆଦ୍ର ଓ ଉଷ୍ଣ ଜଳବାୟୁ ଉପଯୁକ୍ତ । ଅର୍ଥାତ ଅତ୍ୟଧିକ ଆଦ୍ର ଜଳବାୟୁ ଓ ଅତ୍ୟଧିକ ତାପମାନ ଥିବା ସ୍ଥାନରେ ଏହି ଗଛ ଭଲ ଭାବରେ ବିକଶିତ ହୋଇଥାଏ । ଏହା ଅତ୍ୟନ୍ତ ସନ୍ତସନ୍ତିଆ ପାଣି ଜମି ରାହୁନଥିବା ସ୍ଥାନକୁ ଛାଡି ପ୍ରାୟ ସମସ୍ତ ପ୍ରକାର ମାଟିରେ ଏହି ଗଛ ଚାଷ କରଯାଇପାରିବ ।
ଜମି ପ୍ରସ୍ତୁତ ଓ ରୋପଣ
- ଜମିକୁ ଦୁଇଥର ଭଲ ଭାବରେ ହଳକରି ଏକର ପିଛା ୬ ଟନ ହିସାବରେ ଗୋବର ଖତ ବା କମ୍ପୋଷ୍ଟ ଭଲ ଭାବରେ ମିଶାଇ ୧.୫ x ୧.୫ ଫୁଟ ଦୂରତାରେ ରୋପଣ କରାଯାଏ ।
- ପ୍ରଥମେ ୩-୩ ଦିନ ଅନ୍ତରରେ ଏବଂ ୭ରୁ ୧୦ ଦିନ ବ୍ୟବଧାନରେ ଜଳ ସିଞ୍ଚନ କଲେ ଗଛର ବୃଦ୍ଧି ଠିକ ଭାବରେ ହୋଇଥାଏ ।
- ଏହାପରେ ପ୍ରତିମାସ ଅନ୍ତରରେ ଏକର ପିଛା ୮ କିଗ୍ରା ବାୟୋଜାଇମ ଗ୍ରାନ୍ୟୁଲସ ପ୍ରୟୋଗ କଲେ ଗଛ ଭଲ ବଢିଥାଏ ।
- ୩ ମାସର ହେବା ପରେ ଦେଖି ଏହାର ଡାଳ କାଟିନିଆଯାଏ । ଏହାର ୭୦-୭୫ ଦିନ ପରେ ଦ୍ଵିତୀୟ ଥର ଏବଂ ପୁଣି ଏହାର ୭୦-୭୫ ଦିନ ପରେ ତୃତୀୟ ଥର ଅମଳ କରାଯାଏ । ଏକ ଏକରରେ ୩୦୦ରୁ ୪୦୦ ଚାରା ଲଗାଯାଇପାରିବ ।
ଫସଲ ରୋଗ
- ଏହାର ଔଷଧୀୟ ଗୁଣ ଯୋଗୁଁ ଏବଂ ସୁଗନ୍ଧ ଯୋଗୁଁ ଏଥିରେ କୀଟ ଆକ୍ରମଣ ବା ଅଧିକ ରୋଗ ସମସ୍ୟା ଦେଖାଯାଏ ନାହିଁ ।
- ପାଉଡର ମିଲଡିଉ ବ୍ଲାଇଟ ଏବଂ ରଟରାଣ୍ଡ ତୁଳସୀ ମୁଖ୍ୟ ରୋଗ ।
- ଏହି ରୋଗ ନିରାକରଣ ପାଇଁ ସଲଫର ୪ ଗ୍ରାମ ପ୍ରତି ଲିଟର ପାଣିରେ ସିଞ୍ଚନ କଲେ କିମ୍ବା ନିମ୍ବପତ୍ରର ଅର୍କ ବ୍ୟବହାର କଲେ ରୋଗର ନିରାକରଣ ହୋଇଥାଏ ।
ଅମଳ କଲେ କ'ଣ ମିଳିବ
- ତୁଳସୀ ବୃକ୍ଷ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ରହୁଥିଲେ ମଧ୍ୟ ଏହାକୁ ୧ ବର୍ଷୀୟ ଫସଲ ରୂପେ ଅମଳ କରାଯାଇଥାଏ । ଏକବର୍ଷ ମଧ୍ୟରେ ଏହାକୁ କିମ୍ବା ୬ ମାସ ବ୍ୟବଧାନରେ କଟାଯାଇ ପତ୍ର ଅମଳ କରାଯାଇଥାଏ ।
- ଏହାକୁ ଏପ୍ରିଲ ବା ମେ ମାସରେ ଚାଷ କରାଯିବା ବେଳେ ଏହାକୁ ଆପଣ ମଞ୍ଜି ବା ଚାରା ରୋପଣ କରି ଚାଷ କରିପାରିବେ |
- ତୁଳସୀ ଗଛରୁ ବିଶେଷ କରି ଏହାର ପତ୍ରର ଅମଳ କରିପାରିବେ ଏବଂ ଏହାର ମଞ୍ଜି ମଧ୍ୟ ଅମଳ କରି ବିକ୍ରି କରିପାରିବେ |
- ତୁଳସୀ ମଞ୍ଜିର ଅନେକ ଚାହିଦା ରହିଛି | ଏହାକୁ ବିଶେଷ କରି ପାନୀୟ ଜଳରେ ବ୍ୟବହାର କରାଯାଇଥାଏ |
- ପତ୍ରରୁ ମଧ୍ଯ ତେଲ ଉତ୍ପାଦନ କରଯାଇଥାଏ।
ବଜାରରେ ଏହାର ଚାହିଦା
- ଅତ୍ୟଧିକ ଔଷଧୀୟ ଗୁଣ ହେତୁ ବଜାରରେ ଏହାର ଚାହିଦା ଖୁବ୍ ଅଧିକ। ଉତ୍ତମ ମାନର ତୁଳସୀ ଅଧିକ ଦର ମଧ୍ୟ ଧାର୍ଯ୍ୟ କରିଥାଏ |
- ତୁଳସୀ ଚାଷରୁ ମୁଖ୍ୟତଃ ଦୁଇପ୍ରକାର ଲାଭ ହୋଇଥାଏ । ପ୍ରଥମତଃ , ଏହାର ପତ୍ର ବିକ୍ରି ଦ୍ଵାରା ଏବଂ ଦ୍ଵିତୀୟତଃ , ଏହାର ତେଲ ନିଷ୍କାସନ ଦ୍ଵାରା । ଏକ ଏକର କ୍ଷେତରୁ ତିନିଥର ଅମଳରେ ପ୍ରାୟ ୨୦ କ୍ଵିଣ୍ଟାଲ ଡାଳ ଓ ୧୦ କ୍ଵିଣ୍ଟାଲ ପତ୍ର ମିଳିଥାଏ ।
0 Comments
Do you have any doubts or suggestions? Ask them here in the comments!