ସାଇନସ ସଂକ୍ରମଣ କ'ଣ ? ଏବଂ ଏହାର ଉପଚାର
ସାଇନସ ସଂକ୍ରମଣ କ'ଣ ? ଏବଂ ଏହାର ଉପଚାର
ସାଇନୁସାଇଟିସ ଏକ ସାଧାରଣ ରୋଗ । ସାଇନୁସାଇଟିସ ବା ସାଇନସ ସଂକ୍ରମଣ ବା ରାଇନୋସାଇନୁସାଇଟିସ, ଇଂରାଜୀରେ Sinusitis ବା sinus infection ବା rhinosinusitis, ଏକ ରୋଗ ଯେଉଁଥିରେ ସାଇନସର ପ୍ରଦାହ ହୁଏ । ଆମେରିକା ଓ ୟୁରୋପରେ ୧୦ %ରୁ ୩୦ % ଲୋକଙ୍କୁ ଏହି ରୋଗ ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ହୁଏ । କ୍ରନିକ ସାଇନୁସାଇଟିସ ପ୍ରାୟ ୧୨.୫ % ଲୋକଙ୍କୁ ହୁଏ । ଏହାର ଚିକିତ୍ସା ନିମନ୍ତେ ଆମେରିକାରେ ବାର୍ଷିକ ୧୧ ବିଲିଅନ ଆମେରିକିୟ ଡଲାର ଖର୍ଚ୍ଚ ହୁଏ ।
ସଂକ୍ରମଣ ବା ଆଲର୍ଜି ବା ବାୟୁ ପ୍ରଦୁଷଣ ଓ ଗଠନ ଅସୁବିଧା ଯୋଗୁଁ ଏହି ରୋଗ ହୋଇପାରେ । ଭୁତାଣୁ ସଂକ୍ରମଣ ଯୋଗୁଁ ଅଧିକାଂଶ ରୋଗ ହୁଏ । ରୋଗ ଲକ୍ଷଣ ୧୦ ଦିନରୁ ଅଧିକ ରହିଲେ ବା ଭଲ ହୋଇ ଆସୁଥିବା ବେଳେ ଖରାପ ଦିଗକୁ ଗତି କଲେ ଜୀବାଣୁ ସଂକ୍ରମଣ ଯୋଗୁଁ ହେବା ସନ୍ଦେହ କରାଯାଏ । ଆଜମା, ସିସ୍ଟିକ ଫାଇବ୍ରୋସିସ ଓ ଇମ୍ମ୍ୟୁନିଟି ଆଭାବ ଥିଲେ ଏହି ରୋଗ ବାରମ୍ବାର ହୁଏ । କୌଣସି ଜଟିଳତା ସନ୍ଦେହ ନ ଥିଲେ ଏକ୍ସ-ରେ କରିବା ଅନାବଶ୍ୟକ । କ୍ରନିକ ରୋଗ କେଶ ସିଟି ସ୍କାନ ବା ସ୍ୱଚକ୍ଷୁରେ ଦର୍ଶନ କରି ନିଧାର୍ଯ୍ୟ କରାଯାଏ ।
ସାଇନସ କ'ଣ
ଯେକୌଣସି ଋତୁ ହେଉନା କାହିଁକି କେତେକ ଲୋକ ଅଛନ୍ତି ସେମାନଙ୍କୁ ସବୁବେଳେ ଥଣ୍ଡା କଫ ଲାଗି ରହିଥାଏ ।ସାଧାରଣ ଥଣ୍ଡା-କାଶ ୫-୭ ଦିନ ମଧ୍ୟରେ ଠିକ୍ ହୋଇଯାଇଥାଏ। ଯଦି ଏତେ ଦିନ ପରେ ମଧ୍ୟ ଆପଣଙ୍କ ଥଣ୍ଡା ଦୂର ହେଉନାହିଁ ତେବେ ଏହାର କାରଣ ଆପଣଙ୍କୁ ସାଇନୋସାଇଟିସ ରୋଗ ହୋଇଥାଏ । ଯାହାକୁ ଆମେ ଆମ ଭାଷାରେ ସାଇନସ କହିଥାଉ ।
ଆମ ମତିସ୍କରେ ଗୋଟେ ହୋଲ ଥାଏ । ଯାହାଦ୍ଵାରା ଆମେ ନିଶ୍ବାସ ପ୍ରଶ୍ଵାସ ନେଇଥାଉ ଓ ମୁଣ୍ଡ ହାଲୁକା ରହିଥାଏ । ସେଇ ହୋଲଟିକୁ ସାଇନସ କୁହନ୍ତି । ଯେତେବଳେ ସାଇନସ ରେ କଫ ଭରିଯାଏ ସେତେବେଳେ ନିଶ୍ବାସ ପ୍ରଶ୍ଵାସ ନେବାରେ କଷ୍ଟ ହୋଇଥାଏ । ଏହି ରୋଗକୁ ଅଣଦେଖା କଲେ ପରେ ବିପଦଜନକ ହେଇପାରେ ।
ସାଇନସର ଲକ୍ଷଣ
- ସାଇନସ୍ କାରଣରୁ ମଥା ଓ ତଣ୍ଟି ମୂଳ ଦରଜ ହୋଇଥାଏ
- କମ ଘ୍ରାଣଶକ୍ତି ତଣ୍ଟି ଘାଆ
- ମୁଣ୍ଡବଥା
- ମୁଣ୍ଡବିନ୍ଧା ଶୋଇଲେକି ତଳକୁ ନଇଁଲେ ବେଶୀ ବଢିଯାଏ
- କେବେ କେବେ ନାକ ବନ୍ଦ ହୋଇଯାଏ
- ଥକାପଣ
- ନାକରୁ ସିଂଘାଣି ବୋହିବା
- ମୁହଁରେ ଯନ୍ତ୍ରଣା ହୁଏ
- ଥଣ୍ଡା ଜ୍ୱର
- ରାତିରେ ଅଧିକ କାଶ ହୁଏ
ଚାରି ସପ୍ତାହରୁ କମ ହୋଇଥିଲେ ଏହାକୁ ଆକ୍ୟୁଟ ରାଇନୋସାଇନୁସାଇଟିସ (ଏଆରଏସ) ଓ ୧୨ ସପ୍ତାହରୁ ଅଧିକ ହେଲେ କ୍ରନିକ ରାଇନୋସାଇନୁସାଇଟିସ (ସିଆରଏସ) କୁହାଯାଏ ।
ଜାଣନ୍ତୁ ଥଣ୍ଡା-କାଶ ହୋଇଗଲାଣି ସାଇନସ୍
- ସାଧାରଣ ଥଣ୍ଡା-କାଶ ୫-୭ ଦିନ ମଧ୍ୟରେ ଠିକ୍ ହୋଇଯାଇଥାଏ। ଯଦି ଏତେ ଦିନ ପରେ ମଧ୍ୟ ଆପଣଙ୍କ ଥଣ୍ଡା ଦୂର ହେଉନାହିଁ ତେବେ ଆପଣଙ୍କୁ ସାଇନସର ଅସୁବିଧା ରହିପାରେ।
- ତେବେ ଏହିପରି ଥଣ୍ଡା ଯଦି ଆପଣଙ୍କୁ ମଧ୍ୟ ରହିଛି ତେବେ ଦିନକୁ ଦୁଇ ଥର ଲେଖାଁ ଉଷୁମ ପାଣିର ବାମ୍ପ ନେବା ଦ୍ବାରା ଏହା ଦୂର ହୋଇଥାଏ।
- କେତେ ଟୋପା ଲୁଣ ପାଣି ନାକ ଭିତରକୁ ଦେଇ ଶୁଘିଂ ନିଅନ୍ତୁ । ଏହା ନାକ ଭିତର ଶିଘାଂଣିକୁ ପତଳା କରିଦେବ ।
ବିନା କୌଣସି କାରଣରେ ଗନ୍ଧ ହେବା
କାଳ୍ପନିକ ଗନ୍ଧ ହେବାକୁ ଫ୍ୟାଣ୍ଟମ୍ ସ୍ମେଲ୍ କୁହନ୍ତି। ଅର୍ଥାତ୍,ଏପରି ଜିନିଷର ଗନ୍ଧ ହେବା ଯାହା ଆଖପାଖରେ ହେଉ ନଥିବ। ଏପରି ହେବା ସାଇନସ୍ ଇନଫେକ୍ସନ୍ କିମ୍ବା ମସ୍ତିଷ୍କ ସହ ଜଡ଼ିତ କୌଣସି ନ୍ୟୁରୋ-ଡିଜେନେରେଟିଭ ରୋଗର ସଙ୍କେତ ହୋଇପାରେ।
ନାକରୁ ରକ୍ତ ବାହାରିବା
ନାକରୁ ହଠାତ୍ ରକ୍ତ ବାହାରିବା ଡ୍ରାଇ ସାଇନସର ସଙ୍କେତ ହୋଇପାରେ। ଖରା ଦିନରେ ସାଧାରଣତଃ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏହା ସହ ଗରମ ଏବଂ ଅତ୍ୟଧିକ ଖଟା ଜିନିଷ ଖାଇବା ଦ୍ବାରା ନାକର ଶିରା ଫାଟି ଯାଇଥାଏ। ଯାହା ଫଳରେ ନାକରୁ ରକ୍ତ ବାହାରିଥାଏ। ଏହା ବ୍ୟତୀତ ନାକରୁ ରକ୍ତ ବାହାରିବା ଉଚ୍ଚ ରକ୍ତଚାପ,ହେମୋଫିଲିଆ,ଆଲର୍ଜିର ସଙ୍କେତ ହୋଇପାରେ। ଯଦି ୩୦ମିନିଟ୍ ଯାଏଁ ରକ୍ତ ବାହାରିବା ବନ୍ଦ ନ ହୁଏ ତେବେ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।
ଚିକିତ୍ସା
- ଉତ୍ତମରୂପେ ହାତ ଧୋଇଲେ, ଧୂମ୍ରପାନ ବର୍ଜନ କଲେ ଓ ଟିକା ନେଲେ ଏହି କେତେକାଂଶରେ ଏହି ରୋଗକୁ ପ୍ରତିରୋଧ କରିହେବ ।
- ଯନ୍ତ୍ରଣା ନିବାରକ ଔଷଧ ,ଔଷଧ ଯେପରିକି ନାପ୍ରୋକ୍ସେନ, ଆଘ୍ରାଣ ସ୍ଟିରଏଡ ଓ ନାକ ଜଳସେଚନ କରି ଲକ୍ଷଣ ଲାଘବ କରାଯାଏ । ଜଟିଳତା ବିହୀନ ଏଆରଏସ ରୋଗକୁ ଆଣ୍ଟିବାୟୋଟିକ ସହିତ ବା ବ୍ୟତୀତ ଚିକିତ୍ସା କରାଯାଇପାରିବ ।
- ୭ ଦିନ ଚିକିତ୍ସା ସତ୍ତ୍ୱେ ଉପସମ ନ ହେଲେ ଆଣ୍ଟିବାୟୋଟିକ ଆରମ୍ଭ ବା ପରିବର୍ତ୍ତନ କରାଯାଏ ।
- ପ୍ରଥମ ପସନ୍ଦ ଭାବେ ଆଣ୍ଟିବାୟୋଟି ହେଲା ଆମୋକ୍ସିସିଲିନ ବା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ ।
- କ୍ରନିକ ରୋଗ ଥିଲେ ବେଳେବେଳେ ଅପରେଶନ କରାଯାଏ ।
- ବ୍ୟକ୍ତିକୁ ଆଗକୁ ଢଳି ବସିବାକୁ କୁହନ୍ତୁ ।
- ୧୦ ମିନିଟ୍ ନାକ ଟିପନ୍ତୁ । ଯଦି ରକ୍ତ ସ୍ରାବ ହୁଏ ତେବେ ଆପଣ ଠିକ୍ ଜାଗା ଚିପି ନାହାନ୍ତି । ଆପଣ ନାକର ଅନ୍ୟ ଜାଗାକୁ ଚିପନ୍ତୁ ।
- ଯଦି ରକ୍ତ ସ୍ରାବ ହୁଏ ତେବେ ନାକ ରନ୍ଧ୍ର ଭିତରେ ତୁଳା ବା ପରିଷ୍କାର କନା ପୁରାନ୍ତୁ ଓ ଏହାର ଶେଷ ଅଂଶ ବାହାରକୁ ରଖନ୍ତୁ । ଯଦି ସମ୍ଭବ ଏହି ତୁଳା ବା କନାକୁ ଏପିନେଫ୍ରାଇନ ବା କର୍ଡନ କାକଟସ ରସରେ ଓଦା କରିଦିଅନ୍ତୁ । ଏହାକୁ କିଛି ଘଣ୍ଟା ଧରି ଏମିତି ନାକ ଭିତରେ ରଖନ୍ତୁ ଟା’ପରେ ସାବଧାନତାର ସହ କାଢି ଦିଅନ୍ତୁ ।
ପ୍ରତିଷେଧକ
- ନାକକୁ ଚିପନ୍ତୁ ନାହିଁ ବା ନାକ ହିତରେ ଆଙ୍ଗୁଠି ପୁରାନ୍ତୁ ନାହିଁ ।
- ନାକରୁ ଶିଘାଂଣି ଜୋରରେ ପୋଛନ୍ତୁ ନାହିଁ । ଯଦି ନାକ ରୁନ୍ଧି ହୋଇଯାଇଥାଏ, ତେବେ ଗରମପାଣି ବାଷ୍ପ ଆଘ୍ରାଣ କରନ୍ତୁ, ଯାହା ଶିଘାଂଣିକୁ ତରଳ କରିଦିଏ ଓ ନାକ ସଫା ହୋଇଯାଏ ।
- ଯଦି ପାଗ ବହୁତ ଶୁଖିଲା ଅଛି ଓ ନାକରୁ ରକ୍ତ ପଡୁଛି ନାକ ଭିତରେ ଭେସଲିନ୍ ଲଗାନ୍ତୁ । ଏହି ଭେସଲିନ୍ ଏକ ଡିଆସିଲି ଅଗରେ କନା ବା ତୁଳା ଗୁଡାଇ ଲଗାନ୍ତୁ । ଏହିପରି ଦିନକୁ ଥରେ ୫ ଦିନ କରନ୍ତୁ । ରକ୍ତ ପଡିବା ବନ୍ଦ ହୋଇଗଲେ ସପ୍ତାହକୁ ଥରେ ଏକମାସ ପର୍ଯ୍ୟନ୍ତ ଭେସଲିନ୍ ଲଗାନ୍ତୁ |
0 Comments
Do you have any doubts or suggestions? Ask them here in the comments!