ପ୍ରତିଦିନ ତୁଳସୀ ପୂଜାର ନିୟମ ଏବଂ ପୂଜା ବିଧି
ଯେଉଁ ଘରେ ସବୁ ଦିନ ତୁଳସୀ ଗଛକୁ ପୂଜା କରାଯାଏ ସେହି ଘରେ ସୁଖ, ସମୃଦ୍ଧତା ଓ ସୌଭାଗ୍ୟ ପ୍ରାପ୍ତି ହୁଏ । କେବେ ମଧ୍ୟ ଅର୍ଥର ଅଭାବ ହୁଏ ନାହିଁ । ତୁଳସୀ ଗଛ ଯେଉଁ ଘରେ ଥାଏ ଏବଂ ନିୟମିତ ଭାବରେ ସକାଳୁ ପୂଜା କରାଯାଏ, ତାହେଲେ ମନ ଶାନ୍ତ ରହିଥାଏ। ମାନ୍ୟତା ରହିଛି କି ପ୍ରତ୍ୟେକ ଦିନ ତୁଳସୀ ଗଛ ପୂଜା କରିବା ଦ୍ୱାରା ଆରୋଗ୍ୟତା ମିଳିଥାଏ। ସଧବା ନାରୀମାନେ ନିତ୍ୟ ତୁଳସୀ ପୂଜା କଲେ ଅଖଣ୍ତ ସୌଭାଗ୍ୟବତୀ ହୁଅନ୍ତି ।
ତୁଳସୀ ପୂଜନର ନିୟମ
- ସକାଳେ ସ୍ନାନ ଇତ୍ୟାଦି ସମାପ୍ତ କରିବା ପରେ ସ୍ୱଚ୍ଛ ହୋଇ ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା ଓ ଜଳ ଅର୍ପଣ କରିବା ପ୍ରାଚୀନ କାଳର ପରମ୍ପରା ଅଟେ ।
- ସର୍ବପ୍ରଥମେ ତୁଳସୀଙ୍କୁ ନମସ୍କାର କରି ତୁଳସୀରେ ଜଳ ଅର୍ପଣ କରନ୍ତୁ ଏବଂ ଏହାର ପରିକ୍ରମା କରନ୍ତୁ।
- ଏବଂ ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ ଆପଣ ଓଁ ତୁଳସୀ ନମଃ ମାତ୍ର ର ଜପ କରିବେ |
- ଏବଂ ଆପଣ ଗଙ୍ଗାପାଣି ମଧ୍ଯ ସାମାନ୍ୟ ଜଳରେ ମିଶାଇ ଏହି ପାଣିକୁ ତୁଳସୀ ଗଛରେ ଅର୍ପଣ କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହେଇଥାଏ |
- ତୁଳସୀ ଗଛକୁ ଜଳ ଅର୍ପଣ କଲାବେଳେ ଏହି ବିଶେଷ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଘରର ସମୃଦ୍ଧି ୧୦୦ ଗୁଣ ବଢିଯାଏ ଏବଂ ତା ସହ ରୋଗ ବ୍ୟାଧୂରୁ ମୁକ୍ତି ମିଳିଥାଏ।
- "ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଦ୍ଧିନୀ, ଆଧି ବ୍ୟାଧି ହରା ନିତ୍ୟଂ, ତୁଳସୀ ତ୍ଵଂ ନମୋସ୍ତୁତେ"
- ଧ୍ୟାନ ରଖିବେ ଯେ ଜଳ ଆପଣ କେବଳ ୩ଥର ତୁଳସୀ ଗଛ ମୂଳରେ ଦେବେ ଏହା କରିବା ପରେ ଯାହା ଜଳ; ବଞ୍ଚି ଯିବ ତାକୁ ଆପଣ ତୁଳସୀ ପତ୍ର ଉପରେ ପକାଇବେ ।
- ତୁଳସୀ ପୂଜା ପାଇଁ ପ୍ରଥମେ କଳସ ଜଳ ଭରି ରଖିବାକୁ ପଡ଼ିବ |
- ମାତା ତୁଳସୀଙ୍କ ପାଖରେ ଭୋଗ, ଦୀପ, ସିନ୍ଦୁର, ଚନ୍ଦନ,ଆଳତୀ ସାମଗ୍ରୀ ଦ୍ୱାରା ପୂଜା କରନ୍ତୁ |
- ଏହା ଛଡା ତୁଳସୀ ପାଖରେ କେବେ ଲୁଣୀ ଭୋଗ କରନ୍ତୁ ନାହିଁ କୌଣସି ଭୋଗ ଯାହା ମିଠା ହୋଇଥାଏ ତାହା ଆପଣ ମାତା ତୁଳସୀଙ୍କ ପାଖରେ ଅର୍ପଣ କରି ପାରିବେ ।
- ପ୍ରତ୍ୟହ ତୁଳସୀ ମାଁ ଙ୍କର ଆଳତି କରିବା ଆବଶ୍ୟକ।
- ସନ୍ଧ୍ୟା କାଳରେ ତୁଳସୀ ଗଛ ମୂଳେ ଘିଅର ଦୀପ ପ୍ରଜ୍ବଳିତ କରନ୍ତୁ,ଶୁଭ ହୋଇଥାଏ।
- ଧ୍ୟାନ ରଖିବା ଉଚିତ ଯେ ଦୀପ ଆପଣ କେବଳ ଘିଅରେ ଲଗାନ୍ତୁ ଓ ଭୁଲରେ ବି ସୋରିଷ ତେଲରେ ତୁଳସୀ ମାତାଙ୍କୁ ଦୀପ ଦେଖାନ୍ତୁ ନାହିଁ ।
- ଯେତେବେଳେ ତୁଳସୀ ପାଖରେ ଦୀପ ପ୍ରଜ୍ବ-ଳନ କରୁଛନ୍ତି ତାହେଲେ ଏହି କଥାର ଧ୍ୟାନ ରଖନ୍ତୁ କି ଦୀପ ତଳେ ଆପଣ କିଛି ଚାଉଳ ଥୋଇ ରଖନ୍ତୁ। ଏଭଳି କୁହାଯାଏ କି ଆମେ ଯଦି ତୁଳସୀ ଚଉରା ମୂଳରେ ଖାଲି ଦୀପ ପ୍ରଜ୍ବଳନ କରିବୁ ତାହେଲେ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।
- ରବିବାର ଦିନ ତୁଳସୀ ଗଛ ମୂଳେ ଦୀପ ପ୍ରଜ୍ବଳନ କରିବା ଉଚିତ ନୁହେଁ।ରବିବାର ଦିନ କୁ ଛାଡି ଅନ୍ୟ ସବୁ ଦିନ ସନ୍ଧ୍ୟାରେ ଘିଅ ଦୀପ ଦେଲେ ମାଁ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ।
- ଭଗବାନ ବିଷ୍ଣୁଙ୍କ ଭୋଗ ତୁଳସୀ ବିନା ଅଧୁରା ଅଟେ।
ଆଳତି ମନ୍ତ୍ର
ଜୟ ଜୟ ତୁଳସୀ ମାତା
ସବ ଜଗ କୀ ସୁଖ ଦାତା ବର ଦାତା
ଜୟ ଜୟ ତୁଳସୀ ମାତା
ସବ ୟୋଗୋଂ କେ ଉପର ସବ ରୋଗୋଂ କେ ଉପର
ରୁଜ ସେ ରକ୍ଷା କରକେ ଭବ ତ୍ରାତା
ଜୟ ଜୟ ତୁଳସୀ ମାତା
ବଟୁ ପୁତ୍ରୀ ହେ ଶ୍ୟାମା ସୁର ବଲ୍ଲୀ ହେ ଗ୍ରାମ୍ୟା
ବିଷ୍ଣୁ ପ୍ରିୟେ ଜୋ ତୁମକୋ ସେବେ ସୋ ନର ତର ଜାତା
ଜୟ ଜୟ ତୁଳସୀ ମାତା
ହରି କେ ଶୀଶ ବିରାଜତ ତ୍ରିଭୁବନ ସେ ହୋ ବନ୍ଦିତ
ପତିତ ଜନୋ କୀ ତାରିଣୀ ବିଖ୍ୟାତା
ଜୟ ଜୟ ତୁଳସୀ ମାତା॥
ଲେକର ଜନ୍ମ ବିଜନ ମେ, ଆଇ ଦିବ୍ୟ ଭୱନ ମେ
ମାନବଲୋକ ତୁମ୍ଭି ସେ ସୁଖ ସଂପତି ପାତା
ଜୟ ଜୟ ତୁଳସୀ ମାତା |
ହରି କୋ ତୁମ ଅତି ପ୍ୟାରୀ, ଶ୍ଯାମବରଣ ତୁମ୍ଭାରୀ
ପ୍ରେମ ଅଜବ ହୈଂ ଉନକା ତୁମସେ କୈସା ନାତା
ଜୟ ଜୟ ତୁଳସୀ ମାତା |
ଜପ କରିବାର ବିଧି
- ସକାଳୁ ଜଳଦି ଉଠି ସ୍ନାନ ଆଦି କରି ସାରିବା ପରେ ତୁଳସୀ ଗଛର ପୂଜା ଓ ତାର ପରିକ୍ରମା କରନ୍ତୁ ଓ ତାପରେ ଦୀପ ଲଗାନ୍ତୁ । ଏହାପରେ ଏକାନ୍ତରେ ଯାଇ କୁଶ ଆସନରେ ବସି ତୁଳସୀ ମାଳା ଦାରା ଧ୍ୟାନ ଦେଇ ଏହି ମନ୍ତ୍ରର ଜପ କରନ୍ତୁ ।
- ସାଧକର ମୁଖ ପୂର୍ବକୁ ହେବା ଦରକାର ଅଟେ | କମ୍ ସେ କମ୍ ୫ ମାଳା ଅବଶ୍ୟ ଜପ କରନ୍ତୁ । ଏକ ସମୟ, ଏକମାଳା ଆଉ ଆସନ ବି ସେଇ ଗୋଟିଏ ହୁଏ ତୋ ଏହା ବହୁତ ଭଲ ଅଟେ । କିଛି ଦିନ ଭିତରେ ଆପଣଙ୍କ ସବୁ ସମସ୍ୟା ସମାଧାନ ହେବାରେ ଲାଗିବ ।

0 Comments
Do you have any doubts or suggestions? Ask them here in the comments!