ଘରେ ତୁଳସୀ ଗଛ ଥିଲେ ଏହି ନିୟମ ମାନନ୍ତୁ

ଘରେ ତୁଳସୀ ଗଛ ଥିଲେ ଏହି ନିୟମ ମାନନ୍ତୁ

ଶାସ୍ତ୍ରରେ ଉଲ୍ଲେଖ ଅଛି-

1. ନ ବିପ୍ର ସଦୃଶଂ ପାତ୍ରଂ, ନ ଦାନଂ ସୁରଭିସମଂ
                         ନ ଚ ଗଙ୍ଗା ସମ ତୀର୍ଥଂ, ନ ପତ୍ରଂ ତୁଳସୀ ସମଂ |

  1. ଅର୍ଥାତ୍‌ ପୂର୍ବେ ସମୁଦ୍ର ମନ୍ଥନ ବେଳେ ଜୀବମାନଙ୍କର ଉପକାରାର୍ଥେ କୁହାଯାଇଛି ଯେ ନିତ୍ୟ ତୁଳସୀ ଜଳ ଗ୍ରହଣ କଲେ, ତାହାର ପୁନର୍ଜନ୍ମ ହୁଏ ନାହିଁ। ସେ ମୋକ୍ଷ ଲାଭ କରେ।
  2. ଅର୍ଥାତ୍‌ କାର୍ତ୍ତିକ ମାସରେ ତୁଳସୀ ପତ୍ରଦ୍ଵାରା ହରିଙ୍କୁ ଅର୍ଚ୍ଚନା କଲେ ପୂଜା ଫଳ ସ୍ଵରୂପ ମୁକ୍ତି ଅଥବା ଭକ୍ତି ଲାଭ ହୋଇଥାଏ ଏବଂ ଜନ୍ମ ଜନ୍ମାନ୍ତରରେ ପାପ ନାଶ ହୋଇଥାଏ।
  3. ତୁଳସୀ ଚଉରାରେ ଜଳ ଅର୍ପଣ କରି ସେହି ତୁଳସୀ ଗଛ ମୂଳରେ ଥିବା ଜଳକୁ ମୁଣ୍ଡରେ ଛିଞ୍ଚନ୍ତି ତୁଣ୍ଡରେ ପବିତ୍ରତା ଲାଭ କରନ୍ତି। 

2.  'ସୁକୋମଳୈ ଦଳୈର୍ଯ୍ୟସ୍ତୁ ମଞ୍ଜରୀ ଭିଜ୍ଜନାର୍ଦ୍ଦନଂ
            ଅର୍ଚ୍ଚୟେନ୍ଵାଘମାନେ ତୁବ୍ରତ୍ବନାଂ ଲଭତେ ଫଳ।”
ସଂପୂଜ୍ୟ ତୁଳସୀ ଭକ୍ତ୍ୟା ଘନଶ୍ୟାମଂ ଜନାର୍ଦ୍ଦନଂ
       ଚତୂରୋ ବାର୍ଷିକାନ୍‌ ସାମାନ୍‌ ଅଶ୍ଵମେଧା ଯୁତଂ ଲଭେତ୍‌ ॥

  1. ସେହିପରି ମାଘ ମାସରେ ସୁକୋମଳ ତୁଳସୀଦଳ ମଞ୍ଜରୀ ଦ୍ଵାରା କେଶବଙ୍କୁ ଅର୍ଚ୍ଚନା କଲେ ସର୍ବ ଯଜ୍ଞର ଫଳ ଲାଭ ହୁଏ । ତୁଳସୀ ଗନ୍ଧଯୁକ୍ତ ଯେକୌଣସି ଦ୍ରବ୍ୟ କେଶବଙ୍କୁ ଅର୍ପଣ କଲେ ସହସ କୋଟି କଳାମାଧବ ପ୍ରୀତ ହୋଇଥାନ୍ତି ।
  2. ଅର୍ଥାତ୍‌ ତୁଳସୀ ମାଳଦ୍ଵାରା ବର୍ଷର ନିରବ ଶ୍ୟାମଳ ଚାରିମାସ ଗୋବିନ୍ଦଙ୍କର ପୂଜା କଲେ, ଅୟୁତ ଅଶ୍ଵମେଧାନୁଷ୍ଠାନର ଫଳ ଲାଭ ହୋଇଥାଏ । ଯେଉଁ ଭକ୍ତି ଏହିଭଳି ତୁଳସୀ ଦ୍ଵାରା ଶ୍ରୀହରିଙ୍କୁ ଅର୍ଚ୍ଚନା କରିଥାଏ, ତାହାକୁ ତୀର୍ଥଯାତ୍ରା ସମ ପୁଣ୍ୟଫଳ ପ୍ରାପ୍ତ ହୁଏ ।

ଘରେ ତୁଳସୀ ଗଛ ଥିଲେ ଏହି ନିୟମ ମାନନ୍ତୁ

  1. ଯଦି ଆପଣ ସେହି ନିୟମ କୁ ପାଳନ ନକରିବେ ତେବେ ଆପଣଙ୍କୁ ପାପ ଲାଗି ପାରେ । 
  2. ତୁଳସୀ ଗଛ ଆଖପାଖରେ କେବେବି ଆବର୍ଜନା କରନ୍ତୁ ନାହିଁ।
  3. ତୁଳସୀ ଗଛ ଆଖପାଖରେ ଅପରିଷ୍କାର ରହିବା ଦ୍ବାରା ଗଛ ସୁଖିବାକୁ ଲାଗିଥାଏ । 
  4. ତୁଳସୀ ଗଛରେ କ୍ଷୀର ଛିଞ୍ଚିବା ଦ୍ବାରା ତାହା ସବୁବେଳେ ହରା ଭରା ରହିଥାଏ ।
  5. ଯେଉଁ ଜାଗାରେ ତୁଳସୀ ଗଛ ଅଛି ସେଠାରେ ଅନ୍ୟ କୌଣସି ଗଛ ଲଗାନ୍ତୁ ନାହିଁ । 
  6. ମହିଳା ମାନେ ତୁଳସୀ ଗଛ ପୂଜା କରିବା ସମୟ ରେ କେଶ ଖୋଲା ରଖନ୍ତୁ ନାହିଁ। ତୁଳସୀ ପୂଜା କରିବା ସମୟରେ ଆପଣଙ୍କ କେଶ ସର୍ବଦା ବାନ୍ଧିକି ରଖନ୍ତୁ ।
  7. ଯଦି ତୁଳସୀ ଗଛ ମୂଳରେ ଦିଆ ଯାଇଥିବା ଦୀପ ଲିଭିଯାଏ ତେବେ ତାକୁ ସେଠାରୁ କାଢି ଦେବା ଆବଶ୍ୟକ । 
  8. ଅନେକ ଲୋକ ତୁଳସୀକୁ ଓଢନୀ ଗୁଡ଼ାଇ ଥାଆନ୍ତି । ଯଦି ଓଢନି ପୁରୁଣା ହୋଇଯାଏ । ତେବେ ତାକୁ କାଢି ନୂଆ ଓଢନୀ ଚଢ଼ନ୍ତୁ ।
  9. ପ୍ରତ୍ୟେକ ଦିନ ପାଣିରେ ଦୁଇ ବା ତିନୋଟି ତୁଳସୀ ପତ୍ର ପକାଇ ଘରର ସବୁ କୋଣରେ ସିଞ୍ଚନ କରି ଦିଅନ୍ତୁ। ନହେଲେ ଆପଣ ଯେକୌଣସି ପାତ୍ରରେ ପାଣି ନେଇ ଘୋଡେ଼ଇ ରଖନ୍ତୁ ଏବଂ ସକାଳୁ ଏହାକୁ ଘରସାରା ସିଞ୍ଚନ କରି ଦିଅନ୍ତୁ। ଘରର ସବୁ ସ୍ଥାନରେ ଏହାକୁ ସିଞ୍ଚନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଘର ସର୍ବଦା ସୁଖମୟ ଓ ଶାନ୍ତିପୂର୍ଣ୍ଣ ରହିବ। ସକାରାତ୍ମକ ଉର୍ଜା ଓ ଧନର ଆଗମନ ହେବ।
  10. ଯଦି ଆଜ୍ଞା ଚନ୍ଦନ କାଠ ବଦଳରେ ତୁଳସୀ କାଠ ର ଟିକେ ଭୂରି ବିଷ୍ଣୁଙ୍କୁ ଲଗାଯାଏ ତେବେ ତାହା ନିଶ୍ଚିତ ଶୁଭ ହେବ
  11. କାରଣ ବିଷ୍ଣୁ ଚନ୍ଦନରେ ଯେତିକି ସନ୍ତୁଷ୍ଟ ନୁହେଁ ତୁଳସୀ ରେ ଅଧିକ ସନ୍ତୁଷ୍ଟ ହୋଇଥାନ୍ତି । ଭଗବାନ କୃଷ୍ଣ ଙ୍କୁ ତୁଳସୀ ଅର୍ପଣ କଲେ ଯେତିକି ସନ୍ତୁଷ୍ଟ ହେବେ  ।

Post a Comment

0 Comments