ଘରେ ତୁଳସୀ ଗଛ ଲଗାଇବାର ଦିଗ

ଘରେ ତୁଳସୀ ଗଛ ଲଗାଇବାର ଦିଗ

ପ୍ରାଚୀନ ସମୟରୁ ଆମ ପୂର୍ବଜ ମାନେ ତୁଳସୀ ପୂଜା କରି ଆସିଛନ୍ତି । ହିନ୍ଦୁ ମାନ୍ୟତା ଅନୁସାରେ ତୁଳସୀ ଗଛକୁ ବହୁତ ମହତ୍ଵ ଦିଆଯାଇଛି ଏବଂ ଶାସ୍ତ୍ରରେ ତୁଲସୀ ଗଛକୁ ବହୁତ ପବିତ୍ର କୁହାଯାଇଛି, ଏହି ଗଛକୁ ଦେବତୁଲ୍ୟ ମନାଯାଏ,ତେଣୁ ତୁଳସୀ ଗଛରେ ସବୁ ପ୍ରକାର ଦେବୀ ଦେବତାଙ୍କ ବସ ହୋଇଥାଏ ବୋଲି କୁହାଯାଇଛି । ଶାସ୍ତ୍ର ଅନୁଯାୟୀ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ରହିବା ବହୁତ ଆବଶ୍ୟକ ଅଟେ, ଯେଉଁ ଘରେ ପ୍ରତିଦିନ ତୁଳସୀ ପୂଜା କରା ଯାଇଥାଏ ଏହି ପୂଜା ଦ୍ଵାରା ଆପଣଙ୍କ ଘର ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅସିମ କୃପା ହୋଇଥାଏ ।

କେଉଁଠି ଏବଂ କିପରି ଲଗାଇବେ ତୁଳସୀ ଗଛ

  1. ତୁଳସୀ ଗଛ ଘର ଅଗଣାରେ ରହିଲେ ବହୁତ ଶୁଭ ହୋଇଥାଏ ଯଦି ଆପଣଙ୍କ ଅଗଣାରେ ନାହିଁ ତେବେ ଆପଣ ବାଲକୋନୀରେ ମଧ୍ୟ ତୁଳସୀ ଗଛ ରଖି ପାରିବେ ।
  2. ଅନେକ ଲୋକ ତୁଳସୀ ଗଛକୁ ଘରର ପ୍ରାଙ୍ଗଣରେ ରଖନ୍ତି, କିନ୍ତୁ ବାସ୍ତୁଙ୍କ ଅନୁଯାୟୀ ତୁଳସୀ ଗଛକୁ ସବୁବେଳେ ଘରର କିଛି କୋଣରେ ରଖିବା ଉଚିତ୍ ।
  3. ଯଦି ଆପଣ ଘରେ ଏକାଧିକ ତୁଳସୀ ଗଛ ଲଗାଉଛନ୍ତି, ତେବେ ମନେରଖନ୍ତୁ ଯେ ଆପଣଙ୍କୁ ୩, ୫, ୭ ପରି ଅଯୁଗ୍ମ ସଂଖ୍ୟକ ତୁଳସୀ ଗଛ ଲଗାଇବା ଉଚିତ ।
  4. ସେପରି ଯେଉଁ ଲୋକ ତୁଳସୀ ବୃକ୍ଷର ମୂଳରୁ ମାଟି ନେଇ କପାଳ, କାନ, ହାତ, ମୁଣ୍ଡ, ନାଭିରେ ତିଳକ କରି ଲଗାନ୍ତି ତାଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତାଙ୍କୁ ଭଗବାନଙ୍କର ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
  5. ତୁଳସୀ ଗଛକୁ ଘରର ଛାତ ଉପରେ ରଖନ୍ତୁ ନାହିଁ । ଏହାଦ୍ୱାରା ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି ।
  6. ଏହା ଆମ ଘରର ଏପରି ଦିଗରେ ରହିବା ଦରକାର ଯେଉଁଠି କି ଏହା ଅନ୍ୟ କେହି ଲୋକର ସଂସ୍ପର୍ଶରେ ନ ଆସୁ। ଅର୍ଥାତ ତୁଳସୀ ଭଳି ପବିତ୍ର ଗଛ ସର୍ବଦା ଏକାନ୍ତ ହେବା ଦରକାର।
  7. ତୁଳସୀ ଏଭଳି ସ୍ଥାନରେ ରୋପଣ କରନ୍ତୁ, ଯେଉଁଠାରେ ସ୍ୱଚ୍ଛତା ରହିଛି ।
  8. ତୁଳସୀ ଗଛକୁ କଣ୍ଟା ଜାତୀୟ ଗଛ ସହିତ ରଖନ୍ତୁ ନାହିଁ।

ତୁଳସୀ ଗଛ ଲଗେଇବା ମାସ ଏବଂ ଦିନ

ଦିନ

  1. ତୁଳସୀ ଗଛ ଲଗେଇବା ସମୟରେ ଧ୍ୟାନ ରଖିବା ଉଚିତ ତୁଳସୀ ଗଛ କୁ କେଉଁ ବି ବୃହସ୍ପତି ବାରରେ ଆପଣ ଲଗେଇ ପାରିବେ |
  2. ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ଗଛକୁ ବୁଧ ଗ୍ରହ ସହିତ ମଧ୍ୟ ଜଡିତ କରାଯାଇଛି। ବାସ୍ତବରେ ଏହି ଗଛର ରଙ୍ଗ ସବୁଜ ଏବଂ ବୁଧ ଗ୍ରହ ସବୁଜ ରଙ୍ଗର ପ୍ରତୀକ ଅଟେ। ଯେଉଁ ଲୋକଙ୍କର ଜାତକଙ୍କର କୁଣ୍ଡଳିରେ ବୁଧଗ୍ରହ ଭାରୀ ହୋଇଥାଏ, ସେମାନେ ବୁଧବାର ଦିନ ତୁଳସୀ ଗଛ ଲଗାଇବା ଉଚିତ। ତୁଳସୀ ଗଛ ଲଗାଇବା ଦ୍ବାରା ଗ୍ରହ ଶାନ୍ତ ହୋଇଥାଏ ଏବଂ ଅନୁକୂଳ ବନି ରହିଥାଏ।

ମାସ

ଆପଣ କୌଣସି ସମୟରେ ତୁଳସୀ ଗଛ ଲଗାଇ ପାରିବେ। କିନ୍ତୁ ଶ୍ରାବଣ ଓ କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା  ସବୁଠାରୁ ଉତ୍ତମ ରହିବ।

ତୁଳସୀ ଗଛକୁ ଲଗେଇବା ପାଇଁ ଶ୍ରାବଣ ଏବଂ କାର୍ତ୍ତିକ ମାସ ଭଲ ବୋଲି ମନା ଯାଏ କାର୍ତ୍ତିକ ମାସ ରେ ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସବୁ ମନ କାମନା ପୁରଣ ହୋଇଥାଏ |

ତୁଳସୀଗଛ ଲଗାଇବା ଦିଗ

  1. ତୁଳସୀ ଗଛ ସର୍ବଦା ପୂର୍ବ ଦିଗରେ ଉତ୍ତର ଦିଗରେ କିମ୍ବା ଉତ୍ତର ପୂର୍ବ କୋଣରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହି ଦିଗରେ ତୁଳସୀ ଗଛ ଲଗାଇବା ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।
  2. ତୁଳସୀ ଗଛ କୁ ପୂର୍ବ - ଉତ୍ତର ଦିଗରେ ଲଗାଇଲେ ବାସ୍ତୁ ଦୋଷରୁ ରକ୍ଷା ମିଳେ | ଏହି ଦିଗରେ ଲଗାଇଲେ ଭଲ ଖରା ବି ମିଳିବ ଏବଂ ଏହା ଦ୍ବାରା ଗଛ ଭଲ ବି ବଢିବ ।
  3. ଉତ୍ତର-ପୂର୍ବ ଦିଗରେ ଧନର ଦେବତା କୁବେର ବାସ କରନ୍ତି ବୋଲି ବିଶ୍ଵାସ ରହିଛି। ତେଣୁ ଘରର ଉତ୍ତର ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାଇଲେ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ।  ଏହି ଦିଗରେ ତୁଳସୀ ରହିଲେ ଅଯଥା ଧନହାନି ହେବ ନାହିଁ ଏବଂ ଅଭାବ ରହିବ ନାହିଁ |
  4. ପିଲା ଜିଦି କରୁଥିଲେ ସାଧାରତଃ ଛୋଟ ପିଲାମାନେ ଜିଦି କରିଥାନ୍ତି । କିନ୍ତୁ ସେମାନଙ୍କର ଏହି ସ୍ବଭାବ ଯଦି ବଢ଼ିଯାଏ, ତେବେ ଘରର ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାଇଲେ ସ୍ବଭାବରେ ପରିବର୍ତ୍ତନ ହୋଇଥାଏ |
  5. ବାସ୍ତୁ ସମସ୍ୟା ଥିଲେ ବାସ୍ତୁଦୋଷ ଦୂର ପାଇଁ ତୁଳସୀ ଚଉଁରାକୁ ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରଖିଲେ ଏହି ସମସ୍ୟା ଦୂର ହୋଇଥାଏ।
  6. ବିବାହ ବିଳମ୍ବ ହେଉଥିଲେ ବା ବିବାହ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ଯେକୌଣସି ସ୍ଥାନରେ ତୁଳସୀ ବୃକ୍ଷ ଲଗାଇଲେ ଶୁଭ ଫଳ ମିଳିଥାଏ।
  7. ଯଦି ଘରର ବାସ୍ତୁଦୋଷ ରହିଥାଏ ତେବେ ଅଗ୍ନି କୋଣ(ଦକ୍ଷିଣ-ପୂର୍ବ)ରେ ଲଗାଇ ପାରିବେ । 
  8. ଅଶାନ୍ତି ଦୂର ପାଇଁ: ଯଦି ଘରେ ଅକାରଣରେ ଝଗଡ଼ା ହେଉଛି, ତେବେ ରୋଷେଇ ଘର ନିକଟରେ ତୁଳସୀ ବୃକ୍ଷ ରଖନ୍ତୁ । ଏହାଫଳରେ ଘରେ ଝଗଡ଼ା ହୋଇ ନ ଥାଏ ଓ ଶାନ୍ତି ବଜାୟ ରୁହେ ।
  9. ଦକ୍ଷିଣ ଦିଗରେ ଲଗାଇବା ଅନୁଚିତ । ଏମିତି କରିଲେ କ୍ଷତି ହୋଇଥାଏ ଏବଂ ଆପଣ ପାପର ଭାଗିଦାର ମଧ୍ୟ ହୋଇଥାନ୍ତି।
  10. କିନ୍ତୁ ଭୁଲରେ ମଧ୍ୟ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ କାରଣ ଏହି ପଶ୍ଚିମ ଦିଗ ଏବଂ ଦକ୍ଷିଣ ଦିଗରେ ତୁଳସୀ ଗଛ ରହିବା ଦ୍ୱାରା ଘରକୁ ନାକାର୍ତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ ଯାହାର ପ୍ରଭାବ ଘରର ସମସ୍ତଙ୍କ ସଦଶ୍ୟ ଉପରେ ନିଶ୍ଚୟ ପଡିଥାଏ ଯାହା ଦ୍ୱାରାକି ସମସ୍ତେ ଚିନ୍ତାରେ ରୁହନ୍ତି ଏବଂ ଗୃହ କଳହ ସୃଷ୍ଟି ହୋଇଥାଏ ଏଣୁ ଏଥି ପ୍ରତି ଧ୍ୟାନ ଦେବେ କି ତୁଳସୀ ଗଛକୁ ଭୁଲ ଦିଗରେ ରଖିବେ ନାହିଁ ।

Post a Comment

0 Comments