ଶ୍ଵାସରୋଗ ବା ଆଜମା ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପଚାର
ଶ୍ଵାସରୋଗ ବା ଆଜମା ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପଚାର

- ଶ୍ଵାସକ୍ରିୟା ସମସ୍ୟା ପାଇଁ ତୁଳସୀ ପତ୍ର ମଧ୍ୟ ଏକ ଭଲ ଘରୋଇ ଉପଚାର । ଏହା ଏକ ପ୍ରାକୃତିକ ବ୍ରୋଙ୍କୋଡାଇଲେଟର ଭାବରେ କାର୍ଯ୍ୟ କରିଥାଏ । ଏହା ଫୁସଫୁସରେ ବାୟୁ ପ୍ରବାହକୁ ଉନ୍ନତ କରିଥାଏ ଏବଂ ବ୍ରୋଙ୍କାଇଟିସରୁ କଫ ବା ମଇଳାକୁ ବାହାର କରିଥାଏ ।
- ସମାନ ପରିମାଣର ତୁଳସୀ ପତ୍ର ,ଅଦା ଏବଂ ମହୁ ରସ ନିଅନ୍ତୁ । ଏଥିରେ ନଅ ଗୁଣ ଚିନି ମିଶାଇ ସମାନ ପରିମାଣରେ ଗ୍ରାଇଣ୍ଡ କରନ୍ତୁ । ଏହି ମିଶ୍ରଣର ଏକ ଚାମଚ ଦିନକୁ ଦୁଇଥର ଖାଆନ୍ତୁ । ଏହା ଫୁସଫୁସରେ ଗଚ୍ଛିତ କଫକୁ ବାହାର କରିଥାଏ । ଏବଂ ଥଣ୍ଡା ଅସ୍ଥାମା ଭଳି ରୋଗକୁ ଭଲ କରେ।
- ୧୦-୧୫ ତୁଳସୀ ପତ୍ରରୁ ରସ ବାହାର କରନ୍ତୁ । ଏହାର ଉତ୍ତମ ଫଳାଫଳ ପାଇଁ ଆପଣ ଅଦା ଏବଂ ମହୁ ମିଶାଇ ପାରିବେ। ପ୍ରତିଦିନ ୨-୩ ଥର ଏହି ରସ ସେବନ କରନ୍ତୁ ।
- କିଛି ତୁଳସୀ ପତ୍ର ଚୋବାଇ ଖାଇବା ଦ୍ବାରା ଥଣ୍ଡା ଏବଂ କାଶରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ବ୍ୟତୀତ କଲେରା ମୂଳ, ତୁଲସୀ ପତ୍ର ଏବଂ ମହୁ ମିଶାଇ ଖାଇଲେ ଶ୍ଵାସରୋଗ ଲକ୍ଷଣରୁ ବହୁତ ଆରାମ ମିଳିଥାଏ । ଶ୍ଵାସରୋଗ ପାଇଁ ଏହା ପୁରାତନ ଆୟୁର୍ବେଦିକ ଉପଶମ ମଧ୍ୟରୁ ଅନ୍ୟତମ ଅଟେ ।
- ଏଥି ସହ ଏହା ବୈଜ୍ଞାନିକ ଭାବରେ ପ୍ରମାଣିତ ହୋଇଛି ଯେ ଶ୍ଵାସରୋଗ ପାଇଁ ପିତା ବା କଷା ସ୍ବାଦ ବହୁତ ଭଲ ।
- ଶ୍ଵାସରୋଗକୁ ଭଲ କରିବା ପାଇଁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଚାମଚ କଲରା ମୂଳ ରସ, ମହୁ ଏବଂ ଏକ ଚାମଚ ତୁଲସୀ ରସକୁ ମିଶାଇ ସେବନ କରିପାରିବେ ।
12. ଜୁଆଣୀ
- ଶ୍ଵାସରୋଗର ଚିକିତ୍ସା ପାଇଁ ଆପଣ ପ୍ରତିଦିନ ଏକ ଗ୍ଲାସ୍ ଚହ୍ଲା ସହିତ ଅଧା ଚାମଚ ଜୁଆଣୀ ସେବନ କରିପାରିବେ । ଏହା ଶ୍ଵାସକ୍ରିୟାରୁ ମଇଳା ବା କଫ ବାହାର କରିଥାଏ ଏବଂ ଶ୍ଵାସକ୍ରିୟାକୁ ସହଜ କରିଥାଏ ।
- ଶ୍ଵାସରୋଗ ଲକ୍ଷଣରୁ ହ୍ରାସ କରିବା ପାଇଁ ଆପଣ ଛାତିରେ ଜୁଆଣୀ ରସ ବା ପେଷ୍ଟ ୨-୩ ଥର ଲଗାଇ ପାରିବେ ।
13. ଅଁଳା
- ଅଁଳା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ । ଶ୍ଵାସକ୍ରିୟା କାର୍ଯ୍ୟକୁ ଅଁଳା ବଜାୟ ରଖେ ଏବଂ କାଶରୁ ତୁରନ୍ତ ଆରାମ ପ୍ରଦାନ କରେ ।
- ଶ୍ଵାସରୋଗ ଏବଂ ଏହା ସମ୍ବନ୍ଧୀୟ ବ୍ୟାଧିରୁ ରକ୍ଷା ପାଇବା ପାଇଁ ଆପଣ ପ୍ରତିଦିନ ସକାଳେ ଅଁଳା ରସ ସେବନ କରିପାରିବେ ।
- ଅଁଳାକୁ ଛେଚି ବା ପେଶି ଏବଂ ଏହା ସହ ମହୁ ମିଶ୍ରଣ କରି ଖାଇପାରିବେ ।
14. ସୋରିଷ ତେଲ ଓ କର୍ପୁର
- ଗରମ ସୋରିଷ ତେଲ ସହିତ କର୍ପୂର ମିଶାଇ ଛାତି ଏବଂ ଏହାର ଉପର ଅଶଂକୁ ମାଲିସ କରିବା ଦ୍ବାରା ଫୁସଫୁସକୁ ତୁରନ୍ତ ଆରାମ ମିଳିଥାଏ ଏବଂ ଶ୍ବାସକ୍ରିୟା ସହଜ ହୋଇଥାଏ ।
- ଶ୍ବାସରୋଗ ଆକ୍ରମଣ ସମୟରେ ଏହା ଅତ୍ୟନ୍ତ ଲାଭଦାୟକ ଅଟେ ।
15. ଗାଜର ରସ
- ଶ୍ଵାସରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଗାଜର ଏବଂ ପାଳଙ୍ଗ ରସ ମଧ୍ୟ ଏକ ଭଲ ଘରୋଇ ଉପାୟ ।
- କ୍ରମାଗତ ଶ୍ଵାସରୋଗ ଆକ୍ରମଣକୁ ଅଟକାଇବା ପାଇଁ ପ୍ରତିଦିନ ୨:୩ ଥର ଗାଜର ଏବଂ ପାଳଙ୍ଗ ରସ ସେବନ କରନ୍ତୁ ।
- ଏହି ରସ ପ୍ରସ୍ତୁତିର ୧୫ ମିନିଟ ମଧ୍ୟରେ ପିଇବା ଉଚିତ, କାରଣ ପରେ ଏହା କମ ପ୍ରଭାବଶାଳୀ ହୋଇଥାଏ ।
16. ଓସ୍ତ ବା ଅଶ୍ୱତ୍ଥ
- ଆୟୁର୍ବେଦରେ ଶ୍ବାସକ୍ରିୟା ଜନିତ ରୋଗର ଚିକିତ୍ସା ପାଇଁ ଓସ୍ତର ବହୁଳ ଭାବରେ ବ୍ୟବହୃତ ହୁଏ ଏହା ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇଥାଏ ଏବଂ ପୁରୁଣା ଶ୍ଵାସରୋଗ ପାଇଁ ମଧ୍ୟ ବହୁତ ଉପଯୋଗୀ ।
- ଏହା ବନ୍ଦ ଛାତି ଖୋଲିବାରେ ସାହାଯ୍ୟ କରେ ଏବଂ ହାକୁଡ଼ି ହ୍ରାସ କରିଥାଏ । ଦିନକୁ ଦୁଇଥର ମହୁ ସହିତ ଏକ ଚତୁର୍ଥଶଂ ଓସ୍ତ ପାଉଡର ସେବନ କରିପାରିବେ ।
- ଗର୍ଭାବସ୍ଥାରେ ଓସ୍ତ ପାଉଡରକୁ ଅଳ୍ପ ପରିମାଣର ଘିଅ ସହିତ ନିଆଯାଇପାରେ କିନ୍ତୁ ଅତ୍ୟଧିକ ସେବନ କରନ୍ତୁ ନାହିଁ, କାରଣ ଏହା ଅତ୍ୟଧିକ ଗରମ ହେତୁ ପେଟ ଖରାପ କରିପାରେ ।
17. କାମୋମାଇଲ (Chamomile)
- ପ୍ରତିଦିନ ସକାଳେ କାମୋମାଇଲ ଚା ପିଅନ୍ତୁ କିମ୍ବା କାମୋମାଇଲ ତେଲ ପିଠି ଉପର ଏବଂ ଛାତିରେ ମାଲିସ ପାଇଁ ବ୍ୟବହାର କରନ୍ତି । ଏହା ଶ୍ଵାସକ୍ରିୟାକୁ ସଫା କରିଥାଏ ଏବଂ ଶ୍ବାସରୋଗ ଆକ୍ରମଣକୁ ରୋକିଥାଏ ।
- ଏହା ବ୍ରୋଙ୍କାଇଟିସରେ ଆରାମ ଦେଇଥାଏ ଏବଂ ଆପଣଙ୍କ ଚାପ ହରମୋନ୍ ହ୍ରାସ କରି ଭଲ ନିଦ ଦେଇଥାଏ ।
0 Comments
Do you have any doubts or suggestions? Ask them here in the comments!