ଶ୍ଵାସରୋଗ ବା ଆଜମା ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପଚାର
ଆଜମା ( ଶ୍ଵାସରୋଗ) ଗ୍ରୀକ୍ ଶବ୍ଦରୁ ଆସିଛି । ଏହାର ଅର୍ଥ ଅଣନିଃଶ୍ଵାସୀ ବା ଅତି ଜୋରରେ ପାଟିମେଲାର ଧଇଁସଇଁ ହୋଇ ଶ୍ଵାସପ୍ରଶ୍ଵାସ ନେବା । ସବୁ ପ୍ରକାର ଶ୍ଵାସପ୍ରଶ୍ଵାସ କଷ୍ଟକୁ ଶ୍ଵାସରୋଗ କୁହାଯାଏ ନାହିଁ । କେବଳ ଫୁସ୍ ଫୁସ୍ ର ଶ୍ଵାସନଳୀ ରୋଗର ମୂଳ କାରଣ ହୋଇଥିଲେ ଏହାକୁ ଶ୍ଵାସ (ବ୍ରୋଙ୍କିଆଲ୍ ଆଜମା) କୁହାଯାଏ । ଏହି ରୋଗ ଇସିନୋଫିଲିଆଜନିତ ରୋଗ । ଆମେ ଖାଉଥିବା ଖାଦ୍ୟରୁ ରସ ଉତ୍ପନ୍ନ ହୋଇ ପରେ ରସରୁ ରକ୍ତ ସୃଷ୍ଟି ହୋଇଥାଏ । ରକ୍ତର ଏହି ଅବସ୍ଥାକୁ ଶ୍ଵେତରକ୍ତ କଣିକା ଓ ଲୋହିତ ରକ୍ତ କଣିକା ଭେଦରେ ବିଭକ୍ତ କରାଯାଇଛି । ଶ୍ଵେତରକ୍ତ କଣିକାର ଅପରୂପକୁ ଇସିନୋଫିଲ କରାଯାଇଛି । ଏହି ରୋଗରେ ଶ୍ଲେଷ୍ମା ବା ସର୍ଦ୍ଦି ଦେଖାଦେଇଥାଏ । ଫଳରେ ପାଚକାଗ୍ନି ଦୁର୍ବଳ ହୋଇ ଖାଦ୍ୟଦ୍ରବ୍ୟକ ଅପରିପକ୍ଵ ରଖେ । ତେଣୁ ଶରୀର ଦୁର୍ବଳ ହୋଇ ଶ୍ଵାସଯନ୍ତ୍ରକୁ ଦୁର୍ବଳ କରିପକାଏ । ଶ୍ଵାସରୋଗୀର ଫୁସ୍ ଫୁସ୍ ର ବାୟୁନଳୀ ଛୋଟ ହୋଇଯିବାରୁ ନିଃଶ୍ଵାସ ଛାଡିବାରେ କଷ୍ଟ ହୁଏ ଏବଂ କମ୍ ସମୟ ମଧ୍ୟରେ ଶ୍ଵାସ କଷ୍ଟ ପ୍ରବଳ ହୁଏ ।କିନ୍ତୁ ସବୁଠାରୁ ଭଲ କଥା ହେଉଛି ଶ୍ବାସରୋଗର ଲକ୍ଷଣକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ।
ଆପଣ କିଛି ଘରୋଇ ଉପଚାର ବ୍ୟବହାର କରି ଶ୍ଵାସରୋଗକୁ ନିୟନ୍ତ୍ରଣ କରିପାରିବେ । ଦୈନନ୍ଦିନ ଏହି ସରଳ ଘରୋଇ ଉପଚାରିକୁ ଅନୁସରଣ କରି ଶ୍ଵାସରୋଗ ରୋଗର ଲକ୍ଷଣକୁ ନିୟନ୍ତ୍ରଣ କରନ୍ତୁ ।
1. କଳା ଦୁଦୁରା
ଶ୍ଵାସରୋଗର କଳା ଦୁଦୁରା ଫଳ, ଶାଖା ଓ ପତ୍ରକୁ ଖଣ୍ଡଖଣ୍ଡ କରି କାହାଳୀପରି ତା’ର ଧୂଆଁ ମୁଖରେ ଧାରଣ ଓ ପାନ କଲେ ପ୍ରବଳ ଶ୍ଵାସ ବେଶ୍ ଶାନ୍ତ ହୁଏ । କିଛି ସୁରକ୍ଷାର ପାଣିରେ ଗୋଳାଇ ସାହି ପାଣିରେ ଧୋବ କାଗଜ ବତୁରାଇ ସୁଖାଇବା ପରେ ତାହାକୁ କାହାଳି ପରି କରି ତା’ର ଧୂଆଁ ପାନକଲେ ଶ୍ଵାସର ବେଗ କମ୍ ହୋଇଥାଏ ।
2. ହେଙ୍ଗୁ
- ପାରମ୍ପାରିକ ଭାବରେ ଶ୍ବାସକ୍ରିୟା ବ୍ୟାଧି ଯଥା ବ୍ରୋଙ୍କାଇଟିସ୍, ଶ୍ଵାସରୋଗ ଇତ୍ୟାଦି ଚିକିତ୍ସା ପାଇଁ ହେଙ୍ଗୁ ବ୍ୟବହୃତ ହୁଏ । ଏହା ଶ୍ଵାସକ୍ରିୟା ଉତ୍ସାହକାରୀ ଏବଂ ଥଣ୍ଡା ଓ କାଶ ଭଲ କରିବାରେ ସାହାଯ୍ୟ କରେ ।
- ହେଙ୍ଗୁ କଫ ବନ୍ଦ କରିଥାଏ ଏବଂ ବନ୍ଦ ଛାତି ଖୋଲିବାରେ ସାହାଯ୍ୟ କରେ । ଏହାକୁ ପାଣିରେ ମିଶ୍ରଣ କରି ଏକ ରସ ବା ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ରସକୁ ଛାତିରେ ଲଗାଇବା ଦ୍ବାରା କାଶ ଦୂର କରାଯାଇପାରିବ ।
- ଶ୍ବାସରୋଗ ଲକ୍ଷଣଗୁଡ଼ିକର ପ୍ରତିରୋଧ କରିବା ପାଇଁ ଆପଣ ଅଦା ଏବଂ ମହୁ ସହିତ ମଧ୍ୟ ଏହାର ପେଷ୍ଟ ସେବନ କରିପାରିବେ ।
3. ଅଦା ଓ ମହୁ ମିଶ୍ରଣ
- ଅଦା ଏବଂ ମହୁର ପାରମ୍ପାରିକ ମିଶ୍ରଣ ଶ୍ଵାସରୋଗ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଗଳାକୁ ଶାନ୍ତ କରିଥାଏ, ଥଣ୍ଡା ଏବଂ କାଶକୁ ଚିକିତ୍ସା କରିଥାଏ ଏବଂ ଫୁସଫୁସରେ ବାୟୁ ପ୍ରବାହକୁ ସୁଧାରି ଥାଏ ।
- ପ୍ରତିଦିନ ମହୁ ଏବଂ ଅଦା, ଅଳ୍ପ ଗୋଲ ମରିଚ ସହିତ ସେବନ କରନ୍ତୁ ।
4. ଗୋଲମରିଚ ଓ ମହୁ ମିଶ୍ରଣ
- ୩୦ଟି ଗୋଲମରିଚ ନେଇ ତାହାକୁ ଭଲଭାବରେ ପେଷିବା ପରେ ଆପଣ ତାହାକୁ ପାଣିରେ ଫୁଟାଇ ଦିଅନ୍ତୁ । ଆପଣ ତାହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣିଫୁଟି ଏକଚତୁର୍ଥାଂଶ ନହୋଇ ଯାଇଛି ।
- ଏକଚତୁର୍ଥାଂଶ ପାଣି ରହିଯିବା ପରେ ଆପଣ ତାହାକୁ ଭଲ ଭାବରେ ଛାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ମହୁ ମିଶାଇ ତାହାକୁ ସକାଳ ଏବଂ ସନ୍ଧ୍ୟା ଦୁଇଥର ସେବନ କରନ୍ତୁ ।ସେବନ କରିବା ଦ୍ୱାରା ଆପଣଙ୍କୁ କାଶ ଏବଂ କଫ ସମସ୍ୟାରୁ ମୁକ୍ତି ମିଳିବ ।
5. କ୍ଷୀର
କାଶ ହେଲେ କ୍ଷୀର ପିଇବା ଉଚିତ ନୁହେଁ କାରଣ କ୍ଷୀର କାଶ ସମୟରେ ଆମ ଶରୀରରେ କଫର ମାତ୍ରାକୁ ବଢାଇଥାଏ।
ସେଥିପାଇଁ ଆପଣ ଖାଲି କ୍ଷୀର ନ ପିଇ ଏହି ଉପଚାର ପ୍ରସ୍ତୁତ କରି ପିଅନ୍ତୁ।
- ପ୍ରଥମେ ଗୋଟିଏ ପାତ୍ର ଗ୍ୟାସ ରେ ବସାନ୍ତୁ,ତାପରେ ସେଥିରେ ଅଧା କପ ପାଣି ଢାଳନ୍ତୁ। ପାଣି ଗରମ ହେଲା ପରେ ସେଥିରେ ଖଣ୍ଡିଏ ଅଦାକୁ ଭଲ ଭାବରେ ଛେଚିକି ପକାନ୍ତୁ। ଯଦି ଆପଣଙ୍କୁ ଅଧିକ କାଶ ହେଉଛି ତାହେଲେ 2ଟି ଲବଙ୍ଗ ଛେଚିକି ପକାନ୍ତୁ କାରଣ ଲବଙ୍ଗ କାଶଗୁଳି ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ।ତାପରେ ଏଥିରେ 4-5ଟି ତୁଳସୀପତ୍ର ପକାନ୍ତୁ। ତାପରେ ଅଧା ଚାମଚ ପାଖାପାଖି ଚାହା ପତି ପକାନ୍ତୁ ଯଦି ଆପଣ ଏହାକୁ ଛୋଟ ପିଲା ପାଇଁ ବନାଉଛନ୍ତି ତାହେଲେ 4ଭାଗରୁ 1ଭାଗ ମିଶାନ୍ତୁ। ସ୍ୱାଦ ଅନୁସାରେ ଚିନି ପକାଇବା।
- ଯେତେବେଳେ ଏହା ଫୁଟିବା ଆରମ୍ଭ କରିବ ସେଥିରେ 1ଗ୍ଲାସ କ୍ଷୀର ଢାଳିବା। ତାପରେ ଏହାକୁ 5ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ିଦେବା। ହଳଦୀ ମିଶା କ୍ଷୀର କାଶ,କଫ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ କିନ୍ତୁ ଅନେକ ଲୋକଙ୍କୁ ଏହାର ସ୍ୱାଦ ଭଲ ଲାଗେନି ଏବଂ ଆଲର୍ଜି ମଧ୍ୟ ଥାଏ।ସେଭଳି ପରିସ୍ଥିତିରେ ଆପଣମାନେ ଏହି ଉପଚାରକୁ ବନେଇ ସେବନ କରିପାରିବେ।5-10ମିନିଟ ଫୁଟିବା ପରେ ଆମେ ଏହାକୁ ଛାଣି ନେବା।
- ଏହାକୁ ଆପଣ ସକାଳ ବା ସନ୍ଧ୍ୟା ଯେକୌଣସି ସମୟରେ ସେବନ କରିପାରିବେ। ଯଦି ଆପଣଙ୍କୁ ଥଣ୍ଡା, କାଶ ଏବଂ କଫର ଅତ୍ୟଧିକ ସମସ୍ୟା ଅଛି ତାହେଲେ ଆପଣ ଏହାକୁ 1ଗ୍ଲାସ ସେବନ ନକରି 1କପ ରେ 3-4ଥର କରି ସେବନ କରିପାରିବେ। ଯଦି ବଡ ଲୋକ ଏହାର ସେବନ କରନ୍ତି ତହେଲେ ଏଥିରେ 2-3ଟି ଗୋଲମରିଚ କୁଟିକି ମିଶାଇ ପାରିବେ।
- ଯଦି ଛୋଟପିଲାଙ୍କ ପାଇଁ ବନାଉଛନ୍ତି ତାହେଲେ ଗୋଲମରିଚ ପକାନ୍ତୁ ନାହିଁ।ଏହାକୁ ସର୍ବଦା ଗରମ ଗରମ ପିଇବାକୁ ଚେଷ୍ଟା କରନ୍ତୁ। ଥଣ୍ଡା କରି ପିଇଲେ ଏହାର କୌଣସି ଫଳ ମିଳିବ ନାହିଁ।ଏହାକୁ ଥରେ ପିଇଲେ ଆପଣଙ୍କୁ ଉପଶମ ମିଳିବ।ଆପଣ ଚାହିଁଲେ ଏହାକୁ ନିୟମିତ ସେବନ କରିପାରିବେ।
6. ପାନ ପତ୍ର
କଫ ପାଇଁ ପାନ ପତ୍ର ମଧ୍ୟ ବେଶ୍ ଉପକାରୀ। ଯଦି ଛାତିରେ କଫ ଜମିଛି, ତେବେ ତିନି ଚାରିଟି ପାନ ପତ୍ରକୁ ଗରମ କରି ଛାତିରେ ଲେପ ଦିଅନ୍ତୁ। ଖୁବ୍ଶୀଘ୍ର କଫ ସମସ୍ୟା ଦୂର ହେବ।
7. ମହୁ ଏବଂ ଲେମ୍ବୁ
- ଗଳା ସଫା କରିବା ପାଇଁ ଆପଣ ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ମିଶ୍ରଣ କରି ସେବନ କରିପାରିବେ । ମହୁ ଏବଂ ଲେମ୍ବୁରେ ନିର୍ମିତ ଏହି ମିଶ୍ରଣରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଗଳାର ଆବରଣରେ ହେଉଥିବା ସମସ୍ୟାର ସମାଧାନ କରିବାରେ ସହାୟକ ହୋଇଥାଏ ।
- ଗୋଟିଏ ଚାମଚ ମହୁ ଓ ୨ ଚାମଚ ଲେମ୍ବୁ ରସ ଗରମ ପାଣିରେ ମିଶାଇ ପିଅନ୍ତୁ । ଏହି ଉପାୟ ଦ୍ଵାରା ଗଳା ସଫା ହୋଇଯିବ । କାରଣ ଲେମ୍ବୁ କଫକୁ କାଟିବାର କାମ କରିବ ଓ ମହୁ ଦ୍ଵାରା ଗଳାକୁ ଆରାମ ମିଳିବ ।
8. ବାସଙ୍ଗ ପତ୍ର
- ବାସଙ୍ଗ ପତ୍ରରେ ଏକ ପ୍ରକାର ଆଲ୍ କାଏଡ୍ ରହିଛି । ତାକୁ ଭାସିସାଇନ୍ କୁହନ୍ତି । ଏହି ଆଲକାଲଏଡ୍ ଶ୍ଵାସ ପାଇଁ ବହୁତ ଉପଯୋଗୀ ଏବଂ କଫ ବାହାର କରିବାରେ ସହାୟତା କରିଥାଏ । ବିଶେଷତଃ ଏହା ଶ୍ଵସନୀ ରୋଗ ପାଇଁ ଅତି ଶୀଘ୍ର କାମଦିଏ କାରଣ ଏହା ସୂଷ୍ମ ଶ୍ଵାସନଳୀରେ ଥିବା ଗ୍ରନ୍ଥିଗୁଡିକୁ ଉତ୍ତେଜନା କରିବା ଦ୍ଵାରା କଫ ସହଜରେ ତରଲି ଯାଇଥାଏ, ସତେଜ ବାସଙ୍ଗ ପତ୍ର ପନ୍ଦର / କୋଡିଏଟିରୁ ରସ ବାହାର କରି ସେଥିରେ ଚାମଚ ଦୁଇଚାମଚ ମୁହୁ ମିଶାଇ ଦିନକୁ ଦୁଇଥର ଆଠଦଶ ଦିନ ଖାଇଲେ ଶ୍ଵାସ ଯନ୍ତ୍ରଣାରୁ ରୋଗୀକୁ ଆରାମ ମିଳେ ।
- ଶ୍ଵାସରୋଗ ହେବା ଫଳରେ ଯଦି ସ୍ଵର ଭେଦ ବା ତଣ୍ଟି ପଡିଯାଇଥାଏ ତେବେ ସଦ୍ୟ ପତ୍ରକୁ ଛେଚି ରସ ବାହାର କରି ଏକ ଚାମଚ ରସରେ ଏକ ଚାମଚ ମହୁ ମିଶାଇ ପାଞ୍ଚ ସତ ଦିନ ଧରି କ୍ରମାନ୍ଵୟରେ ସେବନ କଲେ ଶ୍ଵାସ, କାଶ ଓ ସ୍ଵରଭେଦ ଦୂର ହୁଏ । ଅଦାରସ ସହିତ ପିପ୍ପଳି ଚୂର୍ଣ୍ଣ ଓ ସୈନ୍ଧବ ଲବଣ ମିଶାଇ ସେବନ କଲେ ଏହି ରୋଗ ଉପଶମ ମିଳେ ।
- ଏହା ଥଣ୍ଡା ଏବଂ କାଶରୁ ଶୀଘ୍ର ଆରାମ ପ୍ରଦାନ କରିଥାଏ, ଗଳାକୁ ସଫା କରିଥାଏ, ବ୍ରୋଙ୍କାଇଟିସ୍ ଏବଂ ଶ୍ଵାସରୋଗ ରୋଗ ପାଇଁ ବହୁତ ଉପଯୋଗୀ ଅଟେ ।
- ଦିନକୁ ଥରେ କିମ୍ବା ଦୁଇଥର ସତେଜ ବାସଙ୍ଗ ପତ୍ର କିମ୍ବା ଫୁଲର ୧୦-୨୦ ମିଲି ରସ ସେବନ କରନ୍ତୁ । ଆପଣ ଏହାର ମୂଳରୁ ମଧ୍ଯ ରସ ପ୍ରସ୍ତୁତ କରିପାରିବେ ।
- ବାସଙ୍ଗ ପତ୍ର ୧୫-୨୦ରୁ ରସ ବାହାର କରି ସେଥିରେ ୧-୨ ଚାମଚ ମୁହୁ ମିଶାଇ ଦିନକୁ ଦୁଇ ଥର ଆଠଦଶ ଦିନ ଖାଇଲେ ଶ୍ବାସ ଯନ୍ତ୍ରଣାରୁ ରୋଗୀକୁ ଆରାମ ମିଳେ ।
9. ଗାଈ ଘିଅ
ଯଦି ଆପଣଙ୍କ ଘରର ଛୋଟ ପିଲାଙ୍କୁ ସରଦୀ କାଶ ଭଳି ସମସ୍ୟା ରହିଛି କିମ୍ବା ଗଳାରେ କଫ ଜମା ହେବା ଭଳି ସମସ୍ୟା ରହିଛି ତେବେ ଆପଣ ଗାଈ ଘିଅକୁ ନେଇ ଛୋଟ ପିଲାଙ୍କ ଛାତିରେ ଘଷି ଦିଅନ୍ତୁ । ଏହା କରିବା ଦ୍ୱାରା ଗଳାରେ ଜମା ହୋଇଥିବା କଫବାହାରି ଯାଇଥାଏ ।
10. ଡିମ୍ବିରି
- ଡିମ୍ବିରି ଶ୍ୱାସନଳୀରୁ କଫ ବା ମଇଳାକୁ ଦୂର କରି ଆରାମ ପ୍ରଦାନ କରିଥାଏ । ଏହାର ପୁଷ୍ଟିକର ଗୁଣ ମଧ୍ୟ ଶ୍ଵାସକ୍ରିୟା ଏବଂ ଶ୍ଵାସକ୍ରିୟାର ସାମଗ୍ରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
- ରାତ୍ରିରେ ୩-୪ ଡିମ୍ବିରି ପାଣିରେ ଭିଜାଇ ପରଦିନ ସକାଳେ ଖାଲି ପେଟରେ ଖାଆନ୍ତୁ । ଏହାର ଉତ୍ତମ ପରିମାଣ ପାଇଁ ଆପଣ ସେହି ଭିଜାଇଥିବା ପାଣିକୁ ମଧ୍ୟ ସେବନ କରିପାରିବେ ।

0 Comments
Do you have any doubts or suggestions? Ask them here in the comments!