ସାଇନୋସାଇଟିସର ଘରୋଇ ଉପଚାର
ସାଇନୋସାଇଟିସର ଘରୋଇ ଉପଚାର
ନାକକୁ ଯେଉଁସବୁ ହାଡଗୁଡିକ ବାଟ ଖୋଲିଛନ୍ତି, ସେମାନଙ୍କର ନାଳୀ ବା ହାଡଗୁଡିକର ଖାଲି ଜାଗାରେ ଯଦି କୌଣସି କାରଣରୁ ହଠାତ୍ ବା ଦୀର୍ଘଦିନ ଧରି ପ୍ରଜ୍ଵଳନ ଲାଗି ରହିଲା ତାହାକୁ “ସାଇନୋସାଇଟିସ” କୁହାଯାଏ ।
ଲକ୍ଷଣ
- ଆଖିର ଉପରିଭାଗ ଏବଂ ତଳ ଭାଗର ମୁଖ ମଣ୍ଡଳରେ ଯନ୍ତ୍ରଣା (ଯେତେବେଳେ ଆପଣ ସାମାନ୍ୟ ଭାବରେ ହାଡରେ ଆଘାତ ଦେବେ ବା ଆଗକୁ ନଇଁବେ ସେତେବେଳେ ଏହା ଅଧିକ କଷ୍ଟଦାୟକ ହୋଇଥାଏ) ।
- ବହଳ ଶିଘାଂଣି କିମ୍ବା ପୂଜ, ସମ୍ଭବତଃ ଗନ୍ଧଦାୟକ, ପ୍ରାୟତଃ ନାକ ଚୁଣ୍ଟି ହୋଇଥାଏ ।
- ଵର (ସମୟ ସମୟରେ)
- ମୁଣ୍ଡ ଯନ୍ତ୍ରଣା
ଚିକିତ୍ସା
- ନାକ ଭିତରକୁ ଅଳ୍ପ ଲୁଣପାଣି ଶୋଷାଡନ୍ତୁ ।
- ମୁହଁରେ ଗରମ ପାଣିରେ ସେକ ଦିଅନ୍ତୁ ।
- ଗରମ ବାଷ୍ପ ଆଘ୍ରାଣ କଲେ ମଧ୍ୟ ନାକ ରୁନ୍ଧି ହୋଇଥିଲେ ବି ଆରାମ ମିଳେ ।
- ଫେନିଲେଫ୍ରାଇନ ପରି ନାକ ସଫା କରୁଥିବା ଔଷଧ ବ୍ୟବହାର କରନ୍ତୁ ।
- କୋଟ୍ରାଇମୋକ୍ସାଜୋଲ ଆମ୍ପିସିଲିନ ପେନିସିଲିନ ଭଳି ଜୀବାଣୁ ପ୍ରତିରୋଧକ ଔଷଧ ବ୍ୟବହାର କରନ୍ତୁ ।
- ଯଦି ବ୍ୟକ୍ତି ଭଲ ହେଉନାହିଁ, ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।
- ଜ୍ଵର ବା ମୁଣ୍ଡ ବିନ୍ଧା ପାଇଁ ପାରାସିଟାମଲ୍ ଦିଅନ୍ତୁ, ପ୍ରଚୁର ପାଣି ପିଅନ୍ତୁ ।
- ଶରୀରର ରୋଗ ପ୍ରତିରୋଧ କ୍ଷମତା ବଢାଇବାପାଇଁ ପୁଷ୍ଟିକର ଖାଦ୍ୟ ଖାନାନ୍ତୁ ।
ପ୍ରତିଷେଧକ
ଆପଣଙ୍କୁ ସର୍ଦ୍ଦି ହେଲେ ବା ନାକ ରୁନ୍ଧି ହୋଇଗଲେ ନାକକୁ ପରିଷ୍କାର ରଖିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଲୁଣ ପାଣି ନ ମିଳେ ତେବେ ସାଧା ପାଣିରେ ମଧ୍ୟ ଏହି କାମ ଦେବା ଗରମ ବାଷ୍ପ ଆଘ୍ରାଣ କଲେ ଉପକାର ମିଳିବ ।
ଘରୋଇ ଉପଚାର
ଏହା ଏକ ସ୍ବାସ୍ଥ୍ୟ ସମସ୍ୟା ଯାହାକୁ ସମ୍ପୂର୍ଣ୍ଣ ଠିକ କରିହେବନି, କିନ୍ତୁ କିଛି ଘରେଇ ଉପଚାର ଦ୍ଵାରା ଏଥିରୁ ଆରାମ ମିଳିପାରିବ । ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ।
ଆପଲ ସାଇଡର ଭିନେଗାର
ସାଇନସ୍ ର ପ୍ରଥମ ସଂକେତ ପାଇବା ପରେ 180 ମିଲି ଲିଟର ପାଣିରେ 1ରୁ 2 ଚାମଚ୍ ଆପଲ ସାଇଡର ଭିନେଗାର ଓ 1ଚାମଚ ମହୁ ମିଶାଇ ଦିନକୁ 3 ଥର 5 ଦିନ ଯାଏ ଖାଆନ୍ତୁ । ଏହାଦ୍ବାରା କଫ ବାହାରିଯାଏ ।
ରସୁଣ ପିଆଜ ଓ ସାଇନସ
ଗୋଟେ ଛୋଟ ପିଆଜ ଓ ରସୁଣ କୁ ଏକା ସାଙ୍ଗରେ କୁଟି କି ଗରମ ପାଣିରେ ଫୁଟେଇ ତାର ବାମ୍ଫ ନେଲେ ସାଇନସର ମୁଣ୍ଡ ବିନ୍ଧା କମିଥାଏ । ଗରମ କପଡା ବା ଗରମ ପାଣି ବୋତଲ ଗାଲରେ ସେକନ୍ତୁ । ଏହା ଗୋଟେ ମିନିଟ ଦିନକୁ 3 ଥର କରନ୍ତୁ । ନିୟମିତ ଖାଦ୍ୟରେ ମଧ୍ୟ ପିଆଜ ଓ ରସୁଣ ଖାଇଲେ ଉପକାର ହେଇଥାଏ ।
ଅଲିଭ ଅଏଲ
- ନାକ ଓ ଆଖିର ଚାରିପାଖେ ଅଲିଭ ଅଏଲ ମସାଜ କରନ୍ତୁ । ଏହା ନାକ ବନ୍ଦ ହେବାରୁ ରକ୍ଷା କରେ ଓ ସାଇନସର ଯନ୍ତ୍ରଣାବି କମ କରେ ।
- ଏହି ଉପାୟ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ ନିଶ୍ଚିତ କରନ୍ତୁ ।
ସାଇନସ୍ ସମସ୍ୟାରୁ ଆରାମ ମିଳେ
ଯଦି ଆପଣଙ୍କର ସାଇନସ୍ ସମସ୍ୟା ଅଛି ଏବଂ ଆପଣ ଅନେକ ଦିନ ପର୍ଯ୍ୟନ୍ତ ନାକ ଜନିତ ସମସ୍ୟା ଏବଂ ମୁଣ୍ଡବିନ୍ଧା ଦ୍ୱାରା ଅସୁବିଧାରେ ଭୋଗୁଛନ୍ତି । ତେବେ ଆପଣ ସକାଳେ ଏକ ଗ୍ଲାସ୍ ଗରମ ପାଣି ପିଇବାର ଅଭ୍ୟାସ କରିବା ଉଚିତ୍ | ଏହା କରିବା ଦ୍ବାରା ସାଇନସର ଲକ୍ଷଣ କମିଯାଏ ଏବଂ ବହୁତ ଆରାମ ମିଳିଥାଏ |
- -ସାଇନସ୍ ସମସାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣ ଜୀରା ଏବଂ ଗୋଲମରିଚ ମିଶ୍ରଣ ବ୍ଯବହାର କରିପାରିବେ। ଏଥିପାଇଁ ଆପଣ ୧ ଚାମଚ ଜୀରା, ୪ ରୁ ୫ ଚାମଚ ଗୋଲମରିଚ ଏବଂ ୧ ଚାମଚ ମହୁ ସେବନ କରନ୍ତୁ।
- -ଗୋଲମରିଚ ଏବଂ ଜୀରାକୁ କୌଣସି ଏକ ପାତ୍ରରେ ଗରମ କରିଦିଅନ୍ତୁ। ଏହାପରେ ଏହାକୁ ଗୁଣ୍ଡ କରି ସେଥିର ମହୁ ମିଶାଇ ଦିଅନ୍ତୁ। ଆପଣ ଏହି ମିଶ୍ରଣକୁ ଦିନରେ ୨ ଥର ସେବନ କରିପାରିବେ। ଏହାକୁ ସେବନ କରିବା ପରେ ହାଲୁକା ଉଷୁମ ପାଣି ପିଅନ୍ତୁ। ମନେରଖନ୍ତୁ ଏହି ମିଶ୍ରଣକୁ କେବେ ବି ଖାଲି ପେଟରେ ସେବନ କରନ୍ତୁ ନାହିଁ।
- -ସାଇନସ୍ ରୁ ଛୁଟକାରା ପାଇବା ପାଇଁ ଆପଣ ମେଥି ସଦାସନା ଏବଂ ଡାଲଚିନି ପେଷ୍ଟକୁ ମଧ ବ୍ଯବହାର କରିପାରିବେ। ଏହି ପେଷ୍ଟ ତିଆରି କରିବା ପାଇଁ ଆପଣ ୨ ବଡ ଚାମଚ ମେଥି ଦାନା, ୪ ରୁ ୫ଟି ଡାଲଜିନ୍ ଖଣ୍ଡ ଏବଂ ୧ ଚାମଚ ମହୁର ଆବଶ୍ଯକତା ରହିଛି।
- -ମେଥି ମଞ୍ଜି ଏବଂ ଗୋଲମରିଚକୁ ଏକ ପାତ୍ରରେ ଗରମ କରି ଦିଅନ୍ତୁ। ଏହାପରେ ମେଥି, ଗୋଲମରିଚ ଏବଂ ଡାଲଚିନି ଖଣ୍ଡକୁ ଗୁଣ୍ଡ କରିଦିଅନ୍ତୁ। ଏହି ଗୁଣ୍ଡରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହି ମିଶ୍ରଣକୁ ଦିନକରେ ଥରେ ସେବନ କରନ୍ତୁ। ଯଦି ସାଇନସ୍ ସମସ୍ଯା ଅଧିକ ଥାଏ ତେବେ ଆପଣ ଏହି ମିଶ୍ରଣକୁ ଦିନରେ ୨ ଥର ମଧ୍ଯ ସେବନ କରିପାରିବେ।
0 Comments
Do you have any doubts or suggestions? Ask them here in the comments!