ସର୍ଦ୍ଦିର ସରଳ ଚିକିତ୍ସା

ସର୍ଦ୍ଦିର ସରଳ ଚିକିତ୍ସା



ସର୍ଦ୍ଦି ନିମନ୍ତେ କୌଣସି ଟିକା ନାହିଁ । ହସ୍ତ ପ୍ରକ୍ଷାଳନ, ଆଖି, ନାକ ଓ ପାଟିକୁ ହାତ ଧୋଇ ଛୁଇଁବା ଓ ରୋଗୀଠାରୁ ଦୂରରେ ରହିଲେ ଏହି ରୋଗରୁ ରକ୍ଷା ମିଳିପାରିବ ।

ଚିକିତ୍ସା

  1. ଅଧୁନା ଡାକ୍ତରୀ ଶାସ୍ତ୍ରରେ ବା ଅନ୍ୟ କୌଣସି ଶାସ୍ତ୍ରରେ ଶର୍ଦ୍ଦି ରୋଗ ଭୋଗର ସମୟ ସୀମା କମେଇବା ନିମନ୍ତେ ଔଷଧ ନାହିଁ । କଷ୍ଟ ଲାଘବ ନିମନ୍ତେ ଔଷଧ ଦିଆଯାଏ । ବିଶ୍ରାମ, ଜଳ ପାନ, ଉଷୁମ ଲୁଣ ପାଣିରେ କୁଳି କରିବା ଭଳି ସଧାରଣ ଚିକିତ୍ସା କରାଯାଏ । ଏହାର ଯାହାବି ଉପକାର ମିଳେ ତାହାର କୌଣସି ବିଜ୍ଞାନ ସମ୍ମତ ତଥ୍ୟ ନାହିଁ ଓ ଏହାକୁ ପ୍ଲାସେବୋ ଇଫେକ୍ଟ କୁହାଯାଏ।
  2. ଲକ୍ଷଣ ଉପସମ ନିମନ୍ତେ ଆଇବୁପ୍ରୋଫେନ ଓ ପାରାସେଟାମଲ୍ ଭଳି ଔଷଧ ଦେଲେ ଯନ୍ତ୍ରଣା ଲାଘବ ହୁଏ । କାଶ ଔଷଧଦ୍ୱାରା ଯନ୍ତ୍ରଣା ଉପସମକାରୀ ଔଷଧ ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ତଥ୍ୟ ନାହିଁ  ବରଂ ପିଲାମାନଙ୍କର ହାନିକାରକ ହେବା ପ୍ରମାଣ ଅଛି। ବୟସ୍କମାନଙ୍କୁ ନାକରେ ପକେଇବା ଔଷଧ ଦିଆଯାଇ ପାରେ ।

ସର୍ଦ୍ଦିର ସରଳ ଚିକିତ୍ସା 

  1. ଯଦି ରୋଗୀ ସବଳ ଥାଏ ତେବେ ସର୍ଦ୍ଦି ଆରମ୍ଭ ହେବା ମାତ୍ରେ ସେ ହାଲୁକା ସୂର୍ଯ୍ୟ କିରଣରେ କିଛି ଦୂର ଚାଲି ଶରୀରରୁ ଝାଳ ବାହାର କରିଦେବା ଦରକାର। କାରଣ ଏହାଦ୍ୱାରା ଶରୀରର ମଇଳା ଝାଳ ରୂପରେ ଶରୀରରୁ ବାହାରି ଯାଇଥାଏ ତେଣୁ ସର୍ଦ୍ଦିର ପ୍ରକୋପ କମି ଯାଇଥାଏ। 
  2. କିନ୍ତୁ ଯଦି ରୋଗୀ ଦୁର୍ବଳ ଥାଏ ତେବେ ସେ ବିଛଣାରେ ଶୋଇ ବିଶ୍ରାମ ନେବା ଦରକାର ଏଵଂ ଘଣ୍ଟେ ଦେଢ଼ ଘଣ୍ଟା ଅନ୍ତରରେ ଏକ-ଏକ ଗ୍ଲାସ ଉଷୁମ ପାଣି ଲେମ୍ବୁରସ ମିଶାଇ ପିଇଵା ଉଚିତ। ଏପରି କରିଵା ଦ୍ୱାରା ସର୍ଦ୍ଦିର ପ୍ରକୋପ ଵହୁତ କମ ହୋଇ ଯାଇଥାଏ। 
  3. ପଥ୍ୟ- ସର୍ଦ୍ଦିରେ ସାଧାରଣ ଭାବେ ଖାଦ୍ୟ ପ୍ରତି ଅରୁଚି ସୃଷ୍ଟି ହୋଇଥାଏ ଏଵଂ ଭୋକ ମଧ୍ୟ ଲାଗି ନଥାଏ। ତେଣୁ ଯଦି ଏହି ସମୟରେ ପ୍ରକୃତିର ସଙ୍କେତକୁ ବୁଝି ଦିନେ ଵା ଦୁଇ ଦିନ ପାଇଁ ଉପବାସ କରାଯାଇପାରେ ତେବେ ଅନେକ ଉପକାର ମିଳିଥାଏ। ଏହି ସମୟରେ କେବଳ ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇବା ଉଚିତ। 
  4. ପୂର୍ଣ୍ଣ ଉପବାସ କରି ନପାରିଲେ ଦୁଇ-ତିନି ଦିନ କେବଳ କମଳା,ମୌସୁମୀ ଆଦି ରସଦାର ଫଳ ଵା ଫଳରସ ଏଵଂ ପରିବାସୁପ୍ ପିଇ ରହିବା ଦ୍ୱାରା ମଧ୍ୟ ସର୍ଦ୍ଦି କମି ଯାଇଥାଏ ତଥା କୌଣସି କଷ୍ଟ ହୋଇନଥାଏ। 
  5. ସର୍ଦ୍ଦିରେ ତୁଳସୀ,ଅଦା ଓ ଗୋଲ ମରିଚ ମିଶ୍ରିତ ପ୍ରାକୃତିକ ଚା' ଦିନରେ ୨/୩ ଥର ପିଇଲେ ମଧ୍ୟ ଅନେକ ଉପକାର ମିଳିଥାଏ। ଯଦି କାଶ ଥାଏ ତେବେ ଏହି ଚା' ରେ ମହୁ ମିଶା ଯାଇପାରେ। 
  6. ସର୍ଦ୍ଦିରେ ଅଧିକ ପରିଶ୍ରମର କାର୍ଯ୍ୟ ନକରି ଯଥା ସମ୍ଭବ ବିଶ୍ରାମ କରିଵା ଉଚିତ। ଏହା ଦ୍ୱାରା ସର୍ଦ୍ଦି ଦୂର ହେବାରେ ଅନେକ ସହାୟତା ମିଳିଥାଏ। 
  7. ଯଦି ଉପରୋକ୍ତ ପ୍ରଣାଳୀରେ ସର୍ଦ୍ଦିର ଚିକିତ୍ସା କରାଯାଏ ତେବେ ସର୍ଦ୍ଦି ସୃଷ୍ଟି କରି ପ୍ରକୃତି ଯେଉଁ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହିଁଥାଏ ତାହାର ସେହି ଉଦ୍ଦେଶ୍ୟ (ଶରୀରରେ ଜମିଥିବା ଦୂଷିତ ପଦାର୍ଥକୁ ସଫା କରି ଶରୀରକୁ ନିର୍ମଳ କରିବା) ସମ୍ପୁର୍ଣ୍ଣ ଭାବେ ସଫଳ ହୋଇ ପାରିଥାଏ।
  8. ତେଣୁ ସର୍ଦ୍ଦି ପରେ ରୋଗୀ ପୂର୍ଵ ଅପେକ୍ଷା ଅଧିକ ସ୍ଫୁର୍ତ୍ତି ଅନୁଭବ କରିଥାଏ, ଯାହାକି ଔଷଧ ପ୍ରୟୋଗ କରି ସର୍ଦ୍ଦିକୁ ଭିତରେ ଦବାଇଦେବା ଦ୍ୱାରା ହୋଇପାରି ନଥାଏ।

Post a Comment

0 Comments