ସର୍ଦ୍ଦି ବାସ୍ତବରେ କୌଣସି ରୋଗ ନୁହେଁ

ସର୍ଦ୍ଦି ବାସ୍ତବରେ କୌଣସି ରୋଗ ନୁହେଁ

ଆମ ଭିତରେ ଏମିତି କେହି ନଥିବେ ଯେ କେବେ ସର୍ଦ୍ଦି ରେ ପଡ଼ି ନଥିବେ। ସର୍ଦ୍ଦି ଏକ ଅତ୍ୟନ୍ତ ସାଧାରଣ ରୋଗ ଅଟେ। ଅନ୍ୟ ରୋଗ ତୁଳନାରେ ଏହା ସବୁଠାରୁ ଅଧିକ ଥର ହୋଇଥାଏ। ଜଣେ ବ୍ୟକ୍ତି ବର୍ଷ ରେ ୨ ରୁ ୩ ଥର ଏହି ରୋଗରେ ପୀଡିତ ହୋଇଥାଏ। ଏହା ସାଧାରଣତଃ ୩ ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ। ପ୍ରଥମ ତିନିଦିନ ଏହା ରୋଗୀକୁ ବହୁତ କଷ୍ଟ ଦେଇଥାଏ। 

ଲକ୍ଷଣ

  1. ସର୍ଦ୍ଦିରେ ନାକରୁ ପାଣି ଗଡିବ
  2. ନାକ ଭିତର ରକ୍ତିମ ହୁଏ
  3. ବାରମ୍ବାର ଛିଙ୍କ ହେବା
  4. ନାକ ବନ୍ଦ ହୋଇଯିବା
  5. ନିଶ୍ୱାସ ନେବାରେ କଷ୍ଟ ହେବା
  6. ଦେହ ଭାରି ଭାରି ବୋଧ ହେବା
  7. ମୁଣ୍ଡ ଓଜନିଆ ଲାଗିବା
  8.  ଆଳସ୍ୟ
  9. ଭୋକ ନଲାଗିବା
  10. ଗଳା ବସିଯିବା
  11. କାହାର କାହାର ମୁଣ୍ଡ ବିନ୍ଧା ସହ ଗୋଡ଼-ହାତ ମଧ୍ୟ ଘୋଳା-ବିନ୍ଧା କରେ
  12. ତଣ୍ଟି ଦରଜ ହୁଏ (୪୦ % ଲୋକଙ୍କର ତଣ୍ଟି ଦରଜ ହୁଏ)
  13. ବେଳେ ବେଳେ ମାଂସପେଶୀ ଯନ୍ତ୍ରଣା(୫୦% ଲୋକଙ୍କର ପେଶୀ ଯନ୍ତ୍ରଣା ହୁଏ)
  14. ଅନେକଙ୍କର ସର୍ଦ୍ଦି ସହିତ କାଶ ମଧ୍ୟ ହୁଏ(୫୦ % ଲୋକଙ୍କର କାଶ ହୁଏ)
  15. କେତେକଙ୍କର ଜ୍ଵର ମଧ୍ୟ ରହିଥାଏ। 

ବଡ ମଣିଷଙ୍କର ଜ୍ୱର ହୁଏ ନାହିଁ କିନ୍ତୁ ପିଲାମାନଙ୍କର ହୁଏ | ଇନଫ୍ଲୁଏଞ୍ଜା ତୁଳନାରେ କାଶ ବହୁତ ଅଳ୍ପ ହୁଏ । ବଡ ମଣିଷମାନଙ୍କର ଜର ଓ କାଶ ହେଲେ ଇନଫ୍ଲୁଏଞ୍ଜା ନିର୍ଣ୍ଣୟ କରାଯାଏ । ଖଙ୍କାର ରଙ୍ଗ ପରିସ୍କାର, ହଳଦିଆ ବା ଶାଗୁଆ ଦେଖାଯାଏ |

କାରଣ

  1. ସର୍ଦ୍ଦି ବାସ୍ତବରେ କୌଣସି ରୋଗ ନୁହେଁ, ଏହା ଶରୀରରୁ ବିଜାତୀୟ ପଦାର୍ଥକୁ ବାହାର କରି ଦେବାର ଏକ ପ୍ରାକୃତିକ ପ୍ରକ୍ରିୟା ମାତ୍ର ଅଟେ। ଦେହରେ କଫ ର ମାତ୍ରା ଅଧିକ ହୋଇ ଗଲାଣି, ତାକୁ ଶୀଘ୍ର ସଫା କରିଵା ଆବଶ୍ୟକ,ଏକଥା ସର୍ଦ୍ଦି ଆମକୁ ଜଣାଇ ଦେଇଥାଏ। 
  2. ସାଧାରଣ ଭାବରେ ଥଣ୍ଡା ଲାଗିବା କାରଣରୁ ହିଁ ସର୍ଦ୍ଦି ହୋଇଥାଏ। ଗରମ ଜାଗାରୁ ହଠାତ ଥଣ୍ଡା ଜାଗାକୁ ଚାଲିଗଲେ,ଅନେକ ସମୟ ପର୍ଯ୍ୟନ୍ତ ଥଣ୍ଡା ପବନ ଲାଗିଲେ,ପାଣିରେ ବେଶି ଓଦା ହେଲେ,ଅନେକ ସମୟ ଓଦା କପଡା ପିନ୍ଧି ରହିଲେ ସାଧାରଣତଃ ସର୍ଦ୍ଦି ହୋଇଥାଏ। 
  3. ଥଣ୍ଡା ଲାଗିବା କାରଣରୁ ଶରୀରର ଲୋମକୁପ ବନ୍ଦ ହୋଇଯାଇଥାଏ। ତେଣୁ ପ୍ରକୃତି ରୋମକୁପ ଦ୍ୱାରା ଯେଉଁ ବିଷ କୁ କାଢିଥାଏ ତାହା ବାହାରିପାରି ନଥିବା କାରଣରୁ ପ୍ରକୃତି ଏହି ବିଷ କୁ ନାକ ଦ୍ୱାରା ବାହାରକୁ କାଢି ବାକୁ ଚେଷ୍ଟା କରିଥାଏ,ଏହି ବିଷ କଫ ରୂପରେ ବାହାରକୁ ବାହାରିଥାଏ ଯାହାକୁ କି ଆମେ ସର୍ଦ୍ଦି କହିଥାଉ।
  4. କିନ୍ତୁ ଯଦି ଆମର ଅନ୍ତ୍ର ଓ କିଡନୀ ସୁସ୍ଥ ଥାଏ ଏଵଂ ଶରୀରରେ ବିଜାତୀୟ ପଦାର୍ଥର ମାତ୍ରା କମ ଥାଏ ତେବେ ଥଣ୍ଡା ଲାଗିବା ଦ୍ୱାରା ଆମକୁ କେବେ ଵି ସର୍ଦ୍ଦି ହେବନାହିଁ। କାରଣ ସେତେବେଳେ ଏହି ସ୍ୱଳ୍ପ ପରିମାଣର ବିଜାତୀୟ ପଦାର୍ଥ ପରିଶ୍ରା ତଥା ଝାଡାରେ ସହଜରେ ବାହାରି ଯାଇଥାଏ। ତେଣୁ ପ୍ରକୃତିକୁ ସର୍ଦ୍ଦି ସୃଷ୍ଟି କରିବାର ଆବଶ୍ୟକତା ପଡ଼ିନଥାଏ। ତେଣୁ ସର୍ଦ୍ଦି ପାଇଁ ଥଣ୍ଡାକୁ ଦୋଷ ଦେବାର କୌଣସି କାରଣ ନାହିଁ। 
  5. ମୂଳ କାରଣ ଶରୀର ମଧ୍ୟରେ ଜମା ହୋଇଥିବା ବିଜାତୀୟ ପଦାର୍ଥ ଅଟେ। ଥଣ୍ଡା ତ କେବଳ ଏକ ବାହାନା ଅଟେ। ସର୍ଦ୍ଦିକୁ ଏକ ଭୁତାଣୁ ଜନିତ ସଂକ୍ରାମକ ରୋଗ ବୋଲି ମଧ୍ୟ କୁହା ଯାଇଥାଏ। 
  6. ମାତ୍ର ଆମେ ଦେଖିଥାଉ ଯେ ସର୍ଦ୍ଦି ହୋଇଥିବା ଲୋକର ସମ୍ପର୍କରେ ଆସୁଥିବା ସବୁ ଲୋକଙ୍କୁ ସର୍ଦ୍ଦି ହୁଏନାହିଁ । କେବଳ ସେହିମାନଙ୍କୁ ହୁଏ ଯାହାଙ୍କ ଶରୀରରେ ବିଜାତୀୟ ପଦାର୍ଥ ଥାଏ। 
  7. କେତେକ ଲକ୍ଷଣ ୩ ସପ୍ତାହ ପର୍ଯ୍ୟନ୍ତ ରହେ । ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିମୋନିଆ ବାହାରିପାରେ ।

Post a Comment

0 Comments