ଶରତ ପୂର୍ଣ୍ଣିମା ବା (କୁମାର ପୂର୍ଣ୍ଣିମା) ବ୍ରତରେ କ୍ଷୀରି ଖାଇବାର ମହତ୍ତ୍ୱ
- କିମ୍ବଦନ୍ତୀ ଅନୁସାରେ ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଦୁଇ ଭଉଣୀ । ଲକ୍ଷ୍ମୀ ମିଠା ଖାଇବାକୁ ଭଲ ପାଆନ୍ତି ଓ ସୌଭାଗ୍ୟ ଆଣନ୍ତି । କିନ୍ତୁ ଅଲକ୍ଷ୍ମୀ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଓ ଦୁର୍ଭାଗ୍ୟ ଆଣନ୍ତି ।
- ତେଣୁ ଏହି ଦିନ କିଛି ମସଲାଯୁକ୍ତ ଖାଦ୍ୟ ଘର ବାହାରେ ରଖିଦିଆଯାଇଥାଏ । ଯାହା ଫଳରେ ଅଲକ୍ଷ୍ମୀ ସେହି ସବୁ ଖାଦ୍ୟ ନେଇ ଘର ବାହାରକୁ ଚାଲିଯିବେ ।
- ସେହିପରି ଅଳ୍ପ କିଛି ମିଷ୍ଟାନ୍ନ ଘର ବାହାରେ ରଖାଯାଏ ଏବଂ ଅଧିକ ପରିମାଣରେ ମିଷ୍ଟାନ୍ନ ଘର ଭିତରେ ରଖାଯାଇଥାଏ । ଯାହା ଫଳରେ ଲକ୍ଷ୍ମୀ ମିଠା ଖାଇବା ପାଇଁ ଘର ଭିତରକୁ ଆସିବେ ଓ ଘର ଭିତରେ ହିଁ ରହିଯିବେ ।
- କୁମାର ପୂର୍ଣ୍ଣିମା ଦିନ ସକାଳେ ତୁଳସୀରେ ଦୀପ ଜଳାନ୍ତୁ ଏବଂ ଏହାସହିତ ସିନ୍ଦୁର ମଧ୍ୟ ଅର୍ପଣ କରିବା ଉଚିତ । ଏହା ସହିତ ତୁଳସୀକୁ ଧଳା ମିଠା ଦ୍ୱାରା ଭୋଗ ଲଗାଇବା ଉଚିତ । ଏଭଳି କରୁଥିବା ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପଡ଼ିଥାଏ ।
- ଏଭଳି ପରିସ୍ଥିତିରେ ମାତାଙ୍କୁ ଉପହାର ସ୍ୱରୂପ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରିବା ଉଚିତ । ଏଥି ମଧ୍ୟରେ ସିଙ୍ଗଡ଼ା , ଦହି , ପାନ ଏବଂ ଫେଣେଇ ମୁଖ୍ୟ ହୋଇଥାଏ । କୁମାର ପୂର୍ଣ୍ଣିମା ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କୁ ଏହି ସମସ୍ତ ଜିନିଷ ଭୋଗ ଲଗାଇବା ଉଚିତ।
ଚୁଡ଼ା ସହ କ୍ଷୀର ଖାଇବା ପଛରେ ଆୟୁର୍ବେଦିକ କାରଣ
- ଏହି ଦିନ ରାତିରେ ଚୁଡ଼ା ସହ କ୍ଷୀର ଖାଇବା ପଛରେ ଏକ ଆୟୁର୍ବେଦିକ କାରଣ ରହିଛି । ଏହି ପର୍ବ ଶରତ ଋତୁରେ ପଡ଼ିଥାଏ । ଗ୍ରୀଷ୍ମ ଋତୁର ଶେଷ ସମୟ ଓ ଶୀତ ଋତୁର ଆରମ୍ଭ ସମୟକୁ ଶରତ ଋତୁ କୁହାଯାଏ ।
- ଏହି ଋତୁ ଦୁଇ ମାସ ଧରି ରହିଥାଏ । ଏହି ଋତୁରେ ଦିନ ଉଷୁମ ରହୁଥିଲା ବେଳେ ରାତିରେ ଶୀତ ଅନୁଭୂତ ହୋଇଥାଏ ।
- ଏହି ସମୟରେ ଋତୁ ପରିବର୍ତ୍ତନ ଯୋଗୁଁ ବାତ ଦୋଷ, ପିତ୍ତ ଦୋଷ ଓ କଫ ଦୋଷ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ରାତିରେ ଚୁଡ଼ା ସହ କ୍ଷୀର ଖାଇବାଦ୍ୱାରା ଏହି ସବୁ ଦୋଷ ହେବାର ସମ୍ଭାବନା କମିଯାଇଥାଏ ।
କ୍ଷୀରି ଖାଇବାର ମହତ୍ତ୍ୱ
- ଶରତ ପୂର୍ଣ୍ଣିମା ରାତିରେ କ୍ଷୀରି ଖାଇବାର ପରମ୍ପରା ରହିଛି । ଶରତ ପୂର୍ଣ୍ଣିମା ରାତିରେ ଜହ୍ନର ସୌନ୍ଦର୍ଯ୍ୟ ଅଦ୍ଵିତୀୟ ହୋଇଥାଏ । ଏହି ରାତିରେ ଜହ୍ନଙ୍କଠୁ ବାହାରୁଥିବା ଶୀତଳ କିରଣ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।
- ବିଶ୍ୱାସ ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିର ଚନ୍ଦ୍ର କିରଣରେ ଅମୃତ ବର୍ଷା ହୋଇଥାଏ । ଏହି ରାତିରେ ଚାଉଳ କ୍ଷୀରି ପ୍ରସ୍ତୁତ କରି ଏକ ସୁକ୍ଷ୍ମ କପଡ଼ାରେ ଘୋଡାଇ ତାକୁ ଖୋଲା ଆକାଶ ତଳେ ରଖିଦେବା ଉଚିତ। ତାପର ସକାଳେ ସ୍ନାନ କରିସାରିବା ପରେ କ୍ଷୀରିକୁ ମା ଲକ୍ଷ୍ମୀଙ୍କର ପ୍ରସାଦ ଭାବରେ ବାଣ୍ଟିବା ପରେ ଖାଇବା ଉଚିତ ।
- ଜହ୍ନ କିରଣ ପ୍ରଭାବରେ କ୍ଷୀରିରେ ଔଷଧୀୟ ଗୁଣ ସାମିଲ ହୋଇଥାଏ । ଏହି କ୍ଷୀରିକୁ ଖାଇବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ ।
- ଶ୍ୱାସରୋଗୀ ଙ୍କ ପାଇଁ ଏହି କ୍ଷୀରି ଅମୃତ ସମାନ ହୋଇଥାଏ । ଏଥିପାଇଁ ଅନେକ ସାମାଜିକ ସଂସ୍ଥାରେ ଶ୍ୱାସ ରୋଗୀଙ୍କ ପାଇଁ କ୍ଷୀରି ପ୍ରସ୍ତୁତ କରାଯାଇଥାଏ ।
- କୁହାଯାଏ ଯେ ଏହି କ୍ଷୀରିକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସ୍ୱରୂପ ସମ୍ପଦ ଏବଂ ଆରୋଗ୍ୟ ସ୍ୱରୂପ ବରଦାନ ପ୍ରାପ୍ତ ହୋଇଥାଏ । ଏହାସହିତ ଆପଣଙ୍କ ଘରୁ ଧନର ଅଭାବ ଦୂର ହୋଇଥାଏ । ଏଥିପାଇଁ ଚନ୍ଦ୍ର କିରଣରେ ରଖା ଯାଇଥିବା କ୍ଷୀରି ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଶେଷ ହୋଇଯାଏ ଏବଂ ଅନେକ ଋଣରୁ ମଧ୍ୟ ମୁକ୍ତି ମିଳିଥାଏ ।
- ଖିରରେ ଏକ ପ୍ରକାର ଏପରି ପଦାର୍ଥ ରହିଛି ଯାହା ଚନ୍ଦ୍ରମାଙ୍କ କିରଣରୁ ଅଧିକ ମାତ୍ରାରେ ଶକ୍ତି ଶୋଷଣ କରିଥାଏ । ଚାଉଳରେ ଥିବା ଏକ ପ୍ରକାର ପ୍ରଦାର୍ଥ ମଧ୍ୟ ଚନ୍ଦ୍ରଙ୍କ କିରଣରୁ ଶକ୍ତି ଶୋଷଣ କରିଥାଏ । ବୈଜ୍ଞାନିକଙ୍କ ମତରେ ଏହି ଖିରୀ ସେବନ କରିବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ |
- ଆଜମା ରୋଗୀଙ୍କ ପାଇଁ ଏହି ଖିରୀ ଖୁବ ଉପକାରୀ । ରାତି ସାରା ଖିରୀ ରହିବା ପରେ ଭୋର ସମୟରେ ଏହି ରୋଗୀ ଖିରୀ ସେବନ କରିବା ଉଚିତ ।


0 Comments
Do you have any doubts or suggestions? Ask them here in the comments!