ସମସ୍ତ ଲିଭର ସମସ୍ୟାର ସମାଧାନ ପାଇଁ କେତେକ ଜଡ଼ିବୁଟି

 ସମସ୍ତ ଲିଭର ସମସ୍ୟାର ସମାଧାନ ପାଇଁ କେତେକ ଜଡ଼ିବୁଟି

ଏହି ଔଷଧ ସମସ୍ତ ଲିଭର ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ, ଯେପରିକି ଖାଦ୍ୟ ଖାଇବା ମାତ୍ରେ ବାଥ ରୁମ ଯିବା, ଫ୍ୟାଟି ଲିଭର, ଜଣ୍ଡିସ, ଲିଭର ସିରୋସିସ, ଭୋକ ନ ହେବା, ପୁରୁଣା ଗ୍ୟାଷ୍ଟିକ ଇତ୍ୟାଦି l ଯଦି ଏହାକୁ ଆପଣ ଉପଯୋଗ କରୁଥାନ୍ତି ଭବିଷ୍ୟତରେ ଆପଣଙ୍କ ଲିଭର ସମ୍ବନ୍ଧୀୟ କୌଣସି ସମସ୍ୟା ହେବାର ସମ୍ଭାବନା ନାହିଁ କାରଣ ଏହା ସମସ୍ତ  ଲିଭର ସର୍ଭିସିଂ କରିଥାଏ l 

ଏହାକୁ ମଧ୍ୟ ଲିଭର ନ୍ୟୁଟ୍ରିସନ ସହ ସେବନ କଲେ ଭଲ ଫଳ ମିଳିଥାଏ l 40 ବର୍ଷ ପରେ ମଝିରେ ମଝିରେ (5/6 ବର୍ଷ ଅନ୍ତରରେ ) ଥରେ ଥରେ ଲିଭର ସର୍ଭିସିଂ କରିଦେବା ସ୍ୱାସ୍ଥ୍ୟ ସଚେତନ ଲୋକମାନଙ୍କ ପାଇଁ ବୁଦ୍ଧିମତାର  ପରିଚୟ ଦେଇଥାଏ l କାରଣ ଲିଭର ଆମ ଶରୀରର ସବୁଠୁ ବଡ଼ ଅଙ୍ଗ ଓ ଏହା ଶରୀରର 300 ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାଏ l ଏହାକୁ ମଝିରେ ମଝିରେ ସର୍ଭିସିଂ କଲେ ଦେହ ଠିକ ଠାକ ଚାଲିଥାଏ, ଆସନ୍ତୁ ଦେଖିବା ଲିଭର ପାଇଁ କେଉଁ କେଉଁ ଭଲ ଜଡିବୁଟି ଏଥିରେ ରହିଅଛି ।

ଭୂଇଁ ଅଁଳା

  1. ଏହା ଲିଭର କୋଷଗୁଡ଼ିକୁ ସଜୀବ କରିବାରେ ସାହାଯ୍ୟ କରେ ଏବଂ ଯକୃତର କାର୍ଯ୍ୟକୁ ପ୍ରୋତ୍ସାହିତ କରେ | 
  2. ଏହା Plasma Lecithin କାର୍ଯ୍ୟକଳାପରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ, ଯାହା ଯକୃତରେ ଚର୍ବି ଜମା (ଫ୍ୟାଟି ଲିଭର) କମ କରିବାରେ ସାହାଯ୍ୟ କରିଥାଏ ।
  3. ଭିଟାମିନ୍ ସ’ ରେ ଭରପୁର ଅଁଳା । ଏହାସହ ଲିଭର ସୁସ୍ଥ ରଖିବାରେ ଅଁଳାରେ ସମସ୍ତ ଗୁଣ ଭରି ରହିଛି । ଦିନକୁ ୩-୪ ଟି କଞ୍ଚା ଅଁଳା ଖାଇଲେ ଲିଭର ସୁସ୍ଥ ରହିବ ।

ଚିରେଇତା

ଯକୃତର ସ୍ୱାସ୍ଥ୍ୟ, ଦୁର୍ବଳତା, ସୁସ୍ଥତା ପାଇଁ ଏହା ଟନିକ୍ ଭାବରେ ବହୁମୂଲ୍ୟ ଅଟେ ଏବଂ ଯକୃତକୁ detoxify କରିବାରେ ମଧ୍ୟ ସାହାଯ୍ୟ କରେ |

କାକମାଚି

ଔଷଧ ଏବଂ ରାସାୟନିକ ପଦାର୍ଥର ବାରମ୍ବାର ସେବନ ଦ୍ୱାରା ଲିଭର ବିଷାକ୍ତ ହୋଇଯାଇଥିଲେ ଏହା ହେପାଟୋପ୍ରୋଟେକ୍ଟିଭ୍ ଏଜେଣ୍ଟ ଭାବରେ କାର୍ଯ୍ୟ କରେ ଓ ଲିଭର ସିରୋସିସ୍ ରୋଗରେ ଏହା ପ୍ରମାଣିତ ଅଟେ |

ଲେସିଥିନ୍

ଲେସିଥିନ୍ କଠିନ ଯକୃତ ଟିସୁକୁ କୋମଳ କରିବାରେ ସାହାଯ୍ୟ କରି ଯକୃତର ସିରୋସିସ୍ ହ୍ରାସ କିମ୍ବା ପ୍ରତିରୋଧ କରିବାରେ ସାହାଯ୍ୟ କରେ |

କାଲ୍ ମେଘ୍

ଏହା ହେପାଟୋପ୍ରୋଟେକ୍ଟିଭ୍ ଏବଂ ହେପାଟୋଷ୍ଟିମ୍ୟୁଲେଟିଭ୍ ଗୁଣ ପ୍ରଦର୍ଶନ କରେ | ଜଣ୍ଡିସ ଚିକିତ୍ସା ପାଇଁ ଏହା ଦିଆଯାଏ |

କାସନି

ଏହା ଯକୃତକୁ ସୂଚାରୁ ରୂପରେ କାର୍ଯ୍ୟ କରାଇଥାଏ ଏବଂ ପିତ୍ତର ସ୍ରୋତରେ ସାହାଯ୍ୟ କରେ |

କୁଟକି

  1. କୁଟକି ଏକ ଶକ୍ତିଶାଳୀ ଲିଭର ଆରୋଗ୍ୟକାରୀ | ଯକୃତ କାର୍ଯ୍ୟକୁ ସମର୍ଥନ କରିବା ଏବଂ ଯକୃତ ଏନଜାଇମକୁ ସ୍ୱାଭାବିକ କରିବା ପାଇଁ ଏହା ଜଣାଶୁଣା | 
  2. ଏହା ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ |

Milk Thistle Extract

ଏହା ଯକୃତକୁ ମଦ୍ୟପାନ, ବିଷାକ୍ତ ପରିବେଶରୁ ବିଷାକ୍ତ ପଦାର୍ଥର ପ୍ରତିକୂଳ ପ୍ରଭାବରୁ ରକ୍ଷା କରିବାରେ ସାହାଯ୍ୟ କରେ | ଏହା କୋଷଗୁଡ଼ିକର ପୁନ ନିର୍ମାଣରେ ମଧ୍ୟ ସାହାଯ୍ୟ କରେ |

Punarnava

ଏହି ଔଷଧ ଯକୃତକୁ ପୁନର୍ନିର୍ମାଣ କରେ ଏବଂ ଯକୃତ ରୋଗର ଚିକିତ୍ସା ପାଇଁ ଲାଭଦାୟକ ଯେପରିକି ହେପାଟାଇଟିସ୍,  ଜଣ୍ଡିସ୍, ଲୌହ ଅଭାବ ରକ୍ତହୀନତା, ଆନୋରେକ୍ସିଆ (anorexia) ଏବଂ sluggish (ଅଳସୁଆ) liver ଇତ୍ୟାଦି |

ଆସନ୍ତୁ ଦେଖିବା ଏଥିରେ ଆଉ କଣ କଣ ଅଛି ଲିଭର ପାଇଁ

ଭୃଙ୍ଗରାଜ, ଅମଲତାସ, ପାନମହୁରୀ, ମାକୟୋ, ତ୍ରିଫଳା, ଆଲୋଭେରା, ନାଗରମଥା, ସରପଙ୍ଖା, ହରିତକୀ, ଗିଲୟ(ଗୁଡୁଚି), ପପେୟା, ସୁଣ୍ଠି, ଜୁଆଣି, ମରିଚ, ସ୍ୟୋନାକ, ରେବନ୍ଦଚିନି ଇତ୍ୟାଦି

Steam bath

  1. ଆଖୁରସ
  2. ମୂଳା ରସ
  3. ନଡିଆ/ଡାବ ପାଣି
  4. ପାଳଙ୍ଗ ନାଉ ଜୁସ ଆଦି
  5. ଲେମ୍ବୁ ପାଣି ଦିନକୁ ୪/୫ ଥର
  6. ପିଜୁଳି, ତରଭୁଜ, ଡାଳିମ୍ବ, ମୌସୁମୀ, ସେଓ, ପପେୟା ଫଳ
  7. ପାଳଙ୍ଗ, ବଥୁଆ, ନାଉ, ଆମଲା , ପରିବା ଜୁସ୍
  8. ସାଲାଡ଼, ଗଜାମୁଗ, ବୁଟ
  9. ଗାଜର ରସ ଓ ପାଳଙ୍ଗ ରସ
  10. 100 ଗ୍ରାମ ଜାମୁକୋଳି,
  11. ମୁଲେଥି, ଯଷ୍ଟିମଧୁ ପାଣି ପିଇବେ
  12. ସେଓ, କଞ୍ଚା ଆମଲା 4/5 ଟି ଡେଲି,

ଘର ତୁଟୁକା

  • ସୁଖା ଆମଲା ଚୂର୍ଣ୍ଣ 4 ଗ୍ରାମ ଦିନକୁ 3 ଥର  15 ଦିନ ଖାଇବେ ବା ଆମଲା ରସ
  • ପାଚିଲା ଜାମୁକୋଳି 250 ଗ୍ରାମ ପ୍ରତିଦିନ ଖାଲି ପେଟରେ
  • ଘୋଳ ଦହି ରେ ଜିରା ଗୋଲମରିଚ ଲୁଣ  ମିଶାଇ ଦିପହରେ ଖାଇସାରି ପିଇବେ
  • ପିଆଜ ଖାଇବେ ଦିନକୁ 2ଥର
  • ଲେମ୍ବୁ ସରବତ ବିନା ଚିନିରେ ଲୁଣ ମିଶାଇ ପିଇବେ

ଜଣ୍ଡିସ

  • ମୂଳା ପତ୍ର ରସ 50ml 7 ଦିନ ପିଅନ୍ତୁ 10gm ମହୁ ମିଶାଇ
  • ସକାଳେ ଖାଲି ପେଟରେ 2 ଟି କମଳା 7 ଦିନ
  • ଘୋଳ ଦହି 1 ଗ୍ଲାସ ଗୋଲ ମରିଚ ପକାଇ    7 ଦିନ ପିଇବେ
  • 1 କପ ପାଣିରେ 1 ଚାମଚ ଗ୍ଲୁକୋଜ ଦିନକୁ 3 ଥର
  • ପୋଦିନା ରସ ମିଶ୍ରି ସହିତ ମିଶାଇ ସକାଳେ ଖାଆନ୍ତୁ 10 ଦିନ ପର୍ଯ୍ୟନ୍ତ
  • ଧଳା ବୋତଲରେ ଅଧା ବୋତଲ ଉପରେ ପାଣି ପୁରାଇ ଖରାରେ 6/7 ଘଣ୍ଟା ରଖି,  ଥଣ୍ଡା ହେଲା ପରେ ଏହି ପାଣିକୁ ପିଅନ୍ତୁ
  • ବିଟ ରୁଟ ଜୁସ ଡେଲି ପିଅନ୍ତୁ ଖାଇବା ଆଗରୁ
  • ଲିଭର ପାଇଁ ପୁଦିନା, ମହୁ, ଲେମ୍ବୁ, କମଳା ଖାଇବେ
  • ଜଣ୍ଡିସ ରେ ଗ୍ଲୁକୋଜ ଦେଇପାରିବେ
  • ରାତିରେ ଚଣା ବତୁରେଇ ଦିଅନ୍ତୁ, ସକାଳେ  ଗୁଡ଼ ସହ ମିଶାଇ 14 ଦିନ ଖାଆନ୍ତୁ
  • ଶୁଣ୍ଠୀ 10ଗ୍ରାମ ଗୁଡ଼ 10 ଗ୍ରାମ ଭଲ ଭାବେ ମିଶାଇ ଥଣ୍ଡା ପାଣି ସହିତ 14 ଦିନ  ଖାଇବେ
  • 50gm ତାଜା ଆମଲା ରସ ଓ 1 ଚାମଚ ମହୁ ମିଶାଇ ପ୍ରତିଦିନ ସକାଳେ 21 ଦିନ ଖାଇବେ
  • ରସୁଣ,  ପିପିଲ, ପାନ ପତ୍ର, ଖାଇପାରିବେ
  • ଗୋଟେ ପିଆଜକୁ ଛୋଟ ଛୋଟ କରି କାଟି + ଲେମ୍ବୁ + ଗୋଲମରିଚ + କଳା ଲୁଣ ଦିନକୁ ଦୁଇଥର

Post a Comment

0 Comments