ପବିତ୍ର ପାପାଙ୍କୁଶ ଏକାଦଶୀ କରିବା ଦ୍ୱାରା ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ

ପବିତ୍ର ପାପାଙ୍କୁଶ ଏକାଦଶୀ କରିବା ଦ୍ୱାରା ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ

ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ 'ପାପାଙ୍କୁଶ' ଏକାଦଶୀ ଭାବେ ପାଳନ କରାଯାଏ । ଏକାଦଶୀ ତିଥିରେ ବ୍ରତ କରିବା ଦ୍ୱାରା ପରମ ଲକ୍ଷ , ଭଗବତ ଭକ୍ତିକୁ ପ୍ରାପ୍ତ କରିବାରେ ସହାୟକ ହୋଇଥାଏ । ପୂର୍ଣ୍ଣ ଶ୍ରଦ୍ଧାର ସହ ଶ୍ରୀହରିଙ୍କ ସେବା କରିବା ପାଇଁ ଏହି ଦିନଟି ଖୁବ୍ ଶୁଭକାରୀ ହୋଇଥାଏ । ଏହି ଦିନ ମନବାଞ୍ଚିତ ଫଳପ୍ରାପ୍ତି ପାଇଁ ଭଗବାନ ବିଷ୍ଣୁଙ୍କ ପଦ୍ମନାଭ ସ୍ୱରୂପକୁ ପୂଜା କରାଯାଇଥାଏ । ଦେଖିବାକୁ ଗଲେ ପ୍ରତ୍ୟେକ ଏକାଦଶୀର ଭିନ୍ନ ଭିନ୍ନ ମହତ୍ୱ ରହିଛି କିନ୍ତୁ ପାପଙ୍କୁଶ ଏକାଦଶୀରେ ବ୍ରତ ରଖୁଥିବା ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ଜଣା ଅଜଣା ପାପର ପ୍ରାୟଶ୍ଚିତ ହୋଇଥାଏ । ଏହି ବ୍ରତ କରିବା ଦ୍ୱାରା ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ ।

କିମ୍ବଦନ୍ତୀ

ପୁରାତନ କାଳରେ ବିନ୍ଧ୍ୟ ପର୍ବତ ଉପରେ ନିର୍ଦ୍ଦୟ ପକ୍ଷୀଶିକାରୀ ରହୁଥିଲା । ସେ ତାର ସାରା ଜୀବନ ହିଂସା, ଚୋରୀକରିବା,ମଦ୍ୟପାନ, ଖରାପ କାମ ଆଦିରେ ବିତେଇ ଦେଇଥିଲା । ଯେବେ ତାର ଶେଷ ସମୟ ଆସିଲା ସେତବେଳେ ତାକୁ ନେବା ପାଇଁ ଯମରାଜଙ୍କ ଦୂତ ଆସି କହିଥିଲେ କି, କାଲି ତୁମ ଜୀବନର ଶେଷ ଦିନ, ମୁଁ ତୁମକୁ ନେବା ପାଇଁ କାଲି ଆସିବି । ଏହି କଥା ଶୁଣି ସେ ବହୁତ ଭୟଭୀତ ହୋଇ ଯିବା ସହ ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ପହଁଚି ଅଙ୍ଗିରାଙ୍କ ଚରଣ ସ୍ପର୍ଶ କରି ପ୍ରାର୍ଥନା କରିବାକୁ ଲାଗିଲା । ଏହାପରେ ତା ଉପରେ ମହର୍ଷି ଅଙ୍ଗିରା ପ୍ରସନ୍ନ ହୋଇ କହିଥିଲେ, ତୁମେ ଆଗାମୀ ଦିନ ହେବାକୁ ଥିବା ଶୁକ୍ଳ ଏକାଦଶୀ ବିଧି ପୂର୍ବକ ବ୍ରତ କର । ଏହାପରେ ସେ ବିଧିବିଧାନ ସହ ଏକାଦଶୀ ବ୍ରତ କରିଥିଲା ଏବଂ ଏହି ପୂଜା ବଳରେ ଭଗବାନଙ୍କ କୃପାରୁ ସେ ବିଷ୍ଣୁ ଲୋକ ଯାଇଥିଲା । ଯେତେବେଳେ ଯମରାଜର ଯମଦୂତ ଏହି ଚମତ୍କାରକୁ ଦେଖିଥିଲେ ସେ ତାକୁ ନ ନେଇ ଯମଲୋକ ଫେରି ପଳାଇଥିଲେ ।

ପୂଜା 

ଏହି ଏକାଦଶୀ ଦିନ ଗରୁଡ ଉପରେ ବିରାଜମାନ ଥିବା ଭଗବାନ୍ ବିଷ୍ଣୁଙ୍କ ଦିବ୍ୟ ରୂପକୁ ପୂଜା କରାଯାଇଥାଏ । ଏହି ଦିନ ସକାଳୁ ଉଠି ସ୍ନାନ ସାରିବା ପରେ ବ୍ରତ ପାଇଁ ସଂକଳ୍ପ ନେବା ଉଚିତ୍ । ଏହାପରେ ଭଗବାନ ବିଷ୍ଣୁଙ୍କୁ ଚନ୍ଦନ, ଅକ୍ଷତ, ଫୁଲ, ଫଳ ଆଦି ଅର୍ପଣ କରନ୍ତୁ । ପୁଣି ଏକାଦଶୀ କଥା ଶୁଣିବା ଉଚିତ୍ ଏବଂ ‘ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ଜପ କରିବା ସହ ଭଗବାନଙ୍କ ଆଳତୀ କରନ୍ତୁ ।

  1. ଏହା ସର୍ବ ପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ଅଟେ ।
  2. ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ ଯମ-ଯାତନା ଭୋଗିବାକୁ ପଡ଼େନାହିଁ ବୋଲି ଲୋକ ବିଶ୍ୱାସ ରହିଛି ।
  3. ଏହି ଏକାଦଶୀ ପାଳନ କରୁଥିବା ବ୍ୟକ୍ତି ମାତୃପକ୍ଷର ଦଶ ଓ ପିତୃପକ୍ଷର ଦଶ ତଥା ପତ୍ନୀପକ୍ଷର ଦଶ ପିଢ଼ିକୁ ଉଦ୍ଧାର କରନ୍ତି ବୋଲି କୁହାଯାଏ । ଏହି ଦିନ ସମ୍ପୂର୍ଣ୍ଣ ମନସ୍କାମନା ପ୍ରାପ୍ତି ନିମନ୍ତେ ବାସୁଦେବ ସ୍ୱରୂପର ପୂଜା କରିବା ଉଚିତ୍ ।
  4. ଜିତେନ୍ଦ୍ରିୟ ମୁନି ଚିରକାଳ ପର୍ଯ୍ୟନ୍ତ କଠୋର ତପସ୍ୟା କରି ଯେଉଁ ଫଳ ଲାଭ କରନ୍ତି, ତାହା ସେଦିନ ଭଗବାନ୍ ବିଷ୍ଣୁଙ୍କୁ ପ୍ରଣାମ କଲେ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ଅର୍ଥାତ୍ ପାପାଙ୍କୁଶ ଏକାଦଶୀ ଏଭଳି ଏକ ଏକାଦଶୀ ଯାହା ଏକ ହଜାର ଅଶ୍ୱମେଘ ଏବଂ ଏକ ଶହ ସୂର୍ଯ୍ୟ ଯଜ୍ଞ ସମାନ ଫଳ ପ୍ରଦାନ କରିବାର ହୋଇଥାଏ ।
  5. ଏହି ବ୍ରତ ସହ ଅନ୍ୟ କୌଣସି ବ୍ରତ ସମାନ ହୋଇନଥାଏ । ଏକାଦଶୀ ଦିନ ଉପବାସ ଓ ରାତିରେ ଉଜାଗର ରହିଥିବା ମନୁଷ୍ୟ ଅନାୟସରେ ବିଷ୍ଣୁଧାମକୁ ଯାଏ ବୋଲି ପୁରାଣରେ ବର୍ଣ୍ଣିତ।  ।
  6. ଏହିଦିନ ଯେଉଁ ପୁରୁଷ ସୁନା, ତିଳ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଓ ଛତା ଦାନ କରେ, ତାକୁ କେବେ ଯମରାଜଙ୍କର ଦର୍ଶନ ହୁଏ ନାହିଁ ବୋଲି କୁହାଯାଏ ।
  7. ଦରିଦ୍ର ବ୍ୟକ୍ତି ମଧ୍ୟ ସ୍ନାନ, ଜପ-ଧ୍ୟାନ ଆଦି କରିବା ପରେ ସକ୍ଷମ ଅନୁସାରେ ହୋମ, ଯଜ୍ଞ ତଥା ଦାନ କରି ପ୍ରତ୍ୟେକ ଦିନକୁ ସଫଳ କରିବା ଉଚିତ୍ ।

ଏକାଦଶୀ ତିଥିରେ ବାସ୍ତୁ ଅନୁସାରେ କିଛି ଖାସ୍‌ ଉପାୟ କରି ସମସ୍ୟା ଦୂର କରିବାର ସଫଳତା ପ୍ରାପ୍ତ କରିପାରିବେ।

ଏକାଦଶୀ ତିଥିରେ ବାସ୍ତୁ ଟିପ୍ସ

  1. ଏକାଦଶୀ ତିଥିରେ ସନ୍ଧ୍ୟାକାଳରେ ଗାଈ ଘିଅରେ ଦୀପ ଜଳାଇ ଉତ୍ତର ପୂର୍ବ ଦିଗରେ ଜଳାଇଲେ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
  2. ଏକାଦଶୀରେ ଘରରେ ବୃକ୍ଷରୋପଣ କରନ୍ତୁ ଏବଂ ତୁଳସୀ ଗଛ ଘରର ପୂର୍ବ ଦିଗରେ ଲଗାନ୍ତୁ।
  3. ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହିଦିନ କଦଳୀ ଗଛ ପାଖରେ ଦୀପ ଲଗାନ୍ତୁ।
  4. ଯଦି ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ରହେ ଏବେ ବେଡରୁମ ସଠିକ୍‌ ଦିଗରେ ନାହିଁ। ତେବେ ଏକାଦଶୀ ଦିନ ଘରର ଛାତ ଉପରେ ଗେଣ୍ଡୁ ଫୁଲ ଗଛ ଲଗାନ୍ତୁ ଏବଂ ହଳଦିଆ ରଙ୍ଗର ଧ୍ୱଜା ଲଗାଇ ବୃହସ୍ପତିକୁ ମଜବୁତ କରନ୍ତୁ।
  5. ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହିଦିନ ଦମ୍ପତି ଅଁଳା ଗଛଘର ଦୁଆରେ ଲଗାନ୍ତୁ  ।

Post a Comment

0 Comments