ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ।
ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ
ମାତାଙ୍କ ଏହି ସ୍ବରୂପରେ ଝନ ଅନ୍ଧକାର ସହ ସମାନ, କଳା ରଙ୍ଗ ହେବା କାରଣରୁ ତାଙ୍କୁ କାଳରାତ୍ରି କୁହାଯାଇଛି। ମା କାଳରାତ୍ରି କାଳ ଏବଂ ଦୁଃଖର ଅନ୍ତ କରିଥାଏ। ତାଙ୍କ ରୂପ ଅତ୍ୟନ୍ତ ଭୟାନକ ଏବଂ କେଶ ଖୋଲା ଥାଏ। ଏହା ଦେବୀଙ୍କ ବିକଟାଳ ରୂପ। ଗଳାରେ ବିଦ୍ୟୁତ୍ ସମ ଚମକୁ ଥିବା ଲମ୍ବିତ ମାଳା । ଏହାଙ୍କର ତ୍ରିନୋଟି ନେତ୍ର । ତିନୋଟି ଯାକ ନେତ୍ର ବ୍ରହ୍ମାଣ୍ଡ ପରି ବର୍ତ୍ତୁଳାକାର । ଏଥିରୁ ବିଦ୍ୟୁତ୍ ସମ ପ୍ରଭା ବରାବର ନିର୍ଗତ ହୁଏ । ଏହି ରୂପରେ ତାଙ୍କ ନାସିକାରେ ପ୍ରବାହିତ ଶ୍ୱାସ ଓ ପ୍ରଶ୍ୱାସ ବହିର୍ଗତ ବେଳେ ଅଗ୍ନିଙ୍କ ସମ ଜ୍ୱାଳାମୟୀ ଏବଂ ଭୟଙ୍କର । ଏହାଙ୍କର ବାହାନ ଗର୍ଦତ୍ତ ବା ଗଧ, ମାତା ଚତୁଭୁଜା । ଉପର ଉଠିଥିବା ଡାହାଣ ହାତଟି ବରମୁଦ୍ରାରେ ସମସ୍ତଙ୍କୁ ବର ପ୍ରଦାନ କରେ ଓ ଡାହାଣ ପଟ ନିମ୍ନହାତଟି ଅଭୟ ମୁଦ୍ରାରେ ଥାଏ । ବାମ ହାତର ଉପର ହାତରେ ଲୁହାର କଣ୍ଟା ଏବଂ ତଳ ହସ୍ତରେ ଖଡ୍ଗ ବିରାଜୁଥାଏ ।
- ଦୁର୍ଗାପୂଜାର ସପ୍ତମଦିନ ମା’ କାଳରାତ୍ରୀଙ୍କ ପୂଜା ଏବଂ ଉପାସନା କରାଯାଏ । ଏହିଦିନ ସାଧକର ମନ ସହସ୍ରାର ଚକ୍ରରେ ସ୍ଥିର ଥାଏ । ଏଥିପାଇଁ ବ୍ରହ୍ମାଣ୍ଡର ସମସ୍ତ ସିଦ୍ଧିହାସଲ ପାଇଁ ଦ୍ୱାର ମୁକ୍ତ ଥାଏ । ଏହି ଚକ୍ରରେ ସାଧକରମ ନ ସଂପୂର୍ଣ୍ଣ ଭାବରେ, କାଳରାତ୍ରିଙ୍କ ସ୍ୱରୂପରେ ନିବଦ୍ଧ ଏବଂ ଆବଦ୍ଧ ଥାଏ । ସେ ସମସ୍ତ ସକାରାତ୍ମକ ପୁଣ୍ୟ ଙ୍କର ଅଂଶୀଦାର ଥାଏ । ତା’ର ସମସ୍ତ ପାପ ବିନାଶ ହୁଏ । ତାକୁ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୁଏ ।
- ମା’ର ସ୍ମରଣ ମାତ୍ରେ ହିଁ ଦୁଷ୍ଟ ଦାନବ, ଦୈତ୍ୟ ରାକ୍ଷସ, ଭୂତ, ପ୍ରେମ ଏବଂ ସମସ୍ତ ଅନିଷ୍ଟକାରକ କାରଣମାନେ ଭୟଭୀତ ହୋଇ ଦୂରେଇ ଯାଆନ୍ତି । ଏଦେବୀ ଗ୍ରହ ଓ ବ୍ୟାଧିମାନଙ୍କର ଯମ ସଦୃଶ । ।
- ଏ ଦେବୀଙ୍କର ଉପାସକକୁ ଅଗ୍ନି, ଜଳ, ଜନ୍ତୁ, ଶତ୍ରୁ କି ରାତ୍ରି ଭୟ ବୋଲି କିଛି ଭୟ ନଥାଏ । ମା’ର କୃପାରେ ବା ଉପାସକ ଏକ ନିଶ୍ଚିତ ଓ ଭୟମୁକ୍ତ ଜୀବନ ଯାପନ କରେ ।
କିମ୍ବଦନ୍ତୀ
ପୌରାଣିକ ବିଶ୍ବାସ ଅନୁସାରେ ଥରେ ଚଣ୍ଡ-ମୁଣ୍ଡ ଏବଂ ରକ୍ତବୀଜ ନାମକ ରାକ୍ଷସ ଭୂଲୋକରେ ହାହାକାର ମଚାଇଥିଲେ। ସେତିକିବେଳେ ଦେବୀ ଦୁର୍ଗା ଚଣ୍ଡ-ମୁଣ୍ଡଙ୍କ ସଂହାର କରିଥିଲେ କିନ୍ତୁ ଯେତେବେଳେ ସେ ରକ୍ତବୀଜଙ୍କ ସଂହାର କରିଥିଲେ ସେତେବେଳେ ତା ରକ୍ତ ମାଟିରେ ପଡ଼ିବା ମାତ୍ରେ ହଜାର ହଜାର ରକ୍ତବୀଜ ଉତ୍ପନ୍ନ ହୋଇଥିଲେ। ସେତେବେଳେ ରକ୍ତବୀଜଙ୍କ ଆତଙ୍କ ସମାପ୍ତ କରିବା ପାଇଁ ମା ଦୁର୍ଗା ମା କାଳରାତ୍ରିଙ୍କ ସ୍ବରୂପ ନେଇଥିଲେ। ମା କାଳରାତ୍ରି କାଳର ଦେବୀ। ମା ଦୁର୍ଗାଙ୍କ ଏହି ସ୍ବରୂପ ଅତ୍ୟନ୍ତ ଭୟଙ୍କର।
ମା’ଙ୍କର ଏହି କାଳରାତ୍ରୀ ସ୍ୱରୂପ ଅତ୍ୟନ୍ତ ଭୟଙ୍କର । କିନ୍ତୁ ମା’ ସତରେ ଶୁଭ୍ରପଦାୟିନୀ । ଏଣୁ ମା’ଙ୍କର ଅନ୍ୟନାମ ଶୁଭଙ୍କରୀ ଅଟେ । ଏପରିସ୍ଥଳେ ମା’କୁ ଭୟ କରିବାର କୌଣସି କାରଣ ନାହିଁ ।
ମନ୍ତ୍ର
ଏକ ବେଣୀ ଜପାକର୍ଣ୍ଣପୁରା ନଗ୍ନା ଖରସ୍ଥିତା ।
ଲମ୍ବୋଷ୍ଠୀ କର୍ଣ୍ଣକାକର୍ଣ୍ଣୀ ତୈଳାଭକ୍ତ ଶରୀରିଣୀ ।
ବାମ ପାଦୋ ଲ୍ଲସ ଲ୍ଲୋହଲତା କଣ୍ଟକ ଭୂଷଣା।
ବର୍ଦ୍ଧନମୂର୍ଦ୍ଧ ଧ୍ଵଜା କୃଷ୍ଣା କାଳରାତ୍ରୀ ଭୟଂକରୀ ॥
ରଙ୍ଗ
- ଏହି ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ନାଲି ରଙ୍ଗର କପଡା ପିନ୍ଧିବା ଶୁଭ ହୋଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ମାତା କାଳରାତ୍ରୀ ନାଲି ରଙ୍ଗକୁ ବହୁତ ପସନ୍ଦ କରିଥାନ୍ତି।
- ନବରାତ୍ରିର ସପ୍ତମ ଦିନରେ ମାତା କାଳରାତ୍ରିଙ୍କୁ ପୂଜା କରାଯାଇଥାଏ ଓ ମାତାଙ୍କୁ ନୀଳ ରଙ୍ଗ ବହୁତ ପ୍ରିୟ ଅଟେ । ସେଥିପାଇଁ ନବରାତ୍ରିର ସପ୍ତମ ଦିନରେ ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହି ଦିନ ଭକ୍ତଙ୍କୁ ନୀଳ ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ଆରାଧନା କରିବା ଉଚିତ।
ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।
ପଶ୍ଚିମ ଦିଗ – ମା’ କାଳରାତ୍ରି
ଫୁଲ
- ସପ୍ତମୀ ଦିନ ଆଶୀର୍ବାଦ ଲାଭ କରିବା ପାଇଁ ମା’ଙ୍କ ପାଖରେ ରାଧା ତମାଳ ଫୁଲ ଚଢା଼ଯାଇଥାଏ ।
- ଏହି ଦିନରେ କୃଷ୍ଣ କମଳ ଫୁଲ ଅର୍ପଣ କରାଯାଏ ।
- ମାଆ କାଳୀ ଏବଂ କାଳରାତ୍ରିଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପସନ୍ଦ। ଏମାନଙ୍କୁ ୧୦୮ଲାଲ ମନ୍ଦାର ଫୁଲ ଅର୍ପିତ କରିବା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ। ମାଆ କାଳରାତ୍ରିଙ୍କୁ ଏହି ବିଶେଷ ପୂଜା ଦ୍ବାରା ଜୀବନ ସହ ଜଡ଼ିତ ସମସ୍ତ ଭୟ ଦୂର ହୋଇଯିବ।
ପୂଜା
- ନବରାତ୍ରିର ସପ୍ତମ ଦିନ ମା କାଳରାତ୍ରିଙ୍କ ପୂଜା କରିବା ଦ୍ବାରା ସାଧକଙ୍କ ସମସ୍ତ ଶତ୍ରୃଙ୍କ ନାଶ ହୋଇଥାଏ। ଆମକୁ ମାତାଙ୍କ ପୂଜା ପୂର୍ଣ୍ଣତୟାଃ ନିୟମାନୁସାରେ ଶୁଦ୍ଧ ହୋଇ ଏକାଗ୍ର ମନରେ କରାଯିବା ଉଚିତ୍।
- ମା କାଳୀଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ୍। କଳସ ପୂଜା କରିବା ପରେ ମାଆଙ୍କ ସମକ୍ଷରେ ଦୀପ ଜଳାଇ ରୋଲି,ତିଳକ କରି ପୂଜା କରିବା ଉଚିତ୍ ଏବଂ ମା କାଳୀଙ୍କ ଧ୍ୟାନ କରି ବନ୍ଦନା ଶ୍ଳୋକର ଉଚ୍ଚାରଣ କରିବା ଉଚିତ୍।
- ମାଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତଙ୍କୁ ଗଙ୍ଗାଜଳରେ ପଞ୍ଚାମୃତ ପୁଷ୍ପଗନ୍ଧା କ୍ଷେତ୍ରରେ ମାଙ୍କ ପୂଜା କରିବା ଉଚିତ।
- କାଳରାତ୍ରୀ ରୂପରେ ଦେବୀ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ସହିତ ତ୍ରିନେତ୍ର ଧାରିଣୀ, ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଣ୍ଡା ଧାରଣ କରିଥାନ୍ତି ।
- ମା’ କାଳରାତ୍ରିଙ୍କର ସ୍ୱରୂପ ବିଗ୍ରହକୁ ପ୍ରଥମେ ଭକ୍ତ ବା ଉପାସକ ହୃଦୟରେ ସ୍ଥାପନ କରିବା ଉଚିତ୍ । ମନ, ବଚନ ଏବଂ କାୟାରେ ଶୁଦ୍ଧତା ବା ପବିତ୍ରତା ରଖିବାକୁ ହୁଏ ।
- ତାପରେ ମାଙ୍କ ସ୍ତୋତ୍ର ପାଠ କରିବା ଉଚିତ୍।
- ଏହା ପରେ ମାଆଙ୍କୁ ଗୁଡ଼ ଭୋଗ କରିବା ଉଚିତ୍ ତଥା ବ୍ରାହ୍ମଣଙ୍କୁ ଗୁଡ଼ ଦାନ କରିବା ଉଚିତ୍।
ଭୋଗ
- ମାତାଙ୍କର କାଳରାତ୍ରି ସ୍ୱରୂପକୁ ଗୁଡ ଭୋଗ ଲଗାଯାଏ । ଆପଣ ଗୁଡ ଦ୍ଵାରା ତିଆରି କୌଣସି ବି ଜିନିଷ ଚଢାଇ ପାରିବେ ।
- ବିଶ୍ୱାସ ରହିଛି ଏହାଦ୍ୱାରା ଆପଣଙ୍କ ସବୁ ସଙ୍କଟ ନାଶ ହୋଇଥାଏ। ସବୁ କଷ୍ଟରୁ ମୁକ୍ତି ମିଳେ।
ସପ୍ତମ ଦିନ- ଶତ୍ରୁ ପରାଜୟ
- କାଳରାତ୍ରିଙ୍କୁ ଦେଖି ଦୁଷ୍ଟ ଭୟଭୀତ ହୋଇଥାନ୍ତି | ଦେଖିବାରେ ମା’ କଥତା ଦେଖାଯାନ୍ତି କିନ୍ତୁ ତାଙ୍କ ହୃଦୟରେ ମମତା ଭରି ରହିଛି | | | ମା’ଙ୍କ ପୂଜା ଦ୍ୱାର ନକାରାତ୍ମକ ଶକ୍ତି ଲୋପ ପାଇଥାଏ ଏବଂ ଶତ୍ରୁଙ୍କ ବିନାଶ ହୋଇଥାଏ |
- ମା’ଙ୍କ ପୂଜା ଦ୍ୱାର ଭୟ, ଦୁର୍ଘଟଣା ମଧ୍ୟ ଦୂର ହୋଇଥାଏ |
- ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୃର ନାଶ ମଧ୍ୟ ହୋଇଥାଏ।
- ମାଆ କାଳରାତ୍ରୀ ସର୍ବଦା ନିଜ ଭକ୍ତ ଉପରେ କୃପା ରଖିଥାନ୍ତି। ଏଥିପାଇଁ ମାଆଙ୍କ ନାମ ଶୁଭଙ୍କରୀ। ମାଆ ତାଙ୍କ ଭକ୍ତଙ୍କର ସବୁ ପ୍ରକାରର ଭୟ ଦୂର କରି ଥାନ୍ତି।
- ଦେବୀଙ୍କର ଏହି ସ୍ୱରୂପ ଜ୍ଞାନ ଓ ବୈରାଗ୍ୟ ପ୍ରଦାନ କରିଥାଏ |
- କାଳରାତ୍ରି ଦେବୀଙ୍କର ଏହି ସ୍ୱରୂପ ଜ୍ଞାନ ଓ ବୈରାଗ୍ୟ ପ୍ରଦାନ କରିଥାଏ |
- ମା’ କାଳରାତ୍ରୀଙ୍କ ପୂଜା କରିବା ଦ୍ୱାରା ଆକାଳ ମୃତ୍ୟୁ ଦୋଷ ଏବଂ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।
- ମାଆ କାଳରାତ୍ରୀ ବା ମହାକାଳୀଙ୍କର ଉପାସନା କଲେ ମନରେ ସାହସ ଆସିଥାଏ ଓ ଭୟ ଦୂର ହୋଇଥାଏ। ମା’ଙ୍କ ଆଗମନରେ ସମସ୍ତ ଭୂତ, ପ୍ରେତ, ରାକ୍ଷସ, ପିସାଚର ନାସ ହୋଇଥାଏ।
0 Comments
Do you have any doubts or suggestions? Ask them here in the comments!