ନାକ ଦେଖି ରୋଗ ଚିହ୍ନନ୍ତୁ

ନାକ ଦେଖି ରୋଗ ଚିହ୍ନନ୍ତୁ

ନାକ ଶ୍ଵାସକ୍ରିୟାର ଏକ ମୁଖ୍ୟ ଅଙ୍ଗ ଅଟେ । ଏହାର ଭିତର ଅଂଶ ଶିଘାଂଣି ଓ ଲୋମରେ ଆଚ୍ଛାଦିତ। ଶ୍ଵାସକ୍ରିୟା ସମୟରେ ବାୟୁ  ଗରମ ବା ଆର୍ଦ୍ର ହୋଇଥାଏ  ଏବଂ ଏହା ଫୁସୁଫୁସ୍ ରେ ପହଞ୍ଚିବା  ପୂର୍ବରୁ ଜୀବାଣୁ କିମ୍ବା ମଇଳାଗୁଡିକ  ଛାଙ୍କି  ହୋଇଯାଇଥାଏ । ନାକ ମଧ୍ୟ ଏପରି ଏକ ଅଙ୍ଗ ଯିଏକି  ଗନ୍ଧ ବାରିପାରି  ଥାଏ । ଏହା ବାୟୁରନ୍ଧ୍ରକୁ ସଂଯୋଗ କରିଥାଏ   । ଏହାକୁ ନଳୀ ବ୍ରଣ କୁହାଯାଏ   ।

ଲୋକଙ୍କୁ ଲାଗିଥାଏ ଯେ ଶୁଙ୍ଘିବା ଏବଂ ନିଃଶ୍ବାସ ନେବା ବ୍ୟତୀତ ନାକର ଆଉ କୌଣସି କାମ ନାହିଁ,ଯାହା ଭୁଲ୍। ନାକ ଆପଣଙ୍କ ହେଲଥ ଇଣ୍ଡିକେଟର ମଧ୍ୟ ହୋଇପାରେ। ନାକର ମାଂସପେଶୀ ଏବଂ ଟିସୁ ବହୁତ ସମ୍ବେଦନଶୀଳ ହୋଇଥାଏ,ଯାହା ସ୍ବାସ୍ଥ୍ୟ ବିଷୟରେ ଅନେକ କିଛି କହିଥାଏ।

ନିଶ୍ୱାସ ପ୍ରଶ୍ୱାସର ମାଧ୍ୟମ ହେଉଛି ନାକ । ଏଥିସହିତ ନାକ ଜରିଆରେ ବି ଅନେକ ରୋଗର ସଙ୍କେତ ମିଳିଥାଏ । ନାକରେ ଦେଖାଦେଉଥିବା ପରିବର୍ତ୍ତନରୁ ହିଁ ଆପଣ ଅନେକ ରୋଗ ସଂପର୍କରେ ଜାଣିପାରିବେ । ଏହାଦ୍ୱାରା ଆପଣ ସମୟ ଥାଉ ଥାଉ ବଡ ରୋଗରୁ ନିଜକୁ ରକ୍ଷା ମଧ୍ୟ କରିପାରିବେ ।

1. ନାକର ରଙ୍ଗ ଲାଲ୍ ହେବା

  1. ଆର୍ୟୁବେଦିକ ବିଶେଷଜ୍ଞଙ୍କ ମତରେ, ଯଦି ଆପଣଙ୍କ ନାକର ରଙ୍ଗ ଲାଲ୍ ହୋଇଯାଏ ତେବେ ଏହା ବ୍ଲଡ ପ୍ରେସର ବୃଦ୍ଧି ପାଇବାର କାରଣ ହୋଇପାରେ । 
  2. ଅଧିକ ଚିନି ଏବଂ ନିଶାଜାତ ଦ୍ରବ୍ୟ ସେବନ କରିବା ଦ୍ୱାରା ନାକର ରଙ୍ଗ ଏଭଳି ହୋଇଯାଇଥାଏ । ତେବେ ଏଭଳି ଅନେକ ପ୍ରକାରର ପରିବର୍ତ୍ତନ ଅନେକ ରୋଗର ସଙ୍କେତ ଦେଇଥାଏ ।
  3. ବିନା କୌଣସି କାରଣରେ ନାକ ଲାଲ ହେବା ଅତ୍ୟଧିକ ଥଣ୍ଡା,ଜ୍ବର ଏବଂ ଆଲର୍ଜି ବ୍ୟତୀତ ରାଇନୋଫାୟମା, ରୋଜେସିୟା ଆଦି ରୋଗର ମଧ୍ୟ ସଙ୍କେତ ହୋଇପାରେ। ଏପରି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ୍।

2. ଧଳା ନାକ

ନିମ୍ନବ୍ଲଡ ପ୍ରେସର, ହାର୍ଟ ଜନିତ ସମସ୍ୟା ଏବଂ ରକ୍ତହୀନତା ଭଳି ସମସ୍ୟା ଥିଲେ ନାକରେ ଏଭଳି ପରିବର୍ତ୍ତନ ଦେଖାଦେଇଥାଏ ।

3. ନାକରୁ ରକ୍ତ ବାହାରିବା

  1. ନାକରୁ ହଠାତ୍ ରକ୍ତ ବାହାରିବା ଡ୍ରାଇ ସାଇନସର ସଙ୍କେତ ହୋଇପାରେ। ନାକ ସଂକ୍ରମଣ ବା ଖରାଦିନରେ ନାକର ଭିତର ଅଂଶ ଅତ୍ୟଧିକ ଶୁଖିଗଲେ ନାକରୁ ରକ୍ତ ପଡିଥାଏ   । 
  2. ଏହା ସହ ଗରମ ଏବଂ ଅତ୍ୟଧିକ ଖଟା ଜିନିଷ ଖାଇବା ଦ୍ବାରା ନାକର ଶିରା ଫାଟି ଯାଇଥାଏ। ଯାହା ଫଳରେ ନାକରୁ ରକ୍ତ ବାହାରିଥାଏ। 
  3. ଏହା ବ୍ୟତୀତ ନାକରୁ ରକ୍ତ ବାହାରିବା ଉଚ୍ଚ ରକ୍ତଚାପ,ହେମୋଫିଲିଆ,ଆଲର୍ଜିର ସଙ୍କେତ ହୋଇପାରେ। ଯଦି ୩୦ମିନିଟ୍ ଯାଏଁ ରକ୍ତ ବାହାରିବା ବନ୍ଦ ନ ହୁଏ ତେବେ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।
  4. ନାକରୁ  ରକ୍ତ ପଡିବା ସାଧାରଣତଃ ନାକ ଭିତର ଖଣ୍ଡିଆହେଲେ, ରକ୍ତ ଓ ଯକୃତର ଅସୁସ୍ଥତା ନାକରୁ ରକ୍ତ ପଡିବାର କାରଣ ହୋଇପାରେ   ।
  5.  ଯଦି କୌଣସି ବ୍ୟକ୍ତିଙ୍କର କିଛି କାରଣ ନ ଥାଇ ବାରମ୍ବାର ରକ୍ତ ପଡେ, ତୁରନ୍ତ ଡାକ୍ତରୀ ଚିକିତ୍ସା କରିବା ଆବଶ୍ୟକ   ।

4. ଶୁଙ୍ଘିଲେ ଗନ୍ଧ ଜାଣି ନ ପାରିବା

  1. ଆଜିକାଲି କରୋନା ରୋଗୀଙ୍କଠାରେ ମଧ୍ୟ ଶୁଙ୍ଘିବାର କ୍ଷମତା ଦୁର୍ବଳ ହେବାର ଲକ୍ଷଣ ଦେଖାଯାଉଛି। 
  2. ଏହା ଥଣ୍ଡା ଏବଂ ଡାଇବେଟିସର ମଧ୍ୟ ଲକ୍ଷଣ। 
  3. ଉଚ୍ଚ ରକ୍ତଚାପ ଶୁଙ୍ଘିବାର ତନ୍ତ୍ରିକାକୁ ନଷ୍ଟ କରି ଦେଇଥାଏ। 
  4. ଏହା ବ୍ୟତୀତ ଏହାର କାରଣ ନ୍ୟୁରୋ-ଡିଜେନେରେଟିଭ ରୋଗ ଯେପରିକି-ଅଲଜାଇମର ଏବଂ ପାର୍କିନସନ,ନାଜାଲ୍ ପଲିପ୍ସ ମଧ୍ୟ ହୋଇପାରେ।

5. ନାକରେ ହଳଦିଆ ଏବଂ ଧଳା ରଙ୍ଗର ବ୍ରଣ ବାହାରିବା

ଅତ୍ୟଧିକ ମାତ୍ରାରେ ଫ୍ୟାଟି ଫୁଡ୍ ଖାଇବା ଦ୍ୱାରା ଏଭଳି ବ୍ରଣ ନାକରେ ଉଠିଥାଏ । ଏହା ପାଚନ ତନ୍ତ୍ରରେ ଦେଖାଦେଉଥିବା ସମସ୍ୟା କାରଣରୁ ହୋଇପାରେ ।

6. ବିନା କୌଣସି କାରଣରେ ଗନ୍ଧ ହେବା

କାଳ୍ପନିକ ଗନ୍ଧ ହେବାକୁ ଫ୍ୟାଣ୍ଟମ୍ ସ୍ମେଲ୍ କୁହନ୍ତି। ଅର୍ଥାତ୍,ଏପରି ଜିନିଷର ଗନ୍ଧ ହେବା ଯାହା ଆଖପାଖରେ ହେଉ ନଥିବ। ଏପରି ହେବା ସାଇନସ୍ ଇନଫେକ୍ସନ୍ କିମ୍ବା ମସ୍ତିଷ୍କ ସହ ଜଡ଼ିତ କୌଣସି ନ୍ୟୁରୋ-ଡିଜେନେରେଟିଭ ରୋଗର ସଙ୍କେତ ହୋଇପାରେ।

7. ନାକ ଫୁଲିଯିବା

ଯଦି ବିନା କୌଣସି ଆଘାତରେ ନାକ ହଠାତ୍ ଫୁଲିଯାଏ କିମ୍ବା ନାକରେ ଯନ୍ତ୍ରଣା ହୁଏ ତେବେ ଏହା ଉଭୟ ହାର୍ଟ ଏବଂ କିଡନୀ ଡ୍ୟାମେଜ ହେବାର ସଙ୍କେତ ଦେଇଥାଏ ।

8. କଫର ରଙ୍ଗ କହିଥାଏ ସ୍ବାସ୍ଥ୍ୟାବସ୍ଥା

  1. ହଳଦିଆ କିମ୍ବା ସବୁଜ କଫ ଭାଇରାଲ୍ କିମ୍ବା ବ୍ୟାକ୍ଟେରିଆଲ୍ ସଂକ୍ରମଣର ସଙ୍କେତ ହୋଇପାରେ।
  2. ଧୂସର କଫ ବାୟୁ ପ୍ରଦୂଷଣ ବ୍ୟତୀତ ରକ୍ତ ଶୁଖି ଯିବାର ସଙ୍କେତ ହୋଇଥାଏ। ଅତ୍ୟଧିକ ତମାଖୁ ଖାଇବା ଦ୍ବାରା ଲୋକଙ୍କର ଧୂସର କଫ ବାହାରିଥାଏ।
  3. କଳା କଫ ଶ୍ବାସ ତନ୍ତ୍ରରେ ଫଙ୍ଗଲ୍ ଇନଫେକ୍ସନର ସଙ୍କେତ ହୋଇଥାଏ ।

9. ନାକରେ ଲାଲ ଏବଂ କଳା ରଙ୍ଗର ଦାଗ ସୃଷ୍ଟି ହେଲେ

ନାକ ଉପରେ ଦେଖାଦେଉଥିବା କଳା ଏବଂ ଲାଲ ରଙ୍ଗର ସ୍ପଟ Akskritori system ଏବଂ ବ୍ଲର୍ଡ ସର୍କ୍ୟୁଲେସନ ସିଷ୍ଟମରେ କୌଣସି ସମସ୍ୟା ଥିବା ନେଇ ଦର୍ଶାଇଥାଏ ।

ତେଣୁ ଯଦି ଆପଣଙ୍କଠାରେ ଏଭଳି କୌଣସି ପରିବର୍ତ୍ତନ ଦେଖାଦେଉଛି ତେବେ ତୁରନ୍ତ ସତର୍କ ହେବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Post a Comment

0 Comments