ନବମ ଦିନରେ ସିଦ୍ଧିଦାତ୍ରୀଙ୍କ ଉପାସନା କରିବା ଦ୍ୱାର ସିଦ୍ଧି ପ୍ରାପ୍ତ ହୋଇଥାଏ
ମା' ଲକ୍ଷ୍ମୀଙ୍କ ଭଳି ମା' ସିଦ୍ଧିଦାତ୍ରୀ କମଳ ଉପରେ ବିରାଜମାନ କରନ୍ତି। କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହାନ ସିଂହ ଭାବେ ଦର୍ଶାଯାଇଥିବା ବେଳେ ସେ ପଦ୍ମ ଉପରେ ଉପବେଶନ କରିଥାନ୍ତି । ତାଙ୍କର ଚାରି ହସ୍ତ ରହିଛି। ଏହି ରୂପରେ ପଦ୍ମାସନା ଦେବୀ ବାଇଗଣୀ ରଙ୍ଗର ପୋଷାକ ପରିଧାନ କରି ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି । ତାଙ୍କ ଦକ୍ଷିଣ ନିମ୍ନ ହସ୍ତରେ ଚକ୍ର, ଦକ୍ଷିଣ ଉପର ହସ୍ତରେ ଗଦା, ବାମ ନିମ୍ନ ହସ୍ତରେ ଶଙ୍ଖ ଏବଂ ବାମ ଉପର ହସ୍ତରେ ପଦ୍ମ ପୁଷ୍ପ ଧାରଣ କରିଥାନ୍ତି । ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ।
- ମାର୍କଣ୍ଡେୟ ପୁରାଣ ଅନୁସାରେ ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଈଶିତ୍ଵ ଏବଂ ବଶିତ୍ଵ ଏହି ଆଠ ଗୋଟି ହେଉଛନ୍ତି ସିଦ୍ଧି ।
- ବ୍ରହ୍ମବୈବର୍ତ ପୁରାଣ ର ଶ୍ରୀକୃଷ୍ଣ ଜନ୍ମ ଖଣ୍ଡ ରେ ଏହି ସଂଖ୍ୟା ଅଠର (୧୮) ବୋଲି କୁହା ଯାଇଛି । ସେ ସବୁ ଏହି ପ୍ରକାର ର :- ୧- ଅଣିମା, ୨- ଲଘିମା, ୩- ପ୍ରାପ୍ତି, ୪- ପ୍ରାକାମ୍ୟ, ୫- ମହିମା, ୬- ଈଶିତ୍ଵ, ବାଶିତ୍ଵ, ୭- ସର୍ଵକାମାବସାୟିତା, ୮- ସର୍ଵଜ୍ଞତ୍ଵ, ୯- ଦୂରଶ୍ରବଣ, ୧୦- ପରକାୟପ୍ରବେଶନ, ୧୧- ବାକ୍ସିଦ୍ଧି, ୧୨- କଲ୍ପବୃକ୍ଷତ୍ଵ, ୧୩- ସୃଷ୍ଟି, ୧୪- ସଂହାରକରଣସାମର୍ଥ୍ୟ, ୧୫- ଅମରତ୍ଵ, ୧୬- ସର୍ଵନ୍ୟାୟକତ୍ଵ, ୧୭- ଭାବନା ଓ ୧୮- ସିଦ୍ଧି ।
ସନ୍ଧି ପୂଜା
- ସନ୍ଧି ପୂଜା କଅଣ ବୋଲି ଅନେକ ପ୍ରଶ୍ନ କରିଥାନ୍ତି । ଶାରଦୀୟ ନବରାତ୍ରି ର ଏହି ଦୂର୍ଗା ପୂଜା ଅଷ୍ଟମୀ ଲଗ୍ନ ଶେଷ ଏବଂ ନବମୀ ଲଗ୍ନ ର ଆରମ୍ଭ କାଳ କୁ ସନ୍ଧି ସମୟ କୁହାଯାଏ । ଏହି ଦିନ ପାରମ୍ପରିକ ବସ୍ତ୍ର ଓ ପାରମ୍ପରିକ ବିଧି ରେ ଦେବୀ ଙ୍କର ପୂଜା ବିଧାନ ହୁଏ । ସମଗ୍ର ଭାରତ ରେ, ପାଞ୍ଜି ବା ପଞ୍ଚାଙ୍ଗ ଅନୁସାରେ, ଅଷ୍ଟମୀ ତିଥି ର ଶେଷ ୨୪ ମିନିଟ ଓ ନବମୀ ତିଥି ର ଆରମ୍ଭ ୨୪ ମିନିଟ, ମୋଟ ୪୮ ମିନିଟ କୁ ସନ୍ଧି ପୂଜାର ଅବଧି ହିସାବରେ ନିଆଯାଏ ।
- ଏହି ସନ୍ଧି ପୂଜା ରେ ୧୦୮ ଦୀପ, ୧୦୮ ପଦ୍ମ, ୧୦୮ ବେଲ ପତ୍ର, ବିଭିନ୍ନ ଗହଣା, ପାରମ୍ପରିକ ବସ୍ତ୍ର, ମନ୍ଦାର ଫୂଲ, ଅକ୍ଷତ ଅରୁଆ ଚାଉଳ ଏବଂ ଏକ ଲାଲ ରଙ୍ଗର ଫଳ ର ଉପଯୋଗ କରାଯାଏ । ମା' ଦୁର୍ଗା ଙ୍କର ଶୃଙ୍ଗାର ହୁଏ । ଏହା ପରେ ମା' ଦୁର୍ଗା ଙ୍କର ମନ୍ତ୍ର ଜପ କରି ଆରତୀ କରା ଯାଏ । ଏହା ପରେ ନବମୀ ପୂଜାର ପ୍ରାରମ୍ଭ ହୁଏ ।
କିମ୍ବଦନ୍ତୀ
- ଦେବୀ ପୁରାଣ ଅନୁସାରେ ଭଗବାନ ଶିବ କଠିନ ତପସ୍ୟା କରି ମା' ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ। ଏହା ସହ ମା' ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇଯାଇଥିଲା। ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ।
- ପୌରାଣିକ ମତ ଅନୁସାରେ ଏହା ପଛରେ ଏକ ଶକ୍ତିଶାଳୀ କାରଣ ରହିଛି । ଯେଉଁ ସମୟରେ ମା' ଚାମୁଣ୍ଡା ଏବଂ ମହିଷାସୁର ଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲି ଥିଲା ଠିକ ସେହି ସମୟ ରେ ଚଣ୍ଡ ଏବଂ ମୁଣ୍ଡ ନାମକ ଦୁଇ ରାକ୍ଷସ, ମାତା ଚାମୁଣ୍ଡା ଙ୍କ ପିଠ ଉପରେ ଆକ୍ରମଣ କରି ଦେଲେ । ଏହି ଆକ୍ରମଣ ଦେଖି ମାତା ଙ୍କ ମୁଖ ମଣ୍ଡଳ, କ୍ରୋଧିତ ହେବା କାରଣରୁ, ନୀଳ ପଡି ଗଲା । ମାତା ଭୟଙ୍କର ଯୁଦ୍ଧ ରେ ସେ ଦୁଇ ରାକ୍ଷସ ଙ୍କୁ ବଧ କଲେ । ସେହି ସମୟ, ଏହି ଅଷ୍ଟମୀ ଓ ନବମୀ ସନ୍ଧି ସମୟ, ରେ ନିଜର ସମ୍ପୂର୍ଣ ଶକ୍ତି ପ୍ରୟୋଗ କରି ଚଣ୍ଡ ଏବଂ ମୁଣ୍ଡ ରାକ୍ଷସ ଦ୍ଵୟଙ୍କୁ ବଧ କରିଥିଲେ ।
ମନ୍ତ୍ର
1. ସିଦ୍ଧ ଗନ୍ଧର୍ବଯକ୍ଷା ଧୌରସୁରୈରମରୈରପି
ସେବ୍ୟମାନା ସଦା ଭୂୟାତ୍ ସିଦ୍ଧଦା ସିଦ୍ଧିଦାୟିନୀ ।
2. “ଓଁ ହ୍ରୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ ନମୋ ନମଃ”
3. ଯା ଦେବୀ ସର୍ବଭୂତେଷୁ ମା' ସିଦ୍ଧିଦାତ୍ରୀ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।
ଧ୍ୟାନମ୍
ବନ୍ଦେ ବାଞ୍ଛିତମନୋରଥାର୍ଥଂ ଚନ୍ଦ୍ରାର୍ଧକୃତଶେଖରାମ୍ ।
କମଲସ୍ଥିତାଂ ଚତୁର୍ଭୁଜାଂ ସିଦ୍ଧିଦାଂ ୟଶସ୍ଵନୀମ୍ ॥
ସ୍ଵର୍ଣବର୍ଣନିର୍ଵାଣଚକ୍ରସ୍ଥିତାଂ ନବମଦୁର୍ଗାଂ ତ୍ରିନେତ୍ରାମ୍ ।
ଶଙ୍ଖଚକ୍ରଗଦା ପଦ୍ମଧରାଂ ସିଦ୍ଧିଦାତ୍ରୀଂ ଭଜେଽହମ୍ ॥
ପଟାମ୍ବରପରିଧାନାଂ ସୁହାସ୍ୟାଂ ନାନାଲଙ୍କାରଭୂଷିତାମ୍ ।
ମଞ୍ଜୀରହାରକେୟୂରକିଙ୍କିଣୀରତ୍ନକୁଣ୍ଡଲମଣ୍ଡିତାମ୍ ॥
ପ୍ରଫୁଲ୍ଲବଦନାଂ ପଲ୍ଲବାଧରାଂ କାନ୍ତକପୋଲାଂ ପୀନପୟୋଧରାମ୍ ।
କମନୀୟାଂ ଲାବଣ୍ୟାଂ କ୍ଷୀଣକଟିଂ ନିମ୍ନନାଭିଂ ନିତମ୍ବନୀମ୍ ॥
ସ୍ତୋତ୍ରମ୍
କଞ୍ଜନାଭାଂ ଶଙ୍ଖଚକ୍ରଗଦାଧରାଂ ମୁକୁଟୋଜ୍ଜ୍ଵଲାମ୍ ।
ସ୍ମେରମୁଖି ଶିବପତ୍ନି ସିଦ୍ଧିଦାତ୍ରି ନମୋଽସ୍ତୁ ତେ ॥
ପଟାମ୍ବରପରିଧାନାଂ ନାନାଲଙ୍କାରଭୂଷିତାମ୍ ।
ନଲିନସ୍ଥିତା ନଲିନାକ୍ଷୀ ସିଦ୍ଧିଦାତ୍ରୀ ନମୋଽସ୍ତୁ ତେ ॥
ପରମାନନ୍ଦମୟୀ ଦେବୀ ପରବ୍ରହ୍ମ ପରମାତ୍ମା ।
ପରମଶକ୍ତି ପରମଭକ୍ତି ସିଦ୍ଧିଦାତ୍ରୀ ନମୋଽସ୍ତୁ ତେ ॥
ବିଶ୍ଵକର୍ତ୍ରୀ ବିଶ୍ଵଭର୍ତ୍ରୀ ବିଶ୍ଵହର୍ତ୍ରୀ ବିଶ୍ଵପ୍ରୀତା ।
ବିଶ୍ଵାର୍ଚିତା ବିଶ୍ଵାତୀତା ସିଦ୍ଧିଦାତ୍ରୀ ନମୋଽସ୍ତୁ ତେ ॥
ଭୁକ୍ତିମୁକ୍ତିକାରଣୀ ଭକ୍ତକଷ୍ଟନିବାରିଣୀ ।
ଭବସାଗରତାରିଣୀ ସିଦ୍ଧିଦାତ୍ରୀ ନମୋଽସ୍ତୁ ତେ ॥
ଧର୍ମାର୍ଥକାମପ୍ରଦାୟିନୀ ମହାମୋହବିନାଶିନୀ ।
ମୋକ୍ଷଦାୟିନୀ ସିଦ୍ଧିଦାତ୍ରୀ ଋଦ୍ଧିଦାତ୍ରୀ ନମୋଽସ୍ତୁ ତେ ॥
କବଚମ୍
ଓଙ୍କାରଃ ପାତୁ ଶୀର୍ଷେ ମାଂ, ଐଂ ବୀଜଂ ମାଂ ହୃଦୟେ ।
ହ୍ରୀଂ ବୀଜଂ ସଦା ପାତୁ ନଭୋ ଗୃହୋ ଚ ପାଦୟୋଃ ॥
ଲଲାଟକର୍ଣୌ ଶ୍ରୀଂ ବୀଜଂ ପାତୁ କ୍ଲୀଂ ବୀଜଂ ମାଂ ନେତ୍ରଘ୍ରାଣୌ ।
କପୋଲଚିବୁକୌ ହସୌଃ ପାତୁ ଜଗତ୍ପ୍ରସୂତ୍ୟୈ ମାଂ ସର୍ଵବଦନେ ॥
ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।
ଦକ୍ଷିଣ – ପୂର୍ବ ଦିଗ – ସିନ୍ଧିଦାତ୍ରୀ
ଫୁଲ
- ମା’ ସିଦ୍ଧିଦାତ୍ରୀଙ୍କ ପ୍ରିୟ ଫୁଲ ଚମ୍ପା । ନବମୀ ଦିନ ମା’ଙ୍କ ପାଖରେ ଚମ୍ପା ଫୁଲର ମାଳା ଅର୍ପଣ କରାଯାଇଥାଏ ।
- ଏହି ସହିତ ପ୍ରତିଦିନ ମାତାଙ୍କୁ ଅପରାଜିତା ଓ ମନ୍ଦାର ଫୁଲ ନିଶ୍ଚିତ ଅର୍ପଣ କରନ୍ତୁ ।
ରଙ୍ଗ
- ଦେବୀ ସିଦ୍ଧଦାତ୍ରୀ ନୀଳ ରଙ୍ଗକୁ ଅଧିକ ପସନ୍ଦ କରୁଥିବାରୁ ତାଙ୍କର ରଙ୍ଗ ହେଉଛି ନୀଳ ।
- ଏହି ଦିନ ଭକ୍ତ ଜାମୁକୋଳି ବା ବାଇଗଣୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜା କଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଏ।
- ମାତା ସିଦ୍ଧିଦାତ୍ରୀ ନାଲି ଏବଂ ହଳଦିଆ ରଙ୍ଗ ପସନ୍ଦ କରନ୍ତି। ନବରାତ୍ରୀର ଶେଷ ଦିନରେ ମାତା ନାଲି କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ |
ଭୋଗ
- ଏହି ଦିନରେ ମାଙ୍କୁ ରାଶି ଲଡୁର ଭୋଗ ଲଗାଇବା ଉଚିତ ।
- ଏହିଦିନ ମାତାଙ୍କୁ କଳା ଚଣା, ରାଷି,ପୁରୀ ,ଖିରି ଆଦି ଭୋଗ ଲଗାଯାଇଥାଏ। ଏହାଦ୍ୱାରା ଭକ୍ତଙ୍କର ମନୋସ୍କମନା ପୂର୍ଣ୍ଣ ହୋଇଥାଏ।
- ଧାନରୁ ତିଆରି ହୋଇଥିବା ଖଇ ମାତା ସିଦ୍ଧିଦାତ୍ରୀଙ୍କର ଅତି ପ୍ରିୟ । ତେଣୁ ମାତା ସିଦ୍ଧିଦାତ୍ରୀଙ୍କୁ ଖଇ ଅର୍ପଣ କରାଯାଏ ।
ପୂଜା
- ନବରାତ୍ରୀର ନବମ ଦିନରେ ସିଦ୍ଧିଦାତ୍ରୀଙ୍କ ପୂଜା ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳ ଫୁଲ ଆଦି ଅର୍ପଣ କରି ସମାପନ କରାଯାଏ।
- ନବମୀ ଅବସରରେ ସିଦ୍ଧିଦାତ୍ରୀ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
- ସେଥିପାଇଁ ଘରେ ହଳଦିଆ ଏବଂ ଲାଲ ରଙ୍ଗର କପଡା ବିଛାଇ ତାଉପରେ ନବଦୁର୍ଗା ସହିତ ସିଦ୍ଧିଦାତ୍ରୀଙ୍କ ମୂର୍ତ୍ତି ରଖି ବିଧିବିଧାନ ସହ ପୂଜା କରନ୍ତୁ ।
- ଗାଈ ଘିଅରେ କେସରେ ମିଶାଇ ଦୀପ ଜଳାନ୍ତୁ ।
- ନଅଟି ଅଲଗା ଅଲଗା ଅଗରବତୀ ଜଳାଇ ଧୂପ ଦିଅନ୍ତୁ ।
- ନଅ ପ୍ରକାରର ଫୁଲ ଚଢାଇବା ସହ ଫଳ ଭୋଗ ଲଗାନ୍ତୁ ।
- ଏହାସହିତ ନୂଆ ଧାନରେ ଖେଚୁଡି କରି ପ୍ରସାଦ ଲଗାନ୍ତୁ ।
- ପୂଜା ଶେଷରେ ନଅଟି କନ୍ୟାଙ୍କୁ ପୂଜା କରି ତାଙ୍କୁ ପ୍ରସାଦ ଖୁଆଇ ଦକ୍ଷିଣା ଦେଇ ତାଙ୍କୁ ମୁଣ୍ଡିଆ ମାରନ୍ତୁ ।
- ଯଜ୍ଞ ଶେଷରେ ହୋମ ଅଗ୍ନିରେ କ୍ଷୀର ଢାଳି ନବଗ୍ରଙ୍କୁ ଶାନ୍ତି କରାଯାଏ।
ନବମ ତଥା ଶେଷ ଦିନ- ସିଦ୍ଧି ପ୍ରାପ୍ତି
- ମା’ଙ୍କୁ ଉପାସନା କରିବା ଦ୍ୱାର ସବୁ ପ୍ରକାର ସିଦ୍ଧି ପ୍ରାପ୍ତ ହୋଇଥାଏ |
- ନବମ ଦିବସରେ ଆଧ୍ୟାତ୍ମିକ ଦିଗରେ ପୂର୍ଣ୍ଣତା ପ୍ରାପ୍ତି ନିମନ୍ତେ ଉପାସନା କରିବା ଉଚିତ।
- ନବଦୁର୍ଗାଙ୍କ ନବମ ତଥା ଅନ୍ତିମ ରୂପ ହେଲେ ସିଦ୍ଧିଦାତ୍ରୀ ଯିଏକି ମାନବ ସମାଜକୁ ଅଦ୍ଭୁତ ସିଦ୍ଧି, କ୍ଷମତା ପ୍ରଦାନ କରିଥାଆନ୍ତି |
- ମା’ ଦୁର୍ଗାଙ୍କୁ ଏହି ବେଶରେ ପୂଜା କଲେ ଯଶ, ବଳ ଓ ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
- ଭଗବତୀ ସିଦ୍ଧିଦାତ୍ରୀ ଙ୍କ ନିୟମନିଷ୍ଠ ଧ୍ୟାନ, ସ୍ତୋତ୍ର ଏବଂ କବଚ ପାଠ କରିବା ଦ୍ୱାରା "ନିର୍ଵାଣ ଚକ୍ର" ଜାଗ୍ରତ ହୋଇ ଥାଏ । ସିଦ୍ଧି ପ୍ରାପ୍ତ ଉଦ୍ଦେଶ୍ୟ ରେ ଯେଉଁ ସାଧକ ଭଗବତୀ ସିଦ୍ଧିଦାତ୍ରୀ ଙ୍କର ପୂଜା କରନ୍ତି, ସେ ଏହି ନବମୀ ଦିନ "ନିର୍ଵାଣ ଚକ୍ର" ଭେଦ କରନ୍ତି ।
- ମା' ସିଦ୍ଧିଦାତ୍ରୀ ଙ୍କ ଉପାସନା ଦ୍ୱାରା ଭକ୍ତ ଓ ସାଧକ ଙ୍କୁ ଲୌକିକ ଓ ପରଲୌକିକ ସମସ୍ତ ପ୍ରକାର କାମନାର ପୂର୍ତ୍ତି ହୋଇଥାଏ l

0 Comments
Do you have any doubts or suggestions? Ask them here in the comments!