ମୂଲ୍ୟ କମ୍ କିନ୍ତୁ ମୂଲ୍ୟବାନ କାମ (ଗୋମତୀ ଚକ୍ର)

ମୂଲ୍ୟ କମ୍ କିନ୍ତୁ ମୂଲ୍ୟବାନ କାମ (ଗୋମତୀ ଚକ୍ର)

ଏହା ଏକ ପଥର ଯାହା ଦେଖିବାକୁ ସାଧାରଣ ଲାଗିଥାଏ କିନ୍ତୁ ଖୁବ ଚମତ୍କାରୀ । ଏହି ପଥରର ନାଁ ଗୋମତି ଚକ୍ର | ଏହି ପଥର ନଦୀରୁ ମିଳୁଥିବାରୁ ଏହାକୁ ଗୋମତି ଚକ୍ର କୁହାଯାଏ ।ଗୋମତୀ ଚକ୍ର, ନଦୀରେ ମିଳୁଥିବା କାଲ୍‌ସିୟମଯୁକ୍ତ ଅଳ୍ପମୂଲ୍ୟ ପଥର ଅଟେ । ଏହାର ଗୋଟିଏ ପାଖରେ କେତେକ ଚକ୍ର ଚିହ୍ନ ଦେଖାଯାଏ, ଏହାକୁ ଲକ୍ଷ୍ମୀଙ୍କ ପ୍ରତିନିଧି କୁହାଯାଏ । ଏଥିପାଇଁ ଏହି ଚକ୍ରକୁ ଶୁକ୍ଳପକ୍ଷ ପ୍ରଥମ ଶୁକ୍ରବାର କିମ୍ବା ଦୀପାବଳୀ ଦିନ ଲାଲ ବସ୍ତ୍ର ଉପରେ ରଖି ଯଥାବିଧିରେ ପଞ୍ଚୋପଚାର ପୂଜା କରି ଲକ୍ଷ୍ମୀଙ୍କ ମନ୍ତ୍ର କିମ୍ବା ରାୟତ୍ରୀ ମନ୍ତ୍ର ୧୦୮ ଥର ପଢ଼ି ଉକ୍ତ କପଡ଼ାରେ ବାନ୍ଧି ରଖିଲେ ଏହା ଅଭିମନ୍ତ୍ରିତ ହୋଇଥାଏ । ଏହାର ପ୍ରୟୋଗ ହେଲା –

ଗୋମତି ଚକ୍ର

  1. ଗୋମତି ଚକ୍ର ଘରେ ରଖିବା ଦ୍ୱାରା କୌଣସି ପ୍ରକାର ଶତ୍ରୁ ବାଧା ରହିନଥାଏ । ଏହାକୁ ମଧ୍ୟ ସିନ୍ଦୁରରେ ରଖିଲେ ଶୁଭ ହୋଇଥାଏ। 
  2. ଗୋମତୀ ଚକ୍ର ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ଗୋମତୀ ଚକ୍ର ପାଞ୍ଚୋଟି ଆଣନ୍ତୁ ଓ ସିନ୍ଦୁର ଡବାରେ ଭଲରେ ବୁଡାଇକି ରଖି ଦିଅନ୍ତୁ ।  ଏହା ସ୍ଥିର ଲକ୍ଷ୍ମୀର ପରିଚାୟକ ଅଟେ ।
  3. ମା’ଲକ୍ଷ୍ମୀଙ୍କ ପୂଜା ସମୟରେ ଗୋମତୀ ଚକ୍ର ଥାଳିରେ ରଖି ମା’ଙ୍କୁ ପୂଜା କରନ୍ତୁ। ପୂଜାପରେ ଏହାକୁ ନେଇ ଘରେ ରଖନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ।
  4. ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତାଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଏଥିରେ କୁଙ୍କୁମ ଓ ହଳଦୀ ଲଗାଇ ପୂଜା କରନ୍ତୁ। ଏହାକୁ ମାତାଙ୍କ ପାଦତଳେ ଅର୍ପଣ କରି ଧଳା ମିଠା ଭୋଗ ଲାଗି କରିବା ପରେ ଏହାକୁ କୁମାରୀ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ । ପରେ ରାତିରେ ମାତାଙ୍କୁ ପାଣି ସଙ୍ଗଡ଼ା ଓ ମିଠା ଅନ୍ନ ଭୋଗ ଲାଗି କରନ୍ତୁ। 
  5. ରାତିରେ ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଶ୍ରୀଂ ୫ ମାଳା ଜପ କଲେ ବର୍ଷସାରା ଘରେ ଧନର ଅଭାବ ରହି ନ ଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। 
  6. ଦୀପାବଳି ପର ଦିନ ସକାଳେ ଗୋମତୀ ଚକ୍ରକୁ ପର୍ସରେ ରଖିଲେ ଏଥିରୁ କେବେ ଟଙ୍କା ଖାଲି ହୋଇନ ଥାଏ ବୋଲି ଜ୍ୟୋତିଷ ଶାସ୍ତୁରେ ପରାମର୍ଶ ଦିଆଯାଇଥାଏ

1. ଯଦି କାହାରି ଉପରେ ନଜର ବା ଦୃଷ୍ଟିଦୋଷ ହୋଇଥାଏ

ଯଦି କାହାରି ଉପରେ ନଜର ବା ଦୃଷ୍ଟିଦୋଷ ହୋଇଥାଏତେବେ ଉକ୍ତ ବ୍ୟକ୍ତି ୩ଟି ଗୋମତୀ ଚକ୍ର ନେଇ କୌଣସି ଶୁନୁଶାନ୍ ସ୍ଥାନକୁ ଯାଇ ନିଜ ଉପରେ ଉକ୍ତ ଚକ୍ରକୁ ୭ଥର ବୁଲାଇ ଆଣି ପଛକୁ ଫିଙ୍ଗିଦେଇ, ପଛକୁ ନଚାହିଁ ଫେରିଆସିଲେ ଜୀବନରେ କେବେହେଲେ ଦୃଷ୍ଟିଦୋଷ ହୁଏନାହିଁ ।

2. ଯଦି ଅଚାନକ କୌଣସି ବ୍ୟକ୍ତିର ଧନହାନି ହେଉଥାଏ

  1. ଯଦି ଅଚାନକ କୌଣସି ବ୍ୟକ୍ତିର ଧନହାନି ହେଉଥାଏ, ତେବେ ଶୁକ୍ଳପକ୍ଷ ସୋମବାରରେ ୧୧ଟି ଗୋମତୀଚକ୍ର ନେଇ ଖଣ୍ଡିଏ ନୂଆ ହଳଦିଆ କପଡ଼ାରେ ସ୍ଥାପନକରି ପ୍ରତ୍ୟେକ ଚକ୍ର ଉପରେ ହଳଦୀ ତିଳକ ଲଗାଇବ । 
  2. ଧୂପ-ଦୀପ ଦେଇ ଶିବ ପଞ୍ଚାକ୍ଷର ‘ଓଁ ନମଃ ଶିବାୟ' ୧0୮ ଥର ଜପକରି ସମସ୍ତ ଚକ୍ରକୁ ପୋଟଳି ବାନ୍ଧି ନିଜ ଘରର ସବୁ କୋଠରିରେ ବୁଲାଇ ଆଣିବା ପରେ ଉକ୍ତ ପୋଟଳିକୁ ନେଇ କୌଣସି ନଦୀଜଳରେ ପ୍ରବାହିତ କରିଦେବ ।

3. ଯଦି ତୁମର ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି

  1. ଯଦି ତୁମର ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି ତେବେ ଏହି ଉପାୟ କର--ଯେକୌଣସି ଶୁକ୍ଳପକ୍ଷ ଶୁକ୍ରବାରରେ ନୂଆ ହଳଦୀ ରଙ୍ଗ କପଡ଼ା ଉପରେ ୧୧ଗୋଟି ଅଭିମନ୍ତ୍ରିତ ଗୋମତୀ ଚକ୍ର ସ୍ଥାପନ କରି ଧୂପ-ଦୀପ ଦେଇ ମା' ଲକ୍ଷ୍ମୀଙ୍କ ନାମ ସ୍ମରଣ କରି ତନ୍ମଧ୍ୟରୁ ୪ଟି ଚକ୍ର ନେଇ ତୁମ ଘର ଭିତରେ ୪ କୋଣରେ ୪ଟି ଚକ୍ରକୁ ପୋତିଦେବ । 
  2. ୩ଟି ଗୋମତୀ ଚକ୍ରକୁ ଲାଲ କପଡ଼ାରେ ବାନ୍ଧି ତୁମର ଧନ ରଖିବା ସ୍ଥାନରେ ରଖିବ। ଅବଶିଷ୍ଟ ଗୋଟିଏ ଗୋମତୀ ଚକ୍ରକୁ କୌଣସି ମନ୍ଦିରରେ ଅର୍ପଣ କରି ଅସିବ । ଏହାପରେ ଚକ୍ରର ଚମତ୍କାର ଦେଖିବାକୁ ପାଇବ ।

୪. ଯଦି କୌଣସି ବ୍ୟକ୍ତିର ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୁଏ

  1. ଯଦି କୌଣସି ବ୍ୟକ୍ତିର ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୁଏ ଓ ବହୁପ୍ରକାର ଚିକିତ୍ସା ପରେ ଆରୋଗ୍ୟ ହେଉନଥାଏ, ତେବେ ଶୁକ୍ଳପକ୍ଷର ପ୍ରଥମ ସୋମବାରରେ ୭ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର ନେଇ ନୂଆ ଧଳା ରେଶମୀ କପଡ଼ାରେ ରଖି ଧଳା ଚନ୍ଦନ ଓ କୁଙ୍କୁମ ଘୋରି ସବୁ ଚକ୍ର ଉପରେ ତିଳକ ଲଗାଇବ, ତାପରେ ହାତ ଯୋଡି ପ୍ରଭୁ ମୃତ୍ୟୁଞ୍ଜୟ ଶିବଙ୍କୁ ନିଜ ଶରୀର ଆରୋଗ୍ୟ ନିମିତ୍ତ ପ୍ରାର୍ଥନା କରିବ । 
  2. ତାପରେ ୪ଟି ଗୋମତୀ ଚକ୍ର ନେଇ କୌଣସି ନିଛାଟିଆ ସ୍ଥାନକୁ ଯାଇ ଗୋଟିଏ ଚକ୍ରକୁ ନିଜମୁଣ୍ଡ ଉପରେ ୭ଥର ବୁଲାଇ ଆଣି ନିଜ ପଛ ପାଖକୁ ଫିଙ୍ଗିଦେବ। ଅନ୍ୟ ୩ଟି ଗୋମତୀ ଚକ୍ର ଆଣି କୌଣସି ଶିବ ମନ୍ଦିରରେ ଶିବଲିଙ୍ଗକୁ ଛୁଆଁଇ ସେହି ମନ୍ଦିର ସମର୍ପଣ କରି ଆସିବ । 
  3. ଅବଶିଷ୍ଟ ୩ଟି ଗୋମତୀ ଚକ୍ରକୁ ରୂପାରେ ବନ୍ଧନୀ କରାଇ ନିଜ ଶୋଉଥିବା ଖଟ କିମ୍ବା ପଲଙ୍କର ଡାହାଣ ପାଖ ଗୋଡ଼ରେ ବାନ୍ଧିଦେବ।

୫. ଯଦି ତୁମର କୌଣସି ସନ୍ତାନ ବାରମ୍ବାର ଦୃଷ୍ଟିଦୋଷର ଶିକାର ହେଇଥାଏ

  1. ଯଦି ତୁମର କୌଣସି ସନ୍ତାନ ବାରମ୍ବାର ଦୃଷ୍ଟିଦୋଷର ଶିକାର ହେଇଥାଏ, ତେବେ ୫ଟି ଗୋମତୀ ଚକ୍ର ନେଇ ଘରେ ପୂଜା ସ୍ଥାନରେ ଦୁର୍ଗାଙ୍କ ଫଟୋଚିତ୍ର ପାଖ ରଖିବ । କୁଙ୍କୁମରେ ତିଳକ କରିବ। ଦୁର୍ଗାଙ୍କୁ ୫ଟି ସୁଗନ୍ଧିତ ଧୂପ ଜଳାର ଧୂପ ଦେଖାଇବ । ଧୂପବତି ଜଳିଯିବା ପରେ ସେହି ବିଭୂତିକୁ ନେଇ ଚକ୍ର ଉପରେ ତିଳକ ଲଗାଇବ । 
  2. ଏହା କୌଣସି ଶୁକ୍ଳପକ୍ଷ ୧ମୀରୁ ଆରମ୍ଭ କରି ୯ମୀ ପର୍ଯ୍ୟନ୍ତ ଦୈନିକ ଏହି କ୍ରିୟା କରିବ । ୯ମୀ ଦିନ ଗୋଟିଏ ଗୋମତୀ ଚକ୍ରକୁ ହଳଦିଆ କପଡ଼ାରେ ସିଲାଇକରି ପିଲା ବେକରେ ପିନ୍ଧାଇଦେବ । ପିଲାକୁ ପିନ୍ଧାଇବା ପୂର୍ବରୁ ଦୁର୍ଗାଙ୍କ ଫଟୋଚିତ୍ରର ଚରଣ ସ୍ପର୍ଶ କରାଇବ । 
  3. ଅବଶିଷ୍ଟ ୩ଟି ଚକ୍ରକୁ ପିଲା ପିନ୍ଧିଥିବା ପୁରୁଣା ବସ୍ତ୍ରରେ ବାନ୍ଧି ଆଲମାରି ଭିତରେ ସାଇତି ରଖିବ । ଏହି ଉପାୟରେ ତୁମ ପିଲା ସର୍ବଦା କୁଦୃଷ୍ଟି ପ୍ରଭାବରୁ ରକ୍ଷା ପାଇଯିବ । 

6. ଛୋଟ ପିଲା ରାତିରେ ଶୋଇବା ବେଳେ ଚମକୁଥାଏ 

ଯଦି କୌଣସି ଛୋଟ ପିଲା ରାତିରେ ଶୋଇବା ବେଳେ ଚମକୁଥାଏ କିମ୍ବା ଅନ୍ଧକାରକୁ ଭୟ କରୁଥାଏ, ତେବେ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାର ଦିନ ହନୁମାନଙ୍କ ଡାହାଣ କାନ୍ଧରୁ ସିନ୍ଦୂର ଆଣି ଅଭିମନ୍ତ୍ରିତ ଗୋଟିଏ ଗୋମତୀ ଚକ୍ର ଉପରେ ଲଗାଇ କୌଣସି ଲାଲ କପଡ଼ାରେ କବଚ ପରି ତିଆରିକରି ପିଲା ବେକରେ ପିନ୍ଧାଇବ |

୭. ବ୍ୟବସାୟରେ ଧନବୃଦ୍ଧି

ଶୁକ୍ଳପକ୍ଷର ପ୍ରଥମ ଗୁରୁବାରରେ ୩ଟି ଗୋମତୀ ଚକ୍ର ଓ ଗୋଟିଏ ଧନ କାରକ କଳା କଉଡ଼ି, ୭ ଖଣ୍ଡ ହଳଦୀ କୌଣସି ହଳଦିଆ କପଡ଼ାରେ ପୁଟୁଳି ବାନ୍ଧି ତୁମର ଧନ ରଖୁଥିବା ସ୍ଥାନରେ କିମ୍ବା ବ୍ୟବସାୟର କ୍ୟାସ୍ ବାକ୍ସରେ ରଖିଲେ ଧନବୃଦ୍ଧି ହୁଏ ।

୮. ଅଧିକ ଆର୍ଥିକ ସମୃଦ୍ଧି

ଯଦି ତୁମର ଅଧିକ ଆର୍ଥିକ ସମୃଦ୍ଧି ଚାହୁଁଥାଅ ତେବେ ୭ ଗୋଟିଏ ଅଭିମନ୍ତ୍ରିତ ଗୋମତୀ ଚକ୍ର ସହ କଳା ହଳଦୀ ଏକତ୍ର ହଳଦିଆ କପଡ଼ାରେ ପୁଟୁଳିବାନ୍ଧି ଧନ ରଖିବା ସ୍ଥାନରେ ରଖି ଏହାର ଚମତ୍କାରିତା ଲକ୍ଷ୍ୟ କର ।

୯. ବ୍ୟବସାୟ ଉପରେ କୌଣସି ତନ୍ତ୍ର କ୍ରିୟା ହୋଇଥାଏ

ଯଦି ତୁମ ବ୍ୟବସାୟ ଉପରେ କୌଣସି ତନ୍ତ୍ର କ୍ରିୟା ହୋଇଥାଏ, ତେବେ ୧୧ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର ସହିତ ୩ ଗୋଟି ଲଘୁ ନାରିକେଳ ଧୂପ-ଦୀପ ଦେଇ ପୂଜା କରି ପୂଜାପରେ ନୂଆ ହଳଦିଆ କପଡ଼ାରେ ବାନ୍ଧି ଦୋକାନର ମୁଖ୍ୟ ଦ୍ବାରବନ୍ଧ ଉପରେ ଲଟକାଇ ଦେବ । ଏହା ପ୍ରଭାବରେ ତୁମ ବ୍ୟବସାୟ ସମସ୍ତ ପ୍ରକାର ତନ୍ତ୍ର-ମନ୍ତ୍ର ଓ ଦୃଷ୍ଟିଦୋଷରୁ ମୁକ୍ତ ରହିବ।

Post a Comment

0 Comments