ମା’ କୁଷ୍ମାଣ୍ଡାଙ୍କ ଚତୁର୍ଥ ସ୍ୱରୂପ ପୂଜାରେ ପିଲାଙ୍କ ପାଇଁ କିଛି ଉପାୟ

ମା’ କୁଷ୍ମାଣ୍ଡାଙ୍କ ଚତୁର୍ଥ ସ୍ୱରୂପ ପୂଜାରେ ପିଲାଙ୍କ ପାଇଁ କିଛି ଉପାୟ



ଦେବୀଙ୍କର ଚତୁର୍ଥ ସ୍ୱରୂପ ହେଲେ କୁଷ୍ମାଣ୍ଡା ଯିଏକି ପ୍ରାଣଶକ୍ତିର ପ୍ରତୀକ | ଦେବୀଙ୍କର ଏହି ସ୍ୱରୂପ ମନୁଷ୍ୟ ଅନ୍ତରର ପ୍ରାଣଶକ୍ତିର ପରିଚାୟକ |ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି।  ମା କୁଷ୍ମାଣ୍ଡାଙ୍କ ବାହନ ବ୍ୟାଘ୍ର |

ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ। 

କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୂଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ(ଧନୁ), ବାଣ(ତୀର),କମଳ-ପୁଷ୍ପ,ଅମୃତପୂର୍ଣ୍ଣ କଳସ,ଚକ୍ର ତଥା ଗଦା ରହିଥାଏ। ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ।

କିମ୍ବଦନ୍ତୀ

  1. ଯେବେ ସୃଷ୍ଟିର ଅସ୍ତିତ୍ଵ ନଥିଲା, ସେହି ସମୟରେ ଦେବି ଭଗବତୀ ସୃଷ୍ଟି ରଚନା କରିଥିଲେ। ସେଥିପାଇଁ ଦେବିଙ୍କୁ ଆଦି ସ୍ଵରୂପା ବା ଆଦିଶକ୍ତି କୁହାଯାଏ। 
  2. ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ମା'ଙ୍କ ଉଦରରୁ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କୁ କୁଷ୍ମାଣ୍ଡା ରୂପରେ ପୂଜା କରାଯାଏ। ମା' କୁଷ୍ମାଣ୍ଡା ତେଜ ଏବଂ ପ୍ରତାପର ସ୍ଵରୂପ। 
  3. ଏହି ଦେବୀ ସୂର୍ଯ୍ୟ ଲୋକରେ ବାସ କରିଥାନ୍ତି ।ସୂର୍ଯ୍ୟ ମଣ୍ଡଳ ଭିତରେ ବାସ କରିବା କ୍ଷମତା କେବଳ ମା’ କୁଷ୍ମାଣ୍ଡା ପାଖରେ ଅଛି ବୋଲି ବହୁ ପୁରାତନ କାଳରୁ ବିଶ୍ୱାସ କରାଯାଏ | 
  4. ସୂର୍ଯ୍ୟ ଲୋକରେ ନିବାସ କରିବା କାରଣରୁ ସୂର୍ଯ୍ୟ ଭଳି ତେଜବାନ ଅଟନ୍ତି । ସବୁ ଦିଗ ତାଙ୍କ ଠାରୁ ଅଲୌକିକ ହୋଇଥାଏ । କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ବାହାରେ ତାହା ଦେବି କୁଷ୍ମାଣ୍ଡାଙ୍କ ଦେୟ। 

ମନ୍ତ୍ର

1. ସୁରା ସଂପୂର୍ଣ୍ଣ କଳଶଂ ରୁଧିରାପ୍ଲୁତ ମେବ ଚ ।
                      ଦଧାନା ହସ୍ତପଦ୍ମାଭ୍ୟାଂ  କୁଷ୍ମାଣ୍ଡ ଶୁଭାଦାସ୍ତୁ ମେ ।
2. ଯା ଦେବୀ ସର୍ବ ଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା , ନମଃତସୈ ନମଃତସୈ ନମୋ ନମଃ  ।

ପିଲାଙ୍କ ପାଇଁ ଉପାୟ

  1. ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଛୁଆ ଅଧିକ ପାଠ ପଢନ୍ତୁ ଆଉ ଶିକ୍ଷା ଉପରେ ଧ୍ୟାନ ରହୁ । ତେବେ ସେଥିପାଇଁ ଗୋଟିଏ ଛୋଟ ପ୍ରୟୋଗ କରନ୍ତୁ ।
  2.  ଆପଣ ଏହି ଦିନ ଗୋଟିଏ ସଫା କାଗଜ ନିଅନ୍ତୁ । ଆଉ ଗୋଟିଏ ଟିକେ ସିନ୍ଦୁର ନିଅନ୍ତୁ ସେଥିରେ ଟିକେ ପାଣି ପକାଇ ଗାଢ ପେଷ୍ଟ ବନାନ୍ତୁ । 
  3. ସେଇ ସିନ୍ଦୁରରେ କାଗଜ ଉପରେ ପିଲାର ନାମ ଲେଖନ୍ତୁ । ଯେଉଁଠି ପିଲାର ନାମ ଲେଖିଛନ୍ତି ସେଠାରେ ତମ୍ବାର କଏନ ରଖନ୍ତୁ ।କାଗଜକୁ ମୋଡି ମା ଆଗରେ ରାଖୀ ଦିଅନ୍ତୁ । 
  4. ଆଉ ଏହାକୁ ପଞ୍ଚମ ନବରାତ୍ରି ଦିନ ଏହାକୁ ଉଠାଇ ନିଅନ୍ତୁ ଆଉ ଏହାକୁ ଛୁଆର ପଢା ବ୍ୟାଗରେ ଏହାକୁ ରଖୀ ଦିଅନ୍ତୁ । ଆପଣ ଦେଖିବେ ପଢାରେ ମନ ଲାଗିବା ଆଉ ଦୁଷ୍ଟ କମ ହେବେ ।

ମାତାଙ୍କୁ ପସନ୍ଦ ଅଟେ କେଉଁ ରଙ୍ଗ

  1. ମାତା କୁଷ୍ମାଂଡାଙ୍କୁ କମଳା ରଙ୍ଗ,ନାଲି ରଙ୍ଗ,ନାରଙ୍ଗୀ ରଙ୍ଗ ପସନ୍ଦ ଅଟେ । 
  2. ସେଥିପାଇଁ ଆପଣ ଏହି ଦିନରେ କମଳା ରଙ୍ଗ,ନାରଙ୍ଗୀ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ।
  3. ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା କୁଷ୍ମାଣ୍ଡା ନାଲି ରଙ୍ଗ ପିନ୍ଧାଇବା ଉଚିତ୍। ।

ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ

ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।

  1. ମା ର ସମ୍ବନ୍ଧ ବୁଧ ଗ୍ରହ ସହିତ ଅଛି ଆଉ ବୁଧ ଗ୍ରହକୁ ମଜଭୁତ କରିବା ପାଇଁ ମା ର ଆରାଧନା କରାଯାଇଥାଏ । କାରଣ ମାର ୯ ସ୍ୱରୂପ ୯ ଟି ଗ୍ରହକୁ ମଜଭୁତ କରିଥାଏ । 
  2. ବୁଧ ସମ୍ବନ୍ଧୀୟ ସମସ୍ୟାର ନିବାରଣ ପାଇଁ, ବୁଧକୁ ପ୍ରସନ୍ନ କରିବା ପାଇଁ ଓଂ ବୁଂ ବୁଧାୟ ନମଃର ମନ୍ତ୍ର ଜପ କରନ୍ତୁ । 

ଉତ୍ତର – ପଶ୍ଚିମ ଦିଗ – କୁଷ୍ମାଣ୍ଡା

ଫୁଲ

ଏହି ଦିନରେ ଆପଣ ଚମେଲୀ ଫୁଲ ଅର୍ପଣ କରି ପାରିବେ ।

ନବରାତ୍ରର ଚତୁର୍ଥ ଦିନରେ ମଲ୍ଲୀ,ଚମ୍ପା ଫୁଲ ଅର୍ପଣ କଲେ ବୁଦ୍ଧି,ବଳ ଏବଂ ଶାନ୍ତି ମା’ ପ୍ରଦାନ କରିଥାନ୍ତି ବୋଲି ମାନ୍ୟତା ରହିଛି ।

ମା କୁଷ୍ମାଣ୍ଡାଙ୍କ ପୂଜା ବିଧି

  1. ନବରାତ୍ରୀର ଚତୁର୍ଥ ଦିନରେ ସର୍ବପ୍ରଥମେ କଳସ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପ୍ରଣାମ କରିବେ ।
  2. କୁଷ୍ମାଣ୍ଡାର ସବୁଜ ରଙ୍ଗ ଅତି ପ୍ରିୟ ରଙ୍ଗ ହୋଇଥିବାରୁ ଏଥିପାଇଁ ପୂଜାରେ ବସିବା ପୂର୍ବରୁ ସବୁଜ ରଙ୍ଗର ଆସନ ପ୍ରୟୋଗ କରିବେ |
  3. କମଳା ରଙ୍ଗର ପୋଷାକ ପିନ୍ଧି କୁଷ୍ମାଣ୍ଡା ମାତାଙ୍କୁ ପୂଜା କରନ୍ତୁ।
  4. ମା କୁଷ୍ମାଣ୍ଡାଙ୍କୁ ନାଲି ରଙ୍ଗର ବସ୍ତ୍ର, ନାଲି ଫୁଲ, ନାଲି ଚୁଡ଼ି ମଧ୍ୟ ଅର୍ପଣ କରାଯାଇଥାଏ |
  5. ମା କୁଷ୍ମାଣ୍ଡାଙ୍କୁ ଧ୍ୟାନ କରି ଜଳ ପୁଷ୍ପ ଅର୍ପଣ କରି ଧ୍ୟାନ କରିବେ ।
  6. ଦେବୀଙ୍କୁ ପୁରା ମନରେ ଫୁଲ, ଧୂପ, ଗନ୍ଧ, ଭୋଗ ଚଢ଼ାଇବେ |
  7. ଏହା ପରେ ପ୍ରସାଦକୁ ଯେକୌରସି ବ୍ରାହ୍ମଣଙ୍କୁ ଦାନ କରିବେ ।
  8. ପୂଜା ପରେ ଗୁରୁଜନଙ୍କୁ ପ୍ରଣାମ କରି ପ୍ରସାଦ ବିତରଣ ସହ ନିଜେ ମଧ୍ୟ ପ୍ରସାଦ ସେବନ କରିବେ ।
  9. ଏହି ଦିନରେ ଯେତେବେଳେ ମାର ପୂଜା କରିବେ ମା କୁ ଗ୍ରୀନ କଲରର ଅଳେଇଚ ଯେତିକି ଦେଇପାରିବେ ଅର୍ପିତା କରନ୍ତୁ ଆଉ ପାନ ମାଧୁରୀ ମଧ୍ୟ ଅର୍ପଣ କରନ୍ତୁ । ଆଉ ମାର ମନ୍ତ୍ର ଅଟେ 'ଓଁ କୁଷ୍ମାଣ୍ଡା ଦେବ୍ୟା ନମଃ’ । 108 ଥର ଏହି ମନ୍ତ୍ରର ଜପ କରନ୍ତୁ ।
  10. ଦେବୀଙ୍କ ଏହି ରୂପ ସ୍ୱୟଂ ଅନ୍ନପୂର୍ଣ୍ଣାଙ୍କ ରୂପ ସଂଗେ ସମାନ | ପୂଜା ପରେ ମା’ଙ୍କ ଜପ କରିବାକୁ ପଡିଥାଏ |
  11. ଘରେ ଶୁଭଫଳ ଆଣିବା ପାଇଁ କୁଷ୍ମାଣ୍ଡା ମାତାଙ୍କୁ ପୂଜା କରିବା ପରେ ଫଳ ଦାନ କରନ୍ତୁ |
  12. ବିଶ୍ୱାସ କରାଯାଏ ଯେ ଏହି ଦିନ ହାଲୱା ଶୁଭ ବୋଲି ବିବେଚନା କରାଯାଏ।

ଭୋଗ

  1. ମାନତ୍ୟା ଅନୁସାରେ ଦେବୀ ଦୁର୍ଗାଙ୍କ ୪ର୍ଥ ସ୍ୱରୂପ ହେଉଛି କୁଷ୍ମାଣ୍ଡା। ଯାହାଙ୍କ ପୂଜାରେ ମାଲପୁଆକୁ ଭୋଗ ରୂପେ ଲାଗି କରାଯାଏ। ଏହାଦ୍ୱାରା ବ୍ୟକ୍ତି ଜଣକ ଶକ୍ତିଶାଳି ହୋଇଥାଏ।  ଫଳରେ ମା’ଙ୍କ କୃପାରୁ ଭକ୍ତଙ୍କ ବୁଦ୍ଧିର ବିକାଶ ହୋଇଥାଏ |
  2. ସଂସ୍କୃତ ଭାଷାରେ କୁଷ୍ମାଣ୍ଡାର ଅର୍ଥ କୁହ୍ମଡା ଅର୍ଥାତ କଦଳୀ । ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ କଦଳୀର ବଳୀ ସବୁଠୁ ପିୟ । 
  3. ଚତୁର୍ଥ ନବରାତ୍ରି ଦିନ କଖାରୁର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ଚତୁର୍ଥ ଦିନ- ନିରୋଗ ଜୀବନ ଏବଂ ଆୟୁ

  1. ମା’ଙ୍କ ଉପାସନା କରିବା ଦ୍ୱାରା ସିଦ୍ଧି ପ୍ରାପ୍ତ ହୋଇଥାଏ | ନବରାତ୍ରୀରେ ମାଙ୍କ ପୂଜା ଉପାସନା କଲେ ସମସ୍ତ ଦୁଃଖ, କଷ୍ଟ ଓ ରୋଗ ଶୋକ ଦୂର ହେବା ସହିତ ଧନ,ଐଶ୍ଚର୍ଯ୍ୟ ପ୍ରାପ୍ତି,ଆୟୁ ଏବଂ ଯଶ, ବଳ ଓ ବୃଦ୍ଧି ମଧ୍ୟ ହୋଇଥାଏ |
  2. ଅଷ୍ଟ ଭୂଜା ମା’ କୁଷ୍ମାଣ୍ଡାଙ୍କ ସ୍ୱରୂପ ଆମକୁ କର୍ମଯୋଗୀ ଜୀବନ ଓ କ୍ଷାତି ଅର୍ଜନ ପାଇଁ ପ୍ରେରଣା ଯୋଗେଇଥାଏ | 
  3. ମା’ଙ୍କ ମଧୁର ହସ ଆମକୁ କଠିନ ମାର୍ଗରେ ଚାଲି ସଫଳତା ହାସଲ କରିବା ଶିଖାଇଥାଏ |
  4. ଉତ୍ତମ ସ୍ବାସ୍ଥ୍ୟ ତଥା ଦିର୍ଘାୟୁ ପାଇଁ ଆଜିର ଦିନରେ ମାତା କୁଷ୍ମାଣ୍ଡାଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।
  5. ଏହି ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ମିଳେ ।

Post a Comment

0 Comments