ମା’ କାତ୍ଯାୟନୀଙ୍କ ପୂଜା: ଜାଣନ୍ତୁ ପୂଜାର ମହତ୍ତ୍ବ ଓ ବିଧି

 ମା’ କାତ୍ଯାୟନୀଙ୍କ ପୂଜା: ଜାଣନ୍ତୁ ପୂଜାର ମହତ୍ତ୍ବ ଓ ବିଧି

ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ । ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ନବରାତ୍ରିର ପ୍ରତ୍ଯେକ ଦିନରେ ମା ଅଲଗା ଅଲଗା ସ୍ବରୂପ ଧାରଣ କରନ୍ତି ଓ ବିଧିପୂର୍ବକ ପୂଜା କରାଯାଏ। ମା’ ଦୁର୍ଗାଙ୍କ ଏହି ସ୍ବରୂପ ଜୀବନରେ ଅନେକ ବିଶେଷ ମହତ୍ତ୍ବ ରହିଥାଏ ।

ମା’ କାତ୍ୟାୟନୀଙ୍କ ସ୍ୱରୂପ ଖୁବ ଆକର୍ଷକ। ମା’ ଙ୍କ ଶରୀର ସୁନା ଭଳି ଚମକୁଥାଏ।  ମା’ଙ୍କର ଚାରିଭୁଜ ଓ ମା’ ସିଂହ ସଵାରୀ କରନ୍ତି। ମାତାଙ୍କ ଡାହାଣ ପାର୍ଶ୍ଵ ଉପର ହାତ ଅଭୟ ମୁଦ୍ରାରେ ରେ ତଥା ତଳ ପାର୍ଶ୍ଵ ବରମୁଦ୍ରା ରେ ରହିଛି। ବାମ ପାର୍ଶ୍ୱରେ ଥିବା ଉପର ହାତରେ ଖଣ୍ଡା ଏବଂ ତଳ ପାର୍ଶ୍ୱରେ ଥିବା ହାତରେ କମଳ ପୁଷ୍ପ ସୁଶୋଭିତ ଅଟେ।   

କିମ୍ବଦନ୍ତୀ

ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା ଦେବୀ କାତ୍ୟାୟନୀ ଅତି ଗୁପ୍ତ ରହସ୍ୟର ପ୍ରତୀକ ବୋଲି ବିଶ୍ୱାସ କରାଯାଏ | ଭଗବାନ ଶ୍ରୀ କୃଷ୍ଣଙ୍କ ଭଳି ସ୍ବାମୀ ପାଇବା ପାଇବା ପାଇଁ ଗୋପୀମାନେ ମାତା କାତ୍ଯାୟନୀଙ୍କ ପୂଜା କରିଥାନ୍ତି।  

ପୌରାଣିକ କାହାଣୀ ଅନୁସାରେ ଦେବୀଙ୍କର ଏହି ସ୍ୱରୂପ ନକାରତ୍ମକ ଶକ୍ତିକୁ ବିନାଶ କରି ଧର୍ମର ସ୍ଥାପନା କରନ୍ତି | ବାମନ ପୁରାଣ ଅନୁଯାୟୀ ମହିଷାସୁରର ଅତ୍ୟାଚାରରେ କ୍ଷୁବ୍ଧ ହୋଇ ସମଗ୍ର ଦେବଗଣ କ୍ରୋଧରେ ପ୍ରଜ୍ଜଳିତ ହେଲେ । ବ୍ରହ୍ମା, ବିଷ୍ଣୁ, ଶିବ ଆଦି ଦେବଗଣଙ୍କ ସମ୍ମିଳିତ କ୍ରୋଧ ଏକ ତେଜୋମୟ ରୂପ ଧାରଣ କଲା । ସେହି କ୍ରୋଧପୁଞ୍ଜ କାତ୍ୟାୟନ ଋଷିଙ୍କ ଆଶ୍ରମ ଉପରେ ପର୍ବତ ଆକାରରେ ବ୍ୟାପ୍ତ ହେବାକୁ ଲାଗିଲା । ସେଥିରେ କାତ୍ୟାୟନଙ୍କ ବ୍ରହ୍ମତେଜ ମିଳିତ ହେବାରୁ ଦେବତାଙ୍କ ତେଜକୁ ଦ୍ୱିଗୁଣିତ କଲା । ସେହି ତେଜପୁଞ୍ଜରୁ ଏକ ଦିବ୍ୟ ଅଙ୍ଗସୈଷ୍ଠବ ବିଶିଷ୍ଟ ନାରୀ ଆବିର୍ଭୁତ ହେଲେ । କାତ୍ୟାୟନ ଋଷିଙ୍କ ଆଶ୍ରମର ଉପରିଭାଗରୁ ଉତ୍ପତ୍ତି ହୋଇଥିବାରୁ ତାଙ୍କ ନାମ ‘କାତ୍ୟାୟନୀ’ । ମହର୍ଷି କତ୍ୟାୟନ ସର୍ବପ୍ରଥମେ ଏହାଙ୍କ ପୂଜା କରିଥିବାରୁ ତାଙ୍କ ନାମାନୁସାରେ ସେ ହେଲେ କାତ୍ୟାୟନୀ । ଏହା ପ୍ରମାଣ କରେ ଯେ ମା’ ଦୁର୍ଗା ତାଙ୍କର କନ୍ୟା ରୂପରେ ତାଙ୍କ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଜନ୍ମ ନେଇଥିଲେ । 

ମନ୍ତ୍ର

1. ଚନ୍ଦ୍ରହାସୋ ଉଜ୍ଜ୍ଵଲକରା ଶାର୍ଦୁଲବର ବାହନା 

         କାତ୍ୟାୟନୀ ଶୁଭଂ ଦତ୍ୟାଦେବୀ ଦାନବଘାତିନୀ ।।

2. ଯା ଦେବୀ ସର୍ବଭୁତେଷୁ ମା’କାତ୍ୟାୟନୀ ରୂପେଣ ସଂସ୍ଥିତା ।

                          ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।

ରଙ୍ଗ

  1. ନବରାତ୍ରୀର ଷଷ୍ଠ ଦିନରେ ନାଲି ପୋଷାକ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ।  ସେଥିପାଇଁ ଆପଣ ମାତାଙ୍କର ପୂଜା କରିବା ସମୟରେ ନାଲି ରଙ୍ଗର କପଡା ଅର୍ପଣ କରନ୍ତୁ । କୁହାଯାଏ ଯେ ଲାଲ ରଙ୍ଗର ପୋଷାକ ପିନ୍ଧିଲେ ମାତା କାତ୍ୟାୟନୀ ଆଶୀର୍ବାଦ ପ୍ରାପ୍ତ ହୁଏ। 
  2. ମାତା କାତ୍ୟାୟନୀଙ୍କୁ ପୂଜା କରିବା ଦ୍ଵାରା ସମସ୍ତ ମନୋକାମନା ବି ପୁରା ହୋଇଥାଏ । ଆପଣ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ନାରଙ୍ଗି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
  3. ନବରାତ୍ରୀର ଷଷ୍ଠ ଦିନରେ ଭକ୍ତମାନେ ମାତାଙ୍କୁ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେବୀ କାତ୍ୟାୟନୀ ହଳଦିଆ ରଙ୍ଗ ପସନ୍ଦ କରନ୍ତି।

ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ

ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।

ମାଙ୍କୁ ପୂଜା କରିବା ଦ୍ବାରା ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି ଏବଂ କନ୍ଯାଙ୍କୁ ଭଲ ସ୍ବାମୀ ମିଳିଥାଏ।

ଉତ୍ତର ଦିଗ – ମା’ କାର୍ତ୍ତିୟାନୀ

ଫୁଲ

ଗେଣ୍ଡୁ ଫୁଲ ମା’ ଦୁର୍ଗାଙ୍କ କାତ୍ୟାୟନୀ ସ୍ୱରୂପଙ୍କ ମନପସନ୍ଦ ଫୁଲ । ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଭକ୍ତମାନେ ଗେଣ୍ଡୁ ଫୁଲ ମାଳା ଅର୍ପଣ କରିଥାନ୍ତି । 

ଭୋଗ

  1. ମା କାତ୍ୟାୟନୀଙ୍କୁ ମାଲପୁଆ ଭୋଗ ଚଢେଇବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ।
  2. ମାତା କାତ୍ୟାୟାନୀ ଋଷି କାତ୍ୟାୟନଙ୍କ ପୁତ୍ରୀ। ଏହିଦିନ ମାତାଙ୍କୁ ମହୁ ଭୋଗ ଲଗାଯାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ମନ ପସନ୍ଦର ଜୀବନ ସାଥି ମିଳେ।
  3. ଦୂର୍ଗାଙ୍କର ଏହି ରୂପକୁ ମାତା କାତ୍ୟାୟନୀଙ୍କ ପୂଜା ହୋଇଥାଏ ଓ ମା’ଙ୍କୁ ଶୁଦ୍ଧ ମହୁ ଭୋଗ ଲଗାଯାଏ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଆକର୍ଷଣ ଶକ୍ତି ବଢିଥାଏ ।  

ପୂଜା କରିବାର ବିଧି

  1. ମା’ଙ୍କ ପୂଜା କରିବା ସମୟରେ ନିୟମ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ।
  2. ମାଙ୍କ ପୂଜା କରି ପୂର୍ବରୁ ଏକ କାଠ ପିଢା ଉପରେ ଲାଲ କପଡା ପକାଇ ମା’ଙ୍କୁ ସ୍ଥାପିତ କରନ୍ତୁ। 
  3. ମା’ଙ୍କୁ ଦହି, ଘିଅ, କ୍ଷୀର ଓ ମହୁରେ ସ୍ନାନ କରାନ୍ତୁ।
  4. ମା’ଙ୍କୁ ଗଙ୍ଗାଜଳ, ନଡିଆ, କଦଳୀ, ଚାଉଳ, ଚୁଡି, ମହୁ ଇତ୍ୟାଦି ଦେଇ ପୂଜା କରିବା ଉଚିତ। 
  5. ପୂଜାରେ ୫ ପ୍ରକାର ଫଳ, ଫୁଲ, ମିଷ୍ଟାନ୍ନ ଆଦି ପ୍ରୟୋଗ କରନ୍ତୁ।
  6. ମାଙ୍କୁ ଆଜିର ଦିନରେ ହଳଦିଆ ରଙ୍ଗରରେ ଶୃଙ୍ଗାର କରନ୍ତୁ। କାତ୍ୟାୟନୀ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି।
  7. ମା’ଙ୍କ ପୂଜା ସନ୍ଧ୍ଯାବେଳେ ଗାଈ ଗୋଠରୁ ଫେରିବା ବେଳେ କରନ୍ତୁ। ଏହି ସମୟରେ ବିଧି ପୂର୍ବକ ପୂଜା କରିବା ଦ୍ବାରା ସକାରାତ୍ମକ ଉର୍ଜା ପ୍ରାପ୍ତ ହେବା ସହିତ ଶତ୍ରୁ ନାଶ ହୋଇଥାନ୍ତି ଏବଂ ରୋଗରୁ ମୁକ୍ତି ମିଳିଥାଏ।

 ଷଷ୍ଠ ଦିନ- ବିଜୟ ଏବଂ ବିବାହ

  1. ମା’ଙ୍କ ପୂଜା କରିବା ଅଦ୍ଭୁତ ଶକ୍ତିର ସଂଚାର ହୋଇଥାଏ |
  2. ମା’ ଶତ୍ରୁ ସଂହାର କରିବା ପାଇଁ ସକ୍ଷମ କରାଇଥାନ୍ତି |
  3. ମା’ ସୁଖ ସମୃଦ୍ଧି ଏବଂ ମାନସିକ ଶାନ୍ତି ପ୍ରଦାନ କରିଥାନ୍ତି | 
  4. ନବରାତ୍ରୀରେ ବିଧି ପୂର୍ବକ ପୂଜା କରିବା ଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ। ମାଙ୍କୁ ପୂଜା କରିବା ଦ୍ବାରା ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି ଏବଂ କନ୍ଯାଙ୍କୁ ଭଲ ସ୍ବାମୀ ମିଳିଥାଏ।
  5. ଷଷ୍ଟଦିବସରେ କର୍ମ କ୍ଷେତ୍ରରେ ଶତୃଦମନ ନିମନ୍ତେ ,ଘରେ ସୁଖ ଶାନ୍ତି ପାଇଁ ମାଙ୍କର ଏହି କାତ୍ୟାୟନୀ ପୂଜାକୁ କରାଯାଏ । 
  6. ମା’ କାତ୍ୟାୟନୀଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କଲେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ୪ଟି ବ୍ରହ୍ମଫଳ ପ୍ରାପ୍ତି ହୋଇଥାଏ। ଏହି ଦେବୀଙ୍କର ପୂଜା ଗୋଧୂଳି ବେଳାରେ କରିବା ଉଚିତ୍।

Post a Comment

0 Comments