ଲିଭରକୁ ସୁସ୍ଥ ରଖିବା ପାଇଁ କିଛି ଘରୋଇ ଉପାୟ

ଲିଭରକୁ ସୁସ୍ଥ ରଖିବା ପାଇଁ କିଛି ଘରୋଇ ଉପାୟ

ଆମ ଶରୀରରେ ଯେ କୌଣସି ରୋଗ ହେଉଛି ତାର କାରଣ ଜାଣି ଚିକିତ୍ସା କରିବା ଦ୍ବାରା ଆମେ ଅଧିକ ଲାଭ ପାଇ ପାରିବା। ଯଦି ବର୍ଷରେ ଥରେ ଏହି କାମ କରିବେ ଆପଣଙ୍କ ଲିଭର ଜନିତ ସବୁ ସମସ୍ୟା ଦୂର ହେବ। ଯଦି ଆପଣ ଗୋଟେ ବର୍ଷରେ ଏହି ଗୋଟେ କାମ ପାଇଁ ସମୟ ଦେଇ ନପାରିବେ ଆପଣଙ୍କୁ ବଞ୍ଚିବାର ଆଧିକାର ନାହିଁ। ଆଜି ଆମେ ଆପଣଙ୍କୁ କହିବୁ କିପରି ଘରେ ନିଜ ଲିଭରକୁ ଠିକ କରିପାରିବେ ଏହାର ଉପାୟ।

ଆପଣଙ୍କ ଲିଭରରୁ ପ୍ରଚୁର ଝାଳ ଆକାରରେ ଟକ୍‌ସିନ୍ ବାହାରକୁ ବାହାରି ଆସିଥାଏ । ତେବେ ଆମେ ଆପଣଙ୍କୁ ଆଉ ଏକ ମିଶ୍ରଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇଲେ ଆପଣ ଲିଭର୍‌ ସମସ୍ୟାରୁ ଉପସମ ପାଇପାରିବେ ।.....

 ଏବେ ଜାଣିବା କଣ କରିବା ଦ୍ଵାରା ଆମେ ଲିଭର କୁ ସୁସ୍ଥ ରଖିପାରିବା। 

ଲିଭର ସୁସ୍ଥ ରଖିବା ପାଇଁ ତୁଟୁକା

  • ମୁଠେ ପୁଦିନା ପତ୍ର,
  • 1/3 କପ ଲେମ୍ବୁ ରସ
  • 1/2କପ କମଳା ରସ
  • ମହୁ, 1 କପ ପାଣି

ପାଣି ଗରମ କରନ୍ତୁ, ଗରମ ହେଲେ ପୁଦିନା ପତ୍ର ପକାଇ 5 ମିନିଟ ଫୁଟାନ୍ତୁ, ତାପରେ ଏହାକୁ 10 ମିନିଟ ଥଣ୍ଡା ହେବାକୁ ଦିଅନ୍ତୁ, ଏବେ ସେଥିରେ ଲେମ୍ବୁ ରସ, କମଳା ରସ ଓ ମହୁ ପକାଇ ପିଅନ୍ତୁ l କିଛି ଦିନ ପ୍ରୟୋଗ କରନ୍ତୁ,  ଲିଭର ସୁସ୍ଥ ରହିବ l

ଲାଉ, ହଳଦୀ, ଧନିଆଁ, ଲେମ୍ବୁ, କଳା ଲୁଣ, ଗିଲୋୟ 

  1. ପ୍ରଥମେ ଲାଉରେ ଧନିଆଁ ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ନିଅନ୍ତୁ । ଏହାପରେ ୧ ଗ୍ଲାସ୍ ମାତ୍ରା ହେବା ପରି ଏହାର ଜୁସକୁ ବାହାର କରିଦିଅନ୍ତୁ ।
  2. ଏହି ଜୁସରେ ଗୋଟିଏ ଚାମଚ ହଳଦୀଗୁଣ୍ଡ,କଳା ଲୁଣ, ଗୋଟିଏ ଚାମଚ ଲେମ୍ବୁ ରସ, ଏବଂ ୩୦ ମି.ଲି ଗିଲୋୟ ଏହି ଜୁସରେ ମିଶାଇ ଦିଅନ୍ତୁ ।
  3.  ଏହାପରେ ଏହି ପାନୀୟକୁ ଖାଲି ପେଟରେ ସେବନ କରନ୍ତୁ।

ଭୁଇଁ ଆମ୍ଲା ,ଅଦା ଓ ଲୁଣ

  1. ଏଥିପାଇଁ ଆମେ ବ୍ୟବହାର କରିବା ଭୁଇଁ ଆମ୍ଲା ,ଅଦା ଓ ଲୁଣ। ଏହି ଭୁଇଁ ଆମ୍ଲା ପେଟରେ ଘା ଆଦି ଭଲ କରିଥାଏ, ହାଡ଼ ଯୋଡିବା ପେଟର ପୋକ ମାରିବା ପାଇଁ ଏହା ବହୁତ ସାହାଯ୍ୟ କରିଥାଏ ଓ ଏହା ଲିଭରକୁ ଠିକ କରିଥାଏ।
  2. ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧା କିଲୋ ଭୁଇଁ ଆମ୍ଲା ଗଛ ଓପାଡି ଆଣି ତାକୁ ଭଲ ଭାବେ ପାଣିରେ ଧୁଅନ୍ତୁ। ଏହା ପରେ ସମ୍ପୂର୍ଣ୍ଣ ଏହି ଗଛକୁ ଛୋଟ ଛୋଟ କରି କାଟନ୍ତୁ ଯେପରି ପ୍ରେସରକୁକରେ ପୁରାଇ ହେବ।
  3. ଏହା ପରେ ଏହାକୁ ପ୍ରେସରକୁକରେ ତିନି ଲିଟର ପାଣି ସହିତ ଗରମ କରନ୍ତୁ ।ଏଥିରେ ଏକ ଚାମଚ ହଳଦୀ ,ଅଦା ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
  4. ଏହାକୁ ଗୋଟେ ହୁଇସିଲ ପରେ କିଛି ସମୟ ପାଇଁ ପ୍ରେସରକୁ ଗ୍ୟାସରୁ କାଢି ତଳେ ରଖନ୍ତୁ ପୁଣି ଗୋଟେ ହୁଇସିଲ ପରେ ସେହିପରି କରନ୍ତୁ।
  5. ଏପରି ୩-୪ ଥର କରିବା ପରେ ଏହାକୁ ଖୋଲନ୍ତୁ। ଏହା ପରେ ଏହାକୁ ଛାଣି, ଥଣ୍ଡା କରି କାଚ ବୋତଳରେ ପୁରାଇ ଫ୍ରିଜରେ ରଖି ଦିଅନ୍ତୁ। ଏହା ପ୍ରସ୍ତୁତ ହୋଉଗଲା।

ସେବନ

ଏହା ସେହିପରି ୩ ସପ୍ତାହ ପର୍ଯ୍ୟନ୍ତ ଖରାପ ହୋଇନଥାଏ।ଏଥିପାଇଁ ପ୍ରସ୍ତୁତ ଜୁସ ର ଅଧା କପ ନେଇ ସେଥିରେ ଆଉ ଅଧା କପ ପାଣି ମିଶାନ୍ତୁ।ଏଥିରେ ଆପଣ ଲେମ୍ବୁ ମିଶାଇ ପାରିବେ। ଏପରି ଗୋଟେ ଦିନରେ ୩-୪ ଥର ପିଅନ୍ତୁ। ଏହି ଜୁସ ଏତେ ଉପକାରୀ କେବଳ ଗୋଟେ ଦିନ ବ୍ୟବହାରରେ ହିଁ ଏହାର ପ୍ରଭାବ ଆପଣ ଦେଖିପାରିବେ।ଏହାକୁ ଗୋଟେ ମାସ ବ୍ୟବହାର ଦ୍ଵାରା ଆପଣଙ୍କ ଲିଭର ସମ୍ପୂର୍ଣ୍ଣ ଠିକ ହୋଇଯାଏ ଆପଣଙ୍କ ପାଚନ ତନ୍ତ୍ର ଭଲ ହୋଇଯାଇଥାଏ।

ଏହା ସହିତ ଆପଣ ବେଶି ସବୁଜ ପରିବା ଓ ଗାଜର ,ଅମୃତଭଣ୍ଡା, ସେଓ ଆଦି ଫଳର ସେବନ ମଧ୍ୟ କରନ୍ତୁ । ଯଦି ଆପଣ ଏହି ଉପାୟ ସବୁ କରନ୍ତି ଦେଖିବେ ଏକ ମାସ ମଧ୍ୟରେ ଆପଣଙ୍କ ଲିଭର ପୁରା ସଫା ଓ ସୁସ୍ଥ ରହିବ।

କଲରା ଜୁସ୍

କଲରା ଜୁସ୍ ପ୍ରତିଦିନ ପିଇବା ଦ୍ୱାରା, ଏହା ଲିଭର ଜନିତ ସମସ୍ୟାକୁ ଦୂରେଇ ରଖିବାରେ ବେଶ ସହାୟକ ହୋଇଥାଏ ।

କିସମିସ

  1. ଲିଭର ଜନିତ ସମସ୍ୟା ଦୂର କରିଥାଏ , ପ୍ରତିଦିନ ରାତି ରେ ୧୦-୧୫ ଟି କିସମିସ କୁ ଏକ ଗ୍ଲାସ ରେ ଭିଜେଇ ଦିଅନ୍ତୁ ।
  2. ପରଦିନ ସକାଳୁ ସେହି ପାଣି କୁ ହାଲୁକା ଗରମ୍ କରି ଦିଅନ୍ତୁ। 
  3. ଏହା ପରେ କିସମିସ କୁ ଚୋବେଇ ଚୋବେଇ ଖାଇବା ସହିତ ସେହି ପାଣି କୁ ପିଇ ଦିଅନ୍ତୁ । 
  4. ପ୍ରତିଦିନ ଏହା କରିବା ଦ୍ଵାରା ଲିଭର ଜନିତ ସମସ୍ୟା ଦୂର ହୋଇ ଥାଏ ।

ଗୁଡମାରୀ ପତ୍ର

  1. ଲିଭର ଜନିତ କୈଣସି ବି ସମସ୍ୟା ଆପଣ ମାନଙ୍କୁ ରହି ଥିଲେ ଆପଣ ମାନେ ଗୁଡମାରୀ ପତ୍ରର ଥରେ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ଏହି ସମସ୍ୟା କୁ ସଂମ୍ପର୍ଣ୍ଣ ଭାବେ ଦୂର କରିଦେବ ।
  2. ତେବେ ସେହି ପରି ବେଳେ ଆପଣ ମାନେ ଏହି ପତ୍ର କୁ ପ୍ରତ୍ୟେକ ଦିନ ସକାଳେ ଖାଟ ପେଟରେ ଫୁଟେଇ ଏହାର ଜଳ କୁ ସେବନ କରନ୍ତୁ ଏବଂ ଏହାର ଉପକାରୀତା ବିଷୟ ରେ ନିଶ୍ଚିତ ଭାବେ ଜାଣି ପାରିବେ ,

ମିଶ୍ରି ଏବଂ କ୍ଷୀର

  1. ପ୍ରଥମେ ଏକ ପାତ୍ରରେ କ୍ଷୀର ନିଅନ୍ତୁ ଏବଂ ତାକୁ ରାତିରେ ପାତ୍ରରେ ଘୋଡ଼ାଇ ରାତି ସାରା ରଖିଦିଅନ୍ତୁ।
  2. ସକାଳେ ଉଠିବା ପରେ ସେହି କ୍ଷୀରରେ ସ୍ୱାଦ ଅନୁସାରେ ଗୋଟିଏ କିମ୍ବା ଦୁଇ ଚାମଚ ମିଶ୍ରି ମିଶାନ୍ତୁ ଏବଂ ତାକୁ ଖାଲି ପେଟରେ ସେବନ କରନ୍ତୁ। 
  3. କିନ୍ତୁ ମନେ ରଖିବେ ଯେ ମିଶ୍ରି ବଦଳରେ ଚିନି ର ପ୍ରୟୋଗ ଯେପରି ନ କରିବେ ଏହାଦ୍ବାରା କୌଣସି ଲାଭ ମିଳିନଥାଏ। ମିଶ୍ରିର ପ୍ରୟୋଗ ହିଁ ଲାଭ ଦାୟକ ହୋଇଥାଏ।
  4. ବନ୍ଧୁଗଣ ଏହି ଘରୋଇ ଉପଚାର କୁ ନିୟମିତ ଭାବରେ ପ୍ରୟୋଗ କରିବା ଦ୍ୱାରା ଏହା ପେଟକୁ ଥଣ୍ଡା ରଖିଥାଏ ଏବଂ ଶରୀରରେ ଥିବା ଉଷ୍ଣତା କୁ ଦୂର କରିଥାଏ। ଯାହାଦ୍ୱାରା ଶରୀରରେ ଲିଭର ଜନିତ କୌଣସି ସମସ୍ୟା ଦେଖା ଯାଇନଥାଏ ଏବଂ ଶରୀର ସୁସ୍ଥ ରହିଥାଏ।

ବେଲର ସେବନ

ବେଲରେ ଥିୟାମାଇନ, ରିବୋଫ୍ଲାବିନ ଏବଂ ବିଟା-କ୍ଯାରୋଟିନ ପ୍ରଚୁର ମାତ୍ରାରେ ରହିଥାଏ। ଏହି ସବୁ ତତ୍ତ୍ବ ଲିଭର ସମ୍ବନ୍ଧୀତ ସମସ୍ଯା ଦୂର କରିବାରେ ସାହାଯ୍ଯ କରିଥାଏ। 

ହଳଦୀ

ହଳଦୀ ଲିଭରକୁ ସୁସ୍ଥ ରଖିବାରେ ଗୁରତ୍ଵ ପୂର୍ଣ୍ଣନ୍ହୁମିକା ନିଭାଇଥାଏ । ହଳଦୀରେ ପ୍ରବହୁର ମାତ୍ରାରେ ଆଣ୍ଡି ସେପ୍ଟିକ ଗୁନା ରହିଛି, ଯାଦା ଆଣ୍ଟିପ୍ଟିକ ଗୁଣ ରହିଛି ଯାହା ଆଣ୍ଟିଅଆଣ୍ଟି ରୂପେ କାର୍ଯ୍ୟ କରିଥାଏ। ହଲଦିରେ ଥିବା ପ୍ରତିରୋଧକ ଶକ୍ତି ହେପାଟାଇଟିସ୍ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ ।

ସେଓ

ସେଓର ଭିନେଗାର ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ ଏକ ଚାମଚ ସେଓ ଭିନେଗାର ଓ ମହୁକୁ ଏକ ଗ୍ଳାସ , ପାଣିରେ ମିଶାଇ ପିଅନ୍ତୁ । ଏହା ଶରୀରରୁ ଚର୍ବି ଦୂର କରିବାରେ ସହାୟକ ହେବା ସହ ଲିଭରକୁ ସୁସ୍ଥ ରଖିବ ।

ଅମୃତଭଣ୍ଡା

ଲିଭର ରୋଗ ଦୂର ପାଇଁ ସବୁଠୁ ଉତ୍ତମ ହେଉଛି ଅମୃତଭଣ୍ଡା । ଲିଭର ସିରୋସିସ୍ ରୋଗ ଦୂର କରିବାରେ ଅମୃତଭଣ୍ଡା ବିଶେଷ ଭୂମିକା ନିଭାଇଥାଏ । ଲିଭର ସିରୋସିସ୍ ରୋଗରୁ ରକ୍ଷା ପାଇବା ପାଇଁ ୩ରୁ ୪ ସପ୍ତାହ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ରସ ଓ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ । ସମ୍ପୁର୍ଣ୍ଣ ଭାବେ ସୁସ୍ଥାସ ହୋଇଯିବେ ।

ଅଳସୀ

ଅଳସୀ ମଞ୍ଜି ହରମୋନକୁ ରକ୍ତରେ ପ୍ରଭାବିତ ହେବାକୁ ରୋକିଥାଏ ଓ ଲିଭର ଉପରେ ଚାପ କମ୍ କରିଥାଏ । ଏଣୁ ଅଳସୀକୁ ଖାଦ୍ୟରେ ସାମିଲ କରନ୍ତୁ ।

ଅଖରୋଟ୍

ଅଖରୋଟ୍ କୁ ଖାଦ୍ୟରେ ସାମିଲ କରନ୍ତୁ । ଏହା ଲିଭର ରୋଗ ଆକ୍ରମଣରୁ ରକ୍ଷା କରିଥାଏ । ଅଖରୋଟ୍ ରେ ଥିବା ଗ୍ଳୁଟଥାୟନ ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ।

ପାଳଙ୍ଗ ଓ ଗାଜର

ପାଳଙ୍ଗ ଓ ଗାଜର ରସକୁ ମିଶ୍ରଣ କରି ପିଅନ୍ତୁ । ଏହା ଲିଭର ସିରୋସିସ୍ ରୋଗ ଦୂର କରିବାରେ ସବୁଠୁ ଉତ୍ତମ ମାଧ୍ୟମ । ଏହି ପରି ଘରୋଇ ଉପାୟ ଆପଣାଇ ମଧ୍ୟ ଯକୃତକୁ ସୁସ୍ଥ ରଖିପାରିବେ ।

Post a Comment

0 Comments