କେଉଁ କାରଣ ପାଇଁ ସ୍କନ୍ଦମାତା ପୁତ୍ର କାର୍ତ୍ତେକେୟଙ୍କୁ ନିଜ କୋଳରେ ଧରିଥାନ୍ତି ?

 କେଉଁ କାରଣ ପାଇଁ ସ୍କନ୍ଦମାତା ପୁତ୍ର କାର୍ତ୍ତେକେୟଙ୍କୁ ନିଜ କୋଳରେ ଧରିଥାନ୍ତି ?

ନବରାତ୍ରରେ ନବଦୁର୍ଗାଙ୍କ ପଞ୍ଚମ ରୂପ ହେଉଛି ସ୍କନ୍ଦମାତା | ଦେବୀ ଚତୁର୍ଭୂଜା ନୀଳ ରଙ୍ଗର ବସ୍ତ୍ର ପରିଧାନ କରି  ସିଂହ ଉପରେ ବିରାଜମାନ ।ଚର୍ତୁଭୁଜା ମା’ ଙ୍କ ଡାହାଣ ନିମ୍ନ ହସ୍ତରେ ଭଗବାନ ସ୍କନ୍ଦକୁ ଧରିଛନ୍ତି ଏବଂ ବାମ ନିମ୍ନ ହସ୍ତରେ ବରଦାନ ମୁଦ୍ରାରେ ରହିଛନ୍ତି । ଉପର ଦୁଇ ଭୁଜାରେ କମଳର ପୁଷ୍ପ ଧରିଛନ୍ତି । କମଳର ଆସନରେ ବିରାଜିଥିବାରୁ ମା’ଙ୍କ ନାଁ ପଦ୍ମାସନା ମଧ୍ୟ ରହିଛି । ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜମାନ।  ପଦ୍ମ ଉପରେ ବିରାଜମାନ ହୋଇଥିବା ଯୋଗୁଁ ତାଙ୍କୁ ପଦ୍ମାସନ ଦେବୀ ମଧ୍ୟ କୁହାଯାଏ । ଏହି ରୂପରେ ମା’ ପୁତ୍ର କାର୍ତ୍ତେକେୟଙ୍କୁ ନିଜ କୋଳରେ ଧରିଥାନ୍ତି । ପୌରାଣିକ କଥା ଅନୁସାରେ, ମା ହିମାଳୟ ପୁତ୍ରୀ। ମା’ ମାହେଶ୍ୱରୀ ଓ ଗୌରୀ ନାମରେ ମଧ୍ୟ ନାମିତ। ମା’ଙ୍କ ରୂପ ଅତ୍ୟନ୍ତ ସୁନ୍ଦର। ତାଙ୍କ ମୁଖରେ ଏକ ଉଜ୍ଜ୍ୱଲ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ତାଙ୍କୁ ମା’ ଗୌରୀ ମଧ୍ୟ କୁହାଯାଏ। 

କିମ୍ବଦନ୍ତୀ

ସେଥିପାଇଁ ଥରେ ଇନ୍ଦ୍ର କାର୍ତ୍ତିକଙ୍କୁ ଉପହାସ କରିବା ସହ କହିଥିଲେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁନ୍ତି। ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତୀକଙ୍କୁ ଉଠାଇ ନେଇଥିଲେ।

କାର୍ତ୍ତୀକେୟଙ୍କ ଜନ୍ମବୃତ୍ତାନ୍ତ-କାର୍ତ୍ତୀକେୟଙ୍କ ଜନ୍ମର କାହାଣୀ, ଯେତିକି ରୋଚକ ସେତିକି ଜଟିଳ ମଧ୍ୟ। ରତୀଙ୍କ ଅଭିଷାପ ପାଇବା ପରେ ଦେବୀ ପାର୍ବତୀ ନିଜ ଔରସରୁ ସନ୍ତାନ ଜନ୍ମ କରିବାକୁ ଅସମର୍ଥ ଥିଲେ । ଅନ୍ୟପକ୍ଷେ ଯଦି ଶିବ-ଶକ୍ତିଙ୍କ ମିଳନ ନହୁଏ ତେବେ ତାଡକାସୂରର ବଦ୍ଧ ଅସମ୍ଭବ । ତେଣୁ ମହର୍ଷୀ ନାରଦଙ୍କ ପରାମର୍ଶରେ ଶିବ ଏବଂ ଶକ୍ତି ନିଜ ଉର୍ଜାକୁ ଏକ ନିଆଁ ପିଣ୍ଡୁଳାର ରୂପ ଦେଲେ । ଏହି ନିଆଁ ପିଣ୍ଡୁଳାକୁ ନଷ୍ଟ କରିବା ପାଇଁ ତାଡକାସୂର ଚେଷ୍ଟା କରିଥିଲା ମାତ୍ର ପ୍ରଥମେ ଅଗ୍ନିଦେବ ଓ ପରେ ମାତା ଗଙ୍ଗା ଏହି ପିଣ୍ଡୁଳାକୁ ତାଡକାସୂର କବଳରୁ ଉଦ୍ଧାର କରିଥିଲେ । ମାତ୍ର ପିଣ୍ଡୁଳାର ଜ୍ବାଳା ଏତେ ଅସହ୍ୟ ଥିଲା ଯେ, ଏହାକୁ ଧାରଣ କରିପାରିନଥିଲେ ମାତା ଗଙ୍ଗା ଓ ଏହି ପିଣ୍ଡୁଳା 6 ଭାଗରେ ବିଭକ୍ତ ହୋଇଗଲା । ପରେ ଦେବୀ ପାର୍ବତୀ ଏହାକୁ ରୂପ ଦେଲେ ଓ 6 ଜଣ କ୍ରିତିକାଙ୍କୁ ଲାଳନପାଳନର ଦାୟିତ୍ବ ଦେଲେ । କ୍ରିତିକାଙ୍କ ନାମରେ ହିଁ ପୁତ୍ରସନ୍ତାନର ନାମ କାର୍ତ୍ତୀକେୟ ଦିଆଗଲା ।

ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବଦ୍ଧ କରିଥିଲେଓ ସେନାମୁଖ୍ୟ ହୋଇରହିଲେ । ସେ ଯୁଦ୍ଧକଳାରେ ଖୁବ ପାରଙ୍ଗମ ଥିଲେ । ବର୍ତ୍ତମାନ ସେ ବେଦ ଶିକ୍ଷା ଗ୍ରହଣ କରିବାକୁ ମନ କଲେ ଓ ବ୍ରହ୍ମାଙ୍କଠାରୁ ଶିକ୍ଷା ନେଲେ । କାର୍ତ୍ତୀକେୟଙ୍କ ପ୍ରଥମ ପ୍ରଶ୍ନ ଥିଲା, ‘ଓଁ’ର ଅର୍ଥ କଣ । ବ୍ରହ୍ମା ତାଙ୍କୁ 12 ହଜାରର ଅର୍ଥରେ ବୁଝାଇଥିଲେ କିନ୍ତୁ ସେ ବୁଝିପାରିଲେନି ପରେ ମହାଦେବ ତାଙ୍କୁ 12 ଲକ୍ଷ ଅର୍ଥରେ ବୁଝାଇଲେ, ସେ ତଥାପି ବୁଝିପାରିଲେନି । ଏହାପରେ ସେ ନିଜେ ହିଁ ଏହାର ଅର୍ଥ ଖୋଜିପାଇଥିଲେ, ସେ ‘ଓଁ’ର 12 କୋଟି ଅର୍ଥ ଖୋଜି ପାଇଥିଲେ । ଇଶ୍ବରୀୟ ଶକ୍ତି, ଅପାର ଜ୍ଞାନ ଥିବା ଶିଶୁର ମାତା ଭାବେ ସ୍କନ୍ଦମାତା ପୂଜା ପାଆନ୍ତି । ସ୍କନ୍ଦମାତାଙ୍କ ପୂଜା କଲେ କାର୍ତ୍ତୀକେୟ ଆପେ ଆପେ ପ୍ରସନ୍ନ ହୋଇଯାନ୍ତି, କାରଣ ସେ ନିଜେ ହିଁ ସ୍କନ୍ଦମାତାଙ୍କ କୋଳରେ ବସିଥାନ୍ତି । ସ୍କନ୍ଦମାତା ପ୍ରସିଦ୍ଧ ଦେବାସୁର ସଂଗ୍ରାମରେ ଦେବତାଙ୍କ ସେନାପତି ଥିଲେ।

ମନ୍ତ୍ର

1. ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତ କରଦ୍ଵୟା ।
     ଶୁଭଦାସ୍ତୁ ସଦା ଦେଵୀ ସ୍କଂଦମାତା ୟଶସ୍ଵିନୀ ॥
2. ୟା ଦେବୀ ସର୍ବଭୂତେଷୁ ମା' ସ୍କନ୍ଦମାତା ରୁପେଣ ସଂସ୍ଥିତା ।
         ନମସ୍ତସୈ ନମସ୍ତସୈ ନମସ୍ତ ସୈ ନମୋ ନମଃ ॥

ମାତାଙ୍କୁ ପସନ୍ଦ ଅଟେ କେଉଁ ରଙ୍ଗ

  1. ନବରାତ୍ରିର ପଞ୍ଚମ ଦିନ ସ୍କଂଦମାତାଙ୍କୁ  ଧଳା ରଙ୍ଗର ବସ୍ତ୍ର ପିନ୍ଧି  ପ୍ରସନ୍ନ କରି ପାରିବେ ।
  2. ନବରାତ୍ରୀର ପଞ୍ଚମ ଦିନରେ ମା ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ | ଧାର୍ମିକ ବିଶ୍ୱାସ ଅନୁଯାୟୀ ମାତା ସ୍କନ୍ଦମାତା ନୀଳ ରଙ୍ଗକୁ ପସନ୍ଦ କରନ୍ତି।

ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ

ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।

ସ୍କନ୍ଦମାତାଙ୍କୁ ପୂଜା କରିବା ଦ୍ବାରା ସ୍ବୟଂ କାର୍ତ୍ତିକେୟ ପୂଜା ପାଇଥାଆନ୍ତି। ତନ୍ତ୍ର ସାଧନାରେ ଦୁର୍ଗାମା’ଙ୍କ ସମ୍ବନ୍ଧ ବିଶୁଦ୍ଧ ଚକ୍ର ସହ ଜଡିତ ଥିବା ବେଳେ ଜ୍ୟେତିଷଶାସ୍ତ୍ରରେ ଏହା ବୃହସ୍ପତି ଗ୍ରହ ସହ ଜଡିତ।

ଦକ୍ଷିଣ ଦିଗ – ସ୍କନ୍ଧମାତା

ଫୁଲ 

  1. ସ୍କନ୍ଦମାତାଙ୍କୁ ହଳଦୀ ରଙ୍ଗର ଫୁଲ ଅର୍ପଣ କରାଯାଏ ।
  2. ଦେବୀ ସ୍କନ୍ଦମାତାଙ୍କ ପ୍ରିୟ ଫୁଲ କନିଅର । ସମସ୍ୟାକୁ ଦୂର କରିବା ପାଇଁ ଭକ୍ତମାନେ ସ୍କନ୍ଦମାତାଙ୍କୁ ଆରାଧନା କରିଥାନ୍ତି । ଏହି ଦିନ ଭକ୍ତମାନେ କନିଅର ଫୁଲ ଅର୍ପଣ କଲେ ମା’ସୁଖ ଶାନ୍ତି ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।
  3. ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ସ୍କନ୍ଦମାତାଙ୍କ ପୂଜାରେ ହଳଦିଆ ଜିନିଷ ଭୋଗ କରନ୍ତୁ  ।  ଯଦି ହଳଦିଆ ରଙ୍ଗର ପୋଷାକ ପିନ୍ଧାଯାଏ ତେବେ ପୂଜାର ଫଳାଫଳ ବହୁତ ଶୁଭ ହେବ । ଏହା କରିବା ଦ୍ୱାରା ଆପଣଙ୍କର ନିଜ ସନ୍ତାନ ସହ ସଂପର୍କ ଭଲ ରହିଥାଏ । ଅଧିକ ସନ୍ତାନ ସ୍ନେହ ପ୍ରାପ୍ତ ହୋଇଥାଏ ।
  4. ଭକ୍ତମାନେ ପରିବାରର ସୁଖସମୃଦ୍ଧି ପାଇଁ ଅପରାଜିତା ଫୁଲ ଅର୍ପଣ କରିପାରିବେ ।

ପୂଜା ବିଧି

ପଞ୍ଚମୀ ତିଥିରେ ପ୍ରାତଃ କଲା ସ୍ନାନ ସାରି ସ୍ଵଚ୍ଛ ବସ୍ତ୍ର ଧାରଣ କରନ୍ତୁ। ଏହାପରେ ପୂଜା ଆରମ୍ଭ କରନ୍ତୁ।
ମା'ଙ୍କ ପ୍ରତିମାକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। 
ମିଠା ଓ ୫ ପ୍ରକାର ଫଳ ଭୋଗ ଲଗାନ୍ତୁ। 
କଳସରେ ଜଳ ଭର୍ତ୍ତି କରି ସେଥିରେ କିଛି ମୁଦ୍ରା ରଖନ୍ତୁ। ଏହାପରେ ପୂଜା ସଂକଳ୍ପ ନିଅନ୍ତୁ।
ମାତାଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଅର୍ପଣ କରନ୍ତୁ।
ଏହାପରେ ମା'ଙ୍କ ଆଳତୀ କରନ୍ତୁ ଓ ମା'ଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ।
ଏହା ପରେ ଦେବୀଙ୍କୁ ପ୍ରାର୍ଥନା କରାଯାଇଥାଏ । ଏହି ଉପାୟରେ ସ୍କନ୍ଦମାତା ଭକ୍ତଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ।

  1. ଏହି ପୂଜା କଲା ବେଳେ ନବରାତ୍ରିର ପଞ୍ଚମୀ ତିଥିରେ ଲାଲ ବସ୍ତ୍ର କରିବେ
  2. – ସୁହାଗ ଚିହ୍ନ ସିନ୍ଦୂର,ଲାଲ ଚୁଡ଼ି,ଲାଲ ବିନ୍ଦି ଲଗାଇବେ ।
  3. -ସେଓ ଏବଂ ଲାଲ ଫୁଲ ଏବଂ ଚାଉଳ ବାନ୍ଧି ମାଙ୍କ କୋଳ ଭରି ପୂଜା କରିବେ ।
  4. – ଏହି ପୂଜା ଦ୍ୱାରା ରୋଗ ମୁକ୍ତିର ଆଶୀର୍ବାଦ ପ୍ରାପ୍ତ କରାଯାଇପାରେ।
  5. – ସନ୍ତାନ ସୁଖର ଇଚ୍ଛା ମଧ୍ୟ ପୂରଣ ହୁଏ ପରିଧାନ

ଭୋଗ

  1. ନବରାତ୍ରିର ପଞ୍ଚମ ଦିନରେ ମାଙ୍କୁ କଦଳୀ ଭୋଗ ଲଗାନ୍ତୁ। ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ। ସନ୍ତାନ ଏବଂ ସ୍ବାସ୍ଥ୍ଯ ଜନିତ ସମସ୍ଯା ଦୂର ହେବ।
  2. ଏହା ସହ କ୍ଷୀରିରେ କେଶର ମିଶାଇ ପ୍ରସାଦ ଲାଗି ହୋଇଥାଏ ।

ପଞ୍ଚମ ଦିନ- ଇଛା ପୂର୍ଣ୍ଣ

  1. ସ୍କନ୍ଦମାତାଙ୍କ ଉପାସନା କରିବା ଦ୍ୱାରା  ସନ୍ତାନ ପ୍ରାପ୍ତି ହୋଇଥାଏ । ଏହା ବ୍ୟତୀତ, ଯଦି ଶିଶୁର କୌଣସି ଅସୁବିଧା ଥାଏ, ତେବେ ଏହା ମଧ୍ୟ ଦୂର ହୋଇଥାଏ ।  
  2. ମା’ଙ୍କ ଉପାସନା ଦ୍ୱାର ମୃତ୍ୟୁ ଲୋକରେ ହିଁ ତାକୁ ପରମ ସୁଖ ଓ ଶାନ୍ତିର ଅନୁଭବ ହୋଇଥାଏ। ମା’ ସ୍କନ୍ଦମାତାଙ୍କର ଭକ୍ତଙ୍କ ପାଇଁ ମୋକ୍ଷର ଦ୍ୱାର ଖୋଲିଯାଏ। 
  3. ବଚନ ଏବଂ କର୍ମ ଦ୍ୱାର ମା’ଙ୍କ ଭରସା ରଖିଲେ ସେ ଭକ୍ତଙ୍କ ଡାକ ଅବଶ୍ୟ ଶୁଣନ୍ତି |
  4. ମା’ଙ୍କ ଏହି ରୂପର ଆରଧାନା କଲେ ଗୃହସ୍ତ ସୁଖ ଶାନ୍ତି,ସାଧକଙ୍କୁ ଆରୋଗ୍ୟ, ବୁଦ୍ଧି ତଥା ଅପାର ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ବୁଦ୍ଧିମତା ଏବଂ ବ୍ରହ୍ମଜ୍ଞାନର ପ୍ରତୀକ ହେଲେ ଦେବୀ ସ୍କନ୍ଦମାତା | 
  5. ନବରାତ୍ରିରେ ମା' ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ମା'ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ। ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା' ଦୂର କରିଥାନ୍ତି। ମା' ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ। 
  6. ବିଧି ପୂର୍ବକ ମା'ଙ୍କୁ ପୂଜା କଲେ ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ମା' ସ୍କନ୍ଦମାତାଙ୍କ ପୂଜା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।
  7. ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ମା’ ସ୍କନ୍ଦମାତାଙ୍କ ପୂଜା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।
  8. ମାଙ୍କ ଉପାସନାରେ ଭକ୍ତର ସବୁ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହୋଇଥାଏ।  ମା ଭକ୍ତଙ୍କୁ କଣ୍ଟକିତ ଭବ ସାଗରରୁ ଉଦ୍ଧାର କରିଥାନ୍ତି। 
  9. ମା'ଙ୍କର କୃପା ପ୍ରାପ୍ତ ହୋଇ ନିପଟ ମୂର୍ଖ ବି ଜ୍ଞାନର ସାଗର ଲାଭ କରିପାରେ ବୋଲି ବିଶ୍ୱାସ ରହିଛି।

Post a Comment

0 Comments