କାର୍ତ୍ତିକ ମାସରେ ସୁଖକର ଜୀବନ ପାଇଁ ନିଶ୍ଚୟ କରନ୍ତୁ ଏହି କିଛି ସରଳ ଉପାୟ
କାର୍ତ୍ତିକ ମାସ ପବିତ୍ର ମାସ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ର ଅନୁଯାୟୀ, ଏହି ମାସ ସଭିଁଙ୍କ ପାଇଁ ବେଶ ମହତ୍ତ୍ୱ ପୂର୍ଣ୍ଣ ଅଟେ। ଶାସ୍ତ୍ର ଅନୁସାରେ ଏହି ସମୟର ବ୍ରତ, ତପ, ଦାନ ଧର୍ମ ଓ ପୂଜା ପାଠ କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ, ଏବଂ ଘରେ ସୁଖଶାନ୍ତି ଭରି ରହିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏହି ମାସରେ ବହୁ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ।
କୁହାଯାଏ ଭଗବାନ ଶ୍ରୀ ହରି ବ୍ରହ୍ମା ନାରଦଙ୍କୁ ଏବଂ ନାରଦ ମହାରାଜା ବୁଦ୍ଧଙ୍କୁ ଏହି ମାସର ମହାନତା ବିଷୟରେ କହିଥିଲେ । ଏହା ସହିତ ଏହି ମାସରେ କିଛି ନିୟମ ରହିଛି ଯାହାକୁ ପାଳନ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ଏବଂ ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ । ଯାହାକୁ ପାଳନ କରି ଭଗବାନଙ୍କ କୃପା ଲାଭ କରିପାରିବେ ।
କାର୍ତ୍ତିକ ମାସରେ କରନ୍ତୁ ଏହି ଉପାୟ
- ପାରିବାରିକ ଓ ବୈବାହିକ ଜୀବନରେ ସୁଖ, ଶାନ୍ତି ପାଇଁ କାର୍ତ୍ତିକ ମାସରେ ତୁଳସୀ ଗଛ ପୂଜା କରିବା ସବୁଠୁ ଉତ୍ତମ ବୋଲି ବିଶ୍ବାସ ରହିଛି।
- କୁହାଯାଏ ଯେ, କାର୍ତ୍ତିକ ମାସରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଭଗବାନ ବିଷ୍ଣୁ ଓ ତୁଳସୀ ଗଛର ପୂଜା କରିବା ଉଚିତ୍ ।
- ଘରର ବାଡିରେ ବା ଅଗଣାରେ ତୁଳସୀ ଗଛ ଲଗାଇବାର ସଠିକ ସମୟ ହେଉଛି କାର୍ତ୍ତିକ ମାସ । ଏହି ମାସର ଯେକୌଣସି ଦିନରେ କିମ୍ବା ମାସ ଆରମ୍ଭରେ ତୁଳସୀ ଗଛ ଆଣି ଘରେ ଲଗାଇବା ଦ୍ବାରା ପାରିବାରିକ ଏବଂ ବୈବାହିକ ଜୀବନ ସୁଖମୟ ହେବା ସହ ପରିବାରରେ ଶାନ୍ତି ବଜାୟ ରହିଥାଏ ।
- ପ୍ରତିଦିନ ସକାଳେ ଓ ସଂଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ବା ରାଶି ତେଲରେ ଦୀପ ଜଳାଇଲେ ପାରିବାରିକ ଜୀବନ ଏବଂ ବୈବାହିକ ଜୀବନ ସୁଖମୟ ହୋଇଥାଏ।
- ଯଦି ଆପଣ ଚାକିରି ଏବଂ ବ୍ୟବସାୟରେ ଉନ୍ନତି ଚାହୁଞ୍ଚନ୍ତି ତେବେ ଆପଣ ଗୁରୁବାର ଦିନ ତୁଳସୀ ର ଗଛରେ ହଳଦିଆ ରଙ୍ଗର କପଡା ବାନ୍ଧିଦିଅନ୍ତୁ ।
- କାର୍ତ୍ତିକ ମାସରେ ଘରେ ତୁଳସୀ ଗଛ ଲଗାନ୍ତୁ । ଏହା ସହିତ ଶ୍ରୀହରି ନାରାୟଣ ଙ୍କର ଚିତ୍ର କିମ୍ବା ପ୍ରତିମା ଘରେ ନିଶ୍ଚିତ ରଖନ୍ତୁ । ଏହା ପରେ ତୁଳସୀ ର ୧୧ଟି ପତ୍ର କୁ ବାନ୍ଧିଦିଅନ୍ତୁ । ଏହି ଉପାୟରେ ଆପଣଙ୍କ ଘରେ ଧନର ଅସୁବିଧା ହେବ ନାହିଁ ।
- ଧନ ପ୍ରାପ୍ତି ପାଇଁ ସକାଳୁ ଉଠି ତୁଳସୀ ପତ୍ର ର ୧୧ଟି ପତ୍ର ତୋଳି ଦିଅନ୍ତୁ । ଏବଂ ଯେଉଁଥିରେ ଆପଣ ଅଟା ରଖନ୍ତି ସେହଥିରେ ପକେଇଦିନନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ କିଛି ଦିନରେ ପରିବର୍ତ୍ତନ ଆସିବ ।
- ତୁଳସୀ ପତ୍ର କୁ ଖାଇବା ଏବଂ ପୂଜିବା ଏହି ଦୁଇଟି ର ମହତ୍ଵ ଅଛି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ତୁଳସୀ ବିବାହର ବିଧି ରହିଛି । ତୁଳସୀ ପୂଜା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ ।
- ମନେରଖନ୍ତୁ ଯେ ତୁଳସୀ ପତ୍ର ସ୍ନାନ ନକରି ଭାଙ୍ଗିବା ଉଚିତ୍ ନୁହେଁ |
- କେବେ ବି ତୁଳସୀ ପତ୍ର ଭାଙ୍ଗନ୍ତୁ ନାହିଁ |
- ତୁଳସୀ ପତ୍ରକୁ ଦାନ୍ତରେ ଚୋବାଇବା ଉଚିତ୍ ନୁହେଁ |
- ପୂର୍ଣ୍ଣିମା ଦିନ, ଅମାବାସ୍ୟା,ଏକାଦଶୀ, ଦ୍ୱାଦଶ, ରବିବାର ଏବଂ ସଙ୍କ୍ରାନ୍ତି, ଅପରାହ୍ନରେ ଏବଂ ରାତିରେ ଦୁଇ ସନ୍ଧ୍ୟା ସମୟ ମଧ୍ୟରେ ତୁଳସୀ ପତ୍ର ଭାଙ୍ଗିବା ଉଚିତ୍ ନୁହେଁ |
- କାର୍ତ୍ତିକ ମାସରେ ଅଁଳା ବୃକ୍ଷକୁ ବିଶେଷ ରୂପେ ପୂଜା କରାଯାଇଥାଏ ।
- କାର୍ତ୍ତିକ ମାସରେ ପ୍ରତିଦିନ ରାତିରେ ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ସଂଯୁକ୍ତ ପୂଜା କରନ୍ତୁ। ଗୋଲାପି କିମ୍ବା ଚମକୁଥିବା ବସ୍ତ୍ର ଧାରଣ କରି ପୂଜା କରନ୍ତୁ।
ଏହି ମାସରେ କିଛି କାମକୁ ବିଶେଷ ଧ୍ୟାନ ଦିଆଯାଇଥାଏ । ତେବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସରେ କ’ଣ କରିବା ଉଚିତ୍ ଓ କ’ଣ ନକରିବା ଉଚିତ୍…
କ’ଣ କରିବା ଉଚିତ୍
- ଏହି କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ପବିତ୍ର ନଦୀ ଓ ପୋଖରୀ ବା ତୁଳସୀ ଗଛ ମୂଳେ ଦୀପ ଦାନ କରିବା ଉଚିତ । ଏମିତି କରିବା ଦ୍ଵାରା ଘରେ ଥିବା ନକରାତ୍ମକ ବାତାବରଣ ଦୂର ହୋଇଥାଏ । ଏହାଦ୍ୱାରା ଜୀବନରେ ସକରାତ୍ମକତା ଆସିଥାଏ । ଏବଂ ଜୀବନକୁ ଖୁସିର ଆଗମନ ହୋଇଥାଏ । ଏହାଦ୍ୱାରା ଦେବତାଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
- ଚନ୍ଦ୍ର ଏବଂ ତାରାମାନଙ୍କ ଉପସ୍ଥିତିରେ, ଗୁଣ ହାସଲ କରିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଆବଶ୍ୟକ |
- କାର୍ତ୍ତିକର ପୁରା ମାସରେ ଗଙ୍ଗା ନଦୀରେ ଗାଧୋଇବା ପୂଣ୍ୟ ବୋଲି କୁହାଯାଏ । ମାନ୍ୟତାନୁସାରେ କାର୍ତ୍ତିକ ମାସରେ କୌଣସି ପବିତ୍ର ନଦୀରେ ବ୍ରହ୍ମମୁହୂର୍ତ୍ତରେ ସ୍ନାନ କରିବା ଫଳଦାୟୀ ହୋଇଥାଏ ।
- ସୂର୍ଯ୍ୟଙ୍କ କିରଣରେ ସ୍ନାନକୁ ମଧ୍ୟ ଏମାସରେ ଉତ୍ତମ ବୋଲି କୁହାଯାଇଛି।
- କାର୍ତ୍ତିକ ମାସର ଯମ ଦ୍ୱିତୀୟ ଦିନ ଯମୁନା ସ୍ନାନ କରିବା ଶୁଭ ହୋଇଥାଏ ।
- ଏହି ପୂଣ୍ୟମାସରେ ମହିଳାମାନେ ସକାଳୁ ଉଠି ସ୍ନାନ କରିଥାନ୍ତି ।
- ଏହି ମାସରେ ଘିଅ ଓ ବାଦାମ ଖାଇବାର ପରାମର୍ଶ ଦିଆଯାଇଥାଏ । ଯେଉଁ ଖାଦ୍ୟ ଯୋଗୁଁ ସ୍ୱାସ୍ଥ୍ୟ ଗରମ ରହିଥାଏ ଓ ଅଧିକ ସମୟ ପର୍ଯ୍ୟନ୍ତ ଶକ୍ତି ବଜାୟ ରହିଥାଏ, ସେହି ଖାଦ୍ୟ ଖାଇବା ଉଚିତ୍ ।
- ଏମାସରୁ ସ୍ନିଗ୍ଧ ଜିନିଷ ଏବଂ ଡ୍ରାଇ ଫ୍ରୃଟ୍ସ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଯେଉଁ ଜିନିଷ ଗରମ ଥିବ ଏବଂ ଦୀର୍ଘ ସମୟ ଯାଏଁ ଶକ୍ତି ବଜାୟ ରଖିବ ସେହିପରି ଜିନିଷ ଖାଇବା ଉଚିତ୍।
- ଏମାସରେ ଡାଲି ଖାଇବାକୁ ମନା କରାଯାଇଛି। ଏହି ମାସ ସାରା ମୁଗ, ଚଣା, ମସୁର, ରାଇ ଏବଂ ମଟର ଆଦି ଖାଦ୍ୟ ପଦାର୍ଥ ସେବନ କରିବା ଉଚିତ ନୁହେଁ ।
- କାର୍ତ୍ତିକ ମାସରେ ଭୂମିରେ ଶୋଇବା ଉଚିତ୍ ଓ ଭଗବାନଙ୍କୁ ଜପ କରିବା ଦରକାର ।
- ଏମାସରେ ଦ୍ଵିପ୍ରହରେ ଶୋଇବାକୁ ମଧ୍ୟ ମନା କରାଯାଇଛି।
- କାର୍ତ୍ତିକ ମାସରେ ଭୂମିରେ ଶୋଇବା ଦ୍ୱାରା ମନରେ ପବିତ୍ର ଭାବନା ଆସିଥାଏ । ବ୍ଯକ୍ତିର ଅନ୍ତରରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନା ଆସିଥାଏ ଏବଂ ଶରୀରର ରକ୍ତ ସଂଚାଳନ ଠିକସେ ହୋଇଥାଏ । ଯାହାଫଳରେ ବ୍ଯକ୍ତିର ଶରୀର ରୋଗ ମୁକ୍ତ ଓ ସୁସ୍ଥ ରହିଥାଏ । ଭୂମିରେ ଶୋଇବା କାର୍ତ୍ତିକ ମାସରେ ପ୍ରମୁଖ କାମ ବୋଲି କୁହାଯାଏ ।
- ସେହିପରି କାର୍ତ୍ତିକ ମାସରେ କିଛି ଜିନିଷ ଦାନ କରିବାର ବିଶେଷ ମୁହତ୍ୱ ରହିଛି । କୁହାଯାଏ କି ମାସ ସାରା କୌଣସି ବ୍ରାହ୍ମଣ ବା ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ ତୁଳସୀ ଦାନ, ଅନ୍ନ ଦାନ, ଗାଇ ଦାନ ଏବଂ ଅଂଳା ଗଛ ଦାନ କରିବାର ବିଶେଷ ମହତ୍ୱ ରହିଛି ।
କ’ଣ ନ କରିବା ଉଚିତ୍
- କାର୍ତ୍ତିକ ମାସରେ ଆଚରଣକୁ ପବିତ୍ର ରହିବା ଆବଶ୍ୟକ ।
- ଶାସ୍ତ୍ର ଅନୁସାରେ, କାର୍ତ୍ତିକ ମାସରେ ମାଂସ, ମାଛ ନଖାଇବା ଉଚିତ୍ ।
- ଏହି ମାସରେ ମଦ୍ୟପାନ କରିବା ମଧ୍ୟ ଉଚିତ ନୁହେଁ ।
- ଯେଉଁ ଲୋକାମାନଙ୍କୁ ସ୍ନାନ ପରେ ତେଲ ଲଗାଇବାର ଅଭ୍ୟାସ ରହିଛି, ସେମାନେ ଏହି ମାସରେ ଶରୀରେ ତେଲ ଲଗାନ୍ତୁ ନାହିଁ । କେବଳ ଗୋଟିଏ ଦିନ ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଦିନ ଶରୀରରେ ତେଲ ଲଗାଇ ପାରିବେ ।
- କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟର ପାଳନ କରିବା ଅତି ଆବଶ୍ୟକ ବୋଲି କୁହାଯାଇଛି ।
- ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ନିଜ ଜୀବନରେ ତପସ୍ଵୀ ଭଳି ଜୀବନ ଜାପାନ କରିବା ଉଚିତ ।
- ଏହି ମାସରେ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଟ କରିବା ଉଚିତ ନୁହେଁ । ଏହା ସହିତ କମ କଥା କହିବ ଅନ୍ୟମାନଙ୍କ କଥା ଶୁଣିବା, ଝଗଡା ଆଦି ନକରିବା ଓ କାହା ବିଷୟରେ ଖରାପ ନକହିବା ଭଳି ନିୟମ ପାଳନ କରିବା ଉଚିତ ।
- କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ଓ ଗୁରୁଜନମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
- ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତ ବୃକ୍ଷଲତାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ମାସରେ ବୃକ୍ଷ ଲତାଙ୍କର କ୍ଷତି କରିବା ଉଚିତ ନୁହେଁ। ବୃକ୍ଷଲତାଙ୍କର କ୍ଷତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
- ଏହି ମାସରେ କୌଣସି ଜୀବଜନ୍ତୁଙ୍କର ହତ୍ୟା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ।

0 Comments
Do you have any doubts or suggestions? Ask them here in the comments!