ଯକୃତକୁ ଫିଟ୍ ରଖିବ ଏହି ଯୋଗାସନ
ଯକୃତକୁ ଫିଟ୍ ରଖିବ ଏହି ଯୋଗାସନ
ଶରୀରକୁ ସୁସ୍ଥ ରଖିବା ପାଇଁ ଯକୃତର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସୁସ୍ଥ ଶରୀର ପାଇଁ । ଯକୃତ ଭଲରେ କାମ କରିବା ନିହାତି ଜରୁରି । ଆଉ ଯକୃତକୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗାସନ ଏକ ଶ୍ରେଷ୍ଠ ଉପାୟ । ଯକୃତ ଠିକ୍ ଭାବେ କାମ ନ କଲେ ବିଭିନ୍ନ ରୋଗ ଦେଖା ଦେଇଥାଏ । ତା’ ସାଙ୍ଗକୁ ଯକୃତ ସମସ୍ୟା ବି କିଛି କମ୍ ନୁହେଁ । ସନ୍ତୁଳିତ ଆହାର ଖାଇବା ସହ ଧୂମପାନଠାରୁ ଦୂରେଇ ରହିଲେ ହିଁ ଯକୃତ ସୁସ୍ଥ ରହିବ। ଆସନ୍ତୁ ଜାଣିବା କେଉଁ ଯୋଗାସନ ଦ୍ୱାରା ଯକୃତକୁ ସୁସ୍ଥ ରଖିପାରିବା।
ନୌକାସନ
ଯକୃତକୁ ସୁସ୍ଥ ରଖିବା ପାଇଁ ନୌକାସନ ହେଉଛି ଏକ ପ୍ରଭାବଶାଳୀ ଯୋଗ । ଏହା କରିବା ଦ୍ବାରା ଯକୃତ ସମ୍ବନ୍ଧୀୟ କୌଣସି ରୋଗ ହୋଇ ନଥାଏ । ଏହା ଲିଭରକୁ ମଜଭୁତ କରିବା ସହ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ।
- ପ୍ରଥମେ ଯୋଗ ମ୍ୟାଟ୍ରେ ଚିତ୍ ହୋଇ ଶୋଇ ପଡନ୍ତୁ ।
- ପିଠିକୁ ସିଧା ରଖିବା ସହ ହାତକୁ ଶରୀରର ଦୁଇ ପାର୍ଶ୍ଵରେ ରଖନ୍ତୁ ।
- ଏବେ ନିଜର ମୁଣ୍ଡପଟ ଅଣ୍ଟା ଯାଏ ଓ ଗୋଡ଼ ପଟୁ ଅଣ୍ଟା ଯାଏ ଚଟାଣରୁ ଉପରକୁ ଉଠାନ୍ତୁ। ଆଉ ଶରୀରର ସମସ୍ତ ଭାର ନିତମ୍ବ ଉପରେ ଛାଡି ଦିଅନ୍ତୁ । ମୁଁ ବର୍ତ୍ତମାନ ଆପଣଙ୍କ ହାତ ଓ ଗୋଡ ପରସ୍ପରର ପାର୍ଶ୍ଵରେ ହୁକ୍ ପରି ପବନରେ ଝୁଲି ରହିବ।
- ଯେପର୍ଯ୍ୟନ୍ତ ସମ୍ଭବ ଆପଣ ଏହି ମୁଦ୍ରାରେ ରୁହନ୍ତୁ ।
ଧନୁରାସନ
ଫ୍ୟାଟି ଲିଇରରେ ପୀଡିତ ଲୋକମାନଙ୍କ ପାଇଁ ଧନୁରାସନ ବେଶ୍ ଉପଯୋଗୀ। ଏହା ଯକୃତିକୁ ଉତ୍ତେଜିତ, ଷ୍ଟ୍ରେଚ୍ ଓ ମଜଭୂତ କରିବାରେ ସାହାଯ୍ୟ କରେ। ଧନୁରାସନ କରିବା ପାଇଁ ଯକୃତରେ ଫ୍ୟାଟ୍ କମ୍ ହୋଇଥାଏ ।
- ଯୋଗ କରିବା ପାଇଁ ମ୍ୟାଟ୍ ଉପରେ ପେଟ ମାଡି ଶୋଇପଡନ୍ତୁ । ଦୁଇ ହାତକୁ ଶରୀର ସହ ସମାନ୍ତର ଭାବେ ରଖନ୍ତୁ ।
- ଏବେ ଦୁଇ ଗୋଡକୁ ପଛକୁ ମୋଡନ୍ତୁ ।
- ଏହା ପରେ ଦୁଇ ହାତରେ ଦୁଇ ଗୋଡକୁ ଧରନ୍ତୁ।
- ଏହି ମୁଦ୍ରାରେ ୨୦/୩୦ ସେକେଣ୍ଡ ଯାଏ ରୁହନ୍ତୁ ।
- ପୁଣି ପୂର୍ବ ମୁଦ୍ରାକୁ ଫେରି ଆସନ୍ତୁ। ପ୍ରାୟ ୮/୧୦ ଥର ଏହି ମୁଦ୍ରାକୁ ଦୋହରାନ୍ତୁ ।
ଅର୍ଦ୍ଧମତ୍ସେନ୍ଦ୍ରାସନ
କେବଳ ଯକୃତ ନୁହେଁ ମେରୁଦଣ୍ଡ ହାଡକୁ ବି ମୂଳଭୁତ କରିଥାଏ ଅର୍ଦ୍ଧମତ୍ସେନ୍ଦ୍ରାସନ | ନିୟମିତ ଏହି ଆସନ କରିବା ଦ୍ଵାରା ଯକୃତ ଉତ୍ତେଜିତ ହୋଇଥାଏ ।
- ପ୍ରଥମେ ଯୋଗ ମ୍ୟାଟରେ ଦଣ୍ଡାସନ ମୁଦ୍ରାରେ ବସିପଡନ୍ତୁ।
- ଏବେ ଡାହାଣ ପାଦକୁ ବାମ ପାଦର ଆଣ୍ଠୁ ସାଇଡ୍ରେ ବାହାରକୁ ଆଣନ୍ତୁ।
- ମେରୁଦଣ୍ଡ ହାଡକୁ ସିଧା କରି ବସନ୍ତୁ ।
- ବର୍ତ୍ତମାନ କାନ୍ଧ ଓ ଅଣ୍ଟାକୁ ଡାହାଣ ଆଡକୁ ବୁଲାନ୍ତୁ ।
- ୨୦ରୁ ୩୦ ସେକେଣ୍ଡ ଏହି ମୁଦ୍ରାରେ ରହନ୍ତୁ ।
- ପରେ ଏହି କ୍ରିୟାକୁ ଅନ୍ୟ ଗୋଡରେ ମଧ୍ୟ ଦୋହରାନ୍ତୁ ।
0 Comments
Do you have any doubts or suggestions? Ask them here in the comments!